News18 Odia Digital
କଟକ: ତେଲଙ୍ଗାନାରୁ ଧରାହୋଇ ଆସିବା ପରେ ଗ୍ୟାଙ୍ଗଷ୍ଟର୍ ହାଇଦର କୋଭିଡ ପଜିଟିଭ ଚିହ୍ନଟ ହୋଇ ଚୌଦ୍ବାର ଜେଲରେ ଚିକିତ୍ସିତ ହେଉଛି । କଟକର ଏସ୍.ସି.ବି. ହସପିଟାଲରେ ରହଣି ବେଳେ ତା’ର ଖସିଯିବା ପ୍ରୟାସ ପରେ ଜେଲରେ ତାକୁ ସୁରକ୍ଷା ମଧ୍ୟରେ ଚିକିତ୍ସା ସେବା ଯୋଗାଇବା ଚିନ୍ତା ଜେଲ ଅଧିକାରୀଙ୍କୁ ଘାରିଛି ।
ହାଇଦରର ପୂର୍ବ ଇତିହାସ ଦେଖି ଏବେ ତାକୁ ଜେଲ୍ ଭିତରେ ରଖି ଚିକିତ୍ସା କରାଇବାକୁ ନିଷ୍ପତ୍ତି କରିଛନ୍ତି ଚୌଦ୍ବାର ଜେଲ କର୍ତ୍ତୃପକ୍ଷ । ହାଇଦରର ଚିକିତ୍ସା ସମ୍ବନ୍ଧୀୟ ସବୁ ବ୍ୟବସ୍ଥା ଜେଲ୍ ମଧ୍ୟରେ କରାଇବା ପାଇଁ ନିର୍ଦ୍ଦେଶ ଦେବା ଲାଗି ପ୍ରାର୍ଥନା କରି କୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଜେଲ୍ ବିଭାଗ ।
ଏହା ବି ପଢ଼ନ୍ତୁ | ସାବଧାନ! Corona ଭୂତାଣୁ ମୁଖ୍ୟତଃ ବାୟୁ ମାଧ୍ୟମରେ ହିଁ ବ୍ୟାପୁଛି ବୋଲି ଦୃଢ଼ ପ୍ରମାଣ ମିଳିଲା

ଏହି କାରରେ ହାଇଦର୍ ଓଡ଼ିଶାରୁ ଯାଇ ହାଇଦ୍ରାବାଦ ପହଞ୍ଚିଥିଲା ।
ମଧୁମେୟ ଓ ସ୍ନାୟୁଜନିତ ରୋଗର ଚିକିତ୍ସା ସହିତ ତା’ର କୋଭିଡ ଚିକିତ୍ସା ମଧ୍ୟ ଜେଲ୍ ପରିସରରେ କରାଇବା ପାଇଁ କୋର୍ଟଙ୍କ ଅନୁମତି ଲୋଡ଼ାଯାଇଛି । ଅତି ଜରୁରୀ ନ ହେଲେ ହାଇଦରକୁ ଚିକିତ୍ସା ପାଇଁ ପୁଣି ଏସ୍.ସି.ବି.ରେ ଭର୍ତ୍ତି କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଚୌଦ୍ବାର ଜେଲ କର୍ତ୍ତୃପକ୍ଷ ।
ଏହା ବି ପଢ଼ନ୍ତୁ | ଏ ଥର CBI ଉପରେ ଭାରି ପଡ଼ିଲେ କପିଳ ସିବଲ୍, HCରୁ ଲାଲୁ ଯାଦବଙ୍କ ଜାମିନ୍ କରାଇଲେ
ହାଇଦରର କୋଭିଡ ଚିକିତ୍ସା ନେଇ ପରାମର୍ଶ ଦେବା ପାଇଁ ଚୌଦ୍ବାର ଜେଲ୍ କତ୍ତୃପକ୍ଷ କଟକ ସି.ଡି.ଏମ୍.ଓ. ସତ୍ୟବ୍ରତ ଛୋଟରାୟଙ୍କୁ ମଧ୍ୟ ଚିଠି ଲେଖିଛନ୍ତି । ଏହି ଚିଠି ପାଇବା ପରେ ଛୋଟରାୟ ଜେଲ୍ ଅଧୀକ୍ଷକ ଓ ଜେଲ୍ ଠାକ୍ତରଙ୍କ ସହ ଫୋନରେ କଥା ହେବା ସହ ହାଇଦରର ସ୍ବାସ୍ଥ୍ୟାବସ୍ଥା ବାବଦରେ ବୁଝିଛନ୍ତି । ଟାଙ୍ଗି ସ୍ଥିତ ରାପିଡ୍ ରେସପନ୍ସ ଟିମକୁ ମଧ୍ୟ ହାଇଦରର ସ୍ବାସ୍ଥ୍ୟାବସ୍ଥା ବାବଦରେ ଅନୁଧ୍ୟାନ କରିବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | କୁକୁର ଛୁଆମାନେ ମାଲିକାଣିଙ୍କ ସହ ମିଶି ଯୋଗ କଲେ; VIDEO ଭାଇରାଲ୍ ହେଉଛି; ଦେଖନ୍ତୁ
‘‘ହାଇଦରର ସ୍ବାସ୍ଥ୍ୟାବସ୍ଥା ଏବେ ଭଲ ଅଛି । ସେ ଡାଇବେଟିସ୍ ଓ ନ୍ୟୁରୋ ସମ୍ପର୍କିତ ଯେଉଁ ଔଷଧ ଖାଉଥିଲା, ସେଗୁଡ଼ିକ ତାକୁ ଦିଆଯାଉଛି । ଜେଲ୍ ଡାକ୍ତର ତା’ର ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି । ଚୌଦ୍ବାର ଜେଲରେ ପିପିଇ କିଟ୍ ମହଜୁଦ ରହିଛି । ଆବଶ୍ୟକ ହେଲେ ଅଧିକ ପିପିଇ କିଟ୍ ଦିଆଯିବ । କେଭିଡ ଚିକିତ୍ସା ପାଇଁ ତାକୁ ଏବେ ହସ୍ପିଟାଲରେ ଭର୍ତ୍ତି ହେବାର ଆବଶ୍ୟକତା ନାହିଁ । ଯେତେବେଳେ ଆବଶ୍ୟକତା ଆସିବ ସରକାରଙ୍କ ନିର୍ଦ୍ଦେଶ ମୁତାବକ ତାହା ପୂରଣ କରାଯିବ,’’ କହିଛନ୍ତି କଟକ ସିଡିଏମଓ ସତ୍ୟବ୍ରତ ଛୋଟରାୟ ।
ହାଇଦରକୁ ଫେରାର ହେବାର ସହଯୋଗ କରିଥିବା ଆଉ କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଏହାରି ଭିତରେ ଯେଉଁ କାର୍ ହାଇଦର ଫେରାର ହେବା ପାଇଁ ବ୍ୟବହାର କରିଥିଲା ତାକୁ ତେଲେଙ୍ଗାନାରୁ ଜବତ କରି କଟକ ଆଣିଛି ପୋଲିସ । କାରଟି ନୟାଗଡ଼ର ତ୍ରିଲୋଚନ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ରହିଛି । କିନ୍ତୁ ଏହି କାର୍ କିଣିବା ପାଇଁ ନିଆଯାଇଥିବା ଋଣର ମାସିକ କିସ୍ତିଗୁଡ଼ିକୁ ହାଇଦରର ପୁଅ ଅଜୋ ସୁଝୁଥିବା ପୋଲିସ ତଦନ୍ତରୁ ଜଣା ପଡ଼ିଛି ।
Published by:Anand ST Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।