ଗଞ୍ଜାମ: ଅଲଗା ଜାତି ଯୋଗୁଁ ବିବାହ ସମ୍ଭବ ହେଉ ନ ଥିବାରୁ ଶୁଭସ୍ମିତା ଆତ୍ମହତ୍ୟା କରିନାହାନ୍ତି ତ?

ଅଭିଯୁକ୍ତ ପ୍ରେମିକ କୃଷ୍ଣଚନ୍ଦ୍ର ସାହୁଙ୍କ ବାପା କହିଛନ୍ତି ଯେ କିଛି ଦିନ ତଳେ ଶୁଭସ୍ମିତା ତାଙ୍କୁ ଫୋଲ୍ କରି ସେ କୃଷ୍ଣକୁ ଭଲ ପାଉଛି ଓ ତାକୁ ବିବାହ କରିବାକୁ ଚାହୁଁଛି ବୋଲି କହିଥିଲା । କିନ୍ତୁ ସେ ଏଥିରେ ରାଜି ହୋଇ ନ ଥିଲେ ।

ମୃତା ପ୍ରେମିକା ଶୁଭସ୍ମିତା; (ଡାହାଣ) ଗିରଫ ହେବା ପରେ କୃଷ୍ଣଚନ୍ଦ୍ର

ମୃତା ପ୍ରେମିକା ଶୁଭସ୍ମିତା; (ଡାହାଣ) ଗିରଫ ହେବା ପରେ କୃଷ୍ଣଚନ୍ଦ୍ର

  • Share this:
News18 Odia Digital

ବ୍ରହ୍ମପୁର: ନିଜ ପ୍ରେମିକାକୁ ସ୍ପିରିଟ୍‌ ଢ଼ାଳି ଜାଳି ହତ୍ୟା କରିଥିବା ଅଭିଯୋଗରେ ଗିରଫ ହେବାର ତିନି ଦିନ ପରେ ପ୍ରେମିକ କୃଷ୍ଣଚନ୍ଦ୍ର ସାହୁକୁ ଜେଲ୍‌ ପଠାଇଛି ପୋଲିସ । ହେଲେ ଏବେ ସୁଦ୍ଧା ପୋଲିସ ପାଖରେ ଅଭିଯୁକ୍ତ ବିରଦ୍ଧରେ ପ୍ରେମିକା ଶୁଭସ୍ମିତା ଖାଡ଼ଙ୍ଗାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀକୁ ଛାଡ଼ି ଦେଲେ ଅନ୍ୟ କୌଣସି ବଳିଷ୍ଠ ପ୍ରମାଣ ନାହିଁ ।

ଗଞ୍ଜାମ ଜିଲ୍ଳା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପପୁରରେ ଏକ ପରିତ୍ୟକ୍ତ ଘରୁରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିବା ପ୍ରେମିକା ଶୁଭସ୍ମିତା ଖାଡ଼ଙ୍ଗାଙ୍କ ହତ୍ୟା ଘଟଣାରେ ପ୍ରେମିକ କୃଷ୍ଣଚନ୍ଦ୍ର ସାହୁଙ୍କୁ ପୋଲିସ ପ୍ରାୟ ୫୦ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲା । ତା’ ପରେ ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟକୁ ନିଆଯିବା ସମୟରେ ବି କୃଷ୍ଣ ନିଜ ଦୋଷ ସ୍ବୀକାର କରି ନ ଥିଲା । ଏହା ଭିତରେ ତା’ ବାପା ଦେଇଛନ୍ତି ଏକ ଚାଞ୍ଚଲ୍ୟକର ବୟାନ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଯୁବତୀ ରାସ୍ତାରେ କାନ୍ଦି କହୁଥିଲେସୋନା ବାବୁ, ସୋନା ବାବୁ…;’ ପ୍ରେମିକ ଆଉ କାହାକୁ ବାହା ହେଉଥିଲା

‘‘ଶୁଭସ୍ମିତା କୃଷ୍ଣକୁ ବାହା ହେବ ବୋଲି ଜିଦ୍‌ ଧରିଥିଲା । ସେ କୃଷ୍ଣକୁ ଧମକ ବି ଦେଇଥିଲା । ଆମେ କୃଷ୍ଣର ବିବାହ ନେଇ ବିଭିନ୍ନ ସ୍ଥାନରେ ପ୍ରସ୍ତାବ ଦେଖୁଥିଲୁ ବୋଲି ଜାଣିବା ପରେ ଘଟଣାର କିଛି ଦିନ ପୂର୍ବରୁ ସେ ମୋତେ ଫୋନ କରିଥିଲା । କୃଷ୍ଣକୁ ସେ ଦୀର୍ଘ ବର୍ଷ ଧରି ଭଲ ପାଉଛି ଓ ତାକୁ ବିବାହ କରିବାକୁ ଚାହୁଁଛି ବୋଲି କହିଥିଲା । କିନ୍ତୁ ଏଥିରେ ମୁଁ ରାଜି ନ ହୋଇ ତାକୁ ତା’ ତାଙ୍କ ବାପାଙ୍କ ନମ୍ବର ମାଗିଥିଲି । ଏଥିରେ ରାଗିଯାଇ ସେ ଫୋନ୍‌ କାଟଦେଇଥିଲା । କୃଷ୍ଣ ସହିତ ବିବାହ ସମ୍ଭବ ହୋଇ ନ ଥିବାରୁ ଶୁଭସ୍ମିତା ନିଜ ଉପରେ ନିଜେ ସ୍ପିରିଟ ଢାଳି ନିଆଁ ଗଗେଇଥିବ ବୋଲି ମୁଁ ସନ୍ଦେହ କରୁଛି,’’ କହିଛନ୍ତି ଅଭିଯୁକ୍ତ କୃଷ୍ଣଙ୍କ ବାପା ପୂର୍ଣ୍ଣଚନ୍ଦ୍ର ସାହୁ ।

କୃଷ୍ଣଙ୍କ ବାପା ପୂର୍ଣ୍ଣଚନ୍ଦ୍ର ସାହୁ (ଡାହାଣ)


ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ କୃଷ୍ଣଚନ୍ଦ୍ର ଓ ଶୁଭସ୍ମିତାଙ୍କ ପ୍ରେମ ସମ୍ପର୍କରେ ବାଧକ ସାଜିଥିଲା ଜାତିଆଣ ଭାବ । ଶୁଭସ୍ମିତା ବ୍ରାହ୍ମଣ ହୋଇଥିବା ବେଳେ କୃଷ୍ଣଚନ୍ଦ୍ର ଓଡ଼ିଆ ଖଣ୍ଡାୟତ ଜାତିର । ସେଥି ପାଇଁ ଉଭୟଙ୍କ ପରିବାର ସେମାନଙ୍କ ପ୍ରେମ ସମ୍ପର୍କକୁ ବିରୋଧ କରୁଥିଲେ ।

ଏହା ବି ପଢ଼ନ୍ତୁ | ପ୍ରତି ପରିବାରରୁ ଜଣେ ଲୋକକୁ କେନ୍ଦ୍ର ସରକାର ଚାକିରି ଦେଉଛନ୍ତି? ଜାଣନ୍ତୁ ଭାଇରାଲ୍ଖବରର ସତ

‘‘ମୁଁ ଏହି ଘଟଣା (ଶୁଭସ୍ମିତାଙ୍କ ମୃତ୍ୟୁ) ବିଷୟରେ କିଛି ଜାଣିନି । ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଧୋଷ । ଘଟଣା ସମୟରେ ମୁଁ ଗାଁରେ ନ ଥିଲି । ଘଟଣା ସମ୍ପର୍କରେ ମୁଁ ଜଣେ ଗ୍ରାମବାସୀଙ୍କ ଠାରୁ ଶୁଣିଥିଲି । ପୋଲିସ ଘଟଣାର ତଦନ୍ତ କରୁଛି । ମୋ’ର କୋର୍ଟ ଉପରେ ବିଶ୍ବାସ ରହିଛି । ମୋତେ ନିଶ୍ଚିତ ନ୍ୟାୟ ମିଳିବ,’’ କୋର୍ଟକୁ ନିଆଯିବା ବେଳେ କହିଛି ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସାହୁ ।

ଏହା ବି ପଢ଼ନ୍ତୁ | Modiଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାର କେମିତି ହୋଇଥିଲା: ଗୋଟିଏ ଫୋନ୍ କଲ୍, ଆଉ ସଙ୍ଗେ ସଙ୍ଗେ ୧୧ ମନ୍ତ୍ରୀ ଇସ୍ତଫା ଦେଇଦେଲେ

କୃଷ୍ଣଙ୍କ ଓକିଲ ଶ୍ରୀହର୍ଷ ପ୍ରସାଦ ଦାସ କହିଛନ୍ତି ଯେ ଶୁଭସ୍ମିତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଆଧାରରେ ପୋଲିସ ନିଜର ତଦନ୍ତ ଜାରି ରଖିଥିଲେ ବି ଜମାନବନ୍ଦୀ ବ୍ୟତୀତ ଅନ୍ୟ ଦିଗ ଉପରେ ମଧ୍ୟ ପୋଲିସ ଧ୍ୟାନ ଦେବା ଆବଶ୍ୟକ । ‘‘ସ୍ପିରିଟ୍ ଘଟଣା ସ୍ଥଳକୁ କିଏ ଆଣିଲା ଓ ତାହା କେଉଁଠୁ କିଣାଯାଇଥିଲା ଆଦି ବିଷୟ ତାହା ବର୍ତ୍ତମାନ ତଦନ୍ତର ପରିସରକୁ ଆଶିବା ଆବଶ୍ୟକ । ଶୁଭସ୍ମିତା ଲ୍ୟାବ ଟେକନିସିଆନ୍‌ ଭାବେ ମୁଜାଗଡ଼ରେ କାମ କରୁଥିଲେ । ତେଣୁ ସେ ହିଁ ସ୍ପିରିଟ୍‌ ଆଣିଛନ୍ତି । ଖୋଲାଖୋଲି ଭାବେ ସ୍ପିରିଟ୍‌ ବିକ୍ରି ଉପରେ ତ କଟକଣା ରହିଛି । ଜାତିଗତ କାରଣ ଯୋଗୁଁ ବିବାହ ସମ୍ଭବ ହୋଇ ନ ଥିବା ଯୋଗୁଁ ଏଥିରେ ଉତ୍‌କ୍ଷିପ୍ତ ହୋଇ ସେ ନିଜକୁ ନିଜେ ସ୍ପିରିଟ୍‌ ଢାଳି ହତ୍ୟା କରିଛନ୍ତି,’’ ଦୃଢ଼ୋକ୍ତି କରିଛନ୍ତି ଦାସ ।



‘‘ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ କରି ଆମେ ତଦନ୍ତ ଆରମ୍ଭ କରିଥିଲୁ । ପରେ ମୃତ୍ୟୁକାଳୀନ ଜମାନବନ୍ଦୀକୁ ନେଇ ହତ୍ୟା ମାମଲାରେ କୃଷ୍ଣଙ୍କୁ କୋର୍ଟ ଚାଲାଣ କରିଛୁ । ତଦନ୍ତ ଜାରି ରହିଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ଓ ମୋବାଇଲ୍‌ ଫରେନସିକ୍‌ ଟିମ୍‌ ତଦନ୍ତ ଜାରି ରଖିଛି । ଖୁବ୍‌ ଶୀଘ୍ର ଏହାର ପ୍ରକୃତ କାରଣ ସ୍ପଷ୍ଟ ହେବ,’’ କହିଛନ୍ତି ଗଞ୍ଜାମ ଏସ୍‌.ପି. ବ୍ରିଜେଶ ରାୟ ।
Published by:Anand ST Das
First published: