ଫେରାର୍ ହାଇଦରକୁ ଧରିବା ଉଦ୍ୟମ ଜୋରଦାର୍ ହେଲା; ତା’ ସହଯୋଗୀ ୟାକୁବ୍ ସରେଣ୍ଡର୍ କଲା

ଗ୍ୟାଙ୍ଗଷ୍ଟର୍ ହାଇଦରକୁ ଧରିବା ପାଇଁ ଓଡ଼ିଶା ପୋଲିସର ସ୍ବତନ୍ତ୍ର ଅଭିଯାନ ଯେତିକି ବଡ଼ ସେତିକି ଘାତକ ମଧ୍ୟ, କାରଣ ଏହି ଅପରେସନ୍ ବେଳେ ଆବଶ୍ୟକ ହେଲେ ଏନକାଉଣ୍ଟର୍ କରିବା ପାଇଁ ମଧ୍ୟ ପୋଲିସକୁ ନିର୍ଦ୍ଦେଶ ରହିଛି ।

ଫେରାର୍ ହାଇଦରକୁ ଧରିବା ଉଦ୍ୟମ ଜୋରଦାର୍ ହେଲା; ତା’ ସହଯୋଗୀ ୟାକୁବ୍ ସରେଣ୍ଡର୍ କଲା
ଆତ୍ମସମର୍ପଣ କରିବାକୁ ଆସୁଛି ହାଇଦରର ସହଯୋଗୀ ୟାକୁବ୍ ।
  • News18 Odia
  • Last Updated: April 12, 2021, 6:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଏସ୍‌.ସି.ବି. ହସପିଟାଲର ସର୍ଜ୍ଜରୀ ବିଭାଗରୁ ଖସିଯାଇଥିବା ଗ୍ୟାଙ୍ଗଷ୍ଟର୍‌ ହାଇଦରକୁ ଧରିବା ପାଇଁ ପୋଲିସ ସବୁ ଶକ୍ତି ଲଗେଇ ଦେଇଥିବାରୁ ଓ ବିଭିନ୍ନ ସ୍ଥାନରେ ରେଡ୍‌ କରୁଥିବାରୁ ପରିସ୍ଥିତି ଅସମ୍ଭାଳ ହେଉଥିବା ଦେଖି ହାଇଦରର ସହଯୋଗୀମାନଙ୍କ ମଧ୍ୟରୁ ଜଣେ ସୋମବାର ଦିନ ପୋଲିସର ଶରଣାପନ୍ନ ହୋଇଛି ।

ୟାକୁବ ଖାନ୍‌ ନାମକ ହାଇଦରର ଏହି ସହଯୋଗୀ କଟକର ଅନ୍ୟତମ ଅପରାଧୀ । ସେ ଗଣମାଧ୍ୟମର ଉପସ୍ଥିତିରେ ଚାଉଳିଆଗଞ୍ଜ ଥାନାରେ ଆତ୍ମସର୍ମପଣ କରିଛି । ଆତ୍ମସମର୍ପଣ ପୂର୍ବରୁ ୟାକୁବ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିଜର ପ୍ରତିକ୍ରିୟା ଦେବା ପାଇଁ ଓ.ଏମ୍‌.ପି. ଆଇ.ବି ନିକଟକୁ ଆସିବା ପାଇଁ ସୁଚନା ଦେଇଥିଲା । ୟାକୁବ ଆସିବା ପରେ ସେଠାରେ ପୂର୍ବରୁ ସାଦା ପୋଷାକରେ ଉପସ୍ଥିତ ଥିବା ପୋଲିସ କର୍ମୀମାନେ ତାକୁ କାବୁ କରି ନେଇଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ବିକିନି ପିନ୍ଧି ହୋଲି ଖେଳୁଥିବା ଫଟୋ ଶେୟାର୍ କଲେ ସୋଫିଆ ହୟାତ୍; ଭାଇରାଲ୍ ହେଲା

‘‘ମୁଁ ହସପିଟାଲକୁ ଯାଇ ‘ଦାଦା’ଙ୍କୁ (ହାଇଦର) ଭେଟୁଥିଲି । ତାଙ୍କ ପାଇଁ ବିରିୟାନୀ ନେଉଥିଲି । ତାଙ୍କ ପାଖରୁ କିଛି କାମ ପାଇବା ପାଇଁ ମୁଁ ହସପିଟାଲକୁ ଯାଉଥିଲି । ହେଲେ ସେ ଫେରାର ହେବା ପଛରେ ମୋ’ର ହାତ ନାହିଁ । ସେ କୁଆଡ଼େ ଗଲେ ମୁଁ ଜାଣିନାହିଁ,’’ ଆତ୍ମସମର୍ପଣ ବେଳେ ଗଣମାଧ୍ୟମକୁ କହିଛି ୟାକୁବ୍‌ ।

ଗ୍ୟାଙ୍ଗଷ୍ଟର୍ ଶେଖ୍ ହାଇଦର୍ (ଫାଇଲ୍ ଫଟୋ)


ପୋଲିସ ଏନକାଉଣ୍ଟର ଭୟରେ ହିଁ ୟାକୁବ ଆତ୍ମସମର୍ପଣ କରିଥିବା କଥା କୁହାଯାଉଛି । ହାଇଦରj ଆତ୍ମଗୋପନର ସାମ୍ଭବ୍ୟ ସ୍ଥାନଗୁଡ଼ିକରେ ନିରନ୍ତର ରେଡ କରୁଛି ପୋଲିସ । ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ ଫେରାର କରିବାରେ ସହାୟତା କରିଥିବା ତା’ର ସହଯୋଗୀମାନଙ୍କୁ ଧରିବା ପାଇଁ ବି ଏକ ସ୍ବତନ୍ତ୍ର ଡ୍ରାଇଭ୍ ଚଲାଇଛି ।

ଏହା ବି ପଢ଼ନ୍ତୁ | ଅତି ସତର୍କ ବ୍ୟାଟିଂ ଯୋଗୁଁ ଭାରତ ହାତରୁ ଖସିଯାଇପାରେ ୨୦୨୩ର ବିଶ୍ୱ କପ୍, କହିଲେ ମାଇକେଲ୍ ଭଉଗାନ୍

ହାଇଦରକୁ ନିୟମିତ ଭାବେ ଏସ୍‌.ସି.ବି.ରେ ଭେଟୁଥିବା ଲୋକଙ୍କ ମଧ୍ୟରେ ୟାକୁବ ଥିଲା ଅନ୍ୟତମ । ୟାକୁବକୁ ଧରିବା ପାଇଁ ପୋଲିସ ତା’ ଘରେ ଦୁଇ ଦୁଇ ଥର ଚଡାଉ କରିସାରିଥିଲା । ଅନ୍ୟ ସହଯୋଗୀମାନଙ୍କୁ ଧରି ସେମାନଙ୍କ ଠାରୁ ହାଇଦର୍‌ ବିଷୟରେ ତଥ୍ୟ ଆଦାୟ ପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିଥିବାରୁ ସମସ୍ତେ ଫେରାର୍‌ ହୋଇଯାଇଛନ୍ତି । ଫେରାର ଥିବା ସହଯୋଗୀମାନଙ୍କ ମଧ୍ୟରୁ ଆଉ କିଛି ଲୋକ ମଧ୍ୟ ୟାକୁବର ପନ୍ଥା ଅବଲମ୍ବନ କରି ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ଯୋଜନା କରୁଥିବା ଜଣା ପଡ଼ିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ମାଛ ତରକାରୀରେ ଥ୍ୟାଲିୟମ୍ମିଶାଇ ସ୍ତ୍ରୀ ଶ୍ୱଶୁର ଘର ଲୋକଙ୍କୁ ଦେଲା; ଶାଶୁ ଶାଳୀଙ୍କ ପ୍ରାଣ ଗଲା

ହାଇଦରକୁ ଧରିବା ପାଇଁ ଓଡ଼ିଶା ପୋଲିସ ତାର ସ୍ବତନ୍ତ୍ର ଅଭିଯାନ ଜୋରଦାର୍‌ କରିଛି । ଏହି ଅପରେସନ୍ ଯେତିକି ବଡ଼ ସେତିକି ଘାତକ ମଧ୍ୟ କାରଣ ଏହି ଅପରେସନ ବେଳେ ଆବଶ୍ୟକ ହେଲେ ଏନକାଉଣ୍ଟର କରିବା ପାଇଁ ମଧ୍ୟ ପୋଲିସକୁ ନିର୍ଦ୍ଦେଶ ରହିଛି । କୌଣସି ଅପରାଧୀକୁ ଧରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ କରାଯାଇଥିବା ଏତେ ବଡ଼ ଅପରେସନ ସମଗ୍ର ରାଜ୍ୟରେ ପ୍ରଥମ ।



ଏହି ଅପରେସନରେ ସାତ ଜଣ ଆଇ.ପି.ଏସ୍‌. ଅଧିକାରୀ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଛନ୍ତି । ଏହା ସହିତ ତିନି ଜଣ ଅତିରିକ୍ତ ଡିସିପି, ୧୨ ଜଣ ଇନ୍ସପେକ୍ଟର୍‌, ସ୍ପେସାଲ ସ୍କ୍ୱାର୍ଡ଼ ଓ ଗୁଇନ୍ଦା ବିଭାଗର ଅଧିକାରୀମାନେ ମଧ୍ୟ ହାଇଦରକୁ ଧରିବା ପାଇଁ କଳ, ବଳ ଓ କୌଶଳ ବ୍ୟବହାର କରୁଛନ୍ତି । ନିଜେ ଡିଜିପି ଅଭୟ ଏହାର ସମୀକ୍ଷା କରୁଥିବା ବେଳେ କଟକ ଡିସିପିଙ୍କ କାର୍ଯ୍ୟାଳୟ ତଥ୍ୟ ସଂଗ୍ରହର ଏକ କଲ୍‌ ସେଣ୍ଟରରେ ପରିଣତ ହୋଇଯାଇଛି ।
Published by: Anand ST Das
First published: April 12, 2021, 6:44 PM IST