ଗଞ୍ଜାମରେ କଙ୍ଗାରୁ କୋର୍ଟ: ବିବାଦ ପରେ ଜୋରିମାନା ନ ଦେବାରୁ ଦୁଇ ପରିବାରକୁ ନିଆଁପାଣି ବନ୍ଦ କଲେ

ଆଠ ମାସ ତଳେ ହୋଇଥିବା ଗଣ୍ଡଗୋଳ ପରେ ଦୁଇଟି ପରିବାର ଉପରେ ୫୫ ହଜାର ଟଙ୍କା ଜୋରିମାନା ପକାଇଥିଲେ ଗାଁ କମିଟି ଓ ଗାଁର ଭଦ୍ରଲୋକେ । ଏବେ ସେମାନଙ୍କୁ ନିଆଁପାଣି ବନ୍ଦ କରିବା ସହ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ସେମାନେ ଅଭିଯୋଗ କରିଛନ୍ତି ।

ଗଞ୍ଜାମରେ କଙ୍ଗାରୁ କୋର୍ଟ: ବିବାଦ ପରେ ଜୋରିମାନା ନ ଦେବାରୁ ଦୁଇ ପରିବାରକୁ ନିଆଁପାଣି ବନ୍ଦ କଲେ
ବ୍ରହ୍ମପୁର ଏସ୍.ପି. ପୀନାକ ମିଶ୍ରଙ୍କୁ ସାକ୍ଷାତ କରିବାକୁ ଆସିଛନ୍ତି ଦୁଇ ପରିବାରର ଲୋକେ ।
  • Share this:
  • Byline Facebook
  • Byline Twitter
  • Byline Linkedin
କୈଳାସ ବେହେରା | News18 Odia Digital

ବ୍ରହ୍ମପୁର: ଜମିରେ ପାଣି ମଡ଼ାଇବାକୁ ନେଇ ଗତ ଆଠ ମାସ ତଳେ ହୋଇଥିବା ଗଣ୍ଡଗୋଳ ପରେ ଜୋରିମାନା ନ ଦେବାରୁ ଦୁଇଟି ପରିବାରକୁ ତୀବ୍ର ସାମାଜିକ ବାସନ୍ଦର ସାମନା କରିବାକୁ ପଡ଼ିଛି । ଗଲା ପାଞ୍ଚ ଦିନ ହେଲା ଏହି ଦୁଇ ପରିବାରକୁ ନିଆପାଣି ବାସନ୍ଦ କରାଯାଇଥିବା ନେଇ ଅଭିଯୋଗ ହୋଇଛି ।

ଗୋଳନ୍ଥରା ଥାନା ଅନ୍ତର୍ଗତ ଦାସପୁର ଗାଁର ଡି. ସୀତାମ୍ମା ଓ ଡି. ପାର୍ବତୀଙ୍କ ପରିବାର ଲୋକଙ୍କୁ ସାମାଜିକ ବାସନ୍ଦ କରାଯାଇଥିବାରୁ ସେମାନେ ସବୁ ପ୍ରକାରର ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଆଜି ଏହି ଦୁଇ ପରିବାରର ଲୋକେ ବ୍ରହ୍ମପୁର ଏସ୍‌.ପି. ପୀନାକ ମିଶ୍ରଙ୍କୁ ସାକ୍ଷାତ କରି ନିଜ ଅଭିଯୋଗ ଜଣାଇଛନ୍ତି । ଖୁବ୍‌ ଶୀଘ୍ର ଏହାର ସମାଧାନ ହେବ ବୋଲି ପ୍ରତିଶୃତି ଦେଇଛନ୍ତି ମିଶ୍ର ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ସୋସିଆଲ୍ ମିଡ଼ିଆରେ ନିଜ ନଗ୍ନ ଫଟୋ ଛାଡ଼ି ଓଡ଼ିଆ ଅଭିନେତ୍ରୀ ଇଣ୍ଟରନେଟରେ ନିଆଁ ଲଗାଇଲେ

ଦାସପୁର ଗାଁର ଗାଁ କମିଟି ଓ ଗାଁର ଭଦ୍ରଲୋକେ ଡି. ସୀତାମ୍ମା ଓ ଡି. ପାର୍ବତୀଙ୍କ ପରିବାର ଉପରେ ଜୋରମାନା ପକାଇଥିଲେ । ଉକ୍ତ ଜୋରିମାନା ନ ଦେବା ଫଳରେ ଦୁଇଟି ପରିବାରକୁ ନିଆଁପାଣି ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ଗତ ଅଗଷ୍ଟ ୧୩ ତାରିଖରେ ଜମିରେ ପାଣି ମଡ଼ାଇବାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା । ପରେ ତା’ର ସମାଧାନ ମଧ୍ୟ ହୋଇଥିଲା । କିନ୍ତୁ ବର୍ତ୍ତମାନ ପାଞ୍ଚ ଦିନ ହେଲା ଏହି ଦୁଇ ପରିବାରକୁ ନିଆଁ ପାଣି ବାସନ୍ଦ କରାଯାଇଛି ।

ଦୁଇ ପରିବାରକୁ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଛି ।


ଏହି ଦୁଇ ପରିବାର ଉପରେ ୫୫ ହଜାର ଟଙ୍କା ଜୋରିମାନା ପକାଇଥିଲେ ଗାଁ କମିଟି ଓ ଗାଁର ଭଦ୍ରଲୋକେ । ଏହି ଜୋରିମାନା ନ ଦେବାରୁ ସେମାନଙ୍କୁ ନିଆଁପାଣି ବାସନ୍ଦ କରାଯାଉ ବୋଲି କଙ୍ଗାରୁ କୋର୍ଟ ଚରମ ନିଷ୍ପତ୍ତି ଶୁଣାଇଥିଲା । ନିଆଁପାଣି ବାସନ୍ଦ ସହ ଦୁଇଟି ପରିବାରକୁ ଅକଥନୀୟ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ସେମାନେ ଅଭିଯୋଗ କରିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଓଃ କି ନାଚ! ବିବାହ ବେଦିରେ ସାତ ଫେରା ବେଳେ ବର କନ୍ୟା ମନ ଭରି ନାଚିଲେ; VIDEO ଭାଇରାଲ୍

‘‘ଆମ ଦୁଇ ପରିବାର ସହିତ କେହି ଗ୍ରାମବାସୀ କଥା ହେଲେ ସେମାନଙ୍କୁ ମଧ୍ୟ ଜୋରିମାନା ଦେବାକୁ ପଡ଼ିବ ବୋଲି ନିଷ୍ପତ୍ତି ହୋଇଛି । ଗାଁରେ ଆମ ଦୁଇ ପରିବାରକୁ ଏକଘରକିଆ କରାଯାଇଛି । ଆମ ପରିବାରର ଜଣେ ଯୁବକ ଗାଁରେ ଅନ୍ୟ ଜଣଙ୍କ ଘରକୁ ପାଠ ପଢ଼ାଇବାକୁ ଯାଉଥିବା ବେଳେ ତାଙ୍କୁ ମଧ୍ୟ ରୋକାଯାଇଛି । ଆମ ଦୁଇ ପରିବାର ସହ କୌଣସି ବିପଦ ଘଟିଲେ ସେଥି ପାଇଁ ପ୍ରଶାସନ ଓ ପୋଲିସ ଦାୟୀ ରହିବେ,’’ କହିଛନ୍ତି ଡି. ସୀତାମ୍ମା ।

ଏହା ବି ପଢ଼ନ୍ତୁ | ନିଜ ମାଲିକକୁ ହତ୍ୟା କରିଥିବା କୁକୁଡ଼ାକୁ ଥାନାକୁ ଆଣିଲା ପୋଲିସ; ତାକୁ କୋର୍ଟରେ ପେଶ୍ କରିବ

ଦୁଇ ପରିବାର ଲୋକଙ୍କ ସହିତ କିଛି ଗ୍ରାମବାସୀ ବି ବ୍ରହ୍ମପୁର ଏସ୍.ପି.ଙ୍କ କାର୍ଯ୍ୟାଳୟକୁ ଆସିଥିଲେ ।


ଏହି ଦୁଇ ପରିବାର ସହ ଦାସପୁରରୁ ଆସିଥିବା କିଛି ବାସିନ୍ଦା ଏସ୍‌.ପି.ଙ୍କୁ ଗୁହାରି କରି କହିଛନ୍ତି ଯେ ପୂର୍ବରୁ ମଧ୍ୟ ଗାଁରେ ଏ ଭଳି ଅନେକ ପରିବାରଙ୍କ ଠାରୁ ଜୋରିମାନା ଆଦାୟ ହୋଇଛି । ଏହି ଦୁଇଟି ପରିବାରକୁ ନ୍ୟାୟ ଦେବା ପାଇଁ ଆଜି ଦୁଇ ପରିବାର ଲୋକଙ୍କ ସହିତ ଦାସପୁରର କିଛି ଗ୍ରାମବାସୀ ବ୍ରହ୍ମପୁର ଏସ୍‌.ପି.ଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ତାଙ୍କୁ ସାକ୍ଷାତ କରି ନିଜର ଦୁଃଖ ଜଣାଇଥିଲେ । କିଭଳି ଯଥା ଶୀଘ୍ର ଦୁଇ ପରିବାରକୁ ନ୍ୟାୟ ଯୋଗାଇ ଦିଆଯିବ ସେଥି ପାଇଁ ଗୁହାରୀ କରିଥିଲେ ସେମାନେ ।



‘‘ଅଭିଯୋଗ ପାଇବା ପରେ ତଦନ୍ତ କରିବା ପାଇଁ ସଦର ଏସ୍‌.ଡି.ପି.ଓ.ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଭିଯୋଗର କେତେ ସତ୍ୟାସତ୍ୟ ରହିଛି ସେ ନେଇ ସେ ସେହି ଗାଁକୁ ଯାଇ ତଦନ୍ତ କରିବେ । ଯାହା ଭୁଲ ହୋଇଥିବ ସେ ନେଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,’’ କହିଛନ୍ତି,’’ ବ୍ରହ୍ମପୁର ଏସ୍‌.ପି. ପୀନାକ ମିଶ୍ର ।
Published by: Anand Shankar Thankur Das
First published: March 5, 2021, 6:41 PM IST