News18 Odia Digital
ବାଲେଶ୍ୱର/ବାରିପଦା/କଟକ: ଜେଲରେ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଶେଖ୍ ହାଇଦର୍ ଶନିବାର ଅପରାହ୍ଣରେ ରାଜ୍ୟ ପୋଲିସର ଏନ୍କାଉଣ୍ଟରରେ ପ୍ରାଣ ହରାଇଛି । ଯଦିଓ ତା’ର ମୃତ୍ୟୁ ହେବାର ସୂଚନା ଏ ପର୍ଯ୍ୟନ୍ତ ଆଧିକାରିକ ଭାବେ ରାଜ୍ୟ ପୋଲିସ ପକ୍ଷରୁ ଦିଆଯାଇ ନାହିଁ, ବିଶ୍ୱସ୍ତ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ବାଲେଶ୍ୱର ସଦର ହସପିଟାଲରେ ପହଞ୍ଚିବା ପରେ ତା’ର ମୃତ୍ୟୁ ହୋଇଯାଇଥିଲା ।
ଶେଖ୍ ହାଇଦରକୁ ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ସେ ବାଟରେ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଏହି ଏନକାଉଣ୍ଟର୍ ହୋଇଥିବା ସୂଚନା ମିଳିଛି । ବାଲେଶ୍ୱର ଜିଲ୍ଲାର ସୋରୋ ନିକଟସ୍ଥ ସିମୁଳିଆ ନିକଟରେ ଅପରାହ୍ଣ ପାଖାପାଖି ୩ଟା ୨୦ ମିନିଟ୍ ବେଳେ ପରିସ୍ରା କରିବ ବୋଲି କହି ହାଇଦର୍ ଜେଲ୍ ଗାଡ଼ିରୁ ବାହାରକୁ ଆସିଥିଲା । ମାତ୍ର ସେତିକି ବେଳେ ସେ ଜଣେ ଜେଲ୍ ଗାର୍ଡ଼ଙ୍କ ବନ୍ଧୁକ ଛଡ଼ାଇ ନେଇ ଖସିଯିବାକୁ ଚେଷ୍ଟା କରିଥିଲା ବୋଲି କହିଛନ୍ତି କଟକ ଡିସିପି ପ୍ରତୀକ ସିଂ । ପୋଲିସକୁ ବାଧ୍ୟ ହୋଇ ତା’ ଉପରକୁ ଗୁଳି ଚଳାଇବାକୁ ପଡ଼ିଥିଲା ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ରାଜ କୁନ୍ଦ୍ରାଙ୍କ ସ୍ତ୍ରୀ ଶିଳ୍ପା ଶେଟ୍ଟୀ ଦକ୍ଷିଣ ଭାରତୀୟ ସିନେମାରେ ବି ଖୁବ୍ ଧୁମ୍ ମଚେଇଛନ୍ତିହାଇଦରରକୁ ରକ୍ତାକ୍ତ ଓ ଅଚେତ ଅବସ୍ଥାରେ ବାଲେଶ୍ୱର ସଦର ହସପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ସୂଚନା ଅନୁସାରେ ତା’ ପେଟରେ ଗୁଳି ଲାଗିଥିଲା । ସୂତ୍ରଙ୍କ ଅନୁସାରେ ହାଇଦରକୁ ବାଲେଶ୍ୱର ହସପିଟାଲକୁ ଅଣାଯାଇଥିବା ବେଳେ ତା’ ଛାତି, ପେଟ ଓ ପିଠି ରକ୍ତ ଜୁଡୁବୁଡୁ ହୋଇଥିବା ଦେଖାଯାଇଥିଲା ।

ତେଲଙ୍ଗାନାରେ ଗିରଫ ହେବା ପରେ ଶେଖ୍ ହାଇଦର୍ (ଆଣ୍ଠୁ ମାଡ଼ି ବସିଛି)
ହାଇଦରର ମୁହଁରେ ଗୁଳି ବାଜିଥିବା କୁହାଯାଉଥିଲେ ବି ତାହା ସ୍ପଷ୍ଟ ହୋଇନାହିଁ । ହସପିଟାଲରେ ଭର୍ତ୍ତି କରାଯିବା ବେଳେ ସେ ଅଚେତ ଥିଲା ଓ ଆଖିରେ ନିଜ ଚଷମା ପିନ୍ଧିଥିଲା । ତା’ ଦେହରେ ପାଞ୍ଚଟି ଗୁଳି ଲାଗିଥିବା କୁହାଯାଉଥିଲେ ମଧ୍ୟ ଆଧିକାରିକ ଭାବେ ଏହା ଏ ପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇ ନାହିଁ ।
ଏହା ବି ପଢ଼ନ୍ତୁ | Horror Story: ନ ଖାଇ ନ ପିଇ ୧୦ ଦିନ ନବଦମ୍ପତି ଗଛରେ ବିତାଇଲେ; ତଳେ ଭୋକିଲା ଭାଲୁ ଅନେଇଥିଲାକିଛି ଦିନ ତଳେ କଟକର ଏସ୍.ସି.ବି. ହସପିଟାଲରୁ ଖସି ଯାଇଥିଲା ହାଇଦର ଗ୍ୟାଙ୍ଗଷ୍ଟର୍ ଶେଖ୍ ହାଇଦର । ତାକୁ ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରୁ ଗିରଫ କରାଯାଇଥିଲା । ପରେ ସେ କୋଭିଡ୍ ଆକ୍ରାନ୍ତ ହେବାରୁ ଚୌଦ୍ୱାର ତାକୁ ଜେଲରେ ରଖାଯାଇଥିଲା। ସେ କୋଭିଡରୁ ସୁସ୍ଥ ହୋଇଯାଇଥିଲା ।
ବାଲେଶ୍ୱର ସଦର ହସପିଟାଲ୍ରେ ପହଞ୍ଚିବାର ଚାରି ମାନିଟ୍ ପରେ ହାଇଦର୍ର ମୃତ୍ୟୁ (Gangster Haider death in encounter) ହୋଇଯାଇଥିବା ସୂଚନା ମିଳିଛି । ଏହି ଘଟଣା ବିଷୟରେ ଅଧିକ ତଥ୍ୟ ରାଜ୍ୟ ପୋଲିସ ନିକଟରୁ ଓ ଘଟଣା ସ୍ଥଳରୁ ଅପେକ୍ଷା କରାଯାଉଛି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।