ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ନେଇ ଗଞ୍ଜାମ ରାଜନୀତିରେ ଚର୍ଚ୍ଚା
- News18 Odia
- Last Updated :
- Brahmapur (Berhampur), India
News 18 Odia Digital
ବ୍ରହ୍ମପୁର: ଦୀର୍ଘ ମାସ ପରେ ପୁଣିଥରେ ବ୍ରହ୍ମପୁରରେ (Bramhapur) ଦେଖିବାକୁ ମିଳିଛି ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ (Siddhant Mahapatra) । ୨୦୨୪ ନିର୍ବାଚନର (2024 Election) ମାତ୍ର ବର୍ଷେ ପୂର୍ବରୁ ସାଂସଦଙ୍କ ସହରରେ ଏଭଳି ଉପସ୍ଥିତିକୁ ନେଇ ଏବେ ବେଶ୍ ଚର୍ଚ୍ଚା ଜୋର ଧରିଛି ।
ଏହି ଖବର ପଢ଼ନ୍ତୁ-
http://Vijay Ekadashi: ଶତ୍ରୁଙ୍କୁ ପରାସ୍ତ କରିବାକୁ ଚାଁହୁଛନ୍ତି କି? କରନ୍ତୁ ବିଜୟା ଏକାଦଶୀଗତକାଲି ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ଡ଼ା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା ରାମଚରିତ ମାନସ ପାରାୟଣ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ଡ଼ା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ନିମନ୍ତ୍ରଣ କରିଥିଲେ । ନିମନ୍ତ୍ରଣକୁ ରକ୍ଷା କରି ଗତାକାଲି ରାମଚରିତ ମାନସ ପାରାୟଣରେ ପହଞ୍ଚିଥିଲେ ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର । ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ପାରାୟଣରେ ଯୋଗଦେବା ସହିତ ବିଜେଡ଼ିର ବହୁ ନେତା ଓ କର୍ମୀଙ୍କ ସହିତ ସାକ୍ଷାତ କରି ବିଭିନ୍ନ ବିଷୟକୁ ନେଇ ମଧ୍ୟ ଆଲୋଚନା କରିଥିଲେ । ଏହାପରେ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ରହିଥିବା କରୁଣା ଡ଼ାକବଙ୍ଗଳାରେ କିଛି ବରିଷ୍ଠ ବିଜେଡ଼ି କର୍ମୀ ଓ ନେତାଙ୍କ ସହିତ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିଲେ । ସେଠାରୁ ପୁଣି ଛତ୍ରପୁରର ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କ ସହିତ ମିଶିଥିଲେ । ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଏଭଳି ଦିନିକିଆ ବ୍ରହ୍ମପୁରକୁ ଆସି ଗୋପାଳପୁର ଓ ଛତ୍ରପୁରରେ ଲୋକଙ୍କ ସହ ମିଶିବା ଓ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିବା ପରେ ଏବେ ସିଦ୍ଧାନ୍ତଙ୍କ ଗଞ୍ଜାମ ଜିଲ୍ଲା ରାଜନୀତିକୁ ଲେଉଟାଣିକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଏହି ଖବର ପଢ଼ନ୍ତୁ-
http://Rice politics: କେନ୍ଦ୍ର ସରକାର ହାତରେ ନମାରି ଭାତରେ ମାରୁଛନ୍ତି ? କାହିଁକି ଏମିତି କହିଲେ କୃଷିମନ୍ତ୍ରୀ‘‘ସିଦ୍ଧାନ୍ତ କୌଣସି ରାଜନୈତିକ ସଭା ଓ ସମିତିକୁ ଆସିନଥିଲେ । ରାମଚରିତ ମାନସ ପାରାୟଣ ଭଳି ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ବ୍ରହ୍ମପୁରକୁ ଆସିଥିଲେ । ଯେହେତୁ ବ୍ରହ୍ମପୁରର ଦୁଇଥର ସାଂସଦ ରହିଥିଲେ ସିଦ୍ଧାନ୍ତ ମହାପାତ୍ର । ତେଣୁ ତାଙ୍କୁ ସମସ୍ତେ ଜାଣିଥିବା ବେଳେ ତାଙ୍କ ସହ ସ୍ଥାନୀୟ ବାସିନ୍ଦାଙ୍କ ଭଲ ସମ୍ପର୍କ ରହିଛି । ଏହାଛଡ଼ା ଗୋପାଳପୁର ଓ ଛତ୍ରପୁରରେ ମଧ୍ୟ ସାଂସଦ ଥିବା ସମୟରେ ସିଦ୍ଧାନ୍ତଙ୍କ ଦବଦବା ରହିଥିଲା । ବର୍ତ୍ତମାନ ସେ ବ୍ରହ୍ମପୁର, ଗୋପାଳପୁର ଓ ଛତ୍ରପୁରକୁ ଯାଇ ପରିଚିତ ବ୍ୟକ୍ତିବିଶେଷଙ୍କୁ ମିଶିଛନ୍ତି । ସିଦ୍ଧାନ୍ତ ଯେହେତୁ ବିଜେଡ଼ିରେ ଜଣେ ବରିଷ୍ଠ ନେତା। ତେଣୁ ସେ ପୂର୍ବରୁ କାମ କରିଥିବା ନିଜ ଅଞ୍ଚଳ ବାସିନ୍ଦାଙ୍କ ସୁଖଦୁଃଖ ବୁଝିବା ଭଲ କଥା । କିନ୍ତୁ ସେଭଳି କିଛି ରାଜନୀତିକୁ ଲେଉଟାଣିକୁ ନେଇ ଆଲୋଚନା ହୋଇନାହିଁ ବୋଲି ରୋକଠୋକ ମନା କରିଛନ୍ତି,‘‘ ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ବିଧାୟକ ଡ଼ା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।