ବାଲେଶ୍ୱରର ଛାତ୍ର ଗୌତମ ଦାସ ଏଥର JEE Main ପରୀକ୍ଷାରେ ଓଡି଼ଶା ଟପ୍ପର୍ ହେଲେ

୯୯.୯୯୯ ସ୍କୋର୍ କରି ରାଜ୍ୟରେ ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ଓ ଅଲ୍-ଇଣ୍ଡିଆ ରାଙ୍କରେ ୨୯ତମ ସ୍ଥାନରେ ରହିଥିବା ଗୌତମ ଦାସ ଭୁବନେଶ୍ୱର ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଦ୍ୱାଦଶ ଶ୍ରେଣୀର ଛାତ୍ର ।

ବାଲେଶ୍ୱରର ଛାତ୍ର ଗୌତମ ଦାସ ଏଥର JEE Main ପରୀକ୍ଷାରେ ଓଡି଼ଶା ଟପ୍ପର୍ ହେଲେ
ଗୌତମ ଦାସ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଫେବୃଆରୀ ମାସରେ ଆୟୋଜିତ ହୋଇଥିବା ଜେଇଇ ମେନ୍‌ ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଛନ୍ତି ବାଲେଶ୍ୱର ବାସିନ୍ଦା ଗୌତମ ଦାସ । ସେ ୯୯.୯୯୯୩୫୭ ସ୍କୋର୍‌ କରି ରାଜ୍ୟରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି । ଅଲ୍‌ ଇଣ୍ଡିଆ ରାଙ୍କରେ ୨୯ତମ ସ୍ଥାନରେ ରହିଛନ୍ତି ଗୌତମ ।

ଭୁବନେଶ୍ୱର ସାଇ ଇଣ୍ଟରନେସନାଲ ସ୍କୁଲର ଦ୍ୱାଦଶ ଶ୍ରେଣୀ ଛାତ୍ର ଗୌତମ ଜେଇଇ ଆଡ଼ଭାନ୍ସଡ଼ କ୍ରାକ୍‌ କରି ବମ୍ବେ ଆଇ.ଆଇ.ଟି.ରେ ପଢିବାକୁ ଲକ୍ଷ ରଖିଛନ୍ତି । ତେବେ ୨୦୨୦ରେ କରୋନା ସଂକ୍ରମଣ ଓ ଲକଡାଉନ ତାଙ୍କୁ ଖୁବ୍‌ ହଇରାଣ କରିଥିଲା । ସ୍କୁଲ ଓ କୋଚିଂ ବନ୍ଦ ଥିବା ବେଳେ ଘରେ ଅନଲାଇନ୍‌ କ୍ଳାସ ଉପରେ ଭରଷା କରିଥିଲେ ସେ । ସେହି ଅକ୍ଲାନ୍ତ ପରିଶ୍ରମର ଫଳ ପାଇଛନ୍ତି ବୋଲି ସେ କହିଛନ୍ତି । ତେବେ ଟପ କରିବେ ବୋଲି କେବେ ଭାବି ନ ଥିଲେ ଗୌତମ । ସେ ଏବେ ସିଧା ଜେଇଇ ଆଡ଼ଭାନ୍ସଡ଼ ପରୀକ୍ଷା ଦେବେ। ବୋର୍ଡ଼ ପରୀକ୍ଷା ପାଇଁ ବି ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବେ ଓ ତା’ ଉପରେ ଧ୍ୟାନ ଦେବେ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଓଃ କି ନାଚ! ବିବାହ ବେଦିରେ ସାତ ଫେରା ବେଳେ ବର କନ୍ୟା ମନ ଭରି ନାଚିଲେ; VIDEO ଭାଇରାଲ୍

‘‘ଲକଡାଉନ ଓ ସଟଡାଉନ ଯୋଗୁଁ ମୋତେ ଅନେକ ସଫର୍‌ ହେବାକୁ ପଡିଥିଲା । ତଥାପି ନିଜ ଲକ୍ଷରେ ପହଞ୍ଚିବା ପାଇଁ ଘରେ ରହି ଅକ୍ଲାନ୍ତ ପରିଶ୍ରମ କରିଥିଲି । ଟପ୍ପର୍‌ ହେବି ବୋଲି କେବେ ଭାବି ନ ଥିଲି। ଏବେ ମୋ’ ଲକ୍ଷ ଜେଇଇ ଆଡ଼ଭାନ୍ସଡ଼ରେ ଭଲ ରାଙ୍କ୍‌ ରଖି ବମ୍ବେ ଆଇଆଇଟିରେ ସିଟ୍‌ ପାଇବା,’’ କହିଛନ୍ତି ଗୌତମ ଦାସ । ତାଙ୍କର ଏହି ସଫଳତା ଯୋଗୁଁ ତାଙ୍କ ବାପା ରବୀନ୍ଦ୍ର ଦାସ ଖୁସି ବ୍ୟକ୍ତ କରିଛନ୍ତି ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କ ଟ୍ୱିଟ୍


ଫେବୃଆରୀ ମାସରେ ଆୟୋଜିତ ଜେଇଇ ମେନ୍‌ ପରୀକ୍ଷାର ଫଳ ମାତ୍ର ୧୦ ଦିନରେ ସୋମବାର ପ୍ରକାଶ ପାଇଛି। ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ପ୍ରଥନେ ଟ୍ୱିଟ କରି ଜଣାଇଥିଲେ । ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଗତ ବର୍ଷ ଗୁଡିକରେ କେବଳ ତିନିଟି ଭାଷାରେ ପରୀକ୍ଷା ହେଉଥିବାବେଳେ ଚଳିତ ବର୍ଷ ୧୩ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ହୋଇଥିବା ସେ ଜଣାଇଛନ୍ତି । ଏହା ସହ ମାତ୍ର ୧୦ ଦିନରେ ରେଜଲ୍ଟ ପ୍ରକାଶ କରିଥିବାରୁ ଏନ୍‌ୟଟି.ଏ.କୁ ଶୁଭେଚ୍ଛା ଜଣାଇଛନ୍ତି ସେ।

ଏହା ବି ପଢ଼ନ୍ତୁ | ଅଜୟ ଦେବଗନ୍ ୨୨ ବର୍ଷ ପରେ ସଞ୍ଜୟ ଲୀଲା ଭନସାଲୀଙ୍କ ସହ କାମ କରିବେ ଏହି ଫିଲ୍ମରେ

ଏହି ପରୀକ୍ଷାରେ ମାତ୍ର ଛଅ ଜଣ ପରୀକ୍ଷାର୍ଥୀ – ରାଜସ୍ଥାନର ସାକେତ ଝା, ଦିଲ୍ଲୀର ପ୍ରଭାର କତାରିଆ ଓ ରଞ୍ଜିମ୍‌ ପ୍ରବଳ ଦାଶ, ଚଣ୍ଡୀଗଡ଼ର ଗୁର୍ମିତ ଦାଶ, ମହାରାଷ୍ଟ୍ରର ସିଦ୍ଧାନ୍ତ ମୁଖାର୍ଜୀ ଓ ଗୁଜୁରାଟର ଅନନ୍ତ କ୍ରିଷ୍ଣା କିଦାମ୍ବୀ – ୧୦୦ ପ୍ରତିଶତ ମାର୍କ ହାସଲ କରିଛନ୍ତି । ମାତ୍ର ୧୦ ଜଣ ପରୀକ୍ଷାର୍ଥୀ ଏଥର ୯୯ ପ୍ରତିଶତ ନମ୍ବର ରଖିଛନ୍ତି ।

ଏହା ବି ପଢ଼ନ୍ତୁ | ସୁନା ଦର ଆହୁରି କମିଲା; ପର୍ଯ୍ୟନ୍ତ ୧୦,୦୦୦ ଟଙ୍କା ଶସ୍ତା ହେଲାଣି; ଏବେ କିଣିବାର ଭଲ ସମୟ

ଏହି ପରୀକ୍ଷାରେ ମାତ୍ର ଛଅ ଜଣ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ମାର୍କ ହାସଲ କରିଛନ୍ତି ।


ଫେବୃଆରୀ ମାସ ୨୩ରୁ ୨୬ ତାରିଖ ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୬ ଲକ୍ଷ ୬୧ ହଜାର ୭୭୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ୬,୫୨,୬୨୭ ଜଣ କେବଳ ବିଟେକ୍‌ ପାଇଁ ପରୀକ୍ଷା ଦେଇଥିଲେ । ମୋ’ଟ୍‌ ୩୩୧ଟି ସହରରେ ସମ୍ପୂର୍ଣ୍ଣ ଅନଲାଇନ ମାଧ୍ୟମରେ ହୋଇଥିଲା ଏହି ପରୀକ୍ଷା ।



ଚଳିତ ବର୍ଷ ମୋଟ ଚାରି ଥର ପରୀକ୍ଷା କରିବାକୁ ଏନ୍‌.ଟି.ଏ. ସ୍ଥିର କରିଥିବା ବେଳେ ମାର୍ଚ୍ଚ ୧୫ରୁ ୧୮ ମଧ୍ୟରେ ହେବ ଆଗାମୀ ପରୀକ୍ଷା । ବେଷ୍ଟ୍‌ ରାଙ୍କ୍‌ ଆଧାରରେ ଦେଶର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ହେବ ନାମଲେଖା ।
Published by: Anand Shankar Thankur Das
First published: March 9, 2021, 5:18 PM IST