News18 Odia Digital
କଟକ: ଏସ୍.ସି.ବି. ହସପିଟାଲରୁ ଶନିବାର ଦିନ ଫେରାର ହୋଇଯାଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ହାଇଦର୍ ଫେରାର୍ ହେବା ପୂର୍ବରୁ ତାକୁ ଦେଖାକରିବାକୁ ଆସିଥିବା ଦୁଇ ତିନି ଜଣ ଲୋକଙ୍କ ସହ ବିରିୟାନୀ ଖାଇଥିଲା । ହୁଏତ ସେହି ବିରିୟାନୀରେ ନିଶା ଦ୍ରବ୍ୟ ମିଶାଇ ସେ ତାକୁ ଜଗିଥିବା ପୋଲିସ କର୍ମୀଙ୍କୁ ଦେଇଥିଲା । ହସପିଟାଲରୁ ଖସିଯିବା ପୂର୍ବରୁ ହାଇଦରର ଶେଷ ମୁହୂର୍ତ୍ତଗୁଡ଼ିକ ବିଷୟରେ ଜଣେ ନର୍ସଙ୍କ ଠାରୁ ଅନେକ ତଥ୍ୟ ମିଳିଛି ।
‘‘ମୁଁ ତାଙ୍କ ପାଖକୁ ଶେଷ ଥର ପାଇଁ ଅପରାହ୍ଣ ସାଢେ ୩ଟା ବେଳେ ଯାଇଥିଲି । ସେତେବେଳେ ତାଙ୍କ ପାଖରେ ଦୁଇ ତିନି ଜଣ ଲୋକ ଥିଲେ । ସମସ୍ତେ ବିରୟାନି ଖାଉଥିଲେ । ଯେତେବେଳେ ମୁଁ ପୁଣି ସାଢେ ୫ଟା ବେଳେ ତାଙ୍କ କ୍ୟାବିନକୁ ଇଞ୍ଜେକ୍ସନ୍ ଦେବା ପାଇଁ ଗଲି, ସେତେବେଳେ କ୍ୟାବିନ୍ ବାହାରେ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ କର୍ମୀଙ୍କୁ ଅଚେତ ହୋଇ ପଡ଼ିଥିବା ଦେଖିଲି । ଆଉ କ୍ୟାବିନରେ କେହି ନ ଥିଲେ,’’ କହିଛନ୍ତି ଏସ୍.ସି.ବି. ହସପିଟାଲର ସର୍ଜରୀ ୱାର୍ଡର ନର୍ସ ମାନସୀରାଣୀ ପାଣି ।
ଏହା ବି ପଢ଼ନ୍ତୁ | Jio ଆଣିଲା IPL 2021 ଉପଭୋଗ କରିବା ପାଇଁ ୧୦୦% ଲାଭପ୍ରଦ ଯୋଜନା; ପ୍ରତି ଦିନ ପୁରସ୍କାର ଜିତନ୍ତୁହାଇଦର ଫେରାର୍ ହେବାର ଘଣ୍ଟାକ ମଧ୍ୟରେ କଟକ ପୋଲିସ ଆକ୍ସନ ମୋଡକୁ ଆସିଥିଲା । ରାଜ୍ୟ ବର୍ଡରଗୁଡ଼ିକରେ ଯାଞ୍ଚ କରାଇବା ଆରମ୍ଭ କରିଦେଇଥିଲା ପୋଲିସ, ହେଲେ କେଉଁଠି ତା’ର ପତ୍ତା ମିଳି ନ ଥିଲା । ଦୁଇ ଘଣ୍ଟା ଭିତରେ ହାଇଦର୍ ଓଡ଼ିଶା ସୀମା ପାର୍ କରିପାରିବା ଅସମ୍ଭବ ଥିବାରୁ ସେ ଏବେ ବି ରାଜ୍ୟ ଭିତରେ ହିଁ ଥିବା ପୋଲିସ ସନ୍ଦେହ କରୁଛି । କିନ୍ତୁ ତା’ର ବାଙ୍ଗ୍ଲାଦେଶ ଲିଙ୍କ୍ ବେଶ୍ ସକ୍ରିୟ ଥିବାରୁ ସେ ବାଲେଶ୍ବର ଦେଇ ପଶ୍ଚିମ ବଙ୍ଗ ଓ ସେଠାରୁ ବାଙ୍ଗ୍ଲାଦେଶ ଯିବା ପାଇଁ ଉଦ୍ୟମ କରୁଥାଇ ପାରେ ବୋଲି ପୋଲିସ ସନ୍ଦେହ କରୁଛି ।

ସର୍ଜରୀ ୱାର୍ଡର ନର୍ସ ମାନସୀରାଣୀ ପାଣି
ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ କଟକ ଡିସିପିଙ୍କ କାର୍ଯ୍ୟାଳୟରେ ଏକ ରୁଦ୍ଧଦ୍ବାର ବୈଠକ କରିଥିଲେ । ଏହି ବୈଠକରେ କଟକ ଡିସିପି ପ୍ରତୀକ ସିଂଙ୍କ ସହ ଅନେକ ବରିଷ୍ଠ ପୋଲିସ ଅଧିକାରୀ ଓ ସ୍ପେସାଲ୍ ସ୍ବାର୍ଡ ଇନ୍ସପେକ୍ଟର ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ହାଇଦର ସମ୍ପର୍କରେ କୌଣସି ସୂଚନା ପୋଲିସକୁ ମିଳିପାରି ନଥିଲା ।
ଏହା ବି ପଢ଼ନ୍ତୁ | IPL 2021: ରୋହିତ ଶର୍ମା ଖୋଲିଲେ ନିଜ ଜୋତାର ରହସ୍ୟ; ଜାଣି 'ହିଟମ୍ୟାନ୍'ଙ୍କୁ ନମସ୍କାର କରିବେ ଆପଣ‘‘ହାଇଦରର ସନ୍ଧାନ ପାଇଁ ଏକ ବଡ଼ ଅପରେସନ ଆରମ୍ଭ କରାଯାଇଛି । ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ସେ କେଉଁ ପରିସ୍ଥିତି ଫେରାର୍ ହେଲା ତା’ର ଅନୁସନ୍ଧାନ ଚାଲିଛି,’’ କହିଥିଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
ଏହା ବି ପଢ଼ନ୍ତୁ | ୬୦ ବର୍ଷୀୟ ଶିକ୍ଷକ ୧୯ ବର୍ଷୀୟା ଛାତ୍ରୀଙ୍କୁ ୫ ବର୍ଷ ଧରି ରେପ୍ କରୁଥିଲେ, ଗିରଫ ହେଲେପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ ମାର୍ଚ୍ଚ ୨୮ ତାରିଖରେ ସମ୍ବଲପୁର ଜେଲରେ ସଜା ଭୋଗୁଥିବା ହାଇଦରକୁ ଚିକିତ୍ସା ପାଇଁ ଏସ୍.ସି.ବି. ହସପିଟାଲକୁ ଅଣାଯାଇଥିଲା । ଏଠାରେ ସେ ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଥିବା ବେଳେ ଶନିବାର ଦିନ ମଧ୍ୟାନ୍ନରେ ତା’ର କିଛି କଥିତ ସମ୍ପର୍କୀୟ ତାକୁ ଭେଟିବା ପାଇଁ ସେ ରହୁଥିବା ୱାର୍ଡକୁ ଆସିଥିଲେ । ସେମାନେ ନିଜ ସାଙ୍ଗରେ ଆଣିଥିବା ବିରିୟାନୀ ଖାଇବା ସହିତ ହାଇଦରକୁ ଜଗୁଥିବା ସୁରକ୍ଷାକର୍ମୀଙ୍କୁ ନିଶାଯୁକ୍ତ ବିରିୟାନୀ ଖାଇବାକୁ ଦେଇଥିଲେ ବୋଲି କୁହାଯାଉଛି । ସୁରକ୍ଷାକର୍ମୀ ଜଣକ ବେହୋସ ହୋଇଯିବା ପରେ ସେମାନେ ଆସିଥିବା ଏକ ଧଳା ରଙ୍ଗର କାରରେ ହାଇଦରକୁ ସାଙ୍ଗରେ ନେଇ uସପିଟାଲରୁ ଫେରାର ହୋଇଯାଇଥିଲେ ବୋଲି ପୋଲିସକୁ ସୂଚନା ମିଳିଛି ।

ହାଇଦରକୁ ଜଗିବାରେ ନିଯୁକ୍ତ ପୋଲିସ କନଷ୍ଟେବଲ୍
ଏହା ବି ପଢ଼ନ୍ତୁ | ଦେଶରେ ପୁଣି ଥରେ ସବୁ ଟ୍ରେନ୍ ଚଳାଚଳ ବନ୍ଦ ହେବ କି? ରେଲ୍ୱେ କହିଲା ଏହି କଥାଏସ୍.ସି.ବି. ହସପିଟାଲରୁ ଶନିବାର ଦିନ ଫେରାର ହୋଇଯାଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ହାଇଦରକୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଅପରେସନ ଚଳାଇଛି ଓଡ଼ିଶା ପୋଲିସ । ହାଇଦର ଫେରାର୍ ହୋଇଯିବା ଖବର ପାଇବା ପରେ କମିଶନରେଟ ପୋଲିସ ପୋଲସ ମୁଖ୍ୟାଳୟକୁ ସୂଚନା ଦେଇଥିଲା । ଏହା ପରେ ହାଇଦର ଆତ୍ମଗୋପନ କରିଥିବା ସମ୍ଭାବ୍ୟ ସ୍ଥାନଗୁଡ଼ିକରେ ରାତି ତମାମ ପୋଲିସର ରେଡ଼ ଜାରି ରହିଥିଲା ।
ଏହା ବି ପଢ଼ନ୍ତୁ | ବିବାହ ପରେ ସେକ୍ସ ପ୍ରତି ଆଗ୍ରହ କମ୍ ହୋଇଯାଏ କାହିଁକି? ଏହି ପ୍ରଶ୍ନର ଉତ୍ତର ଏଇଠି ଅଛିକଟକ କମିଶନରେଟ ପୋଲିସ ସହରର ବିଭିନ୍ନ ସ୍ଥାନରେ ରେଡ଼ ଜାରି ରଖିଥିବା ବେଳେ ସହରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଗାଡ଼ିମଟର ଯାଞ୍ଚ କରୁଛି । ଏହା ସହିତ ଏସ୍.ସି.ବି. ହସପିଟାଲର ଉଭୟ ପଟ ଗେଟ୍ ବାହାରେ ଥିବା ଦୋକାନଗୁଡ଼ିକର ସିସିଟିଭି ଫୁଟେଜ୍ ମଧ୍ୟ ଜାଞ୍ଚ କରାଯାଇଛି । କଟକ ତଥା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ଅପରାଧୀଙ୍କ ଉପରେ ନଜର ରଖିଥିବା ଦକ୍ଷ ପୋଲିସ ଅଧିକାରୀମାନେ ନିଜ ନିଜର ସୁତ୍ରଙ୍କ ଠାରୁ ହାଇଦର୍ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଛନ୍ତି ।
ଓଡ଼ିଶା ପୋଲିସ ମୁଖ୍ୟାଳୟର ନିର୍ଦ୍ଦେଶ କ୍ରମେ କଟକର ମଙ୍ଗୁଳି ଟୋଲ୍ ଗେଟ ସହିତ ପିପିଲି ଓ ଜଟଣି ଟୋଲଗେଟର ସିସିଟିଭି ଫୁଟେଜକୁ ମଧ୍ୟ ଜାଞ୍ଚ କରାଯାଉଛି । ଏହା ସହିତ କଟକରୁ ଲାଗି କରିଥିବା ଜିଲ୍ଲାଗୁଡ଼ିକୁ ମଧ୍ୟ ଆର୍ଲଟ କରିଛି ପୋଲିସ ମୁଖ୍ୟାଳୟ । ବିଶେଷ କରି ପୋଲିସ ମୁଖ୍ୟାଳୟର ନିର୍ଦ୍ଦେଶ କ୍ରମେ ହାଇଦରର ନିଜ ଜିଲ୍ଲା କେନ୍ଦ୍ରାପଡ଼ା ସହିତ ପଡ଼ୋଶୀ ଜଗତସିଂପୁର, ଯାଜପୁର, ଢେଙ୍କାନାଳ ଜିଲ୍ଲାର ଏସ୍.ପି.ମାନଙ୍କୁ ଆର୍ଲଟରେ ରହିବାକୁ କୁହାଯାଇଛି । ସେମାନେ ନିଜ ନିଜ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।