ନିଜେ ଚାଲିବାରେ ଅକ୍ଷମ ହେଲେ ଚଲାଉଥିଲେ ଆନ୍ତଃରାଜ୍ୟ ଚୋରା ଗଞ୍ଜେଇ ରାକେଟ

ଦିବ୍ୟାଙ୍ଗ ହୋଇ ବର୍ଷ ବର୍ଷ ଧରି ଚଲାଇଥିଲା ଚୋରା ଗଞ୍ଜେଇ କାରବାର। ଆଉ ତା ସହ ସାମିଲ ରହିଥିଲେ ତାର ଘନିଷ୍ଠ ସହଯୋଗୀ ଯେଉଁମାନେ କି ତାକୁ ଚୋରା ଗଞ୍ଜେଇ କାରବାରରେ ସହଯୋଗ କରି ଆସୁଥିଲେ।

ନିଜେ ଚାଲିବାରେ ଅକ୍ଷମ ହେଲେ ଚଲାଉଥିଲେ ଆନ୍ତଃରାଜ୍ୟ ଚୋରା ଗଞ୍ଜେଇ ରାକେଟ

ନିଜେ ଚାଲିବାରେ ଅକ୍ଷମ ହେଲେ ଚଲାଉଥିଲେ ଆନ୍ତଃରାଜ୍ୟ ଚୋରା ଗଞ୍ଜେଇ ରାକେଟ

  • Share this:
News18 Odia Digital

ସମ୍ବଲପୁର: ସମ୍ବଲପୁର ଶାସନ ପୋଲିସ ଦ୍ୱାରା ବିଫୁଳ ପରିମାଣର ଚୋରା ଗଞ୍ଜେଇ ଜବତ। ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ସହ ୭ ଜଣ ଗିରଫ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଛନ୍ତି। ଗତ ୯ ବର୍ଷ ହେଲା ଚାଲୁ ଆସୁଥିଲା ଏହି ଚୋରା ଗଞ୍ଜେଇ ଚାଲଣ। ମୁଖ୍ୟତଃ ୟୁପି, ମହାରାଷ୍ଟ୍ରକୁ ଗଞ୍ଜେଇ ଚୋରା ଚାଲଣ ହେଉଥିବା ବେଳେ ପୋଲିସ ହାତରେ ଧରା ପଡ଼ିଛି ଏହି ଗ୍ୟାଙ୍ଗ।

ଦିବ୍ୟାଙ୍ଗ ହୋଇ ବର୍ଷ ବର୍ଷ ଧରି ଚଲାଇଥିଲା ଚୋରା ଗଞ୍ଜେଇ କାରବାର। ଆଉ ତା ସହ ସାମିଲ ରହିଥିଲେ ତାର ଘନିଷ୍ଠ ସହଯୋଗୀ ଯେଉଁମାନେ କି ତାକୁ ଚୋରା ଗଞ୍ଜେଇ କାରବାରରେ ସହଯୋଗ କରି ଆସୁଥିଲେ। କିନ୍ତୁ ଏବେ ଏହି ଚୋରା ଗଞ୍ଜେଇ କାରବାରର ମାଷ୍ଟରମାଇଣ୍ଡ ସହ ତାର ଗ୍ୟାଙ୍ଗ ଏବେ ସମ୍ବଲପୁର ପୋଲିସ କବଜାରେ।

ଏହି ଘଟଣାରେ ଶାସନ ପୋଲିସ ୭ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୪ କୁଇଣ୍ଟାଲ ୧୧ କେଜି ଗଞ୍ଜେଇ ,୩ ଟି କାର ଓ ୭ଟି ମୋବାଇଲ ଜବତ କରିଛି। ଏହି ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ଲେଙ୍କାଙ୍କ ସହ ସହ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ଅଭିଯୁକ୍ତ ମଧ୍ୟ ରହିଛନ୍ତି।

ସମ୍ବଲପୁର ଶାସନ ପୋଲିସ ଦ୍ୱାରା ବିଫୁଳ ପରିମାଣର ଚୋରା ଗଞ୍ଜେଇ ଜବତ


ମଧ୍ୟପ୍ରଦେଶର ପୋଲିସ ଗୋଟିଏ କେସ ପାଇଁ ଆମ ସହ ଯୋଗଯୋଗ କରିଥିଲେ। ସେହି କେସରେ ଏମାନନେ ଜଡିତ ଥିବା ଜଣା ପଡ଼ିଥିଲା। ଏହା ପରେ ଆମେ ସୁଶାନ୍ତ ଲେଙ୍କାଙ୍କ ଉପରେ ନଜର ରଖିବା ଆରମ୍ଭ କରିଥିଲୁ ବୋଲି ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର କହିଛନ୍ତି ।

ଏହି ଗଞ୍ଜେଇ ଚୋରା ଚାଲାଣ କାରବାରର ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ଗତ ୯ ବର୍ଷ ହେଲା ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ସେ ମୁଖ୍ୟତଃ ୟୁପି, ମହାରାଷ୍ଟ୍ରକୁ ଗଞ୍ଜେଇ ଚୋରା ଚାଲାଣ କରୁଥିଲା। ଏହି ଗଞ୍ଜେଇ ଚୋରା ଚାଲାଣ ଘଟଣାର ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ଯିଏକି ସମ୍ବଲପୁର ପୁଟିବନ୍ଧ ନିଜ ଘରେ ରହି ଏହି କାରବାରକୁ ନିୟନ୍ତ୍ରଣ କରୁଥିବା ବେଳେ ସେ ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଆଣି ରାଜ୍ୟ ବାହାରକୁ ବିତରଣ କରୁଥିଲା।
Published by:Lipina Das
First published: