News18 Odia Digital
ଭୁବନେଶ୍ୱର: ବହୁ ବାଦ ବିବାଦ ସହ ଦୀର୍ଘ ପ୍ରତିକ୍ଷା ପରେ ଓଡ଼ିଶାର ରସଗୋଲାକୁ (rasagola) ମିଳିଥିଲା ଜିଆଇ ଟ୍ୟାଗ (GI tag)। ଏହି ମାନ୍ୟତା ମିଳିବାକୁ ଏବେ ପୂରିଛି ଗୋଟିଏ ବର୍ଷ । ଏ ବର୍ଷ କରୋନା କଟକଣା ପାଇଁ ସେଲିବ୍ରେସନ ହୋଇପାରିନି, କିନ୍ତୁ ଆଗାମୀ ବର୍ଷମାନଙ୍କରେ ଏହି ଦିନ ଉତ୍ସବ ପାଳନ ହେବ । ଏହା ସହ ଓଡ଼ିଶାରେ ଉତ୍ପାଦିତ ଅନ୍ୟ କେତେକ ସାମଗ୍ରୀର ଜିଆଇ ମାନ୍ୟତା ପାଇଁ ଦାବି ଜୋର ଧରିଛି ।
ପୂର୍ବରୁ ବିଧାନ ସଭାରେ ବିଜେଡି ବିଧାୟକ ଦେବୀ ମିଶ୍ର ଓଡ଼ିଶାର ଆରିଶା-କାକାରା, ରସାବଳୀ, ଛେନାପୋଡ଼ ଓ ନିମାପଡ଼ାର ଛେନା ଝିଲ୍ଲୀକୁ ଜିଆଇ ମାନ୍ୟତା ମିଳିବା ପାଇଁ ଦାବି କରିଥିଲେ । ଏପରି ଅନେକ ଦାବିକୁ ବର୍ଷେ ପୂରିଗଲାଣି, ହେଲେ ଏହି ସବୁ ସାମଗ୍ରୀକୁ ଜିଆଇ ମାନ୍ୟତା ମିଳିବା ନେଇ ସରକାରଙ୍କ ପଦକ୍ଷେପ ନଗନ୍ୟ ଓ ନୈରାଶ୍ୟଜନକ ରହିଛି ବୋଲି ଅଭିଯୋଗ ହୋଇଛି ।
‘‘କେନ୍ଦ୍ରାପଡ଼ାର ରସାବଳୀ, ନିମାପଡାର ଛେନାଝିଲ୍ଲୀ ଓ ନୟାଗଡ଼ର ଛେନାପୋଡ଼ ସହ କଟକର ତାରକସି କାମ ପାଇଁ ଜିଆଇ ମାନ୍ୟତା ନେଇ ଅନେକ ଦାବି ଉଠିଛି । ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ କୈଣସି ପ୍ରକାରର ଉଦ୍ୟମ ହୋଇ ନାହିଁ,’’ କହିଛନ୍ତି ଗବେଷକ ଅସିତ ମହାନ୍ତି ।

କେନ୍ଦ୍ରାପଡ଼ାର ରସାବଳୀ ପାଇଁ ଜିଆଇ ମାନ୍ୟତା ଦାବି କରିଛନ୍ତି ବିଧାୟକ ଶଶୀଭୂଷଣ ବେହେରା ।
ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ପରେ ଏଥି ପାଇଁ ବଜାର ସୃଷ୍ଟି କରିବା ସହ ପାହଳରେ ରସଗୋଲା କ୍ଲଷ୍ଟର କରିବା ପାଇଁ ମଧ୍ୟ କହିଥିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଭୁବନେଶ୍ବରରେ ମଧ୍ୟ ଏକ ମିଠା ହବ୍ କରିବା କଥା କହି ଥିଲେ ଏମ.ଏସ.ଏମ.ଇ. (MSME) ବିଭାଗର ମନ୍ତ୍ରୀ ।
କେନ୍ଦ୍ରାପଡ଼ାର ରସାବଳୀକୁ ଜିଆଇ ମାନ୍ୟତା ମିଳିବା ସପକ୍ଷରେ ଯୁକ୍ତି ବାଢିଛନ୍ତି ବିଧାୟକ ଶଶୀଭୂଷଣ ବେହେରା । ହେଲେ ଏଯାବତ କୈଣସି କାର୍ଯ୍ୟ ଆଗେଇ ନ ଥିବା ବେଳେ ଏ ନେଇ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟ ସମିତିର ସଭାପତି କହିଛନ୍ତି ଯେ ସରକାରଙ୍କ ପକ୍ଷରୁ କିଛି ଦିନ ତଳେ ନୟାଗଡ଼ର ଛେନାପୋଡ଼ ଓ ନିମାପଡ଼ାର ଛେନାଝିଲ୍ଲିର ସାମ୍ପୁଲ ନେବା ସହ ତଦନ୍ତ ପାଇଁ କେତେକ ଅଧିକାରୀ ଯାଇଥିଲେ । ଏକ ସର୍ଭେ କରି ରିପୋର୍ଟ ମଧ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିଲା ।
ଅନେକ ବିବାଦ ଓ ବିଦ୍ରୋହ ପରେ ଓଡ଼ିଶାର ହୋଇଛି ରସଗୋଲା । କିନ୍ତୁ ରସଗୋଲାର ପ୍ରସିଦ୍ଧି ଏବଂ ମାନ ବଢ଼ାଇବାକୁ ସରକାରଙ୍କ ଘୋଷଣା କେବଳ ଲଫାପା ଭିତରେ ଲଟକି ଯାଇଛି । କେନ୍ଦ୍ରାପଡ଼ାର ରସାବଳୀକୁ ଜିଆଇ ମାନ୍ୟତା ମିଳିବା ସପକ୍ଷରେ ଯୁକ୍ତି ବାଢ଼ି କେନ୍ଦ୍ରାପଡାର ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, ’’ଓଡ଼ିଶାର ଅନେକ ସାମଗ୍ରୀ ରହିଛି ଯାହାର ସ୍ଵତନ୍ତ୍ରତା ରହିଛି । କେନ୍ଦ୍ରାପଡ଼ାର ବଳଦେବଜୀଉଙ୍କ ରସାବଳୀର ବିକଳ୍ପ ଅନ୍ୟ କେଉଁଠି ନାହିଁ । ଏହକୁ ଜିଆଇ ମାନ୍ୟତା ଦିଆଯାଉ ।’’
ଏହା ବି ପଢ଼ନ୍ତୁ: Happy Birthday Babushan! ‘ଚକୋଲେଟ୍ ହିରୋ’ ବାବୁସାନଙ୍କ ପାଇଁ ଛୁଟିଛି ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅଏହା ବି ପଢ଼ନ୍ତୁ: ଅନଲକ୍ ୩ ଗାଇଡଲାଇନ୍ ଜାରି: ଅଗଷ୍ଟ ୧ରୁ ହଟିବ ନାଇଟ୍ କର୍ଫ୍ୟୁ, ୫ରୁ ଖୋଲିବ ଜିମ୍ ଓ ଯୋଗ ଅନୁଷ୍ଠାନଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା: ତାଙ୍କ ବାପା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦେଲେବିଧାନ ସଭାରେ ମଧ୍ୟ ଏହି ଦାବି ସେ ଉଠାଇବେ ବୋଲି କହିଛନ୍ତି ବେହେରା । ଏହି ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୈଣସି ପ୍ରତିକ୍ରିୟା ଦେଇ ନ ଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।