ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଗଞ୍ଜାମରେ ବିଜୁଳି ବିଲ୍ ଶକ୍ ମାରୁଛି! କାହାର ₹୪ ଲକ୍ଷ ତ କାହାର ₹୫୦ ହଜାର; ଇଏ ତ ମହା ତ୍ରୁଟି!

ଗଞ୍ଜାମରେ ବିଜୁଳି ବିଲ୍ ଶକ୍ ମାରୁଛି! କାହାର ₹୪ ଲକ୍ଷ ତ କାହାର ₹୫୦ ହଜାର; ଇଏ ତ ମହା ତ୍ରୁଟି!

ତିନି ବଖରା ଘରେ ତିନୋଟି ଫ୍ୟାନ୍ ଓ ତିନୋଟି ବଲ୍ବ ଅଛି, ହେଲେ ମାସକର ବିଜୁଳି ବିଲ୍ ଆସିଛି ୪ ଲକ୍ଷ ୭୩ ହଜାର ଟଙ୍କାର । ୧୦ରୁ ଅଧିକ ପରିବାରକୁ ଏମିତି ତ୍ରୁଟିପୂର୍ଣ୍ଣ ବିଲ୍ ମିଳିବା ପରେ ଗାଁରେ ଅସନ୍ତୋଷ ପ୍ରକାଶ ପାଇଛି ।

ଗଞ୍ଜାମରେ ବିଜୁଳି ବିଲ୍ ଶକ୍ ମାରୁଛି! କାହାର ₹୪ ଲକ୍ଷ ତ କାହାର ₹୫୦ ହଜାର; ଇଏ ତ ମହା ତ୍ରୁଟି!
ସୁମିତ୍ରା ନାହାକ ଓ ତାଙ୍କ ଚାଳ ଘର
  • News18 Odia
  • Last Updated: August 26, 2021, 11:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ଗୋଟିଏ ପରିବାରକୁ ମାସକର ବିଜୁଳି ବିଲ୍ ଆସିଛି ୪ ଲକ୍ଷ ୭୩ ହଜାର ଟଙ୍କାର । ଏହି ବିଲ୍‌ ପାଇଥିବା ଲକ୍ଷ୍ମଣ ନାହାକଙ୍କର ନା କୌଣସି କମ୍ପାନୀ ଅଛି ନା ଅଛି କୌଣସି ବଡ଼ କୋଠା ଘର । ତିନି କୋଠାରୀ ବିଶିଷ୍ଟ ଘରେ ରହୁଥିବା ନାହାକ ଏତେ ବଡ଼ ବିଜୁଳି ବିଲ୍‌ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାଙ୍କ ଗାଁରେ ହୁରି କେତେକ ଲୋକଙ୍କୁ ବି ଏମିତି ବିଜୁଳି ଝଟକା ଲାଗିଛି ।

ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଳକର ଡ଼ିଆଁଡ଼େଇଁ ଗାଁରେ ଲୋକଙ୍କୁ ଦିଆଯାଇଥିବା ବିଦ୍ୟୁତ୍‌ ବିଲରେ ବ୍ୟାପକ ତ୍ରୁଟି ରହିଥିବା ଦେଖିବାକୁ ମିଳିଛି । ଏହି ଗାଁର ଜଣେ ବ୍ୟକ୍ତିଙ୍କୁ ୪ ଲକ୍ଷ ୭୩ ହଜାର ଟଙ୍କାର ମାସିକ ବିଦ୍ୟୁତ୍‌ ବିଲ୍‌ ଆସିଥିବା ବେଳେ ଆଉ ଜଣେ ଚାଳ ଘରେ ବସବାସ କରୁଥିବା ଲୋକଙ୍କୁ ୫୦ ହଜାର ଟଙ୍କାର ମାସିକ ବିଲ୍‌ ଆସିଛି । ଗାଁର ପ୍ରାୟ ୧୦ରୁ ଅଧିକ ପରିବାରକୁ ଆସିଥିବା ବିଦ୍ୟୁତ୍‌ ବିଲରେ ଏମିତି ବଡ଼ ତ୍ରୁଟି ରହିଛି । ଏହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ପରେ ବିଦ୍ୟୁତ୍‌ ବିଲ ରସିଦ୍‌କୁ ନେଇ ପଳାଇଛନ୍ତି ବିଦ୍ୟୁତ୍‌ ବିଭାଗର କର୍ମଚାରୀମାନେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ‘Hot & Cute’: ଅଭିନେତ୍ରୀ ଆୟଶା ଶର୍ମା ବ୍ରା ପିନ୍ଧି ଫଟୋଶୁଟ୍ କଲେ, ଫଟୋ ସବୁ ଶେୟାର୍ କଲେ

‘‘ଦୁଇ ଦିନ ତଳେ ଟାଟା ପାୱାରର କର୍ମଚାରୀମାନେ ଆସି ମୋତେ ମାସିକ ବିଦ୍ୟୁତ୍‌ ବିଲ୍‌ ଦେଇଥିଲେ । ବିଲକୁ ଦେଖିବା ପରେ ମୋ’ ହୋସ୍‌ ଉଡ଼ିଯାଇଥିଲା । ଗୋଟିଏ ମାସର ବିଦ୍ୟୁତ୍‌ ବିଲ୍ ଥିଲା ୪ ଲକ୍ଷ ୭୩ ହଜାର ୪୦୮ ଟଙ୍କା । ଗତ ମାସରେ ମୋ’ର ମାସିକ ବିଦ୍ୟୁତ୍‌ ବିଲ୍‌ ଥିଲା ମାତ୍ର ୧,୧୮୪ ଟଙ୍କା । ତେଣୁ ଚଳିତ ମାସ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା କେମିତି ହୋଇଗଲା?’’ ପଚାରିଛନ୍ତି ଲକ୍ଷ୍ମଣ ନାହାକ ।

ଲକ୍ଷ୍ମଣ ନାହାକ ନିଜ ବିଜୁଳି ବିଲ୍ ଦେଖାଉଛନ୍ତି ।


ଏହା ବି ପଢ଼ନ୍ତୁ | ରୁଷିଆର AK-47 ରାଇଫଲ୍ ଛାଡ଼ି ତାଲିବାନ୍ ଏବେ ଆମେରିକା-ନିର୍ମିତ ବନ୍ଧୁକ ବ୍ୟବହାର କରୁଛି

ତାଙ୍କ ଘରେ ତିନୋଟି କୋଠରୀ ରହିଛି ଓ ସେଥିରେ ତିନୋଟି ଫ୍ୟାନ୍‌ ଓ ତିନୋଟି ବଲ୍ବ ବ୍ୟବହାର ହେଉଛି । ‘‘ମୋ’ର ତ କୌଣସି କଳ କାରଖାନା ନାହିଁ । ଘରେ ବ୍ୟବହାର ହେଉଥିବା ବିଜୁଳି ପାଇଁ କେମିତି ଲକ୍ଷ ଲକ୍ଷ ଟଙ୍କାର ବିଲ୍‌ ଆସୁଛି ତା’ର ତଦନ୍ତ ହେବା ଆବଶ୍ୟକ,’’ କହିଛନ୍ତି ଲକ୍ଷ୍ମଣ ନାହକ ।

ଏହା ବି ପଢ଼ନ୍ତୁ | ବିଦାୟ କଲ୍ୟାଣ ସିଂ: BJP ଏହି ତୁଙ୍ଗ ନେତା ରାମ ମନ୍ଦିରର ସ୍ୱପ୍ନ ଦେଖିଥିଲେ, ଦିନଟିଏ ଜେଲ୍ରେ କାଟିଥିଲେ

ଡ଼ିଆଁଡ଼େଇଁ ଗାଁରେ ଏକ ଚାଳ ଘରେ ରହୁଥିବା ସୁମିତ୍ରା ନାହକ ନିଜ ମାସିକ ବିଦ୍ୟୁତ୍‌ ବିଲ୍‌ ଦେଖି ସେମିତି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଦୁଇଟି କୋଠରୀରେ ସେ ଓ ତାଙ୍କ ଝିଅ ରହୁଥିବା ବେଳେ ତାଙ୍କର ବିଦ୍ୟୁତ୍‌ ବିଲ୍‌ ଆସିଛି ୪୯ ହଜାର ୭୮୨ ଟଙ୍କା । ସୁମିତ୍ରା ଜଣେ ଚାଷୀ । ଚାଷରୁ ହେଉଥିବା ସ୍ୱଳ୍ପ ଆୟରେ ହିଁ ସେ ନିଜ ପରିବାର ପ୍ରତିପୋଷଣ କରନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ସୀମା ପାର୍ କରି ଭାରତରେ ପଶିଲେ ଜଣ ପାକିସ୍ତାନୀ ନାବାଳକ; ସ୍କୁଲରେ ପିଲାଙ୍କୁ ଦେଖି କାନ୍ଦିପକେଇଲେ

‘‘ଗତ ମାସ ମୋ’ର ମାତ୍ର ୧୯୯ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ଆସିଥିଲା । ମୁଁ ତାକୁ ପୈଠ କରିସାରିଥିଲି । କିନ୍ତୁ ଚଳିତ ମାସ ପ୍ରାୟ ୫୦ ହଜାର ଟଙ୍କାର ବିଦ୍ୟୁତ୍‌ ବିଲ୍‌ କେମିତି ଆସିଲା ତାହା ମୋ’ ପାଇଁ ଏକ ପ୍ରଶ୍ନ ହୋଇ ରହିଛି । ବିଲ୍ ଦେଇଥିବା କର୍ମଚାରୀ ମୋ’ଠାରୁ ବିଲ୍‌ ଛଡ଼ାଇ ଚାଲିଯାଇଥିଲେ,’’ କହିଛନ୍ତି ସୁମିତ୍ରା ନାହକ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ୩ଟି ଅଲିମ୍ପିକ୍ Gold ବିଜୟିନୀ ଆଥଲେଟ୍ କହିଲେ ସେ ମ୍ୟାଚ୍ ପୂର୍ବରୁ Sex କରନ୍ତି, କାରଣ ସଫଳତା ମିଳେ

ସେହି ଗାଁର ଅନ୍ୟ ଜଣେ ବାସିନ୍ଦା କୈଳାସ ନାହକଙ୍କ ବିଦ୍ୟୁତ୍‌ ବିଲରେ ବି ତ୍ରୁଟି ଥିବା ସେ ଅଭିଯୋଗ କରିଛନ୍ତି । ଗତ ମାସରେ କୈଳାସଙ୍କ ୧,୨୩୯ ଟଙ୍କା ବିଦ୍ୟୁତ୍‌ ବିଲ୍ ଆସିଥିବା ବେଳେ ସେ ୫୦୦ ଟଙ୍କା ପୈଠ କରିଥିଲେ । ସେହି ରାଶି ଚଳିତ ମାସରେ ନ କଟି ତାଙ୍କର ସଦ୍ୟ ବିଜୁଳି ବିଲ୍‌ ଆସିଛି ୩୯ ହଜାର ୭୫ ଟଙ୍କା! ତୁରନ୍ତ ବିଦ୍ୟୁତ୍‌ ବିଲ ସଂଶୋଧନ କରାଯାଇ ସଠିକ୍‌ ବିଲ୍‌ ଦିଆଯାଉ ବୋଲି ସେ ଦାବି କରିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | କାବୁଲ ଏୟାରପୋର୍ଟରେ କୁନି ଝିଅକୁ US UK ସୈନ୍ୟମାନଙ୍କୁ ଦିଆଯାଉଥିବାର ଭାଇରାଲ୍ VIDEO

ଏହି ମହା ତ୍ରୁଟି ବିଷୟରେ ପାୱାରଠାରୁ ନ୍ୟୁଜ୍‌୧୮ ଓଡ଼ିଆ ଡିଜିଟାଲ୍‌ ପକ୍ଷରୁ ପ୍ରତିକ୍ରିୟା ଲୋଡ଼ାଯାଇଥିଲେ ବି ବିଭାଗୀୟ ଅଧିକାରୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।



‘‘ଗାଁର ପ୍ରାୟ ୧୦ରୁ ଅଧିକ ଲୋକଙ୍କ ବିଜୁଳି ବିଲରେ ଏଭଳି ବିଶାଳ ତୃଟି ରହିଛି । ଗୋଟିଏ ପଟେ ପ୍ରତି ଦିନ ବାରମ୍ବାର ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେଉଥିବା ବେଳେ ଅନ୍ୟ ପଟେ ଏଭଳି ବିଦ୍ୟୁତ୍‌ ବିଲରେ ତ୍ରୁଟି ଯୋଗୁଁ ଆମେ ଗ୍ରାମବାସୀମାନେ ଅତିଷ୍ଠ ହୋଇପଡ଼ିଛୁ । ବିଲ୍‌ ଦେବାକୁ ଆସୁଥିବା ଲୋକଙ୍କୁ ଅଭିଯୋଗ କଲେ ସେମାନେ ଉପରିସ୍ଥି ଅଧିକାରୀଙ୍କୁ ଯାଇ କହିବାକୁ କହି ଗାଁରୁ ଚାଲଯାଉଛନ୍ତି । ତ୍ରୁଟିପୂର୍ଣ୍ଣ ବିଦ୍ୟୁତ୍‌ ବିଲକୁ ତୁରନ୍ତ ସଂଶୋଧନ କରାଯାଉ,’’ କହିଛନ୍ତି ମନୋରଞ୍ଜନ ନାହକ ।
Published by: Anand S.T. Das
First published: August 26, 2021, 11:54 PM IST