ଗଞ୍ଜାମକୁ ଲାଗି ରହିଥିବା ସୀମା ପାଇଁ ଜିଲ୍ଲାରେ ଦୈନିକ ବଢୁଛି କରୋନା ସଂକ୍ରମଣ ମାମଲା

ଗଞ୍ଜାମ ସୀମାକୁ ଲାଗି ରହିଛି ଆନ୍ଧ୍ର ପ୍ରଦେଶ। ପ୍ରତି ଦିନ ଶହ ଶହ ଲୋକେ ସୀମା ଦେଇ ଜିଲ୍ଲାକୁ ଆସୁଛନ୍ତି । ପାଠପଢ଼ା କ୍ଷେତ୍ରରେ ହେଉ ଅଥବା ବ୍ୟବସାୟ କ୍ଷେତ୍ରରେ ଆନ୍ଧ୍ର ଓ ଅନ୍ୟ ରାଜ୍ୟରୁ ଲୋକେ ସୀମା ଦେଇ ଗଞ୍ଜାମ ଜିଲ୍ଳା ଓ ବ୍ରହ୍ମପୁର ସହରକୁ ପ୍ରବେଶ କରୁଛନ୍ତି।

ଗଞ୍ଜାମକୁ ଲାଗି ରହିଥିବା ସୀମା ପାଇଁ ଜିଲ୍ଲାରେ ଦୈନିକ ବଢୁଛି କରୋନା ସଂକ୍ରମଣ ମାମଲା

ଗଞ୍ଜାମକୁ ଲାଗି ରହିଥିବା ସୀମା ପାଇଁ ଜିଲ୍ଲାରେ ଦୈନିକ ବଢୁଛି କରୋନା ସଂକ୍ରମଣ ମାମଲା

  • Share this:
News18 Odia Digital

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଉପର ମୁହାଁ ହେବାରେ ଲାଗିଛି କରୋନା ଗ୍ରାଫ୍‌। କରୋନାକୁ ନେଇ ଜିଲ୍ଲା ପ୍ରାଶାସନ ଠାରୁ ବି.ଏମ.ସି. ଅନେକ କଟକଣା ଜାରି କରୁଛି। କିନ୍ତୁ ଜିଲ୍ଲାକୁ ଲାଗିଥିବା ସୀମାରେ କୌଣସି ପ୍ରକାରର କଟକଣା ନାହିଁ। ପ୍ରବାସୀଙ୍କ ଠାରୁ ଆରମ୍ଭ କରି ଆନ୍ଧ୍ରବାସୀନ୍ଦା ହୁଅନ୍ତୁ ଅଥବା ଅନ୍ୟ ରାଜ୍ୟର ଲୋକେ ସହଜରେ ଜିଲ୍ଲାକୁ ପ୍ରବେଶ କରୁଛନ୍ତି।
ସୀମାରେ କୌଣସି ପ୍ରକାରର ଯାଞ୍ଚ କରାଯାଉନଥିବା ଯୋଗୁଁ ଜିଲ୍ଲା ତଥା ବ୍ରହ୍ମପୁର ସହରରେ କରୋନା ସଂକ୍ରମଣ ଦିନକୁ ଦିନ ଆହୁରି ବଢ଼ିବା ନେଇ ଆଶଙ୍କା ଜାତ ହେଉଛି । ତେଣୁ ଜିଲ୍ଲାକୁ ପ୍ରବେଶ କରୁଥିବା ସମସ୍ତ ଲୋକଙ୍କ ପୂର୍ବ ବର୍ଷ ଭଳି ସ୍ବାସ୍ଥ୍ୟ ଯାଞ୍ଚ କରାଯିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ମୁକୁଳା ହୋଇ ପଡ଼ିଛି ସୀମା । ଗଞ୍ଜାମ ସୀମାକୁ ଲାଗି ରହିଛି ଆନ୍ଧ୍ର ପ୍ରଦେଶ। ପ୍ରତି ଦିନ ଶହ ଶହ ଲୋକେ ସୀମା ଦେଇ ଜିଲ୍ଲାକୁ ଆସୁଛନ୍ତି । ପାଠପଢ଼ା କ୍ଷେତ୍ରରେ ହେଉ ଅଥବା ବ୍ୟବସାୟ କ୍ଷେତ୍ରରେ ଆନ୍ଧ୍ର ଓ ଅନ୍ୟ ରାଜ୍ୟରୁ ଲୋକେ ସୀମା ଦେଇ ଗଞ୍ଜାମ ଜିଲ୍ଳା ଓ ବ୍ରହ୍ମପୁର ସହରକୁ ପ୍ରବେଶ କରୁଛନ୍ତି।

‘‘ବର୍ତ୍ତମାନ ଜିଲ୍ଲା ଓ ବ୍ରହ୍ମପୁରରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦୃତ ଗତିରେ ବଢୁଛି। ଜିଲ୍ଲାରେ କିଭଳି କରୋନା ନିୟନ୍ତ୍ରଣକୁ ଆସିବ ସେ ନେଇ ଜିଲ୍ଲା ପ୍ରଶାସନ ଓ ବି.ଏମ.ସି. ଅନେକ ପଦକ୍ଷେପ ନେଉଛନ୍ତି । କିନ୍ତୁ ସୀମାରେ କୌଣସି ପ୍ରକାରର ସ୍ବାସ୍ଥ୍ୟ ଯାଞ୍ଚର ବ୍ୟବସ୍ଥା ନାହିଁ । ଯାହା ଫଳରେ ଜିଲ୍ଲା ଓ ସହରରେ ସଂକ୍ରମଣ ଦିନକୁ ଦିନ ଆହୁରି ବଢ଼ିବାରେ ଆଶଙ୍କା ରହିଛି,’’ କହିଛନ୍ତି ବ୍ରହ୍ମପୁର ବାସିନ୍ଦା ରାଜେନ୍ଦ୍ର ପଣ୍ଡା।

ସେହିପରି ଆଇନଜୀବୀ କହିଛନ୍ତି, ‘‘ଗତ ବର୍ଷରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସୀମାରେ ସ୍ବାସ୍ଥ୍ୟ ଯାଞ୍ଚ କଡ଼ାକଡ଼ି କରାଯାଉଥିଲା । ଆନ୍ଧ୍ରରୁ ଆସୁଥିବା ଲୋକଙ୍କ ଥର୍ମାଲ୍‌ ସ୍କ୍ରିନିଂ କରାଯିବା ସହିତ ସେମାନେ କିଛି ଦିନ ରହିବା ନିମନ୍ତେ କ୍ବାରେଣ୍ଟାଇନର ବ୍ୟବସ୍ଥା ମଧ୍ୟ ରହିଥିଲା । କିନ୍ତୁ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପ୍ରଶାସନ ସୀମାରେ କୌଣସି ଆଖି ଦୃଶିଆ ପଦକ୍ଷେପ ନେଇନଥିବା ଯୋଗୁଁ ଜିଲ୍ଲା ଓ ବ୍ରହ୍ମପୁରରେ ସଂକ୍ରମଣ ବୃଦ୍ଧି ହେବା ସୁନିଶ୍ଚିତ। ତେଣୁ ଖୁବ୍ ଶୀଘ୍ର ଜିଲ୍ଲା ପ୍ରଶାସନ ସୀମାରେ ସ୍ବାସ୍ଥ୍ୟ ଯାଞ୍ଚର ବ୍ୟବସ୍ଥା କରିବା ଆବଶ୍ୟକ ଅଛି ।’’

ଗତ ବର୍ଷ ଗିରିସୋଲାକୁ ଲାଗି ରହିଥିବା ସୀମା ଅଞ୍ଚଳରେ ସ୍ବାସ୍ଥ୍ୟ ଯାଞ୍ଚ କଡ଼ାକଡ଼ି କରାଯାଇଥିଲା। କେବଳ ଜିଲ୍ଲା ପ୍ରଶାସନ ନୁହେଁ ବରଂ ବ୍ରହ୍ମପୁର ପୋଲିସ, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସୀମାରେ କଡ଼ାକଡ଼ି ବ୍ୟବସ୍ଥା କରାଯାଇଥିଲା। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଯାଞ୍ଚ ହେଉଥିବା ବେଳେ ପୋଲିସ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗାଡ଼ି ଓ ଲୋକଙ୍କ ତଥ୍ୟ ସଂଗ୍ରହ କରାଯାଉଥିଲା । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ କ୍ବାରେଣ୍ଟାଇନ ସେଣ୍ଟରରେ ରହିବାକୁ ପ୍ରବାସୀ ମାନଙ୍କୁ ଅନୁରୋଧ କରାଯାଉଥିଲା।

‘‘ସୀମା ଦେଇ ଆସୁଥିବା ଲୋକଙ୍କୁ ସତର୍କ କରାଯାଉଛି। ସେମାନେ କିଭଳି ଭାବେ ମାସ୍କ ପିନ୍ଧିବା ସହିତ କରୋନା କଟକଣାକୁ ପାଳନ କରିବେ ସେ ନେଇ କୁହାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ଯାଞ୍ଚ ଆରମ୍ଭ ହୋଇନାହିଁ। ସ୍ବାସ୍ଥ୍ୟଯାଞ୍ଚ ନିମନ୍ତେ କୌଣସି ନିର୍ଦ୍ଦେଶ ଆସିନାହିଁ। ନିର୍ଦ୍ଦେଶ ଆସିବା ପରେ ଯାଞ୍ଚ ଆରମ୍ଭ ହେବ,’’ କହିଛନ୍ତି ବ୍ରହ୍ମପୁର ଉପ-ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ।

ଚଳିତ ମାସରେ କରୋନା ସଂକ୍ରମଣ ଆହୁରି ବଢ଼ିବା ନେଇ ବରିଷ୍ଠ ଚିକିତ୍ସକମାନେ ମତ ଦେଇଥିବା ବେଳେ ସେହି ଅନୁସାରେ ସୀମାରେ କିଭଳି ସ୍ବାସ୍ଥ୍ୟ ଯାଞ୍ଚ କଡ଼ାକଡ଼ି ହେବ ସେ ନେଇ ପଦକ୍ଷେପ ନେବା ନିମନ୍ତେ ବିଭିନ୍ନ ମହଲରେ ଦାବି ହୋଇଛି।
Published by:Lipina Das
First published:
)}