ଗଞ୍ଜାମ: ଲଘୁଚାପ ଜନିତ ଲଗାଣ ବର୍ଷାରେ ଜିଲ୍ଲାର ହଜାର ହଜାର ହେକ୍ଟର ଚାଷ ଜମି ଜଳ ଘେରରେ

ଗଞ୍ଜାମ ଜିଲ୍ଲାରେ ଗଲା ତିନି ଦିନ ହେବ ଲଘୁଚାପ ଜନିତ ଲଗାଣ ବର୍ଷାର ପ୍ରକୋପ ଲାଗିରହିଥିବା ବେଳେ ଏହାର ପ୍ରଭାବ ଜିଲ୍ଲାର ସମସ୍ତ ଅଞ୍ଚଳରେ ପଡ଼ିଛି।

ଚାଷ ଜମି ଜଳଘେରରେ

ଚାଷ ଜମି ଜଳଘେରରେ

  • News18 Odia
  • Last Updated :
  • Ganjam
  • Share this:
News 18 Odia Digital

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଗଲା ତିନି ଦିନ ହେବ ଲଘୁଚାପଜନିତ ଲଗାଣ ବର୍ଷାର ପ୍ରକୋପ ଲାଗିରହିଥିବା ବେଳେ ଏହାର ପ୍ରଭାବ ଜିଲ୍ଲାର ସମସ୍ତ ଅଂଚଳରେ ପଡିଛି । ଏହି ଲଗାଣ ବର୍ଷାର ପ୍ରକୋପ ରେ ଜିଲ୍ଲାର ହଜାର ହଜାର ହେକ୍ଟର ଚାଷ ଜମି ଏବେ ଜଳମଗ୍ନ ହୋଇଯାଇଥିବା ବେଳେ ବିଭିନ୍ନ ନଦୀର ଜଳପତ୍ତନ ବୃଦ୍ଧି ହେବାରେ ମଧ୍ୟ ଲାଗିଛି।

ଗଲା ତିନିଦିନ ହେବ ରାତି ଦିନ ବର୍ଷା ଲାଗିରହିଥିବା ବେଳେ ବିଶେଷ ଭାବେ ଚାଷଜମି ଗୁଡିକ ଏବେ ଜଳମଗ୍ନ ହୋଇଯାଇଛି । ଜିଲ୍ଲାର ଭଞ୍ଜନଗର , ଆସିକା , କବିସୂର୍ଯ୍ୟନଗର , ବୁଗୁଡା , ସୋରଡା , ଧରାକୋଟ ଓ ପୋଲସରା ସମେତ ସମସ୍ତ ଅଂଚଳରେ ଥିବା ହଜାର ହଜାର ହେକ୍ଟର ଧାନ ଚାଷ ଜମି ଜଳମଗ୍ନ ହୋଇଯାଇଥିବାର ଦେଖିବାକୁ ମିଳିଛି । ଏମିତି କି ଧାର କରଜ କରି ପନି ପରିବା ଫସଲ କରିଥିବା ଚାଷୀ ମାନଙ୍କ ପରିବା ଫସଲ ମଧ୍ଯ ନଷ୍ଟ ହୋଇଯାଇଥିବାର ଦେଖିବାକୁ ମିଳିଛି ।

ଗ୍ରାମର ଅଶୋକ ନାୟକ ଚାଷୀ ଏବେ ନିଜ ଚାଷ ଜମିରେ ଜଳମଗ୍ନକୁ ଦେଖି ଚିନ୍ତାରେ ପଡିଯାଇଥିବା ବେଳେ ମାତ୍ର ଗୋଟାଏ ଦିନ ମଧ୍ୟରେ ବର୍ଷା ନ ବନ୍ଦ ହେବା ଓ ଜମି ରୁ ପାଣି ନ ଛାଡିଲେ ତଳି ପୁରା ପୋଚୋକା ହୋଇଯିବାର ସମ୍ଵାଵନା ରହିଥିବା ସେ କହିଛନ୍ତି ।

ଅନ୍ୟପଟେ ଜିଲ୍ଲାର ପ୍ରମୁଖ ନଦୀ ରୂଷିକୁଲ୍ୟା ବାଘୁଆ ଓ ଧନେଇ ନଦୀରେ ଜଳପତ୍ତନ ବୃଦ୍ଧି ହେବାରେ ଲାଗିଛି । ଯଦି ଦିନେ ମଧ୍ଯ ରେ ବର୍ଷାର ପ୍ରକୋପ ନ କମେ ତେବେ ଫସଲ ନଷ୍ଟ ହେବା ସାଗଂକୁ ଜିଲ୍ଲାର ବିଭିନ୍ନ ଅଂଚଳ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଯାଇଛି । ତେବେ ଜିଲ୍ଲାର ସମସ୍ତ ଅଂଚଳର ହଜାର ହଜାର ହେକ୍ଟର ଫସଲ ଏହି ଲଘୁଚାପ ଜନିତ ଲଗାଣ ବର୍ଷାରେ ଧୋଇ ହୋଇଯିବାର ଆଶଙ୍କା କରାଯାଇଛି।
Published by:Soumyashree Mishra
First published: