ଗଞ୍ଜାମରେ ହତ୍ୟାର ୨୦ ବର୍ଷ ପରେ ଧରାପଡ଼ିଲା ଅଭିଯୁକ୍ତ; ନାଁ ବଦଳାଇ ରାଜମିସ୍ତ୍ରୀ କାମ କରୁଥିଲା

ସେହି ହତ୍ୟା ମାମଲାରେ ରାଜେନ୍ଦ୍ର ଦାସ ଫେରାର୍ ଥିଲେ ହେଁ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ମୃତ ଯୁବକର ମା’ ରାଜେନ୍ଦ୍ରକୁ ଦେଖିବା ପରେ ସେ ହିଁ ହତ୍ୟାର ତୃତୀୟ ଅଭିଯୁକ୍ତ ବୋଲି ଚିହ୍ନଟ କରିଥିଲେ ।

ଗଞ୍ଜାମରେ ହତ୍ୟାର ୨୦ ବର୍ଷ ପରେ ଧରାପଡ଼ିଲା ଅଭିଯୁକ୍ତ; ନାଁ ବଦଳାଇ ରାଜମିସ୍ତ୍ରୀ କାମ କରୁଥିଲା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: March 13, 2021, 8:20 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର/କଟକ: ଗଲା ୨୦ ବର୍ଷ ଧରି ନିଜ ଗିରଫଦାରୀକୁ ଆଡ଼େଇବାକୁ ଲୁଚି ରହିଥିବା ଜଣେ ହତ୍ୟା ଅଭିଯୁକ୍ତ ଶେଷରେ ଗିରଫ ହୋଇଛି । ଓଡ଼ିଶା ପୋଲିସ ରାଜ୍ୟର ଥାନାଗୁଡ଼ିକରେ ପଡ଼ିରହିଥିବା ଜାମିନବିହୀନ ୱାରେଣ୍ଟକୁ (NBW) କାର୍ଯ୍ୟକାରୀ କରିବା ପାଇଁ ଆରମ୍ଭ କରିଥିବା ଏକ ସ୍ୱତନ୍ତ୍ର ଅଭିଯାନ ବେଳେ ଗଞ୍ଜାମ ଜିଲ୍ଲାରେ ଏହି ହତ୍ୟା ଅଭିଯୁକ୍ତ ଗିରଫ ହୋଇଛି ।

‘‘ଛତ୍ରପୁର ଥାନା ଅନ୍ତର୍ଗତ ସରଭିମପୁର ଗାଁର ୪୨ ବର୍ଷୀୟ ରାଜେନ୍ଦ୍ର ଦାସ ଓରଫ ବୁଲା ଦାସ ନାମକ ହତ୍ୟା ଅଭିଯୁକ୍ତକୁ ପୋଲିସ ବୁଧବାର ରାତିରେ ପୁରୁଷୋତ୍ତମପୁର ନିକଟରୁ ଗିରଫ କରିଛି । ସେହି ଗାଁର ଅନ୍ୟ ଦୁଇ ଜଣଙ୍କ ମିଶି ରାଜେନ୍ଦ୍ର ୨୦୦୦ ମସିହା ଅକ୍ଟୋବର ୧୬ ତାରିଖ ଦିନ ଗୋପୀ ଦାସଙ୍କ ପୁଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ୨୦୦୧ ମସିହା ୧୯ ତାରିଖ ଦିନ ମୃତ ଶରୀରକୁ ଉଦ୍ଧାର କରି ପୋଲିସ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ହେଲେ ରାଜେନ୍ଦ୍ର ଫେରାର୍‌ ହୋଇଯାଇଥିଲା,’’ କହିଛନ୍ତି ଛତ୍ରପୁର ଥାନା ଇନ୍ସପେକ୍ଟର ପ୍ରିୟସ ରଞ୍ଜନ ଛୋଟରାୟ ।

ଏହା ବି ପଢ଼ନ୍ତୁ | ମହାରାଷ୍ଟ୍ରରେ ବଢୁଛି Corona ସଂକ୍ରମଣ; ଦିନକରେ ୧୪,୦୦୦ ମାମଲା; ପୁଣି ଲକଡାଉନ୍ ଜାରି ହୋଇପାରେ

ସେହି ହତ୍ୟା ମାମଲାରେ ରାଜେନ୍ଦ୍ର ଫେରାର୍‌ ଥିଲେ ହେଁ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ରାଜେନ୍ଦ୍ର ଦାସ୍‌ ଏହି ହତ୍ୟାକାଣ୍ଡ ପରେ ବେଶୀ ଦୂର ନ ଯାଇ ପୁରୁଷୋତ୍ତମପୁରରେ ହିଁ ରହୁଥିଲା ଓ ନିଜ ନାଁ ବଦଳାଇ ବୁଲା ଦାସ୍‌ ରୂପେ ନିଜ ପରିଚୟ ଦେଉଥିଲା । ସେ ରାଜମିସ୍ତ୍ରୀ ଭାବେ କାମ କରୁଥିଲା ।

ପୋଲିସ ତା’ ବିଷୟରେ ଜାଣିବା ପରେ ସେ ରହୁଥିବା ଘରେ ରେଡ୍‌ କରି ତାକୁ ଗିରଫ କରିଥିଲା । ମୃତ ଯୁବକର ମା’ ରାଜେନ୍ଦ୍ରକୁ ଦେଖିବା ପରେ ସେ ହିଁ ହତ୍ୟାର ତୃତୀୟ ଅଭିଯୁକ୍ତ ବୋଲି ତାକୁ ଚିହ୍ନଟ କରିଥିଲେ ।

ଏହା ବି ପଢ଼ନ୍ତୁ | IND Vs ENG: ଇଂଲଣ୍ଡ ଠାରୁ ଭାରତର ଲଜ୍ଜାଜନକ ପରାଜୟ; ୨୭ଟି ବଲ୍ ବାକି ଥିଲା; ଇଂଲଣ୍ଡ ଜିତିଗଲା

ଗଞ୍ଜାମ ଜିଲ୍ଲାରେ ମାର୍ଚ୍ଚ ୭ ତାରିଖରୁ ଜାମିନବିହୀନ ଗିରଫ ପରୱାନାଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ପୂରା ମାର୍ଚ୍ଚ ମାସରେ ଜାରି ରହିବ ବୋଲି ସୂତ୍ରରୁ ପ୍ରକାଶ ।

ଏହି ଅଭିଯାନରେ ଅନ୍ୟ ଏକ ମାମଲାରେ ଗଞ୍ଜାମ ପୋଲିସ ମଙ୍ଗଳବାର ଦିନ ଜିଲ୍ଲାର ତାରସିଙ୍ଗି ଥାନା ଅନ୍ତର୍ଗତ କାଳିଙ୍ଗପଦରା ଗ୍ରାମରୁ ଏକ ହତ୍ୟାକାଣ୍ଡର ୩୦ ବର୍ଷ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ୧୯୯୧ ମସିହାରେ କଟକରେ ଘଟିଥିବା ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ପ୍ରଦୀପ ନାୟକକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି ।

ଏହା ବି ପଢ଼ନ୍ତୁ | ମୋଦୀ 'ଅମୃତ ମହୋତ୍ସବ' ଶୁଭାରମ୍ଭ କଲେ; ୯୧ ବର୍ଷ ତଳେ ମହାତ୍ମା ଗାନ୍ଧୀଙ୍କ ଦାଣ୍ଡି ଯାତ୍ରାକୁ ମନେ ପକେଇଲେ

ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହୋଇଥିବା NBWଗୁଡ଼ିକୁ କାର୍ଯ୍ୟକାରୀ କରିବାର ସ୍ୱତନ୍ତ୍ର ଅଭିଯାନ ଫଳପ୍ରଦ ହେଉଛି ବୋଲି କହିଛନ୍ତି ଓଡିଶା ପୋଲିସର ଜଣେ ବରିଷ୍ଠ ଅଧିକାରୀ । ମାର୍ଚ୍ଚ ୯ ତାରିଖ ସୁଦ୍ଧା ତିନି ଦିନ ମଧ୍ୟରେ ମୋଟ ୯୭୩ଟି ୱାରେଣ୍ଟ୍‌ କାର୍ଯ୍ୟକାରୀ କରାଯାଇଛି ବୋଲି ସେ କହିଛନ୍ତି ।



ଏହି ତିନି ଦିନ ମଧ୍ୟରେ ଗଞ୍ଜାମ, ନୟାଗଡ଼, କଟକ, ବାଲେଶ୍ୱର ଓ କେନ୍ଦ୍ରାପଡା ଜିଲ୍ଲାରେ ବହୁ ସଂଖ୍ୟକ ୱାରେଣ୍ଟ କାର୍ଯ୍ୟକାରୀ କରାଯାଇଥିବା ଜଣାପଡ଼ିଛି । (ପିଟିଆଇ)
Published by: Anand Shankar Thankur Das
First published: March 13, 2021, 8:20 PM IST