ଫେରାର୍‌ ଗ୍ୟାଙ୍ଗଷ୍ଟର୍‌ ଶେଖ୍‌ ହାଇଦର୍‌କୁ ତେଲଙ୍ଗାନାରୁ ଗିରଫ କଲା କମିଶନରେଟ୍ ପୋଲିସ

ହାଇଦରର ଗୁପ୍ତ ଠିକଣା ଜାଣିବା ପାଇଁ ଓ ତାକୁ ଗିରଫ କରିବା ପାଇଁ ହାଇଦ୍ରାବାଦ ପୋଲିସ ଓଡ଼ିଶା ପୋଲିସକୁ ସବୁ ସହାୟତା ଯୋଗାଇ ଦେଇଥିଲା । ହାଇଦରକୁ ଶୀଘ୍ର ଓଡ଼ିଶା ଅଣାଯିବ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଗିରଫ ହେବା ପରେ ହାଇଦର୍; (ଡାହାଣ) ହାଇଦର୍ ବ୍ୟବହାର କରୁଥିବା କାର୍

ଗିରଫ ହେବା ପରେ ହାଇଦର୍; (ଡାହାଣ) ହାଇଦର୍ ବ୍ୟବହାର କରୁଥିବା କାର୍

  • Share this:
News18 Odia Digital

ଭୁବନେଶ୍ୱର: କଟକ ଏସ୍‌.ସି.ବି. ହସପିଟାଲର ସର୍ଜରୀ ୱାର୍ଡ଼ରୁ ଚରୁରତାର ସହ ଫେରାର୍‌ ହୋଇଯାଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର୍‌ ଶେଖ୍‌ ହାଇଦରକୁ ଗୁରୁବାର ଦିନ ତେଲଙ୍ଗାନାରୁ ଗିରଫ କରିଛି କମିଶନରେଟ୍ ପୋଲିସ । ତେଲଙ୍ଗାନା ପୋଲିସ ସହାୟତାରେ ତାକୁ ଗିରଫ କରାଯାଇଛି ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଗୁରୁବାର ସନ୍ଧ୍ୟାରେ ତେଲଙ୍ଗାନାର ସଙ୍ଗାରେଡି ଜିଲ୍ଲାରୁ ହାଇଦରକୁ ଗିରଫ କରିବାରେ ସଫଳ ହୋଇଛନ୍ତି ସେଠାକୁ ଯାଇଥିବା କଟକ ପୋଲିସର ଦୁଇଟି ଟିମ୍‌ । ହତ୍ୟା ଓ ଅନ୍ୟାନ୍ୟ ସଙ୍ଗୀନ ଅପରାଧ କାରଣରୁ ଆଜୀବନ କାରାଦଣ୍ଡ ଭୋଗୁଥିବା ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟର୍‌ ସମ୍ବଲପୁର ଜେଲରୁ ଆସି ଏସ୍‌.ସି.ବି. ହସପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ଏପ୍ରିଲ୍‌ ୧୦ ତାରିଖ ଶନିବାର ଅପରାହ୍ଣରେ ଖସି ପଳାଇଥିଲା । ହସପିଟାଲରେ ତା’ ଉପରେ ନଜର ରଖୁଥିବା ପୋଲିସ କର୍ମୀମାନଙ୍କୁ ନିଶା ଦ୍ରବ୍ୟ ମିଶିଥିବା ବିରିୟାନୀ ଖୁଆଇ ସେ ବଡ଼ ଚତୁରତାର ସହ ଫେରାର୍‌ ହୋଇଯାଇଥିଲା ।

ଏହା ବି ପଢ଼ନ୍ତୁ | ଦେଶରେ ପୁଣି ଥରେ ସବୁ ଟ୍ରେନ୍ ଚଳାଚଳ ବନ୍ଦ ହେବ କି? ରେଲ୍ୱେ କହିଲା ଏହି କଥା

‘‘ଦୀର୍ଘ ୧୬ ବର୍ଷ ଧରି ଜେଲରେ ଥିବା ଜଣାଶୁଣା ଅପରାଧୀ ଶେଖ୍‌ ହାଇଦର୍‌, ଯିଏ ଚିକିତ୍ସା ବାହାନାରେ କଟକ ଏସ୍‌.ସି.ବି. ହସପିଟାଲକୁ ଆସି ସେଠାରୁ ଫେରାର୍‌ ହୋଇଯାଇଥିଲେ, ତାଙ୍କୁ ଆଜି (ଗୁରୁବାର) ସନ୍ଧ୍ୟାରେ କଟକ ପୋଲିସର ଦୁଇଟି ସ୍ୱତନ୍ତ୍ର ଟିମ୍‌ ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରୁ ଗିରଫ କରିଛି । ହାଇଦର୍‌ ଏସ୍‌.ସି.ବି. ହସପିଟାଲକୁ ୨୩ ମାର୍ଚ୍ଚରେ ଆସିଥିଲେ ଓ ସେଠାରୁ ୧୦ ଏପ୍ରିଲ୍‌ ଶନିବାର ଦିନ ୪ଟାରୁ ସାଢ଼େ ୪ଟା ମଧ୍ୟରେ ଫେରାର୍‌ ହୋଇଯାଇଥିଲେ । ଆମେ ଅତି ଶୀଘ୍ର ହାଇଦରକୁ ଓଡ଼ିଶା ଆଣି ଜେଲରେ ରଖିବୁ,’’ କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପଣବନ୍ଦୀ କୋବ୍ରା ଯବାନ ରାକେଶ୍ବରଙ୍କୁ ଛାଡ଼ିଦେଲେ ମାଓବାଦୀମାନେ; ‘‘ମୋଆଖିରେ ପଟି ବାନ୍ଧି...’’

ହାଇଦରର ଗିରଫଦାରୀ ବିଷୟରେ କହୁଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ


ପୋଲିସ ସୂତ୍ରରୁ ଜଣା ପଡ଼ିଛି ଯେ ହାଇଦର୍‌ ଏସ୍‌.ସି.ବି. ହସପିଟାଲରୁ ବାହାରକୁ ପଳାଇଯିବା ପରେ ବାଇକ୍‌ ମାଧ୍ୟମରେ କଟକ ପାର୍‌ ହୋଇଥିଲା ଓ ତା’ ପରେ ଏକ କାର୍‌ ଯୋଗେ ଓଡ଼ିଶଆ ପାର୍‌ କରି ତେଲେଙ୍ଗାନାରେ ପ୍ରବେଶ କରିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ବିବାହିତ ପୁରୁଷଙ୍କ ସହ ପ୍ରେମ? ଅଭିନେତ୍ରୀ ରେଖା ଏହା ବିଷୟରେ କହିଲେ ଜାଣନ୍ତୁ - VIDEO

ହାଇଦର୍‌ ଫେରାର୍‌ ହେବା ପରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ କଟକ ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ପୋଲିସ ସ୍ୱତନ୍ତ୍ର ରଣନୀତି ବନାଇ ହାଇଦରକୁ ଖୋଜିବାରେ କେତେକ ପୋଲିସ୍‌ ଟିମ୍‌ ଲଗାଇଥିଲେ । ବାଦାମବାଡ଼ି ଥାନାଧିକାରୀ ହାଇଦରକୁ ଖୋଜିପାଇଥିବା ପୋଲିସ ଟିମର ନେତୃତ୍ୱ କରୁଥିବା କୁହାଯାଇଛି । ହାଇଦରକୁ ଧରିବା ପାଇଁ ପୋଲିସ ସବୁ ଶକ୍ତି ଲଗେଇ ଦେଇଥିଲା ଓ ବିଭିନ୍ନ ସ୍ଥାନରେ ରେଡ୍‌ କରିଥିଲା ।

ଏହା ବି ପଢ଼ନ୍ତୁ | ହୋଲି ଖେଳୁ ଖେଳୁ ମଥାରେ ଲଗେଇଦେଲା ସିନ୍ଦୂର; ବାସ୍, ହୋଲି ପର ଦିନ ହୋଇଗଲା ବାହାଘର

‘‘ହାଇଦରର ଠିକଣା ଜାଣିବା ପାଇଁ ଓ ତାକୁ ଗିରଫ କରିବା ପାଇଁ ହାଇଦ୍ରାବାଦ ପୋଲିସ ଓଡ଼ିଶା ପୋଲିସକୁ ସବୁ ସହାୟତା ଯୋଗାଇ ଦେଇଥିଲା । ପୂର୍ବରୁ ଓଡ଼ିଶା ପୋଲିସ ଠାରୁ ହାଇଦ୍ରାବାଦ ପୋଲିସର ଟେକ୍ନିକାଲ୍‌ ଟିମ୍‌ ହାଇଦରର ଫଟୋ ଓ ଅନ୍ୟ ସବୁ ବିବରଣୀ ସଂଗ୍ରହ କରି କାମ ଆରମ୍ଭ କରିଦେଇଥିଲା,’’ କହିଛନ୍ତି ହାଇଦ୍ରାବାଦ ପୋଲିସ କମିଶନର ଅଞ୍ଜନୀ କୁମାର ।



ହାଇଦର୍‌ ଫେରାର୍‌ ହେବାର ଦୁଇ ଦିନ ପରେ ପୋଲିସର ଲଗାତର ଚଢ଼ାଉ ଓ ତନାଘନାରେ ଅତିଷ୍ଠ ହୋଇ ତା’ର ସହଯୋଗୀ ତଥା କଟକର ଅନ୍ୟତମ ଅପରାଧୀ ୟାକୁବ ଖାନ୍‌ ଗଣମାଧ୍ୟମର ଉପସ୍ଥିତିରେ ଚାଉଳିଆଗଞ୍ଜ ଥାନାରେ ଆତ୍ମସର୍ମପଣ କରିଥିଲା । ପରେ ୟାକୁବ୍‌ ହାଇଦରକୁ ଖାଦ୍ୟ ଆଣିଦେଉଥିବା କଥା ପୋଲିସ ଆଗରେ ସ୍ୱୀକାର କରିଥିଲା । ହାଇଦର କେଉଁଠି ଅଛି ସେ ବିଷୟରେ ପୋଲିସ ୟାକୁବ୍‌ ଓ ହାଇଦରର ଅନ୍ୟ ସହଯୋଗୀଙ୍କ ଠାରୁ ବିଭିନ୍ନ ସୁରାଗ ପାଇଥିଲା ବୋଲି କହିଛନ୍ତି ଜଣେ ପୋଲିସ ଅଧିକାରୀ ।
Published by:Anand S.T. Das
First published: