ପୁରୀ: ବୁଲି ବୁଲି କରୁଥିଲା ଚୁଟି ବେପାର, ହେଲେ ଜୁଲଫିକର୍‌ର ଅସଲ କାରବାର ଥିଲା ଗଞ୍ଜେଇ ଚାଲାଣ

ବିଭିନ୍ନ ଅଞ୍ଚଳ ବୁଲି ଛିଣ୍ଡା ଚୁଟି ସଂଗ୍ରହ କରି ତାକୁ ଘରେ ରଖୁଥିଲା ପଶ୍ଚିମ ବଙ୍ଗର ବେପାରୀ ଶେଖ୍ ଜୁଲଫିକର୍ । ଯେତେବେଳେ ଗଞ୍ଜେଇ ଆସୁଥିଲା ସେ ଗଞ୍ଜେଇ ବସ୍ତାର ଉପର ଓ ତଳ ଭାଗରେ ଚୁଟି ରଖି ମଝିରେ ରଖୁଥିଲା ଗଞ୍ଜେଇ ।

ପୁରୀ: ବୁଲି ବୁଲି କରୁଥିଲା ଚୁଟି ବେପାର, ହେଲେ ଜୁଲଫିକର୍‌ର ଅସଲ କାରବାର ଥିଲା ଗଞ୍ଜେଇ ଚାଲାଣ
ଗିରଫ ହେବା ପରେ ଶେଖ୍ ଜୁଲଫିକର୍ (ମଝି)
  • News18 Odia
  • Last Updated: March 9, 2021, 10:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଏହି ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ରାକେଟର୍‌ ଚେର କୋଦଳାରୁ ପିପିଲି ଓ ପିପିଲିରୁ ସିଧା ପଶ୍ଚିମ ବଙ୍ଗକୁ ଲମ୍ବିଥିଲା । ଥରେ ଗଞ୍ଜେଇ ଚାଲାଣ କଲେ ମିଳୁଥିଲା ୫୦ ହଜାର ଟଙ୍କା । ମାସକୁ ରୋଜଗାର ପାଖାପାଖି ୨ ଲକ୍ଷ ଟଙ୍କା ହେଉଥିଲା । ପୁରୀ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ମେଦିନୀପୁରର ବେପାରୀ ୨୮-ବର୍ଷୀୟ ସେଖ୍‌ ଜୁଲଫିକରକୁ ଗିରଫ କରି ତା’ ଠାରୁ ୧ ଲକ୍ଷ ୨୦ ହଜାର ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ ।

ଅବକାରୀ ଅଧୀକ୍ଷକ ଅମରେନ୍ଦ୍ର ଜେନା କହିଛନ୍ତି ଯେ ଏବେ ଗଞ୍ଜେଇ ଚାଲାଣ ପାଇଁ ବେପାରୀମାନେ ନୂଆ ନୂଆ ଉପାୟ ଆପଣାଉଛନ୍ତି । ପୁରୀ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ଚଢ଼ାଉ କରୁଛି । ସଦ୍ୟ ମାମଲାରେ ପିପିଲିରେ ଏକ ଚୁଟି ବେପାରୀ ଗଞ୍ଜେଇ କାରବାର କରୁଥିବା ଜଣାପଡ଼ିବା ପରେ ପୋଲିସ ସକ୍ରିୟ ହୋଇ ଜାଲ ବିଛାଇଥିଲା ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ |ସାର୍, ମୁଁ ମୋଝିଅର ମୁଣ୍ଡ କାଟି ତାକୁ ମାରିଦେଇଛି’: କଟା ମୁଣ୍ଡ ଧରି ପୋଲିସକୁ କହିଲା ବାପା

‘‘ପଶ୍ଚିମ ବଙ୍ଗ ମେଦିନୀପୁର ବାସିନ୍ଦା ସେଖ୍‌ ଜୁଲଫିକର୍ ଦୀର୍ଘ ଦିନ ଧରି ଗଞ୍ଜେଇର ଚୋରା କାରବାର କରୁଥିଲେ ସୁଦ୍ଧା ପୋଲିସ କିମ୍ବା ଅବକୀରୀ ବିଭାଗ ତା’ ଟେର ପାଉ ନ ଥିଲା । ସେ ଦୀର୍ଘ ଛଅ ମାସ ଧରି ପିପିଲିର ଭବାନୀପୁର ବସ୍ତିରେ ରହୁଥିଲା । ହେଲେ ତା’ର ଅସଲ କାରବାର ସମ୍ପର୍କରେ କେହି ସୁରାକ ପାଉ ନ ଥିଲେ । ସାହି ପଡି଼ଶା ବି ତା’ ଖବର ଅନ୍ତର ପାଉ ନ ଥିଲେ । କୋଦଳାର ଏକ ଟିମ୍‌ ସହ ଗଞ୍ଜେଇ କାରବାରରେ ସାମିଲ ରହି ସେ ଗଞ୍ଜାମର ବିଭିନ୍ନ ସ୍ଥାନରୁ ଗଞ୍ଜେଇ ସଂଗ୍ରହ କରୁଥିଲା । ସେଠାରୁ ଏକ ପିକ୍‌-ଅପ୍‌ ଭ୍ୟାନରେ ସେମାନଙ୍କ ଠାରୁ ଏସବୁ ଆଣୁଥିବା ସହ କେତେବେଳେ ସେହି ବେପାରୀମାନେ ଆସି ବାଟରେ ତାକୁ ଗଞ୍ଜେଇ ହସ୍ତାନ୍ତର କରୁଥିଲେ,’’ କହିଛନ୍ତି ଜେନା ।

ଜୁଲଫିକର୍ ଠାରୁ ଜବତ ହୋଇଥିବା ୧ ଲକ୍ଷ ୨୦ ହଜାର ଟଙ୍କାର ଗଞ୍ଜେଇ


ପୂର୍ବରୁ ବି ଟ୍ରେନରେ ଗଞ୍ଜେଇ ଆସୁଥିବା ବେଳେ ଜୁଲଫିକର୍‌ ଖୋର୍ଦ୍ଧା ରୋଡ଼ ଷ୍ଟେସନରୁ ତାହା ସଂଗ୍ରହ କରୁଥିଲା ବୋଲି ପୋଲିସ ଜାଣିବାକୁ ପାଇଛି । ହେଲେ ଆର୍‌.ପି.ଏଫ୍‌. କି ରେଳ କର୍ତ୍ତୃପକ୍ଷ ଏହି କାରବାରର ସୁରାକ ପାଉ ନ ଥିଲେ କାରଣ ଚୁଟି କାରବାର ଥିଲା ଜୁଲଫିକରର ସୁରକ୍ଷା କବଚ ।

ଏହା ବି ପଢ଼ନ୍ତୁ | COVID ଟିକା ନେବା ପରେ Sex କରିବା କେତେ ସୁରକ୍ଷିତ? ଜାଣନ୍ତୁ କହୁଛନ୍ତି ବିଶେଷଜ୍ଞ

କିଛି ଦିନ ତଳେ ପିପିଲି ଅବକାରୀ ଥାନା ଅଧିକାରୀ ରଙ୍କନିଧି ମଲ୍ଲିକ ଏହି କାରବାରର ସୁରାକ ପାଇଥିଲେ । ତାଙ୍କ କହିବା ଅନୁସାରେ ଜୁଲଫିକର୍‌ ଚତୁରତାର ସହ ଚୁଟି ବେପାର କରୁଥିଲା  । ‘‘ସେ ବିଭିନ୍ନ ଅଞ୍ଚଳ ବୁଲି ଛିଣ୍ଡା ଚୁଟି ସଂଗ୍ରହ କରି ତାକୁ ଘରେ ରଖୁଥିଲା  । ଯେତେବେଳେ ଗଞ୍ଜେଇ ଆସୁଥିଲା ସେତେବେଳେ ଗଞ୍ଜେଇ ବସ୍ତା ଉପର ଓ ତଳ ଭାଗରେ  ଚୁଟି ରଖିବା ସହ ମଝିରେ ରହୁଥିଲା ଗଞ୍ଜେଇ । ବସ୍ତାରେ ଚୁଟି ଦେଖି କେହି ସନ୍ଦେହ ପ୍ରକଟ କରୁ ନ ଥିବାରୁ ତାକୁ ବେପାର କରିବାରେ ସୁବିଧା ହେଉଥିଲା । ପୁଣି ଗଞ୍ଜେଇ ନେଇ ପଶ୍ଚିମ ବଙ୍ଗ ବି ପଳାଉଥିଲା ସେ । ଅନେକ ସମୟରେ ପରିବା ଭିତରେ ବି ଗଞ୍ଜେଇ ନେଇ ଯାଉଥିବା ସୂଚନା ମିଳିଛି । ପିକ୍‌-ଅପ୍‌ ଭ୍ୟାନରେ ପଶ୍ଚିମ ବଙ୍ଗର ମୁର୍ଶିଦାବାଦରେ ବି ଗଞ୍ଜେଇ ନେଇ ପହଞ୍ଚାଉଥିଲା ସେ । ଏଥି ପାଇଁ ଥରକୁ ୫୦ ହଜାର ଟଙ୍କା କମିଶନ ତାକୁ ମିଳୁଥିବା ବେଳେ ମାସକୁ ଚାରି ଥର ନେଲେ ଦୁଇ ଲକ୍ଷ ଟଙ୍କା କମିଶନ ମିଳୁଥିଲା । ତା’ ସହ ବାଳ ବିକି ମଧ୍ୟ ପ୍ରଚୁର ଅର୍ଥ ଉପାର୍ଜନ କରୁଥିଲା ସେ,’’ କହିଛନ୍ତି ମଲ୍ଲିକ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅମିତାଭ ବଚ୍ଚନଙ୍କର ସର୍ଜରୀ ହେବ; ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ଅନେକ ଫିଲ୍ମ ଉପରେ ପ୍ରଭାବ ପଡ଼ିବ

ଜୁଲଫିକରକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା । ପିପିଲି ଷ୍ଟେସନର ତିନି ଜଣ ଓ ପୁରୀ ଷ୍ଟେସନର ତିନି ଜଣ ପ୍ରମୁଖ ଅଧିକାରୀଙ୍କୁ ନେଇ ଗଠନ ହୋଇଥିଲା ଏକ ସ୍କ୍ୱାର୍ଡ଼ । ଗୁରୁବାର ପୂର୍ବାହ୍ନ ୮ଟାରେ ପିପିଲିରେ ଚଢ଼ାଉ କରାଗଲା । ପିପିଲି -ଜଟଣୀ ରାସ୍ତାର ହସନପୁର ଛକରେ କୁଲଫିକରକୁ ଗଞ୍ଜେଇ ବସ୍ତା ସହ କାବୁ କରିଥିଲା ସ୍କ୍ୱାର୍ଡ଼ । ବସ୍ତାର ଉପର ଭାଗରୁ ଚୁଟି ଓ ଭିତରୁ ଗଞ୍ଜେଇ ଜବତ କରାଯାଇଥିଲା ।

ଏହା ବି ପଢ଼ନ୍ତୁ | ଆସୁଛିନୂଆ ଜିଓଫୋନ୍ ୨୦୨୧ଅଫର୍‌; ଅସୀମିତ କଲ୍ ଅନେକ ଡାଟା; ଭାରତ ହେବ ୨ଜି-ମୁକ୍ତ

‘‘ଏ ନେଇ ୫୦/୨୧ରେ ଏକ ମାମଲା ରୁଜୁ କରାଯାଇ ଜୁଲଫିକରକୁ ଗିରଫ କରାଯାଇଥିବା ବେଳେ ତା’ ଠାରୁ ୧ ଲକ୍ଷ ୨୦ ହଜାର ଟଙ୍କାର ଗଞ୍ଜେଇ ଜବତ କରିବା ସହ ତାକୁ କୋର୍ଟ ଚାଲାଣ କରାଯାଇଛି । ସେ ଆନ୍ତଃରାଜ୍ୟ ଗଞ୍ଜେଇ ରାକେଟ ଚଳାଉଥିବା ମାମଲାରେ ପୋଲିସ ଅନ୍ୟମାନଙ୍କୁ ଖୋଜିବା ଆରମ୍ଭ କରିଛି,’’ କହିଛନ୍ତି ପୁରୀ ଅବକାରୀ ବିଭାଗର ଏ.ଏସ୍‌.ଆଇ. ସନ୍ତୋଷ କୁମାର ନାୟକ ।



ଏସ୍‌.ପି. କଁୱର୍‌ ବିଶାଳ ସିଂ କହିଛନ୍ତି, ‘‘ପୁରୀରେ ଗଞ୍ଜେଇ ହେଉ ଅବା କୋରେକ୍ସ ବା ବ୍ରାଉନ ସୁଗାର, ଏ ସବୁ କାରବାର ଉପରେ ରୋକ ଲଗାଇବା ପାଇଁ ଚଢ଼ାଉ ଜୋରଦାର କରାଯାଉଛି । ଗଞ୍ଜେଇ ସହ ବ୍ରାଉନ ସୁଗାର ମଧ୍ୟ ଜବତ କରିବା ସହ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି । ଅବକାରୀ ବିଭାଗ ସହ ମିଶି ପୁରୀ ପୋଲିସ କାର୍ଯ୍ୟ କରିବାକୁ ଓ ଲଗାତର ଚଢ଼ାଉ କରିବାକୁ ନିର୍ଦ୍ଦେଶ ରହିଛି ।’’
Published by: Anand Shankar Thankur Das
First published: March 9, 2021, 10:43 PM IST