ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଜଳି ମରିଥିବା ପ୍ରେମିକା ମିଛ କହିଲା ନା ଅଭିଯୁକ୍ତ ପ୍ରେମିକ ମିଛ କହୁଛି? ଗଞ୍ଜାମରେ ବଢ଼ିଲା ରହସ୍ୟ

ଜଳି ମରିଥିବା ପ୍ରେମିକା ମିଛ କହିଲା ନା ଅଭିଯୁକ୍ତ ପ୍ରେମିକ ମିଛ କହୁଛି? ଗଞ୍ଜାମରେ ବଢ଼ିଲା ରହସ୍ୟ

Ganjam girl allegedly burnt to death by her lover | ଗିରଫ ହୋଇଥିବା ପ୍ରେମିକ ସେହି ପରିତ୍ୟକ୍ତ ଘରେ ଶୁଭସ୍ମିତାଙ୍କୁ ବିବାହ ପାଇଁ ମନା କରିବା ପରେ ତାଙ୍କ ଉପରେ ସ୍ପିରିଟ୍ ଢାଳି ନିଆଁ ଲଗାଇ ଦେଇଥିଲା ବୋଲି ସେ ପୋଲିସକୁ କହିଥିଲେ । ପ୍ରେମିକ ଏହି ଅଭିଯୋଗକୁ ଖଣ୍ଡନ କରିଛି ।

ଜଳି ମରିଥିବା ପ୍ରେମିକା ମିଛ କହିଲା ନା ଅଭିଯୁକ୍ତ ପ୍ରେମିକ ମିଛ କହୁଛି? ଗଞ୍ଜାମରେ ବଢ଼ିଲା ରହସ୍ୟ
ଶୁଭସ୍ମିତାଙ୍କ ସହ ପ୍ରେମିକ କୃଷ୍ଣଚନ୍ଦ୍ର ସାହୁ; (ଡାହାଣ) ଗିରଫ ହେବା ପରେ କୃଷ୍ଣଚନ୍ଦ୍ର ସାହୁ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ପ୍ରତାପପୁରରେ ଜଣେ ଯୁବତୀ ନିଆଁରେ ପୋଡ଼ି ପ୍ରାଣ ହରାଇବା ଘଟଣା ରହସ୍ୟମୟ ହୋଇଉଠିଛି । ଶୁଭସ୍ମିତା ଖାଡ଼ଙ୍ଗା ନାମକ ଏହି ଯୁବତୀ ନିଜ ମୃତ୍ୟୁକାଳୀନ ବୟାନରେ ପୋଲିସକୁ କହିଥିଲେ ଯେ ତାଙ୍କୁ ତାଙ୍କ ପ୍ରେମିକ କୃଷ୍ଣଚନ୍ଦ୍ର ସାହୁ ସ୍ପିରିଟ୍ ଢାଳି ନିଆଁ ଲଗେଇଦେଇଥିଲା । ହେଲେ ଏହି ଅଭିଯୋଗକୁ ପ୍ରମାଣ କରିବା ପାଇଁ ପୋଲିସକୁ ମିଳୁନାହିଁ ବଳିଷ୍ଠ ପ୍ରମାଣ ।

ଗିରଫ ପ୍ରେମିକ କୃଷ୍ଣଚନ୍ଦ୍ର ସାହୁ ଦୃଢ଼ତାର ସହ କହିଛି ଯେ ଜୁଲାଇ ୨୭ ତାରିଖ ଅପରାହ୍ଣରେ ଘଟଣା ସମୟରେ ସେ ଅନ୍ୟତ୍ର ଥିଲା ଓ ନିଜ ଚାକିରି କାମ ଦ୍ୱାରା କମ୍ପ୍ୟୁଟରରେ ୟୁଜର୍ସମାନଙ୍କ ସହ ସମ୍ପର୍କରେ ଥିଲା । ଶୁଭସ୍ମିତାଙ୍କ ମୃତ୍ୟୁକାଳୀନ ବୟାନରେ କୃଷ୍ଣଚନ୍ଦ୍ରଙ୍କ ନାମ ଆସିବା ପରେ ପୋଲିସ ଆଶା କରୁଥିଲା ଯେ ସେ ଏହି ଅପରାଧକୁ ସ୍ୱୀକାର କରିଯିବେ । ହେଲେ କୃଷ୍ମଚନ୍ଦ୍ର ତାହା କରି ନ ଥବାରୁ ଏବେ ପୋଲିସ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଓ ପାରିପାର୍ଶ୍ବିକ ସ୍ଥିତି ସମେତ ଫରେନସିକ୍‌ ଯାଞ୍ଚ ଉପରେ ନିର୍ଭର କରିବା ଆରମ୍ଭ କରିଛି ।

ଏହା ବି ପଢ଼ନ୍ତୁ | ସାନ ଭାଇର ନିଜ ଭାଉଜ ସହ ପ୍ରେମ ହୋଇଗଲା; ତେଣୁ ବଡ଼ ଭାଇ ଦୁଇ ଜଣଙ୍କ ବିବାହ କରାଇଦେଲା

ସବୁଠୁ ବଡ଼ କଥା ହେଉଛି ଯେ ପ୍ରତାପପୁରରେ ଯେଉଁ ପରିତ୍ୟକ୍ତ ଘରେ ଶୁଭସ୍ମିତା ଅର୍ଦ୍ଧଦଗ୍ଧ ଅବସ୍ଥାରେ ପଡ଼ି ଚିତ୍କାର କରୁଥିଲେ, ତାହା ଆଖପାଖର ଲୋକେ ସେଠାରେ କୃଷ୍ମଚନ୍ଦ୍ରଙ୍କୁ ଦେଖି ନ ଥିବା କହିଛନ୍ତି । ଶୁଭସ୍ମିତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେହି ଘର ଭିତରକୁ ଧାଇଁଯାଇଥିଲେ ଓ ତାଙ୍କୁ ଉଦ୍ଧାର କରିଥିଲେ । ପୋଲିସ ଆସିବା ପରେ ଶୁଭସ୍ମିତାଙ୍କ ବୟାନ ଭିଡିଓ କ୍ୟାମେରାରେ ରେକର୍ଡ଼ କରାଯାଇଥିଲା । ସେଥିରେ ଅର୍ଦ୍ଧଦଗ୍ଧ ଶୁଭସ୍ମିତା କହିଥିଲେ ଯେ କୃଷ୍ଟଚନ୍ଦ୍ର ତାଙ୍କ ଉପରେ ସ୍ପିରିଟ୍‌ ଢାଳି ନିଆଁ ଲଗାଇଦେଇଥିଲା ।

ପ୍ରତାପପୁରରେ ଏହି ପରିତ୍ୟକ୍ତ ଘରୁ ଶୁଭସ୍ମିତା ଅର୍ଦ୍ଧଦଗ୍ଧ ଅବସ୍ଥାରେ ମିଳିଥିଲେ ।


ଏହି ଘଟଣାର କିଛି ଘଣ୍ଟା ମଧ୍ୟରେ ବ୍ରହ୍ମପୁରର ଏମ୍‌.କେ.ସି.ଜି. ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶୁଭସ୍ମିତାଙ୍କ ମୃତ୍ୟୁ ହେବା ପରେ ଏବେ ଏହା ଆତ୍ମହତ୍ୟା ଦିଗ ଆଡ଼କୁ ଅଧିକ ଇସାରା କରୁଛି ବୋଲି କେତେକ ଲୋକ କହିବା ଆରମ୍ଭ କରିଛନ୍ତି । ଏଭଳି ସ୍ଥିତିରେ ମୃତା ଯୁବତୀଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀକୁ ନେଇ ବି ଉଠିଛି ପ୍ରଶ୍ନ । ମୃତ୍ୟୁର କାରଣ ଖୋଜିବାକୁ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛନ୍ତି ପୋଲିସର ଦୁଇଟି ସ୍ପେସାଲ ଟିମ୍‌ ।

ଏହା ବି ପଢ଼ନ୍ତୁ | Porn Probe: ଶିଳ୍ପା ସେଟ୍ଟୀ ରାଜ୍ କୁନ୍ଦ୍ରାଙ୍କୁ ମୁହାଁମୁହିଁ ବସାଇ ପଚରା ଉଚୁରା ହେଲା; ଶିଳ୍ପା କାନ୍ଦିଲେ

ଶୂନଶାନ ପରିବେଶରେ ଥିବା ସେହି ପରିତ୍ୟକ୍ତ ଘର ଆଖପାଖରେ କେହି ଜଣେ ହେଲେ ବି ଲୋକ ନ ଥିଲେ । ତେଣୁ ସେଠାରେ ଶୁଭସ୍ମିତାଙ୍କ ଦେହରେ କେମିତି ନିଆଁ ଲାଗିଥିଲା ତାହା ନିର୍ଣ୍ଣୟ କରିବା ପୋଲିସ ପାଇଁ କାଠିକର ପାଠ ହେବାକୁ ଯାଉଛି । ଶୁଭସ୍ମିତାଙ୍କ ଚିତ୍କାର ଶୁଣି ଦୌଡ଼ି ଆସିଥିଲେ ଟିକିଏ ଦୂରରେ ବିଲରେ କାମ କରୁଥିବା କିଛି ଲୋକ । ସେମାନେ ସେହି ପରିତ୍ୟକ୍ତ ଘରେ ଶୁଭସ୍ମିତାଙ୍କୁ ପୋଡ଼ି ଯାଇ ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ ଓ ପୋଲିସକୁ ଖବର ଦେଇଥିଲେ ।

ଏହା ବି ପଢ଼ନ୍ତୁ | ପ୍ରତି ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକର ଦାମ୍ କେତେ? ତାକୁ ବଜାରରେ ବିକିଲେ କେତେ ଟଙ୍କା ମିଳିବ ଜାଣନ୍ତୁ

‘‘ଆମେ ଯେଉଁମାନେ ସେହି ପରିତ୍ୟକ୍ତ ଘର ଭିତରୁ ଯୁବତୀଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରିଥିଲୁ ଆମ ଭିତରୁ କେହି ଆସାମୀକୁ ଆଖପାଖରେ କେଉଁଠି ଦେଖିନାହୁଁ । ତେଣୁ ଏଇଟା ହତ୍ୟା ନା ଆତ୍ମହତ୍ୟା ଥିଲା ତାହା ପୋଲିସର ସଠିକ ତଦନ୍ତ କଲେ ହିଁ ଜଣାପଡ଼ିବ,’’ କହିଛନ୍ତି ଜଣେ ପ୍ରତାପପୁର ବାସିନ୍ଦା ।

ଶୁଭସ୍ମିତାଙ୍କ ବାପା ପ୍ରଶାନ୍ତ ଖାଡ଼ଙ୍ଗା ବି କୃଷ୍ଣଚନ୍ଦ୍ର ହତ୍ୟା କରିଥିବେ ବୋଲି କହିଛନ୍ତି ।


ଶୁଭସ୍ମିତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀକୁ ନେଇ ଅଡୁଆରେ ପଡ଼ିଛି ପୋଲିସ । ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସେହି ପରିତ୍ୟକ୍ତ ଘରେ ଶୁଭସ୍ମିତାଙ୍କୁ ବିବାହ ପାଇଁ ମନା କରିବା ପରେ ତାଙ୍କ ଉପରେ ସ୍ପିରିଟ୍ ଢାଳି ନିଆଁ ଲଗାଇ ଦେଇଥିଲା ବୋଲି ସେ ପୋଲିସ ନିକଟରେ କହିଥିଲେ । ଏହି ଅଭିଯୋଗକୁ ଏତେ ସହଜରେ ଏଡ଼ାଇ ଦେଇପାରୁନି ପୋଲିସ ।

ଏହା ବି ପଢ଼ନ୍ତୁ | Horror Story: ଖାଇ ପିଇ ୧୦ ଦିନ ନବଦମ୍ପତି ଗଛରେ ବିତାଇଲେ; ତଳେ ଭୋକିଲା ଭାଲୁ ଅନେଇଥିଲା

‘‘ଆମେ ଏହି ଘଟଣାର ସବୁ ଦିଗ ଉପରେ ନଜର ଦେଇ ତଦନ୍ତ କରୁଛୁ । ଦୁଇଟି ସ୍ବତନ୍ତ୍ର ଟିମ୍ ଭିନ୍ନ ଭିନ୍ନ ଦିଗରୁ ତଦନ୍ତ ଚଳାଇଛନ୍ତି । ଗିରଫ ମୁଖ୍ୟ ଅଭିଯୁକ୍ତ ତଥା ପ୍ରେମିକ କୃଷ୍ଣଚନ୍ଦ୍ରଙ୍କୁ ଜେରା କରାଯାଉଛି । ଏବେ ତଦନ୍ତ ପ୍ରାଥମିକ ପର୍ଯ୍ୟାୟରେ ହିଁ ଅଛି,’’ କହିଛନ୍ତି ପୁରୁଷୋତ୍ତମପୁର ଏସ୍‌.ଡି.ପି.ଓ. ସୂର୍ଯ୍ୟମଣି ପ୍ରଧାନ ।



ମୁଜାଗଡ଼ ହସ୍ପିଟାଲ ଓ ଶୁଭସ୍ମିତାଙ୍କ ଘରେ ଯାଇ ସରଜମିନ ତଦନ୍ତ ପରେ ଏବେ ସିସିଟିଭି ଫୁଟେଜର ସନ୍ଧାନରେ ଅଛି ପୋଲିସ । ଶୁଭସ୍ମିତାଙ୍କ ଉପରେ ଢଳାଯାଇଥିବା ରେକ୍ଟିଫାଏଡ୍ ସ୍ପିରିଟ୍ କେଉଁଠୁ ଆସିଲା ତା’ର ବି ଚାଲିଛି ଛାନଭିନ୍ । ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଉଛି ।
Published by: Anand ST Das
First published: July 29, 2021, 11:52 PM IST