ବାତ୍ୟା ଜନିତ ୨ଟି ଘଟଣା ପରେ ସଜାଗ ହେଲା ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ

ସମୁଦ୍ର କୂଳିଆ ଅଞ୍ଚଳରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବା ନିମନ୍ତେ ଡ଼ାକବାଜି ଯନ୍ତ୍ରରେ ସଚେତନ କରାଇଥିଲା ବ୍ରହ୍ମପୁର ପୋଲିସ।

ବାତ୍ୟା ଜନିତ ୨ଟି ଘଟଣା ପରେ ସଜାଗ ହେଲା ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ

ବାତ୍ୟା ଜନିତ ୨ଟି ଘଟଣା ପରେ ସଜାଗ ହେଲା ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ

  • Share this:
News18 Odia Digital

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ଯୋଗୁଁ ଦୁଇଟି ଘଟଣା ଘଟିବା ପରେ ଏବେ ସଚେତନ କାର୍ଯ୍ୟକୁ ଜୋରଦାର କରିଲା ପ୍ରଶାସନ। କଟକଣାକୁ ବୃଦ୍ଧି କରିବା ସହିତ ଲୋକଙ୍କୁ ଓ ମତ୍ସ୍ୟଜୀବୀଙ୍କୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି। ଗୋପାଳପୁର ସମୁଦ୍ର ବେଳାଭୂମିକୁ ପର୍ଯ୍ୟଟକଙ୍କୁ ମନା କରାଯାଇଥିଲେ ସୁଦ୍ଧା ବେଳାଭୂମିରେ ପର୍ଯ୍ୟଟକଙ୍କ ଚଳପ୍ରଚଳ ଦେଖିବାକୁ ମିଳିଥିଲା। ପୋଲିସ ପକ୍ଷରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ବେଳାଭୂମିରେ ବୁଲୁଥିବା ଲୋକଙ୍କୁ ବାତ୍ୟା ପ୍ରଭାବରେ ହେବାକୁ ଥିବା ଲଗାଣ ବର୍ଷାକୁ ନେଇ ସଚେତନ କରାଯାଇଥିଲା।

ସେପଟେ ସମୁଦ୍ର କୂଳିଆ ଅଞ୍ଚଳରେ ପୋଲିସ ପକ୍ଷରୁ ଗାଁ ଗାଁ ବୁଲି ମତ୍ସ୍ୟଜୀବୀଙ୍କୁ ସଚେତନ କରାଯାଇଛି। ଯାହାଫଳରେ ବର୍ତ୍ତମାନ ମତ୍ସ୍ୟଜୀବୀମାନେ ଆଉ ଅମାନିଆ ନ ହୋଇ ସମୁଦ୍ର କୂଳରେ ନିଜର ଡ଼ଙ୍ଗା ଓ ଜାଲକୁ ସୁରକ୍ଷିତ ରଖି ନିଜେ ମଧ୍ୟ ସମୁଦ୍ର କୂଳରେ ହିଁ ରହୁଛନ୍ତି।

ଦୁଇ ଦୁଇଟି ଦୁର୍ଘଟଣା ଘଟିବା ପରେ ଚେତା ପଶିଲା। ସଜାଗ ହେଲା ଜିଲ୍ଲା ପ୍ରଶାସନ ସଚେତନ ହେଲେ ମତ୍ସ୍ୟଜୀବୀ। ବାତ୍ୟ ଅସାନିର ପ୍ରଭାବରେ ଗତ ଦୁଇ ଦିନ ହେଲା ଅଶାନ୍ତ ରହିଥିଲା ସମୁଦ୍ର । ସମୁଦ୍ର ଅଶାନ୍ତ ରହିଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ମଧ୍ୟ ଜାରି କରାଯାଇଥିଲା। ମଙ୍ଗଳବାର ଓ ବୁଧବାର ଗୋପାଳପୁର ସମୁଦ୍ରକୁ ପର୍ଯ୍ୟଟକଙ୍କ ପ୍ରବେଶ ନିମନ୍ତେ ମନା କରାଯାଇଥିଲା। ଗୋପାଳପୁର ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ ସର୍ତ୍ତ୍ବେ ମଧ୍ୟ ଅନେକ ପର୍ଯ୍ୟଟକଙ୍କୁ ବେଳାଭୂମିକରେ ଚଳପ୍ରଚଳ ହେଉଥିବା ଦେଖିବାକୁ ମିଳିଥିଲା। ଏହାପରେ ଗୋପାଳପୁର ଥାନା ପୋଲିସ ବେଳାଭୂମିରେ ପହଞ୍ଚି ପର୍ଯ୍ୟଟକଙ୍କୁ ସମୁଦ୍ର କୂଳରୁ ବାହାରକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲା।

‘‘ଜିଲ୍ଲା ପ୍ରଶାସନ ସମୁଦ୍ର ବେଳାଭୂମି ବନ୍ଦ ନିୟମକୁ ପାଳନ କରିବା ନିମନ୍ତେ ପର୍ଯ୍ୟଟକଙ୍କୁ ଅନୁରୋଧ କରିଥିଲା ପୋଲିସ। ତଥାପି ମଧ୍ୟ ପୋଲିସ ସଚେତନ କରିବା ପରେ ବି ଅନେକ ପର୍ଯ୍ୟଟକ ମାନେ ଅମାନିଆ ହୋଇ ସମୁଦ୍ର କୂଳରେ ବୁଲୁଛନ୍ତି। ସେମାନଙ୍କୁ ମଧ୍ୟ ସମୁଦ୍ର କୂଳକୁ ନ ଯାଇ ଦୂରରେ ଥାଇ କିଛି ସମୟ ଦେଖିବା ପରେ ଘଉଡ଼ାଇ ଦିଆଯାଇଛି, କହିଥିଲେ ସମୁଦ୍ର ବେଳାଭୂମିରେ ନିୟୋଜିତ ଥିବା ଲାଇଫଗାର୍ଡ଼ ଚିଟି ବାବୁ।

ଗୋପାଳପୁର ଓ ବ୍ରହ୍ମପୁର ସହରକୁ ବିଭିନ୍ନ କାର୍ଯ୍ୟରେ ଆସିଥିବା ପର୍ଯ୍ୟଟକମାନେ ସମୁଦ୍ର ବେଳାଭୂମିକୁ ଚାଲି ଆସନ୍ତି। ସେମାନେ ପୂର୍ବରୁ ଯଦିଓ ସମୁଦ୍ର ବେଳାଭୂମି ବନ୍ଦ ନେଇ ଜାଣିନଥିଲେ। ତଥାପି ସମୁଦ୍ରକୁ ଆସି କିଛି ସମୟ ବେଳାଭୂମିରେ ବିତାଇବା ପରେ ଚାଲି ଯାଉଥିଲେ।

‘‘ବାତ୍ୟା ଯୋଗୁଁ ପର୍ଯ୍ୟଟକଙ୍କୁ ସମୁଦ୍ରକୁ ଯିବା ବାରଣ କରାଯାଇଥିବା ଯୋଗୁଁ ବେଳାଭୂମି ଖାଁ ଖାଁ ହୋଇଥିଲା। ସମୁଦ୍ର ଅଶାନ୍ତ ରହିଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ଓ ପୋଲିସର ନିୟମକୁ ସମ୍ମାନ ଜଣାଇ ସମୁଦ୍ର ବେଳାଭୂମି ଉପରରୁ ହିଁ ଫେରି ଯାଉଥିବା କହିଥିଲେ,‘‘ କୋଲକାତାରୁ ଆସିଥିବା ପର୍ଯ୍ୟଟକ ତପସ୍ବମୟୀ।

ଯେଉଁ ମତ୍ସ୍ୟଜୀବୀମାନେ ବାତ୍ୟା ସମୟରେ ଅମାନିଆ ହୋଇ ସମୁଦ୍ରକୁ ମାଛ ମାରିବା ପାଇଁ ଯାଉଥିବେ ସେମାନଙ୍କ ବିରୁଦ୍ଧରେ ଜିଲ୍ଲାପାଳମାନେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ ଏସଆରସି। ଏହାପରେ ଜିଲ୍ଲା ପ୍ରଶାସନ ଓ ପୋଲିସ ଅଧିକ ସଜାଗ ହୋଇଛି।

‘‘ଜିଲ୍ଲାର ବିଭିନ୍ନ ସମୁଦ୍ର କୂଳିଆ ଅଞ୍ଚଳରେ ପୋଲିସ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ସଚେତନ କରାଯାଇଛି। ଯେଉଁମାନେ ଅମାନିଆ ହୋଇ ମାଛ ମାରିବା ପାଇଁ ସମୁଦ୍ରକୁ ଯିବେ ତେବେ ସେମାନଙ୍କର ଲାଇସେନ୍ସକୁ ରଦ୍ଦ କରାଯିବ ବୋଲି ପୋଲିସ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ମତ୍ସ୍ୟଜୀବୀଙ୍କୁ ସଚେତନ କରାଇଛି। ଯାହାଫଳରେ ଆଜି ମତ୍ସ୍ୟଜୀବୀ ମାନେ ସମୁଦ୍ରକୁ ନ ଯାଇ ନିଜର ଡ଼ଙ୍ଗା ଓ ଜାଲ ସମୁଦ୍ର ବେଳାଭୂମି ଉପରରେ ରଖିଥିବା ଦେଖିବାକୁ ମିଳିଥିଲା। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ପାଳନ କରି ସମୁଦ୍ରକୁ ଯାଉନଥିବା କହିଥିଲେ,’’ମତ୍ସ୍ୟଜୀବୀ।

‘‘ଗତ କିଛି ଦିନ ହେଲା ସମୁଦ୍ରରେ ସଠିକ୍‌ ଭାବେ ମାଛ ଧରା ଯାଉନଥିବା ବେଳେ ବର୍ତ୍ତମାନ ପୁଣି ବାତ୍ୟା ଯୋଗୁଁ ପ୍ରଶାସନର ସମୁଦ୍ରକୁ ଯିବା ବାରଣ ଯୋଗୁଁ ନାହିଁ ନଥିବା ସମସ୍ୟା ଉପୁଜୁଛି। କେବଳ ସମସ୍ୟା ନୁହେଁ ବରଂ ପରିବାର ପ୍ରତିପୋଷଣ ମଧ୍ୟ କଷ୍ଟ ହୋଇପଡୁଛି। ତେଣୁ ସରକାରୀ ସୁବିଧା ଯୋଗାଇ ଦେବାନିମନ୍ତେ ଅନୁରୋଧ କରିଛନ୍ତି,’’ମତ୍ସ୍ୟଜୀବୀ ।

ପାଣିପାଗ ବିଭାଗ ପକ୍ଷରୁ ଲଗାଣ ବର୍ଷା ନେଇ ଗଞ୍ଜାମ ଜିଲ୍ଲାକୁ ହାଇ ଆଲର୍ଟ କରାଯାଇଥିବା ବେଳେ ବୁଧବାର ପାଗ ମେଘୁଆ ରହିଥିବା ବେଳେ କିଛି ସ୍ଥାନରେ କମ ସମୟ ପାଇଁ ଝିପ୍‌ ଝିପ୍‌ ବର୍ଷା ହୋଇଥିଲା।
Published by:Lipina Das
First published: