କରୋନା କଟକଣା ମଧ୍ୟରେ ସମ୍ବଲପୁରରେ ପାଳନ ହୋଇଛି ଗିରି ଗୋବର୍ଦ୍ଧନ ପୂଜା

୧୯୨୯ ମସିହାରୁ ସାହାସପୁର ଠାରେ ପ୍ରସିଦ୍ଧ ଗିରି ଗୋବର୍ଦ୍ଧନ ପୂଜା ଆୟୋଜନ ହୋଇଆସୁଛି । ପ୍ରଭୁ ଗିରି ଗୋବର୍ଦ୍ଧନଙ୍କ ପୂଜା ପ୍ରଥମେ କଳସ ସ୍ଥାପନରୁ ଆରମ୍ଭ ହୋଇ ଥାଏ । ପରେ ହୁମ ଯଜ୍ଞ, ଭାଗବତ ପଠନ ସହିତ ପୂର୍ଣ୍ଣାହୂତି ଓ ଅନ୍ନକୂଳ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥାଏ ।

କରୋନା କଟକଣା ମଧ୍ୟରେ ସମ୍ବଲପୁରରେ ପାଳନ ହୋଇଛି ଗିରି ଗୋବର୍ଦ୍ଧନ ପୂଜା

କରୋନା କଟକଣା ମଧ୍ୟରେ ସମ୍ବଲପୁରରେ ପାଳନ ହୋଇଛି ଗିରି ଗୋବର୍ଦ୍ଧନ ପୂଜା

  • Share this:
News18 Odia Digital

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ସାହାସପୁର ଓ ସିକ୍ରାପାଲିରେ ପାଳିତ ହୋଇଛି ଗିରି ଗୋବର୍ଦ୍ଧନ ପୂଜା । ସମ୍ବଲପୁରର ବିଭିନ୍ନ ସ୍ଥାନରୁ ଲୋକେ ଏହକୁ ଦେଖବା ଆସିଥାନ୍ତି । ତେବେ କୋଭିଡ କଟକଣା ମଧ୍ୟରେ ପ୍ରଭୁ ଗିରି ଗୋବର୍ଦ୍ଧନଙ୍କୁ ଆରାଧନା କରାଯାଇ ସମ୍ବଲପୁରର ବିଭିନ୍ନ ସ୍ଥାନରେ ପୂଜାବିଧି ଆୟୋଜିତ ହୋଇଥିଲା । ଗିରି ଗୋବର୍ଦ୍ଧନ ପୂଜା ସମ୍ବଲପୁର ଜିଲ୍ଲାରେ ବହୁତ ବର୍ଷ ହେବ ପାଳିତ ହେଉଆସୁଛି । ଜିଲ୍ଲାର ସାହାସପୁରରେ ଗିରି ଗୋବର୍ଦ୍ଧନ ପୂଜା ପ୍ରତି ପର୍ଷ ଭଳି ଏ ବର୍ଷ ମଧ୍ୟ ଧୁମଧାମ ରେ ଅନୁଷ୍ଠିତ ହୋଇଛି । ହେଲେ କରୋନା କଟକଣା ମଧ୍ୟରେ ।

୧୯୨୯ ମସିହାରୁ ସାହାସପୁର ଠାରେ ପ୍ରସିଦ୍ଧ ଗିରି ଗୋବର୍ଦ୍ଧନ ପୂଜା ଆୟୋଜନ ହୋଇଆସୁଛି । ପ୍ରଭୁ ଗିରି ଗୋବର୍ଦ୍ଧନଙ୍କ ପୂଜା ପ୍ରଥମେ କଳସ ସ୍ଥାପନରୁ ଆରମ୍ଭ ହୋଇ ଥାଏ । ପରେ ହୁମ ଯଜ୍ଞ, ଭାଗବତ ପଠନ ସହିତ ପୂର୍ଣ୍ଣାହୂତି ଓ ଅନ୍ନକୂଳ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥାଏ । ଗତ ବର୍ଷ ପରି ଏହି ବର୍ଷ ମଧ୍ୟ କୋଭିଡ କଟକଣା ଯୋଗୁ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉ ନଥିବା କମିଟି ତରଫରୁ ସୂଚନା ଦିଆଯାଇଛି ।

୧୯୨୯ ମସିହାରୁ ସାହାସପୁର ଠାରେ ପ୍ରସିଦ୍ଧ ଗିରି ଗୋବର୍ଦ୍ଧନ ପୂଜା ଆୟୋଜନ ହୋଇଆସୁଛି


୯୦ ବର୍ଷରୁ ଅଧିକ ବର୍ଷ ହେଲା ସାହାସପୁରରେ ପ୍ରଭୁ ଗିରି ଗୋବର୍ଦ୍ଧନଙ୍କ ପୂଜା ଅନୁଷ୍ଠିତ ହେଉଛି । ପ୍ରଥମେ ଆମ ପୂର୍ବପୁରଷମାନେ ପାହାଡ଼ରେ ଧ୍ବଜ ବାନ୍ଧି ପୂଜା କରୁଥିଲେ । ବର୍ତ୍ତମାନେ ଆମେ ସେଠାରେ ଏକ ମନ୍ଦିର ତିଆରି କରିଛୁ । ଏବେ ସେହି ମନ୍ଦିରରେ ପ୍ରଭୁ ଗିରି ଗୋବର୍ଦ୍ଧନଙ୍କ ପୂଜା କରାଯାଉଛି । ପ୍ରଭୁ ଗିରି ଗୋବର୍ଦ୍ଧନଙ୍କ ପୂଜା ଏବେ ଆମ ପରମ୍ପରା ପରେ ପରିଣତ ହୋଇ ଗଲାଣି ବୋଲି କହିଛନ୍ତି ସାହାସପୁର ପୂଜା କମିଟିର ସଭାପତି ରାମ ନାରାୟଣ ନାଏକ ।

ସମ୍ବଲପୁର ଜିଲ୍ଲାର ସିକ୍ରାପାଲିରେ ମଧ୍ୟ ଧୁମଧାମରେ ଆୟୋଜିତ ହୋଇଛି ପ୍ରସିଦ୍ଧ ଗିରି ଗୋବର୍ଦ୍ଧନ ପୂଜା । କୋଭିଡ ନିୟମ ମାନି ଗିରି ଗୋବର୍ଦ୍ଧନଙ୍କ ପୂଜା ସବୁ ରିତିନୀତି ଓ ପୂଜାବିଧିରେ କରାଯାଇଥିଲା ।

କରୋନା କଟକଣା ମଧ୍ୟରେ ସମ୍ବଲପୁରରେ ପାଳନ ହୋଇଛି ଗିରି ଗୋବର୍ଦ୍ଧନ ପୂଜା


ଏଥିରେ ସମ୍ବଲପୁର ଜିଲ୍ଲା ସମେତ ଆଖପାଖ ଜିଲ୍ଲାର ଶ୍ରଦ୍ଧାଳୁ ମାନେ ସାମିଲ ହୋଇଥିଲେ । କିନ୍ତୁ କୋଭିଡ ଯୋଗୁଁ ଏ ବର୍ଷ ଶ୍ରଦ୍ଧାଳୁଙ୍କ ସଂଖ୍ୟା କମ୍ ରହିଥିଲା । ପ୍ରତି ବର୍ଷ ସିକ୍ରାପାଲିରେ ଗିରି ଗୋବର୍ଦ୍ଧନ ପୂଜା ଧୁମଧାମରେ ପାଳିତ ହୋଇଥାଏ । କିନ୍ତୁ କରୋନା ଯୋଗୁଁ ଏ ବର୍ଷ ଗିରି ଗୋବର୍ଦ୍ଧନ ପୂଜା କୋଭିଡ ନିୟମ ଅନୁଯାୟୀ ପାଳନ କରା ଯାଇଥିଲା ବୋଲି ସିକ୍ରାପାଲି ପୂଜା କମିଟିର ସଭ୍ୟ କପିଳ ପ୍ରଧନା କହିଛନ୍ତି । ପ୍ରଭୁ ଗିରି ଗୋବର୍ଦ୍ଧନଙ୍କ ଠାରେ ମହାମାରି କୋଭିଡରୁ ମାନବଜାତିଙ୍କୁ ଶୀଘ୍ର ଆରୋଗ୍ୟ କରିବା ପାଇଁ ପ୍ରାଥନା ପାଇଁ କରିଛନ୍ତି ସମ୍ବଲପୁର ବାସିନ୍ଦା।
Published by:Lipina Das
First published: