ପୁଣି କମାଲା କଲା ଗଞ୍ଜାମ ଜିଲ୍ଲା, ୬ଟି ଜାତୀୟ ପଞ୍ଚାୟତ ପୁରସ୍କାର ହାସଲ

କମାଲ କଲା ଗଞ୍ଜାମ ଜିଲ୍ଲା

କମାଲ କଲା ଗଞ୍ଜାମ ଜିଲ୍ଲା

  • News18 Odia
  • Last Updated :
  • Delhi, India
  • Share this:
News18 Odia Digital

ଗୋଟିଏ କି ଦୁଇଟି ନୁହେଁ, ଏକାଥରେ ୬ଟି ଜାତୀୟ ପଞ୍ଚାୟତ ପୁରସ୍କାର ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛି ଗଞ୍ଜାମ (Ganjam) ଜିଲ୍ଲା ପ୍ରଶାସନ।  ନୂଆଦିଲ୍ଲୀରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରାଳୟ ଦ୍ବାରା ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Droupadi Murmu) ।

ପଞ୍ଚାୟତ ବିକାଶରେ ଗଞ୍ଜାମ ଜିଲ୍ଲା ପରିଷଦ ଦେଶରେ ପ୍ରଥମ । ଗଞ୍ଜାମକୁ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ବିକାଶ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୫ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି । ସେହିପରି ହିଞ୍ଜିଳିକାଟୁ ଦେଶର ସର୍ବଶ୍ରେଷ୍ଠ ପଞ୍ଚାୟତ ହୋଇଛି । ୨ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରିଛି କେନ୍ଦ୍ର ପଞ୍ଚାୟତିରାଜ ବିଭାଗ । ହିଞ୍ଜିଳିକାଟୁ ବ୍ଲକର କଞ୍ଚୁଡୁ ଦ୍ଵିତୀୟ ଶ୍ରେଷ୍ଠ ସୁସ୍ଥ ପଞ୍ଚାୟତ ସହିତ ଶାସନଆମ୍ବ ଦ୍ଵିତୀୟ ଶ୍ରେଷ୍ଠ ସୁସ୍ଥ ଓ ସବୁଜ ଗାଁ ଭାବେ ପୁରସ୍କୁତ ହୋଇଛି । ଭଞ୍ଜନଗରର କୁଲାଡ଼ ହେଲା ଦ୍ଵିତୀୟ ଶ୍ରେଷ୍ଠ ସାମାଜିକ ସୁରକ୍ଷିତ ପଞ୍ଚାୟତ ଓ ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତ ସାମାଜିକ ସୁରକ୍ଷିତ ଗାଁ ଭାବେ ପୁରସ୍କୃତ ହୋଇଛି ।

https://www.youtube.com/watch?v=YBupk0tkV3s

କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ ଜିଲ୍ଲା ପରିଷଦକୁ ପୁରସ୍କୃତ କରିଛନ୍ତି । ଏହି ସମାରୋହରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂ ଉପସ୍ଥିତ ଥିଲେ । ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଏବଂ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହି ଅଧିକାରୀ କୀର୍ତ୍ତି ଭାସନ ଭି ପୁରସ୍କାର ଗ୍ରହଣ କରିଥିଲେ ।

ଗ୍ରାମାଞ୍ଚଳରେ ପ୍ରଭାବଶାଳୀ ଓ ଦକ୍ଷ ସ୍ଥାନୀୟ ସ୍ୱାୟତ୍ତ ଶାସନ ପାଇଁ ପଞ୍ଚାୟତରାଜ ପ୍ରତିଷ୍ଠାନ ଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି । ‘ଜାତୀୟ ପଞ୍ଚାୟତ ପୁରସ୍କାର’ ଶ୍ରେଷ୍ଠ ପ୍ରଦର୍ଶନକାରୀ ପଞ୍ଚାୟତ ଯଥା ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତକୁ ସ୍ଥାନୀୟ ପ୍ରାଥମିକତା ଅଧୀନରେ ନଅଟି ଚିହ୍ନିତ ବିଷୟବସ୍ତୁ ଉପରେ ଅନୁଧ୍ୟାନ କରି ଉତ୍ତମ କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ କରାଯିବା ସହ ପୁରସ୍କୃତ କରାଯାଉଛି ।  ଏହି ନଅଟି ପୋଷଣୀୟ ବିକାଶଧାରା କାର୍ଯ୍ୟ ମଧ୍ୟରେ ଦାରିଦ୍ର୍ୟମୁକ୍ତ ଏବଂ ବର୍ଦ୍ଧିତ ଜୀବିକା, ସ୍ୱାସ୍ଥ୍ୟବାନ, ଶିଶୁ ବନ୍ଧୁ, ପର୍ଯ୍ୟାପ୍ତ ଜଳ, ସ୍ବଚ୍ଛ ଏବଂ ସବୁଜ ପଞ୍ଚାୟତ, ଆତ୍ମନିର୍ଭରଶୀଳ ଭିତ୍ତିଭୂମି, ସାମାଜିକ ସୁରକ୍ଷା, ଉତ୍ତମ ଶାସନ, ମହିଳା ବନ୍ଧୁତ୍ଵପୂର୍ଣ୍ଣ ଆଦି ରହିଛି।
Published by:nihar panda
First published: