News18 Odia Digital
ବ୍ରହ୍ମପୁର: ସମ୍ଭାବ୍ୟ ବାତ୍ୟା ‘ୟସ୍’କୁ ନେଇ ସଜାଗ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଜିଲ୍ଳାରେ ଏହି ବାତ୍ୟାର ପ୍ରଭାବ ଅଧିକ ହେବ ବୋଲି ଆଶଙ୍କା ନ ଥିଲେ ସୁଦ୍ଧା ସମୁଦ୍ରକୂଳିଆ ଓ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ପାଇଁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ । ଗାଁ ଗାଁ ବୁଲି ଲୋକଙ୍କୁ ମାଇକ୍ ଯୋଗେ ସତର୍କ କରାଯାଉଛି ଓ ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ରଖାଯାଉଛି ।
ଗୋପାଳପୁରରୁ ମାତ୍ର ଦୁଇ କିଲୋମିଟର ଦୂରରେ ଅବସ୍ଥିତ ନାରାୟଣପୁର ପଞ୍ଚାୟତରେ ସାମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ନେଇ ରବିବାର ଦିନ ପଞ୍ଚାୟତର ବୁଦ୍ଧିଜୀବୀ ଓ ବରିଷ୍ଠ ଲୋକଙ୍କର ଏକ ବୈଠକ ହେବା ପରେ ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗାଁ ଗାଁ ବୁଲି ମାଇକ୍ ଯୋଗେ ଗ୍ରାମବାସୀମାନଙ୍କୁ ସଚେତନ କରିବା ଆରମ୍ଭ କରିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ବାତ୍ୟା ପରେ ମୁମ୍ବାଇ କାନ୍ଦୁଛି, ହେଲେ ଏହି ଅଭିନେତ୍ରୀ ବର୍ଷାରେ ନାଚୁଛନ୍ତି! VIDEO ଦେଖି ଲୋକେ ଖପାଗାଁଗୁଡ଼ିକରେ ଥିବା ଉଚ୍ଚ ବିଦ୍ୟାଳୟକୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି । ସମୁଦ୍ରକୁ ଲାଗି ରହିଥିବା ନୂଆ ବକ୍ସିପଲ୍ଲୀ ଗାଁରେ ମଧ୍ୟ ସାମ୍ଭାବ୍ୟ ବାତ୍ୟାକୁ ନେଇ ଗ୍ରାମବାସୀଙ୍କୁ ସଚେତନ କରାଯିବା ସହ ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ କରି ରଖାଯାଇଥିବା ଦେଖିବାକୁ ମିଳିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | କରୋନା ୱାର୍ଡ଼ରେ ଫିଲ୍ମ ଗୀତ ଶୁଣୁଥିବା ଭାଇରାଲ୍ VIDEOର ସେହି ଯୁବତୀଙ୍କ ମୃତ୍ୟୁ ହେଲା; ସୋନୁ ସୁଦ୍ ଦୁଃଖିତ‘‘ଗଞ୍ଜାମ ଜିଲ୍ଲାବାସୀ ପ୍ରତିବର୍ଷ କୌଣସି ନା କୌଣସି ବାତ୍ୟାର ସମ୍ମଖୀନ ହୋଇଥାନ୍ତି । ବାତ୍ୟା ୟସ୍ ୨୬ ତାରିଖରେ ଉପକୂଳ ଓଡ଼ିଶା ଅତିକ୍ରମ କରିବା ସମ୍ଭାବନା ରହିଛି । ଗଞ୍ଜାମ ଜିଲ୍ଲାରେ ବାତ୍ୟାର ପ୍ରଭାବ ସେତେ ଅଧିକ ହେବାର ଆଶଙ୍କା ନ ଥିଲେ ମଧ୍ୟ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସଜାଗ ହୋଇଛି । ନାରାୟଣପୁର ପଞ୍ଚାୟତର ୧୨ଟି ୱାର୍ଡ଼ରେ ପ୍ରାୟ ୪,୦୦୦ ଲୋକ ରହନ୍ତି । ସାମ୍ଭାବ୍ୟ ବାତ୍ୟାର ମୁକାବିଲା ସହ ଧନଜୀବନ ସୁରକ୍ଷିତ ରଖିବା ନେଇ ବ୍ୟବସ୍ଥା କରାଯାଉଛି,’’ କହିଛନ୍ତି ନାରାୟଣପୁର କାର୍ଯ୍ୟନିର୍ବାହୀ ଅଧିକାରୀ କମଳକାନ୍ତ ପଣ୍ଡା ।
ଏହା ବି ପଢ଼ନ୍ତୁ | କରୋନା ଟିକାର ୨ଟି ଡୋଜ୍ ନେବା ପରେ ବି କାହିଁକି ମୃତ୍ୟୁ ହେଉଛି? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞମାନେ
ଗାଁମାନଙ୍କରେ ଲୋକଙ୍କୁ ସଚେତନ କରିବା କାର୍ଯ୍ୟକ୍ରମ ଚାଲିଛି ।
ଯେଉଁ ଲୋକଙ୍କର କଚ୍ଚା ଘର ଅଛି ସେମାନଙ୍କୁ ବାତ୍ୟାର ସୂଚନା ପାଇବା ପରେ ପକ୍କା ଘରକୁ ଚାଲିଯିବାକୁ ବା ଗାଁରେ ଥିବା ଉଚ୍ଚ ବିଦ୍ୟାଳୟକୁ ଚାଲିଯିବା ପାଇଁ କୁହାଯାଇଛି ବୋଲି କହିଛନ୍ତି ନାରାୟଣପୁର ସରପଞ୍ଚ ଆର୍. ହିମାଂଶୁ ପ୍ରସାଦ ରାଓ । ନାରାୟଣପୁର ଗାଁରେ ବାତ୍ୟା ଆଶ୍ରୟସ୍ଥଳୀ ନ ଥିବା ବେଳେ ଗାଁର ଉଚ୍ଚ ବିଦ୍ୟାଳୟକୁ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ କରାଯାଇଛି । ସେଠାରେ ଲୋକଙ୍କୁ ସୁରକ୍ଷିତ ଭାବେ ରଖିବା ସହିତ ଖାଦ୍ୟ ଓ ପାନୀୟର ମଧ୍ୟ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ରାଓ ।
ଏହା ବି ପଢ଼ନ୍ତୁ | ମୋଦୀଙ୍କ ବୈଠକରେ ମୁଖ୍ୟ ମନ୍ତ୍ରୀମାନଙ୍କୁ କହିବାକୁ ଦିଆଗଲାନି, କଣ୍ଢେଇ ପରି ବସି ରହିଲେ: ମମତାନାରାୟଣପୁର ଭଳି ସମୁଦ୍ରକୁ ଲାଗି ରହିଥିବା ବକ୍ସିପଲ୍ଲୀ ପଞ୍ଚାୟତର ଗ୍ରାମବାସୀମାନଙ୍କୁ ମଧ୍ୟ ସାମ୍ଭାବ୍ୟ ବାତ୍ୟାକୁ ନେଇ ସଜାଗ କରାଯାଇଛି । ନୂଆ ବକ୍ସିପଳ୍ଲୀରେ ରହୁଥିବା ମତ୍ସ୍ୟଜୀବୀଙ୍କୁ ସମୁଦ୍ରର ସ୍ଥିତି ଦେଖି ମାଛ ମାରିବାକୁ ସମୁଦ୍ରକୁ ନ ଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ମତ୍ସ୍ୟଜୀବୀମାନେ କାର୍ଯ୍ୟ କରୁଛନ୍ତି ।
ଏହା ବି ପଢ଼ନ୍ତୁ | ‘ତେହେଲ୍କା’ ସମ୍ପାଦକ ତରୁଣ ତେଜପାଲ ୮ ବର୍ଷ ତଳର ରେପ୍ ମାମଲାରେ ଦୋଷମୁକ୍ତ ହେଲେ‘‘ରବିବାର ଦିନ ସମୁଦ୍ର ଶାନ୍ତ ରହିଥିବା ଯୋଗୁଁ ଗାଁର ମତ୍ସ୍ୟଜୀବୀମାନେ ମାଛ ମାରିବାକୁ ସମୁଦ୍ରକୁ ଯାଇଥିଲେ । ସେମାନେ ନିଜେ ସତର୍କ ରହନ୍ତି ଓ ସମୁଦ୍ରର ସ୍ଥିତିକୁ ଦେଖି ସେମାନେ ବାତ୍ୟା ସମ୍ପର୍କରେ ଜାଣିପାରନ୍ତି । ଏବେ ବାତ୍ୟା ଆସି ଚାଲିଯିବା ଯାଏଁ ସେମାନେ ଆଉ ସମୁଦ୍ରକୁ ମାଛ ମାରିବାକୁ ଯିବେ ନାହିଁ,’’ କହିଛନ୍ତି ନୂଆ ବକ୍ସିପଲ୍ଲୀର ମତ୍ସ୍ୟଜୀବୀ ଆଦିୟା ।
ସମୁଦ୍ରକୁ ଲାଗି ରହିଥିବା ଗାଁଗୁଡ଼ିକର ଲୋକେ ସମୁଦ୍ର ଅଶାନ୍ତ ହେଲେ ଚିନ୍ତାରେ ପଡ଼ିଯାଉଛନ୍ତି । ଗ୍ରାମ୍ୟ କମିଟି ପକ୍ଷରୁ ଗ୍ରାମବାସୀମାନଙ୍କୁ ଚିନ୍ତିତ ନ ହେବାକୁ କୁହାଯିବା ସହ ଗାଁରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି । ବାତ୍ୟା ଆଶ୍ରୟ ସ୍ଥଳୀରେ ଲାଇଟ୍ ଓ ଜେନେରେଟର୍ ସମେତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଗାଁର ପୂବର୍ତନ ସମିତି ସଭ୍ୟ ଜୟସେନ ସାହୁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।