News18 Odia Digital
କେନ୍ଦ୍ରାପଡ଼ା: ଦୁଇ ମାସ ତଳେ ପୋଲିସ ଗୁଳିରେ ପ୍ରାଣ ହରେଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ଶେଖ ହାଇଦରର ବଡ଼ ପୁଅ ଶେଖ୍ କାଦିର୍ ଓରଫ ମୁନ୍ନାକୁ ଆଜୀବନ କାରାଦଣ୍ଡ ସଜା ମିଳିଛି । ୨୦୧୩ ମସିହାରେ କେନ୍ଦ୍ରାପଡା ଜିଲ୍ଲାର ଆଳି ଅଞ୍ଚଳର ସାର ବ୍ୟବସାୟୀ ଶାହନାୱାଜ ଖାନ୍ ଓରଫ ସୋନୁଙ୍କ ହତ୍ୟା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛି । ଏହି ମାମଲାର ବିଚାର କରି ଜିଲ୍ଲା ତଥା ଅଧିବେଶନ କୋର୍ଟର ଜଜ୍ ଗୋପାଳ ଚନ୍ଦ୍ର ବେହେରା କାଦିରକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ।
ସରକାରୀ ଓକିଲ ମାନସ ରଞ୍ଜନ ବେହେରା କହିଛନ୍ତି ଯେ ସବୁ ପ୍ରମାଣ ଓ ସାକ୍ଷୀଙ୍କ ତଥ୍ୟ ଆଧାରରେ ଜିଲ୍ଲା ତଥା ଅଧିବେଶନ କୋର୍ଟର ଜଜ୍ ଶେଖ କାଦିର ଓରଫ ମୁନ୍ନାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ଏହି ମାମଲାରେ ବିଚାରର ସାମନା କରିଥିବା ଅନ୍ୟ ଆଠ ଜଣ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…“ଆଇ.ପି.ସି.ର ଦଫା ୩୦୨ ଅନୁସାରେ ଶେଖ୍ କାଦିରକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । କୋର୍ଟ ତା’ ଉପରେ ୧୦,୦୦୦ ଟଙ୍କା ଜରିମାନା ବି ଲଗାଇଛନ୍ତି । ଜରିମାନା ଅର୍ଥ ଦେବାରେ ବିଫଳ ହେଲେ ତାକୁ ଆଉ ବର୍ଷେ ଜେଲଦଣ୍ଡ ମିଳିବ,’’ କହିଛନ୍ତି ସରକାରୀ ଓକିଲ ମାନସ ରଞ୍ଜନ ବେହେରା ।

ସଜା ଶୁଣାଯିବା ପରେ ଶେଖ୍ କାଦିର୍କୁ ଜେଲ୍କୁ ନିଆଯାଉଛି ।
ଏହା ବି ପଢ଼ନ୍ତୁ | UPରେ ଆନ୍ଦୋଳନରତ କୃଷକଙ୍କ ଉପରେ ‘‘କେନ୍ଦ୍ର ମନ୍ତ୍ରୀଙ୍କ ପୁଅ କାର୍ ଚଢ଼ାଇଦେଲେ’’; ୮ ଜଣଙ୍କ ମୃତ୍ୟୁଶେଖ୍ କାଦିର କେନ୍ଦ୍ରାପଡ଼ା ଓ ଆଖପାଖ ଜିଲ୍ଲାରେ ଜଣେ ଅପରାଧୀ ଭାବେ କୁଖ୍ୟାତ ଥିଲା । ବିଗତ ବର୍ଷମାନଙ୍କରେ ସେ ହତ୍ୟା, ଟେଣ୍ଡର ଫିକ୍ସିଂ, ବୋମା ବିସ୍ଫୋରଣ, ଲୁଟ୍ ଓ ଚୋରି ଭଳି ଅନେକ ଆପରାଧିକ କାର୍ଯ୍ୟରେ ଜଡି଼ତ ଥିବା ଅଭିଯୋଗ ହୋଇଥିଲା । ତା’ ବିରୋଧରେ ରାଜ୍ୟର ବିଭିନ୍ନ ଥାନାରେ ୩୦ଟି ମାମଲା ରହିଥିବା ଜଣାପଡ଼ିଛି ।
ଏହା ବି ପଢ଼ନ୍ତୁ | ପୁରୁଷମାନଙ୍କର ଏହି ସମସ୍ୟା ଯୋଗୁଁ ମହିଳାମାନଙ୍କର ବାରମ୍ବାର ଗର୍ଭପାତ ହୁଏ: ଗବେଷଣାରୁ ଜଣାପଡ଼ିଲା୨୦୧୩ ମସିହାରେ ସାର ବ୍ୟବସାୟୀ ଶାହନାୱାଜ ଖାନଙ୍କ ହତ୍ୟା ସାରା ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିଲା । ଶେଖ୍ କାଦିର୍ ତାଙ୍କଠାରୁ ବଟି ନେବାକୁ ଚାହୁଁଥିଲା, ହେଲେ ସେଥିରେ ବିଫଳ ହେବାରୁ ସେ କେନ୍ଦ୍ରାପଡା ଜିଲ୍ଲାର ଆଳିରେ ଥିବା ତାଙ୍କ ଦୋକାନରେ ଶାହନାୱାଜ ଖାନଙ୍କୁ ଗୁଳି କରି ହତ୍ୟା କରିଥିଲା ।
ଏହା ବି ପଢ଼ନ୍ତୁ | ମମତା ବାନାର୍ଜୀ ଜିତିଲେ ଭବାନୀପୁର ଉପନିର୍ବାଚନ; କହିଲେ, ‘କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରିଥିଲେ’ଶେଖ୍ କାଦିରର ବାପା କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ଶେଖ୍ ହାଇଦର୍ ଅଲି ଜୁଲାଇ ୨୪, ୨୦୨୧ ଅପରାହ୍ଣରେ
ପୋଲିସ ଗୁଳିରେ ପ୍ରାଣ ହରାଇଥିଲା । ତା’ ଦେହରେ ଗୁଳି ଲାଗିବା ପରେ ପୋଲିସ ତାକୁ ବାଲେଶ୍ୱର ସଦର ହସପିଟାଲରେ ଭର୍ତ୍ତି କରିଥିଲା । ସେଇଠି ସେ ପ୍ରାଣ ହରାଇଥିଲା । ପୋଷ୍ଟ ମର୍ଟମରେ ହାଇଦର୍ ଦେହରୁ ମୋ’ଟ ଚାରିଟି ଗୁଳି ବାହାରି ଥିଲା । ଦୁଇଟି ତାଜା ଗୁଳି, ଯାହା ପୋଲିସ ଏନକାଉଣ୍ଟରରେ ଲାଗିଥିଲା, ଓ ଆଉ ଦୁଇଟି ପୁରୁଣା ଗୁଳି ଯାହା ହାଇଦରର ଜଙ୍ଘରେ ବହୁ ପୂର୍ବରୁ ଥିଲା ।
ଏହା ବି ପଢ଼ନ୍ତୁ | ଆତଙ୍କବାଦୀମାନଙ୍କୁ କରାଚୀରେ ୧୫ ଦିନ ଟ୍ରେନିଂ ଦେଇଥିଲା ISI, ଫାର୍ମହାଉସରେ ଦେଇଥିଲା ଫେୟାରୱେଲ୍ହାଇଦରର ମୃତ ଦେହ ତା’ ସ୍ତ୍ରୀ ହସିନା ବିବିକୁ ଦେଖାଇବା ପରେ ପୋଷ୍ଟ ମର୍ଟମ୍ କରାଯାଇଥିଲା । ହସିନା ବିବି ଅଭିଯୋଗ କରିଥିଲେ ଯେ ହାଇଦରକୁ ପୋଲିସ ଜାଣିଶୁଣି ମାରିଦେଇଛି । ହାଇଦରର ମୃତ୍ୟୁ ପରେ ତା’ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବା ପାଇଁ ସେଖ୍ କାଦିର୍ ଜାମିନ ପାଇଁ କୋର୍ଟରେ ପ୍ରାର୍ଥନା କରିଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | Golden Visa: ଅଭିନେତ୍ରୀ ଉର୍ବଶୀ ରାଉତେଲାଙ୍କୁ ମିଳିଲା UAE ଦେଶର ଗୋଲ୍ଡେନ ଭିସା; କ’ଣ ଲାଭ ମିଳିବ?ହାଇଦରର ଏନକାଉଣ୍ଟର୍ ପରେ ପୋଲିସ କମିଶନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଓ କଟକ ଡିସିପି ପ୍ରତୀକ ସିଂ ଦେଇଥିବା ବିବୃତିକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଉଭୟ କହିଥିଲେ ଯେ ହାଇଦର୍ ଖସିଯିବାକୁ ଚେଷ୍ଟା କରୁଥିଲା ଓ ତାକୁ ଖସିଯିବାରୁ ରୋକିବାକୁ ପୋଲିସ ତା’ ଉପରକୁ ‘‘ନିୟନ୍ତ୍ରିତ ଉପାୟରେ’’ ଗୁଳି ଚଳାଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।