ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଗଞ୍ଜାମରେ ବର୍ବରତା: ଅବୈଧ ପ୍ରେମ ଅଭିଯୋଗରେ ପୁରୁଷ ଓ ମହିଳାଙ୍କ ହାତ ବାନ୍ଧି ଗାଁ ଦାଣ୍ଡରେ ବୁଲାଇଲେ

ଗଞ୍ଜାମରେ ବର୍ବରତା: ଅବୈଧ ପ୍ରେମ ଅଭିଯୋଗରେ ପୁରୁଷ ଓ ମହିଳାଙ୍କ ହାତ ବାନ୍ଧି ଗାଁ ଦାଣ୍ଡରେ ବୁଲାଇଲେ

ଭାଇରାଲ୍‌ ଭିଡିଓରେ ଦେଖାଯାଇଛି ଯେ ଗ୍ରାମବାସୀମାନେ ଜଣେ ମଧ୍ୟବୟସ୍କ ମହିଳା ଓ ପୁରୁଷଙ୍କ ହାତକୁ ଅଲଗା ଅଲଗା ଦଉଡ଼ିରେ ବାନ୍ଧି ସେମାନଙ୍କୁ ଗାଁ ଦାଣ୍ଡରେ ଚାଲିବାକୁ ବାଧ୍ୟ କରୁଛନ୍ତି । ଗ୍ରାମବାସୀମାନଙ୍କ ଭିଡ଼ରେ ଅନେକ କିଶୋର ଓ ଯୁବକ ଅଛନ୍ତି ।

ଗଞ୍ଜାମରେ ବର୍ବରତା: ଅବୈଧ ପ୍ରେମ ଅଭିଯୋଗରେ ପୁରୁଷ ଓ ମହିଳାଙ୍କ ହାତ ବାନ୍ଧି ଗାଁ ଦାଣ୍ଡରେ ବୁଲାଇଲେ
ଭାଇରାଲ୍ ଭିଡିଓରୁ କେତେକ ଦୃଶ୍ୟ
  • News18 Odia
  • Last Updated: March 12, 2021, 10:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ମଧ୍ୟଯୁଗୀୟ ବର୍ବରତାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି । ଜଣେ ମହିଳା ଓ ପୁରୁଷଙ୍କୁ ସର୍ବ ସମ୍ମୁଖରେ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଛି । ଗ୍ରାମବାସୀମାନେ ଦଉଡ଼ିରେ ଦୁହିଁଙ୍କ ହାତ ବାନ୍ଧି ଚଲାଇ ଚଲାଇ ନେଇଛନ୍ତି ଗାଁ ଦାଣ୍ଡରେ । ଦୁହିଁଙ୍କ ମଧ୍ୟରେ ଅବୈଧ ପ୍ରେମ ଥିବା ଅଭିଯୋଗ କରି ଗ୍ରାମବାସୀମାନେ ସେମାନଙ୍କୁ ଦଣ୍ଡିତ କରାଯାଇଥିବା କହିଛନ୍ତି ।

କଙ୍ଗାରୁ କୋର୍ଟର ଏହି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବଡ଼ଗଡ଼ ଥାନା ଅଞ୍ଚଳର ସାରାବାଡ଼ି ପଞ୍ଚାୟତ କାଳିଆପଲ୍ଲୀରେ । ସୋସିଆଲ୍‌ ମିଡି଼ଆରେ ଏହି ନିର୍ଯାତନାର ଭିଡିଓ ଭାଇରାଲ ହେବା ପରେ ଆକ୍ସନ ନେଇଛି ପୋଲିସ । ସାତ ଜଣଙ୍କୁ ଏହି ମାମଲାରେ ଗିରଫ କରାଯାଇଛି ଓ ଅନୁସନ୍ଧାନ ଚାଲିଛି ।

ଏହା ବି ପଢ଼ନ୍ତୁ | ମହାରାଷ୍ଟ୍ରରେ ବଢୁଛି Corona ସଂକ୍ରମଣ; ଦିନକରେ ୧୪,୦୦୦ ମାମଲା; ପୁଣି ଲକଡାଉନ୍ ଜାରି ହୋଇପାରେ

ଭାଇରାଲ୍‌ ଭିଡିଓରେ ଦେଖାଯାଇଛି ଯେ କେତେକ ଗ୍ରାମବାସୀ ଜଣେ ମଧ୍ୟବୟସ୍କ ମହିଳା ଓ ପୁରୁଷଙ୍କ ହାତକୁ ଅଲଗା ଅଲଗା ଦଉଡ଼ିରେ ବାନ୍ଧିଛନ୍ତି ଓ ସେମାନଙ୍କୁ ଗାଁ ଦାଣ୍ଡରେ ଚାଲିବାକୁ ବାଧ୍ୟ କରୁଛନ୍ତି । ଗ୍ରାମବାସୀମାନଙ୍କ ଭିଡ଼ରେ ଅନେକ କିଶୋର ଓ ଯୁବକ ଥିବା ଦେଖାଯାଉଛି । କେତେକ କିଶୋର ନିଜ ହାତରେ ବାଡ଼ି ଧରି ଏହି ଦୁଇ ପୀଡ଼ିତଙ୍କୁ ଭୟଭୀତ କରାଉଥିବା ବି ଦେଖିବାକୁ ମିଳିଛି ।

କେତେକ କିଶୋର ନିଜ ହାତରେ ବାଡ଼ି ଧରି ଏହି ଦୁଇ ପୀଡ଼ିତଙ୍କୁ ଭୟଭୀତ କରାଉଥିବା ବି ଦେଖିବାକୁ ମିଳିଛି ।


ଗ୍ରାମବାସୀମାନଙ୍କ କହିବା ଅନୁସାରେ ଏହି ପୁରୁଷ ଓ ମହିଳା ପରସ୍ପର ସହ ଅବୈଧ ପ୍ରେମ ସମ୍ପର୍କ ରଖିଆସୁଥିଲେ । ସେମାନଙ୍କୁ ଏଥିରୁ ନିବୃତ ହେବାକୁ ବାରମ୍ବାର କହିବା ପରେ ବି ସେମାନେ ପରସ୍ପର ସହ ମିଳାମିଶା କରୁଥିଲେ ବୋଲି କହିଛନ୍ତି ଗ୍ରାମବାସୀମାନେ ।

ଏହା ବି ପଢ଼ନ୍ତୁ | Bengal Polls: ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହେଲା; ଗୋଡ଼ ଛାତିରେ ଆଘାତ ଲାଗିଥିବା କହିଲେ

‘‘ପୋଲିସକୁ ଏହି ପୁରୁଷ ଓ ମହିଳାଙ୍କ କଥିତ ଅବୈଧ ସମ୍ପର୍କ ବିଷୟରେ ଗ୍ରାମବାସୀମାନେ ସୂଚନା ଦେବା ଉଚିତ ଥିଲା । ତାହା ନ କରି ସେମାନେ ଆଇନକୁ ହାତକୁ ନେଇଛନ୍ତି । ଏହା ଏକ ନିନ୍ଦନୀୟ ଘଟଣା । ଏମିତି କରି ସେମାନେ ଏହି ପୁରୁଷ ଓ ମହିଳାଙ୍କ ମାନବାଧିକାର ହନନ କରିଛନ୍ତି,’’ କହିଛନ୍ତି ମାନବାଧିକାର କର୍ମୀ ବିଶ୍ବପ୍ରିୟ କାନୁନଗୋ ।

ଭିଡିଓଟି ଭାଇରାଲ୍‌ ହେବା ପରେ ପୋଲିସ ଏହି ଘଟଣା ବିଷୟରେ ଖବର ପାଇଥିଲା ଓ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ଏହା ବି ପଢ଼ନ୍ତୁ | ଖାଦ୍ୟ ଡେରିରେ ଆଣିଲା Zomato ଡେଲିଭରି ମ୍ୟାନ୍, ଯୁବତୀଙ୍କୁ ଆକ୍ରମଣ କରି ରକ୍ତାକ୍ତ କଲା

‘‘ତଦନ୍ତ କରୁଥିବା ପୋଲିସ ଟିମ୍‌ ଏ ପର୍ଯ୍ୟନ୍ତ ସାତ ଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ଆହୁରି ଅନେକ ଲୋକଙ୍କ ସଂପୃକ୍ତି ଥିବା ସନ୍ଦେହ ରାଯାଉଛି । ଏହାକୁ ନେଇ ତନାଘନା କରୁଛି ପୋଲିସ,’’ କହିଛନ୍ତି ଗଞ୍ଜାମ ଏସ୍‌.ପି. ବ୍ରିଜେଶ ରାୟ ।



ଏହି ଘଟଣା ପରେ ରାଜ୍ୟର ସମାଜରେ ଆଇନକୁ ହାତକୁ ନେବାର ପ୍ରବୃତ୍ତି ଓ ଭେଦଭାବ ବିଷୟରେ ପୁଣି ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି ।
Published by: Anand Shankar Thankur Das
First published: March 12, 2021, 10:30 PM IST