ବଡ଼ ଝଟକା! ଗ୍ୟାସ ସିଲିଣ୍ଡର ଦାମ୍ ଆଜି ପୁଣି ବୃଦ୍ଧି ପାଇଲା; ୩ ମାସରେ ହେଲାଣି ୨୦୦ ଟଙ୍କା ମହଙ୍ଗା

LPG Gas Cylinder Price: ସରକାର ପୁଣି ଥରେ ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍ ବୃଦ୍ଧି କରିଛନ୍ତି । ଏହି ମାସରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ତୃତୀୟ ଥର ପାଇଁ ବୃଦ୍ଧି କରାଯାଇଛି । ବର୍ଦ୍ଧିତ ମୂଲ୍ୟ ଆଜି ଅର୍ଥାତ ୨୫ ଫେବୃଆରୀ ୨୦୨୧ ରୁ କାର୍ଯ୍ୟକାରୀ ହୋଇଛି ।

ଗ୍ୟାସ ସିଲିଣ୍ଡର ଦାମ୍ ଆଜି ପୁଣି ବୃଦ୍ଧି ପାଇଲା

ଗ୍ୟାସ ସିଲିଣ୍ଡର ଦାମ୍ ଆଜି ପୁଣି ବୃଦ୍ଧି ପାଇଲା

  • Share this:
News18 Odia Digital
ନୂଆ ଦିଲ୍ଲୀ: ସରକାରୀ ତୈଳ କମ୍ପାନୀଗୁଡିକ ସାଧାରଣ ଲୋକଙ୍କୁ ଆଉ ଏକ ବଡ଼ ଝଟକା ଦେଇଛନ୍ତି । ତୈଳ କମ୍ପାନୀଗୁଡିକ ଘରୋଇ ଏଲପିଜି ସିଲିଣ୍ଡରର ଦାମ୍ ପୁଣି ଥରେ ବୃଦ୍ଧି କରିଛନ୍ତି । ଯାହା ପରେ ବିନା ସବସିଡି ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ଦାମ୍ (Gas Cylinder Price) ୭୬୯ ରୁ ୭୯୪ ଟଙ୍କାକୁ ବୃଦ୍ଧି ପାଇଛି । ବର୍ଦ୍ଧିତ ମୂଲ୍ୟ ଆଜି ଅର୍ଥାତ ୨୫ ଫେବୃଆରୀ ୨୦୨୧ ରୁ କାର୍ଯ୍ୟକାରୀ ହୋଇଛି । ଏହି ମାସରେ ଗ୍ୟାସ ସିଲିଣ୍ଡରର ଦାମ୍ ତୃତୀୟ ଥର ପାଇଁ ବୃଦ୍ଧି କରାଯାଇଛି । ସବସିଡି ନଥିବା ସିଲିଣ୍ଡରର ଦାମ୍ ଆଜି ୨୫ ଟଙ୍କା ବୃଦ୍ଧି କରାଯାଇଛି ।

ଫେବୃଆରୀରେ ତୃତୀୟ ଥର ପାଇଁ ମହଙ୍ଗା ହେଲା ସିଲିଣ୍ଡର
ଫେବୃଆରୀ ମାସରେ ତିନିଥର ଗ୍ୟାସ ସିଲିଣ୍ଡରର ଦାମ୍ ବୃଦ୍ଧି କରାଯାଇଛି । ୪ ଫେବୃଆରୀରେ ସରକାର ଏଲପିଜି ଦାମ୍ ୨୫ ଟଙ୍କା ବୃଦ୍ଧି କରିଥିଲେ । ଏହା ପରେ ୧୫ ଫେବୃଆରୀରେ ସିଲିଣ୍ଡରର ଦାମ୍ ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ଆଉ ଏବେ ଏହା ତୃତୀୟ ଥର ଯେତେବେଳେ ପୁଣି ୨୫ ଟଙ୍କା ବୃଦ୍ଧି କରାଯାଇଛି ।

ତିନି ମାସ ଭିତରେ ହୋଇସାରିଲାଣି ୨୦୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା
୧ ଡିସେମ୍ବରରେ ଗ୍ୟାସ ସିଲିଣ୍ଡରଗୁଡିକ ୫୯୪ ରୁ ୬୪୪ ଟଙ୍କାକୁ ବୃଦ୍ଧି ପାଇଥିଲା । ୧ ଜାନୁଆରୀରେ ପୁନର୍ବାର ୫୦ ଟଙ୍କା ବୃଦ୍ଧି କରାଯାଇଥିଲା ଓ ଏହା ପରେ ୬୪୪ ଟଙ୍କା ବିଶିଷ୍ଟ ସିଲିଣ୍ଡରକୁ ୬୯୪ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ୪ ଫେବୃଆରୀରେ ହୋଇଥିବା ବୃଦ୍ଧି ପରେ ଏହାର ଦାମ୍ ୬୪୪ ରୁ ୭୧୯ ଟଙ୍କାକୁ ବୃଦ୍ଧି ପାଇଥିଲା । ୧୫ ଫେବୃଆରୀରେ ଦାମ୍ ୭୧୯ ରୁ ୭୬୯ ଟଙ୍କାକୁ ବୃଦ୍ଧି ପାଇଥିଲା ଓ ଆଜି ଅର୍ଥାତ ୨୫ ଫେବୃଆରୀରେ ଦାମ୍ ୭୬୯ ରୁ ୭୯୪ ଟଙ୍କାକୁ ବୃଦ୍ଧି ପାଇଛି ।

ବାଣିଜ୍ୟିକ ଗ୍ୟାସର ଦାମ୍
ପ୍ରତ୍ୟେକ ମାସର ପ୍ରଥମ ଦିନରେ LPG ଦରରେ ପରିବର୍ତ୍ତନ ହୋଇଥାଏ । ଏଥର ୧ ଫେବୃଆରୀରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ଦାମ୍ କେବଳ ୧୯୦ ଟଙ୍କା ବୃଦ୍ଧି ପାଇଥିଲା । ଏହା ପରେ ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ୍ ୧୫୩୩.୦୦ ଟଙ୍କା, କୋଲକାତାରେ ୧୫୯୮.୫୦ ଟଙ୍କା, ମୁମ୍ବାଇରେ ୧୪୮୨.୫୦ ଟଙ୍କା ଓ ଚେନ୍ନାଇରେ ୧୬୪୯.୦୦ ଟଙ୍କାକୁ ବୃଦ୍ଧି ପାଇଛି ।

ଦେଶରେ ଏଲପିଜିର ପ୍ରାୟ ୯୯.୫ ପ୍ରତିଶତ ଲୋକଙ୍କ ପାଖରେ ପହଞ୍ଚି ସାରିଛି । ଦେଶରେ ଏଲପିଜିର ପ୍ରାୟ ୨୮.୯ କୋଟି ଗ୍ରାହକ ଅଛନ୍ତି । ଯଦିଓ ଜାନୁଆରୀ ମାସରେ ଏଲପିଜି ଦରରେ କୌଣସି ବୃଦ୍ଧି ହୋଇନଥିଲା । କିନ୍ତୁ ଡିସେମ୍ବରରେ ଦୁଇଥର ବୃଦ୍ଧି ଯୋଗୁଁ ଦିଲ୍ଲୀରେ ଏଲପିଜି ଦାମ୍ ସିଲିଣ୍ଡର ପିଛା ୧୦୦ ଟଙ୍କା ବୃଦ୍ଧି ପାଇଛି ।
Published by:Jagdish Barik
First published: