ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଗଞ୍ଜାମ: ପ୍ରେମିକାକୁ ଜିଅନ୍ତା ଜାଳିବା ଅଭିଯୋଗକୁ ଖଣ୍ଡନ କଲା ଅଭିଯୁକ୍ତ ପ୍ରେମିକ, ଗିରଫ ହେଲା

ଗଞ୍ଜାମ: ପ୍ରେମିକାକୁ ଜିଅନ୍ତା ଜାଳିବା ଅଭିଯୋଗକୁ ଖଣ୍ଡନ କଲା ଅଭିଯୁକ୍ତ ପ୍ରେମିକ, ଗିରଫ ହେଲା

ଶୁଭସ୍ମିତାକୁ ଜାଳିନାହିଁ ବୋଲି କହିଛି ଅଭିଯୁକ୍ତ ପ୍ରେମିକ କୃଷ୍ଣଚନ୍ଦ୍ର ସାହୁ । ଘଟଣା ସମୟରେ ସେ ନିଜ ଗାଁରେ ନ ଥିଲା ଓ ଅନ୍ୟତ୍ର ନିଜ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ଗାଁର ଜଣେ ବ୍ୟକ୍ତି ତାକୁ ଏହି ଘଟଣା ନେଇ ଫୋନ୍ ଯୋଗେ କହିଥିଲେ ବୋଲି ସେ କହିଛି ।

ଗଞ୍ଜାମ: ପ୍ରେମିକାକୁ ଜିଅନ୍ତା ଜାଳିବା ଅଭିଯୋଗକୁ ଖଣ୍ଡନ କଲା ଅଭିଯୁକ୍ତ ପ୍ରେମିକ, ଗିରଫ ହେଲା
ଅଭିଯୁକ୍ତ ପ୍ରେମିକ ଓ (ଡାହାଣ) ମୃତା ଯୁବତୀ (ଫାଇଲ୍ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁରରେ ମଙ୍ଗଳବାର ସନ୍ଧ୍ୟା ସମୟରେ ଜଣେ ଯୁବତୀଙ୍କୁ ନିଆଁରେ ଜାଳି ମାରିଦିଆଯିବା ଘଟଣାରେ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସାହୁଙ୍କୁ ଗିରଫ କରିଛି ପୋଲିସ । ସେ ଏହି ଯୁବତୀଙ୍କ ପ୍ରେମିକ ଥିଲା ଓ ତାଙ୍କ ଦେହରେ ନିଆଁ ଲଗାଇଦେଇଥିଲା ବୋଲି ମୃତ୍ୟୁ ପୂର୍ବରୁ ନିଜ ବୟାନରେ କହିଥିଲେ ଯୁବତୀ । ହେଲେ କୃଷ୍ଣଚନ୍ଦ୍ର କହିଛି ଯେ ସେ ଯୁବତୀଙ୍କୁ ଜାଳି ନାହିଁ ।

ମୃତା ଯୁବତୀ ଶୁଭସ୍ମିତା ଖାଡ଼ଙ୍ଗାଙ୍କୁ ବୟାନକୁ ଦୃଷ୍ଟିରେ ରଖି ଘଟଣା ସମ୍ପର୍କରେ କୃଷ୍ଣଚନ୍ଦ୍ର ସହ ଅଧିକ ପଚାରଉଚରା କରୁଛି ପୋଲିସ । ସାଇଣ୍ଟିଫିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଶୁଭସ୍ମିତାଙ୍କ ପରିବାର ଲୋକେ ।

ଏହା ବି ପଢ଼ନ୍ତୁ | ୧୭ ବର୍ଷୀୟ ଯୁବକର ପାଟି ଭିତରେ ୮୨ଟି ଅଧିକ ଦାନ୍ତ! ଅପରେସନ୍ କରି ବାହାର କଲେ ଡାକ୍ତରମାନେ

ମଙ୍ଗଳବାର ଅପରାହ୍ଣରେ ହଠାତ୍‌ ପ୍ରତାପୁରର ଏକ ପରିତ୍ୟକ୍ତ ଘରେ ଜଣେ ଯୁବତୀଙ୍କ ଚିତ୍କାର ଶୁଣିବାକୁ ପାଇ ସ୍ଥାନୀୟ ବାସିନ୍ଦାମାନେ ଶୁଭସ୍ମିତାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଯନ୍ତ୍ରଣା ପାଉଥିବା ଦେଖିବାକୁ ପାଇଥିଲେ । ପୋଲିସ ସାହାଯ୍ୟରେ ସେମାନେ ତାଙ୍କୁ ଉଦ୍ଧାର କରିଥିଲେ ଓ ପ୍ରଥମେ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅଧିକ ଚିକିତ୍ସା ପାଇଁ ଯୁବତୀଙ୍କୁ ବ୍ରହ୍ମପୁରର ଏମ୍‌.କେ.ସି.ଜି. ମେଡ଼ିକାଲ କଲେଜ୍‌ ଓ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କିଛି ଘଣ୍ଟା ପରେ ଶୁଭସ୍ମିତାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ଘର ବାଲିପଦର ଥାନା ଅନ୍ତର୍ଗତ କଳମ୍ବ ଗାଁରେ ।

ଏହି ପରିତ୍ୟକ୍ତ ଘରୁ ଶୁଭଲକ୍ଷ୍ମୀଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।


ମୃତ୍ୟ ପୂର୍ବରୁ ଶୁଭସ୍ମିତାଙ୍କ ବୟାନ ମାଜିଷ୍ଟ୍ରେଟ୍‌ ଓ ପୋଲିସର ଉପସ୍ଥିତିରେ ରେକର୍ଡ଼ କରାଯାଇଥିଲା । ବିବାହକୁ ନେଇ ଦୁହିଙ୍କ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ତାଙ୍କ ଉପରେ ସ୍ପିରିଟ୍‌ ପକାଇ କୃଷ୍ଣଚନ୍ଦ୍ର ଜାଳିଦେଇଥିଲା ବୋଲି କହିଥିଲେ ଶୁଭସ୍ମିତା ।

ଏହା ବି ପଢ଼ନ୍ତୁ | ଦଶହରା ପୂର୍ବରୁ କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କୁ ମିଳିବ ଉପହାର; ପ୍ରତି ମାସ ଦରମା,୭୫୦ ବଢ଼ିପାରେ

‘‘ଦୀର୍ଘ ବର୍ଷ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ବିବାହକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହି ବିବାଦ ସମ୍ପର୍କରେ ସେ (ଶୁଭସ୍ମିତା) ଆମ ଘରେ କାହାକୁ କିଛି କହି ନ ଥିଲା । ଗତ ୧୫ ଦିନ ହେଲା ମୁଜାଗଡ଼ର ଏକ ହସପିଟାଲରେ ଲ୍ୟାବ୍‌ ଟେକନିସିନ୍‌ ଭାବେ କାମ କରିବା ପାଇଁ ସେ ଘରୁ ଚାଲିଆସିଥିଲା । ସେଠାରୁ ତାକୁ ଡ଼ାକିଆଣି ଯୁବକ କୃଷ୍ଣଚନ୍ଦ୍ର ସାହୁ ତାକୁ ଜାଳି ହତ୍ୟା କରିଛି । ତାକୁ କଠୋରରୁ କଠୋର ଦଣ୍ଡ ମିଳିବା ଉଚିତ, କହିଛନ୍ତି ଶୁଭସ୍ମିତାଙ୍କ ବାପା ପ୍ରଶାନ୍ତ କୁମାର ଖାଡ଼ଙ୍ଗା ।

ଏହା ବି ପଢ଼ନ୍ତୁ | ଦେଶର ସର୍ବ ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି ପୁଣି ଥରେ କରୋନାରେ ସଂକ୍ରମିତ ହେଲେ

ଶୁଭସ୍ମିତାକଙ୍କ ସମ୍ପର୍କୀୟ କାଳୀଚରଣ ତ୍ରିପାଠୀ କହିଛନ୍ତି, ‘‘ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିଥିବା ବେଳେ ବାରମ୍ବାର ଶୁଭସ୍ମିତାକୁ ନିର୍ଯ୍ୟାତନା ଦେଉଥିଲା କୃଷ୍ଣଚନ୍ଦ୍ର । ମୁଜାଗଡ଼ରୁ କେମିତି ସେ ପ୍ରତାପପୁରକୁ ଆସିଲା ସେ ନେଇ ପରିବାର ଲୋକଙ୍କ ପାଖରେ କୌଣସି ଖବର ନ ଥିଲା । ତେଣୁ ପୋଲିସ ଏହାର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଆମର ଦାବି ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଯୁବତୀ ରାସ୍ତାରେ କାନ୍ଦି କହୁଥିଲେସୋନା ବାବୁ, ସୋନା ବାବୁ…;’ ପ୍ରେମିକ ଆଉ କାହାକୁ ବାହା ହେଉଥିଲା

ହେଲେ ଏହି ସଙ୍ଗୀନ ଅଭୋଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଛି କୃଷ୍ଣଚନ୍ଦ୍ର । ‘‘ମୁଁ ଶୁଭସ୍ମିତାକୁ ଜାଳିନାହିଁ । ଗତ କାଲି ସନ୍ଧ୍ୟା ସମୟରେ ମୁଁ ନିଜ ଗାଁରେ ନ ଥିଲି । ପୁରୁଷୋତ୍ତମପୁରରେ ନିଜ କାର୍ଯ୍ୟରେ ମୁଁ ବ୍ୟସ୍ତ ଥିବା ବେଳେ ଗାଁର ଜଣେ ବ୍ୟକ୍ତି ମୋତେ ଏହି ଘଟଣା ନେଇ ଫୋନ୍‌ ଯୋଗେ କହିଥିଲେ । ଶୁଣିବା ପରେ ମୁଁ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲି । ଏହି ଘଟଣାକୁ ନେଇ ମୁଁ ଆଉ କିଛି ଜାଣିନାହିଁ । ଦୀର୍ଘ ବର୍ଷ ହେଲା ତା’ ସହ ପ୍ରେମ ସମ୍ପର୍କ ଥିଲେ ବି ଗତ କିଛି ବର୍ଷ ହେଲା ତିକ୍ତତା ଆସିଥିଲା,’’ କହିଛନ୍ତି ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସାହୁ ।

ଏହା ବି ପଢ଼ନ୍ତୁ | କରୋନା ପିଲାମାନଙ୍କ ମସ୍ତିଷ୍କ ଉପରେ ବି ପ୍ରଭାବ ପକାଏ କି? ଜାଣନ୍ତୁ ବିଶେଷଜ୍ଞମାନଙ୍କ ମତ

‘‘ଶୁଭସ୍ମିତାଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ବୟାନ ରେକର୍ଡ଼ କରାଯାଇଛି । ତାଙ୍କ ବୟାନକୁ ଭିତ୍ତି କରି କୃଷ୍ଣଚନ୍ଦ୍ରକୁ ଗିରଫ କରାଯାଇ ପଚରାଉଚରା ଜାରି ରହିଛି । ସାଇଣ୍ଟିଫିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଘଟଣା ସ୍ଥଳରୁ ଦୁଇଟି ସ୍ପିରିଟ୍‌ ବୋତଲ ସହ ଅନ୍ୟ କିଛି ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ଶୁଭସ୍ମିତାଙ୍କ ମୃତ ଦେହ ଆଜି ବ୍ରହ୍ମପୁର ଏମ୍‌.କେ.ସି.ଜି. ହସପିଟାଲରେ ବ୍ୟବଚ୍ଛେଦ ହେବା ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ତଦନ୍ତ ଜାରି ରହିଛି,’’ କହିଛନ୍ତି ପୁରୁଷୋତ୍ତମପୁର ଏସ୍‌.ଡ଼ି.ପି.ଓ. ସୂର୍ଯ୍ୟମଣି ପ୍ରଧାନ ।



ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସାହୁଙ୍କ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତରୀ ମାଇନା କରାଯାଇଛି । ପୋଲିସ ତାଙ୍କ ସମ୍ପୃକ୍ତି ନେଇ ପ୍ରମାଣ ଯୋଗାଡ଼ କରିବା ଆରମ୍ଭ କରିଛି ।
Published by: Anand ST Das
First published: July 28, 2021, 8:11 PM IST