ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଗଞ୍ଜାମରେ ୨ ହଜାର ଟଙ୍କା ପାଇଁ ଗାଁ ଦାଣ୍ଡରେ ଛୁରୀ ଭୁସି ହତ୍ୟା କଲା; ଲୋକେ VIDEO ବନେଇଲେ

ଗଞ୍ଜାମରେ ୨ ହଜାର ଟଙ୍କା ପାଇଁ ଗାଁ ଦାଣ୍ଡରେ ଛୁରୀ ଭୁସି ହତ୍ୟା କଲା; ଲୋକେ VIDEO ବନେଇଲେ

ଏହି ହତ୍ୟାକାଣ୍ଡକୁ ଅନେକ ଗ୍ରାମବାସୀ ଠିଆହୋଇ ଦେଖୁଥିଲେ ମଧ୍ୟ କେହି ଅଭିଯୁକ୍ତ ଯୁବକକୁ ଅଟକାଇବାକୁ ଚେଷ୍ଟା କରି ନ ଥିଲେ । ବରଂ ସମସ୍ତେ ନିଜ ନିଜ ମୋବାଇଲ୍‌ ଫୋନରେ ସେହି ହତ୍ୟାର ଭିଡିଓ ବନାଉଥିଲେ ।

ଗଞ୍ଜାମରେ ୨ ହଜାର ଟଙ୍କା ପାଇଁ ଗାଁ ଦାଣ୍ଡରେ ଛୁରୀ ଭୁସି ହତ୍ୟା କଲା; ଲୋକେ VIDEO ବନେଇଲେ
ମୃତକ ଟୁକୁନା ଛଟେଇର ପରିଜନ ଶବ ପାଖରେ କାନ୍ଦୁଛନ୍ତି ।
  • News18 Odia
  • Last Updated: April 16, 2021, 3:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: କବିସୂର୍ଯ୍ୟନଗରରେ ଘଟିଯାଇଛି ଏକ ଲୋମହର୍ଷକ ହତ୍ୟାକାଣ୍ଡ । ଅନେକ ଗ୍ରାମବାସୀଙ୍କ ସାମନାରେ ଜଣେ ଯୁବକ ଦିନ ଦ୍ୱିପହରେ ଗାଁ ଦାଣ୍ଡରେ ଜଣେ ବ୍ୟକ୍ତିଙ୍କୁ ଛୁରୀ ଭୁସି ହତ୍ୟା କରିଛି । ପାଖରେ ଥିବା ଜଣେ ମହିଳା ଅଭିଯୁକ୍ତକୁ ରୋକିବାକୁ ଚେଷ୍ଟା କରିଥିଲେ ବି ସେ ଅଟକି ନ ଥିଲା । ବାରମ୍ବାର ଟୁକୁନା ଛଟେଇ ନାମକ ଯୁବକର ବେକରେ ଛୁରୀ ଭୁସି ତାକୁ ହତ୍ୟା କରିଥିଲା ।

ଏ.ବରିଡ଼ା ଗାଁରେ ଶୁକ୍ରବାର ସକାଳ ୭ଟା ୪୦ ପାଖାପାଖି ଘଟିଥିଲା ଏହି ଛାତିଥରା ଘଟଣା । ଏହାକୁ ଅନେକ ଗ୍ରାମବାସୀ ଦେଖୁଥିଲେ ମଧ୍ୟ କେହି ଅଭିଯୁକ୍ତ ଯୁବକକୁ ଅଟକାଇ ଟୁକୁନା ଛଟେଇକୁ ମୃତ୍ୟୁ ମୁଖରୁ ବଞ୍ଚାଇବାକୁ ଚେଷ୍ଟା କରି ନ ଥିଲେ । ବରଂ ଅନେକ ଲୋକ ନିଜ ମୋବାଇଲ୍‌ ଫୋନରେ ସେହି ହତ୍ୟାର ଭିଡିଓ ବନାଉଥିଲେ । ହତ୍ୟା ଘଟିବାର ଘଣ୍ଟାକ ମଧ୍ୟରେ ସେହି ଭିଡିଓ ଭାଇରାଲ୍‌ ହେବା ଆରମ୍ଭ ହୋଇଥିଲା । ମାତ୍ର ୨ ହଜାର ଟଙ୍କା ପାଇଁ ଏହି ହତ୍ୟା କରାଯାଇଥିଲା ବୋଲି ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ | ହୋଲି ଖେଳୁ ଖେଳୁ ମଥାରେ ଲଗେଇଦେଲା ସିନ୍ଦୂର; ବାସ୍, ହୋଲି ପର ଦିନ ହୋଇଗଲା ବାହାଘର

‘‘ମାତ୍ର ଦୁଇ ହଜାର ଟଙ୍କା ପାଇଁ ରାଧାକୃଷ୍ଣ ସାହୁ ମୋ’ ଭାଇକୁ ହତ୍ୟା କରିଦେଲା । ତାକୁ କୁହାଯାଇଥିଲା ଯେ ତା’ର ଦୁଇ ହଜାର ଟଙ୍କା ତାକୁ ଜଲଦି ମିଳିଯିବ । ହେଲେ ସେ ତା’ର ପ୍ରାଣ ନେଇଗଲା । ହତ୍ୟାକାରୀକୁ କଠୋର ଦଣ୍ଡ ମିଳିବା ଉଚିତ । ତାକୁ ଫାଶି ଦଣ୍ଡ ମିଳିବା ଉଚିତ,’’ କାନ୍ଦି କାନ୍ଦି କହିଛନ୍ତି ମୃତକଙ୍କ ଭାଇ ଶଙ୍କର ଛଟେଇ ।

ଭାଇରାଲ୍ ଭିଡିଓରେ ଥିବା ହତ୍ୟା ସମୟର ଏକ ଦୃଶ୍ୟ


ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ବିବାହିତ ପୁରୁଷଙ୍କ ସହ ପ୍ରେମ? ଅଭିନେତ୍ରୀ ରେଖା ଏହା ବିଷୟରେ କହିଲେ ଜାଣନ୍ତୁ - VIDEO

ହତ୍ୟାକାରୀ ୨୩-ବର୍ଷୀୟ ରାଧାକୃଷ୍ଣ ସାହୁ ଗୁଜରାତର ସୁରତରେ ରହି ଫ୍ୟାକ୍ଟରିରେ କାମ କରୁଥିଲା ଓ ପ୍ରାୟ ମାସେ ତଳେ ଘରକୁ ଫେରି ଆସିଥିଲା ବୋଲି ଜଣାପଡ଼ିଛି । ତା’ ନାଁରେ ପୂର୍ବରୁ କୌଣସି ଅଭିଯୋଗ ନ ଥିଲା ବୋଲି କହିଛି ପୋଲିସ । ମୃତକ ୩୨-ବର୍ଷୀୟ ଟୁକୁନା ଛଟେଇ ଜଣେ ଲେବର୍‌ କଣ୍ଟ୍ରାକ୍ଟର୍‌ ଭାବେ କାମ କରୁଥିବା ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ | ଏବେ କରୋନା ଭାଇରସ୍ ସହପଙ୍ଗାନେବେ କଙ୍ଗନା ରାଣାୱତ; ଏପ୍ରିଲ୍ ୨୩ରେ ଆସୁଛିଥଲାଇଭି

ଏହି ହତ୍ୟାକାଣ୍ଡ ବିଷୟରେ ଖବର ପାଇ କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ଫେରାର ହେବା ପାଇଁ ଉଦ୍ୟମ କରୁଥିବା ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛନ୍ତି । ଭାଟପଡ଼ା ଗାଁର ଯୁବକ ଟୁକୁନା ଛଟେଇର ମୃତ ଦେହକୁ ପୋଷ୍ଟ ମର୍ଟମ୍‌ ପାଇଁ ପଠାଯାଇଛି ଓ ଅଭିଯୁକ୍ତ ଯୁବକକୁ ଗିରଫ କରାଯାଇଛି ।

ଏହା ବି ପଢ଼ନ୍ତୁ | ଅଭିଷେକ ବଚ୍ଚନ କହିଥିଲେ: ‘ମୋଷ୍ଟ୍ବ୍ୟୁଟିଫୁଲ୍ ଐଶ୍ୱର୍ଯ୍ୟାଙ୍କୁ ବାହା ହୋଇ ଆଇନା ଦେଖିଲି, ଭୟଙ୍କର ଲାଗିଥିଲା

‘‘ଗୋଟିଏ କିଚେନ୍‌ ଛୁରୀରେ ଅଭିଯୁକ୍ତ ଏହି ହତ୍ୟାକାଣ୍ଡ ଘଟାଇଛି । ସେହି ଛୁରୀ ଜବତ ହୋଇଛି ଓ ଅଭିଯୁକ୍ତ ଯୁବକକୁ ଗିରଫ କରାଯାଇଛି । ଦୁଇ ହଜାର ଟଙ୍କା ଫେରେଇ ଦିଆଯିବ ବୋଲି ଅଭିଯୁକ୍ତକୁ ପ୍ରତିଶୃତି ମିଳିଥିବା ସତ୍ତ୍ୱେ ସେ ଆଜି ସକାଳେ ଏହି ହତ୍ୟାକାଣ୍ଡ ଘଟାଇଥିଲା । ତା’ ବିରୁଦ୍ଧରେ ଆଇପିସିର ଦଫା ୩୦୨ ଅନୁଯାୟୀ ଏକ ହତ୍ୟା ମାମଲା (ନଂ୧୩୮/୨୧) ରୁଜୁ କରି ଘଟଣାର ଅଧିକ ତଦନ୍ତ କରାଯାଉଛି,’’ କହିଛନ୍ତି କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ ।



ଏହି ହତ୍ୟାକାଣ୍ଡ ଗାଁରେ ଥିବା ଜଗନ୍ନାଥ ମନ୍ଦିର ସାମନାରେ ଘଟିଥିଲା । ଛୁରୀ ଭୁସି ଟୁକୁନାର ପ୍ରାଣ ନେବା ପରେ ରକ୍ତାକ୍ତ ହାତରେ ହତ୍ୟାକାରୀ ଯୁବକ ଜଗନ୍ନାଥ ମନ୍ଦିର ଭିତରକୁ ପଶି ମହାପ୍ରଭୁଙ୍କ ଆଶିର୍ବାଦ ନେବାକୁ ଚେଷ୍ଟାକରୁଥିଲା ବୋଲି କିଛି ଲୋକ କହିଛନ୍ତି । ତାହା କରିବାରୁ ଲୋକେ ତାକୁ ନିବୃତ କରିଥିଲେ ।
Published by: Anand ST Das
First published: April 16, 2021, 3:36 PM IST