ଦଣ୍ଡ ଯାତ୍ରା ପରେ କରୋନା ଭାଇରସ୍‌‌ ପାଇଁ ବନ୍ଦ ହେଲା ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମେରୁ ଯାତ୍ରା

ପରମ୍ପରା ଅନୁସାରେ ମାନସିକଧାରୀ ଦଣ୍ଡଆମାନେ ମେରୁ ଯାତ୍ରାରେ ନିଷ୍ଠାର ସହ ମା ଦଣ୍ଡକାଳୀଙ୍କ ପୂଜା କରିବା ପରେ ନିଜ ଶରୀରକୁ ବିଭିନ୍ନ ଦଣ୍ଡ ଦେଇ ମା’ଙ୍କ ଆର୍ଶିବାଦ ଲାଭ କରିଥାନ୍ତି ।

ଦଣ୍ଡ ଯାତ୍ରା ପରେ କରୋନା ଭାଇରସ୍‌‌ ପାଇଁ ବନ୍ଦ ହେଲା ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମେରୁ ଯାତ୍ରା
ଗତ ବର୍ଷ ମେରୁ ଯାତ୍ରାର ଏକ ଦୃଶ୍ୟ (ଫାଇଲ୍ ଫଟୋ)
  • News18 Odia
  • Last Updated: April 12, 2020, 9:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
କୈଳାଶ ବେହେରା | News18 Odia Digital

ବ୍ରହ୍ମପୁର: ଚଳିତ ବର୍ଷ ହେବ ନାହିଁ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମେରୁ ଯାତ୍ରା । କରୋନା ଭାଇରସ୍‌ର ଭୟାବହତାକୁ ଦୃଷ୍ଟିରେ ରଖି ଏ ଭଳି ନିଷ୍ପତ୍ତି ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ପଣା ସଂକ୍ରାନ୍ତି ଦିନ ଗଞ୍ଜାମ ଜିଲ୍ଲାରେ ଅନୁଷ୍ଠିତ ହୋଇଥାନ୍ତା ପ୍ରସିଦ୍ଧ ମେରୁ ଯାତ୍ରା । ଚଳିତ ବର୍ଷ ଦଣ୍ଡ ଯାତ୍ରାକୁ ବନ୍ଦ କରାଯାଇଥିବା ବେଳେ ମେରୁ ଯାତ୍ରାକୁ ମଧ୍ୟ ବନ୍ଦ କରିଛି ଜିଲ୍ଲା ପ୍ରଶାସନ ।

ପରମ୍ପରା ଅନୁସାରେ ୧୩ ଦିନ, ୧୮ ଦିନ ଓ ୨୧ ଦିନ ମାନସିକଧାରୀ ଦଣ୍ଡଆ ମାନେ ମେରୁ ଯାତ୍ରାରେ ନିଷ୍ଠାର ସହ ମା ଦଣ୍ଡକାଳୀଙ୍କ ପୂଜାର୍ଚ୍ଚନା କରିବା ପରେ ନିଜ ଶରୀରକୁ ବିଭିନ୍ନ ଦଣ୍ଡ ଦେଇ ମା’ଙ୍କ ଆର୍ଶିବାଦ ଲାଭ କରିଥାନ୍ତି । ମେରୁ ଯାତ୍ରାରେ ମଧ୍ୟ ପ୍ରତି ଦିନ ଭଳି ଧୁଳି ଦଣ୍ଡ, ଜଳ ଦଣ୍ଡ ଓ ଅଗ୍ନି ଦଣ୍ଡରେ ସାମିଲ ହୋଇଥାନ୍ତି ମାନସିକଧାରୀ ଦଣ୍ଡଆ ଓ ପାଟଭୁକ୍ତାମାନେ । ପାଟଭୁକ୍ତାଙ୍କୁ ବୋହି ବୋହି ଯଜ୍ଞ କୁଣ୍ଡ ନିକଟକୁ ଆଣିଥାନ୍ତି ଦଣ୍ଡଆମାନେ । ଏହା ପରେ ମେରୁ ଖୁଣ୍ଟରେ ତାଙ୍କୁ ଝୁଲାଇ ଦିଆଯାଇଥାଏ । ଏ ଭଳି ଭାବେ ପ୍ରତି ବର୍ଷ ମେରୁଯାତ୍ରା ହେଉଥିବା ବେଳେ ଚଳିତ ବର୍ଷ ଏହା ବନ୍ଦ ହୋଇଯାଇଛି ।

‘‘ଯଦି କୌଣସି ସ୍ଥାନରେ ମେରୁ ଯାତ୍ରା ଆୟୋଜନ ହେଉଥିବା ନେଇ ଖବର ମିଳେ, ତେବେ ଆୟୋଜନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,’’ କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

କରୋନା ଭାଇରସ୍‌ ପାଇଁ ଲକଡାଉନ୍‌ ଜାରିଥିବା କାରଣରୁ ଲୋକେ କେବଳ ଘରେ ରହି ପୂଜାର୍ଚ୍ଚନା କରିପାରିବେ, କିନ୍ତୁ କୌଣସି ମନ୍ଦିରକୁ ଯାଇପାରିବେ ନାହିଁ । ଏହା ଛଡ଼ା ମନ୍ଦିରରେ କେବଳ ଜଣେ ପୂଜକ ହିଁ ପୂଜା କରି ମେରୁ ଯାତ୍ରାର ସମାପନ କରିବେ ।

‘‘କରୋନା ଭାଇରସ୍‌ର ମୁକାବିଲା ନିମନ୍ତେ ସାମାଜିକ ଦୂରତା ଅତ୍ୟନ୍ତ ଜରୁରୀ । ତେଣୁ ଏହି ଯାତ୍ରାକୁ ବନ୍ଦ କରି ଦିଆଯାଇଛି । ଏହି ନିଷ୍ପତ୍ତି କେବଳ ଜିଲ୍ଲାବାସୀଙ୍କ ଭଲ ପାଇଁ ନିଆଯାଇଛି,’’ କହିଛନ୍ତି କୁଲାଙ୍ଗେ ।
First published: April 12, 2020, 9:21 PM IST