ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ମ୍ୟାଟ୍ରିକ୍ ପାସ୍‌ କଲେ MLA ପୂର୍ଣ୍ଣଚନ୍ଦ୍ର ସ୍ବାଇଁ; B2 ଗ୍ରେଡ୍‌ ପାଇଲେ; ଇଂରାଜୀରେ ୪୪ ମାର୍କ ରଖିଲେ

ମ୍ୟାଟ୍ରିକ୍ ପାସ୍‌ କଲେ MLA ପୂର୍ଣ୍ଣଚନ୍ଦ୍ର ସ୍ବାଇଁ; B2 ଗ୍ରେଡ୍‌ ପାଇଲେ; ଇଂରାଜୀରେ ୪୪ ମାର୍କ ରଖିଲେ

Ganjam MLA Purnachandra Swain passes matric | ବ୍ରହ୍ମପୁରରେ ଏକ ସରକାରୀ ହାଇ ସ୍କୁଲରେ ପଢୁଠିବା ବେଳେ ନବମ ଶ୍ରେଣୀରୁ ପଢ଼ା ଛାଡ଼ିଦେଇଥିଲେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ । ଏବେ ୪୯ ବର୍ଷ ବୟସରେ ସେ ମ୍ୟାଟ୍ରିକ୍‌ ପାସ୍‌ କରିବାରେ ସଫଳତା ପାଇଛନ୍ତି ।

ମ୍ୟାଟ୍ରିକ୍ ପାସ୍‌ କଲେ MLA ପୂର୍ଣ୍ଣଚନ୍ଦ୍ର ସ୍ବାଇଁ; B2 ଗ୍ରେଡ୍‌ ପାଇଲେ; ଇଂରାଜୀରେ ୪୪ ମାର୍କ ରଖିଲେ
ମ୍ୟାଟ୍ରିକ୍ ପରୀକ୍ଷା କେନ୍ଦ୍ରରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ
  • News18 Odia
  • Last Updated: August 24, 2021, 11:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମ୍ୟାଟ୍ରିକ୍ ପାସ୍‌ କରିଛନ୍ତି ଗଞ୍ଜାମ ଜିଲ୍ଲା ସୋରଡ଼ାର ୪୯-ବର୍ଷୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ । ମୋଟ ୫୦୦ ମାର୍କରୁ ୩୪୦ ମାର୍କ ରଖି ସେ ବି୨ ଗ୍ରେଡରେ ପାସ୍ କରିଛନ୍ତି । ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟଫିକେଟ୍ ଅଧୀନରେ ଶାସକ ଦଳ ବିଜେଡିର ଏହି ବିଧାୟକ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ ।

ସୋରଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ପରୀକ୍ଷା ସେଣ୍ଟର୍‌ ହୋଇଥିଲା । ରାଜ୍ୟରେ ଜୁଲାଇ ୩୦ ତାରିଖରୁ ଅଫଲାଇନ୍‌ ମୋଡରେ ହୋଇଥିବା ମ୍ୟାଟ୍ରିକ ପରୀକ୍ଷାରେ ସେ ବସିଥିଲେ । କୋଭିଡ କାରଣରୁ ସେ ଅନ୍ୟ ପରୀକ୍ଷାର୍ଥୀଙ୍କ ସହ ନ ବସି ଆଇସୋଲେସନ୍‌ ହଲରେ ପରୀକ୍ଷା ଦେଇଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଐଶ୍ୱର୍ଯ୍ୟା ରାୟ ବଚ୍ଚନ କ’ଣ ପୁଣି ଗର୍ଭବତୀ ହୋଇଛନ୍ତି? ତାଜା ଫଟୋରୁ ଜନ୍ମ ହେଲା କଳ୍ପନା ଜଳ୍ପନା

ସ୍ୱାଇଁ ଇଂରାଜୀ, ଓଡ଼ିଆ, ସାମାଜିକ ବିଜ୍ଞାନ, ଗୃହ ବିଜ୍ଞାନ ଓ ପେଣ୍ଟିଂ ପରୀକ୍ଷା ଦେଇଥିଲେ ମଧ୍ୟ ପେଣ୍ଟିଂ ପରୀକ୍ଷାରେ ସର୍ବାଧିକ ୮୫ ମାର୍କ ରଖିଛନ୍ତି। ସେ ଇଂରାଜୀରେ ସର୍ବନିମ୍ନ ୪୪ ମାର୍କ ରଖିଥିବା ଜଣାପଡ଼ିଛି । ସୋରୋଡାରୁ ତିନି ଥର ବିଧାୟକ ହୋଇଥିବା ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ପୂର୍ବରୁ ଅନେକ ଥର ମ୍ୟାଟ୍ରିକ୍‌ ପରୀକ୍ଷା ଦେଇଥିଲେ ମଧ୍ୟ ବିଭିନ୍ନ କାରଣରୁ ପାସ୍‌ କରିପାରି ନ ଥିଲେ ।

ଏହା ବି ପଢ଼ନ୍ତୁ | ଯିବେ କୁଆଡ଼େ ଆଫଗାନ୍ଶରଣାର୍ଥୀମାନେ? ଅଧିକାଂଶ ମୁସଲିମ୍ଦେଶ ସେମାନଙ୍କୁ ନେବାକୁ ଚାହୁଁନାହାନ୍ତି

୨୦୦୯ରୁ ସୋରୋଡ଼ା ନିର୍ବାଚନ ମଣ୍ଡଳୀରୁ ଜିତିଆସୁଥିବା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଗଞ୍ଜାମ ଜିଲ୍ଲାର ଅଫଲାଇନ୍ ହାଇସ୍କୁଲ୍ ସାର୍ଟିଫିକେଟ୍ (HSC) ପରୀକ୍ଷାରେ ବସିଥିବା ୧,୧୨୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିଲେ । ପୂର୍ବରୁ ତାଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ମଧ୍ୟ ବିବାଦ ଉପୁଜିଥିଲା । ଏପରିକି ତାଙ୍କ ନାମରେ ମିଥ୍ୟ ସତ୍ୟପାଠ କରିଥିବା ଅଭିଯୋଗ ମଧ୍ୟ ଆସିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ରାଖୀ ପୂର୍ଣ୍ଣିମାରେ ସାପକୁ ରାଖୀ ପିନ୍ଧାଉଥିଲେ ଯୁବକ; ସାପ କାମୁଡ଼ାରେ ପ୍ରାଣ ଗଲା

ବ୍ରହ୍ମପୁର ମେଡିକାଲ୍‌ କ୍ୟାମ୍ପସରେ ଥିବା ସରକାରୀ ହାଇସ୍କୁଲରେ ପଢୁଠିବା ବେଳେ ନବମ ଶ୍ରେଣୀରୁ ପଢ଼ା ଛାଡ଼ିଦେଇଥିଲେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ । ନିକଟରେ ସ୍ୱାଇଁ ତାଙ୍କ ଗାଁ ଅମୁରୁତୁଲୁରେ କୋଭିଡ୍ ନିୟମାବଳୀର ଉଲ୍ଲଙ୍ଘନ କରି ଏକ ଭୋଜିର ଆୟୋଜନ କରିଥିବା ଯୋଗୁଁ ଚର୍ଚ୍ଚାରେ ଥିଲେ ।

ଏହା ବି ପଢ଼ନ୍ତୁ | Amazon ପାଖରେ ଅଛି ଗୁପ୍ତ ୱେବସାଇଟ୍; ଅଧାରୁ ବି କମ୍ ଦାମରେ କିଣିପାରିବେ ବିଭିନ୍ନ ସାମଗ୍ରୀ

ମଙ୍ଗଳବାର ଦିନ (ଅଗଷ୍ଟ ୨୪) ରାଜ୍ୟରେ ମ୍ୟାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷାର ରେଜଲ୍ଟ ବାହାରିଛି । ପୂର୍ବ ଫଳରେ ଅସନ୍ତୁଷ୍ଟ ହୋଇ ଏହି ଅଫଲାଇନ୍‌ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୭୧ ଜଣ ପରୀକ୍ଷାର୍ଥୀ ପୂର୍ବ ଅପେକ୍ଷା ଅଧିକ ମାର୍କ ରଖିଛନ୍ତି ଓ ୪୫୯ ଜଣ ପରୀକ୍ଷାର୍ଥୀ ପୂର୍ବ ଅପେକ୍ଷା କମ୍‌ ମାର୍କ ରଖିଛନ୍ତି । ଏହି ପରୀକ୍ଷାରେ ପାସ୍‌ ହାର ରହିଛି ୮୦.୮୩ ପ୍ରତିଶତ ।

ଏହା ବି ପଢ଼ନ୍ତୁ | କରୋନା 3rd Wave: ସେପ୍ଟେମ୍ବରରେ ଦୈନିକ ଲକ୍ଷ ମାମଲା ଆସିପାରେ ବୋଲି କହିଲା ନୀତି ଆୟୋଗ

ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା ଏହି ପରୀକ୍ଷା ଫଳକୁ ଘୋଷଣା କରିଛନ୍ତି । ବହୁ ବାଦବିବାଦ ପରେ ରେଜଲ୍ଟରେ ଅସନ୍ତୁଷ୍ଟ ଥିବା ୬,୬୨୦ ଜଣ ପରୀକ୍ଷାର୍ଥୀ ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୫,୨୩୩ ଜଣ ପାସ୍‌ କରିଛନ୍ତି। ଏଥିରେ ୩,୧୦୦ ଜଣ ଛାତ୍ର ପାସ କରିଥିବା ବେଳେ ୨,୧୩୩ ଜଣ ଛାତ୍ରୀ ପାସ କରିଛନ୍ତି। ଏ-୧ ରେ ୪୨ ଜଣ, ଏ-୨ ରେ ୨୫୫ ଜଣ, ବି-୧ ରେ ୩୪୮ ଜଣ ଓ ବି-୨ ରେ ୪୫୮ ଜଣ ପାସ୍‌ କରିଛନ୍ତି ।

ଏହା ବି ପଢ଼ନ୍ତୁ | ବିଦାୟ କଲ୍ୟାଣ ସିଂ: BJP ଏହି ତୁଙ୍ଗ ନେତା ରାମ ମନ୍ଦିରର ସ୍ୱପ୍ନ ଦେଖିଥିଲେ, ଦିନଟିଏ ଜେଲ୍ରେ କାଟିଥିଲେ

ଯେଉଁ ପରୀକ୍ଷାର୍ଥୀମାନେ ଗୋଟିଏ କି ଦୁଇଟି ବିଷୟରେ ପରୀକ୍ଷା ଦେଇ ଅନ୍ୟ ବିଷୟରେ ଅନୁପସ୍ଥିତ ଥିଲେ ସେମାନଙ୍କୁ ପୂର୍ବରୁ ମିଳିଥିବା ବିନା ପରୀକ୍ଷାର ମାର୍କ ଆଧାରରେ ପାସ୍‌ କରଯାଇଛି । ପରୀକ୍ଷାରେ ସମ୍ପୂର୍ଣ୍ଣ ଅନୁପସ୍ଥିତ ଥିବା ୧,୦୮୬ ଜଣ ବିଦ୍ୟାର୍ଥୀଙ୍କୁ ମଧ୍ୟ ପାସ୍‌ କରାଯାଇଛି ।



କରୋନା ମହାମାରୀ କାରଣରୁ ଏ ବର୍ଷ ମାଟ୍ରିକ୍‌ ପରୀକ୍ଷାକୁ ବାତିଲ କରାଯାଇଥିଲା । ଏହା ପରେ ପରୀକ୍ଷାର୍ଥୀମାନଙ୍କର ନବମ ଓ ଦଶମ ଶ୍ରେଣୀର ସ୍କୁଲ୍‌ ମାର୍କକୁ ଆଧାର କରି ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ତେବେ ନମ୍ବରକୁ ନେଇ ଅସନ୍ତୁଷ୍ଟ ଥିବା ପରୀକ୍ଷାର୍ଥୀମାନଙ୍କ ପାଇଁ ଜୁଲାଇ ୩୦ରେ ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା ଆରମ୍ଭ କରିଥିଲା ମାଧ୍ୟମିକ ଶିକ୍ଷା ପରିଷଦ । ଏଥିରେ ରେଗୁଲାର, ମାଧ୍ୟମା ଓ ଷ୍ଟେଟ୍‌ ଓପନ୍‌ ସ୍କୁଲ ସାର୍ଟିଫିକେଟ ପାଇଁ ୧୫,୦୦୦ରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀ ଆବେଦନ କରିଥିଲେ।
Published by: Anand S.T. Das
First published: August 24, 2021, 11:52 PM IST