ଗ୍ୟାଙ୍ଗଷ୍ଟର୍ ହାଇଦରର ୩ ପୁଅ ଅପରାଧୀ; ତା’ ଶୁଦ୍ଧି କ୍ରିୟାରେ କେହି ସାମିଲ ହୋଇପାରିବେ ନାହିଁ

ହାଇଦରର ତିନି ପୁଅଙ୍କ ମଧ୍ୟରୁ ବଡ଼ ମୁନ୍ନା ନାଁରେ ସାନ ଦୁଇ ଭାଇଙ୍କ ଅପେକ୍ଷା ଅଧିକ ଆପରାଧିକ ମାମଲା ରହିଛି । ତା’ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି କେନ୍ଦ୍ରପଡ଼ା ଜିଲ୍ଲା ଦୌରା ଜଜଙ୍କ କୋର୍ଟ ।

ହାଇଦରର ତିନି ପୁଅ (ବାମରୁ ଡାହାଣ) ମୁନ୍ନା, ଚୁନା ଓ ଅଜ୍ଜୁ

ହାଇଦରର ତିନି ପୁଅ (ବାମରୁ ଡାହାଣ) ମୁନ୍ନା, ଚୁନା ଓ ଅଜ୍ଜୁ

  • Share this:
News18 Odia Digital

କଟକ: କୁଖ୍ୟାତ ଗ୍ୟାଙ୍ଗଷ୍ଟର୍‌ ହାଇଦରର ମୃତ୍ୟୁ ପରେ ତା’ର ଶୁଦ୍ଧି କ୍ରିୟା ପାଇଁ ତା’ ବଡ଼ ପୁଅ କୁଖ୍ୟାତ ଅପରାଧୀ ମୁନ୍ନା ଓରଫ୍‌ ସେଖ୍ କାଦିରର ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି କେନ୍ଦ୍ରପଡ଼ା ଜିଲ୍ଲା ଦୌରା ଜଜଙ୍କ କୋର୍ଟ । ମୁନ୍ନା ଜଣେ କୁଖ୍ୟାତ ଅପରାଧୀ ହୋଇଥିବାରୁ ସେ ଜାମିନରେ ଆସିବା ପରେ କିଛି ଅଘଟଣ ଘଟିବା ଓ ସେ ଫେରାର ହେବା ସମ୍ଭାବନାକୁ ହୃଦବୋଧ କରି କୋର୍ଟ ତା’ ଆବେଦନକୁ ଖାରଜ କରିଛନ୍ତି ।

ହାଇଦରର ଶୁଦ୍ଧି କ୍ରିୟାରେ ଯୋଗ ଦେବା ପାଇଁ ଜୁଲାଇ ୨୬ ତାରିଖରେ କରିଥିବା ନିଜ ଜାମିନ ଆବେଦନରେ ମୁନ୍ନା ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ୪୦-ଦିନିଆ ଅବଧି ଜାମିନ୍‌ ପ୍ରାର୍ଥନା କରିଥିଲା । ହାଇଦରର ତିନି ପୁଅଙ୍କ ମଧ୍ୟରୁ ବଡ଼ ମୁନ୍ନା ନାଁରେ ସାନ ଦୁଇ ଭାଇଙ୍କ ଅପେକ୍ଷା ଅଧିକ ଆପରାଧିକ ମାମଲା ରହିଛି ।

ଏହା ବି ପଢ଼ନ୍ତୁ | ପ୍ରତି ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକର ଦାମ୍ କେତେ? ତାକୁ ବଜାରରେ ବିକିଲେ କେତେ ଟଙ୍କା ମିଳିବ ଜାଣନ୍ତୁ

‘‘ମୁନ୍ନା ଜଣେ କୁଖ୍ୟାତ ଅପରାଧୀ । ଯଦି ସେ ଜେଲରୁ ମୁକୁଳେ ତେବେ ନିଶ୍ଚିତ ଭାବେ ଆପରାଧିକ କାର୍ଯ୍ୟକଳାପ ଘଟାଇବ । ସେ ଫେରାର ହୋଇବାର ମଧ୍ୟ ଅନେକ ସମ୍ଭାବନା ରହିଛି । ତାକୁ ଜାମିନ ମିଳିଥିଲେ ସମାଜ ଉପରେ ଏହାର କୁପ୍ରଭାବ ପଡ଼ିବା ଆଶଙ୍କା ଥିଲା,’’ କହିଛନ୍ତି ଅବସରପ୍ରାପ୍ତ ପୋଲିସ ଅଧିକାରୀ ପ୍ରଦୀପ୍ତ କୁମାର ଜେନା ।

ଏପ୍ରିଲରେ ତେଲଙ୍ଗାନାରେ ଗିରଫ ହେବା ପରେ ଗ୍ୟାଙ୍ଗଷଅଟର୍‌ ଶେଖ୍‌ ହାଇଦର୍‌


ଏହା ବି ପଢ଼ନ୍ତୁ | Horror Story: ଖାଇ ପିଇ ୧୦ ଦିନ ନବଦମ୍ପତି ଗଛରେ ବିତାଇଲେ; ତଳେ ଭୋକିଲା ଭାଲୁ ଅନେଇଥିଲା

କେନ୍ଦ୍ରାପଡ଼ା ଟାଉନ ଥାନାରେ ମୁନ୍ନା ନାଁରେ ନଅଟି ମାମଲା ଥିବା ବେଳେ ରାଜ୍ୟର ଅନ୍ୟ ବିଭିନ୍ନ ଥାନାରେ ତା ନାଁରେ ମୋ’ଟ ୨୫ଟି ମାମଲା ରହିଛି । ସେଥିରେ ହତ୍ୟା, ଅପହରଣ, ଦାଦାବଟି ଓ ଟେଣ୍ଡର୍‌ ଫିକ୍ସିଂ ଭଳି ସଙ୍ଗୀନ ଅପରାଧ ସାମିଲ ଅଛି । ୨୦୧୧ ମସିହାରେ ଆଳିର ଜଣେ ସିମେଣ୍ଟ୍‌ ବ୍ୟବସାୟୀଙ୍କ ହତ୍ୟା ମାମଲାରେ ଗରିଫ ହୋଇ ଚୌଦ୍ୱାର ଜେଲରେ ବିଚାରାଧୀନ ବନ୍ଦୀ ଜୀବନ କାଟୁଛି ମୁନ୍ନା ।

ଏହା ବି ପଢ଼ନ୍ତୁ | UPରେ ଯୋଗୀ ଆଦିତ୍ୟନାଥଙ୍କ ଯୁବ ପିଢ଼ିକୁ ଚେତାବନୀ: ‘ଭୁଲ୍ କାମ କଲେ ସମ୍ପତ୍ତି ଜବତ ହେବ

ହାଇଦରର ମଝିଆଁ ପୁଅ ଅଜ୍ଜୁ ଓରଫ ସେଖ୍ ଆଝାରୁଦ୍ଧିନ୍ ଓ ସାନ ପୁଅ ସେଖ୍‌ ଚୁନେଇ ଓରଫ ଚୁନା ନାଁରେ ମଧ୍ୟ ଅନୁରୁପ ଭାବେ ଅନେକ ଆପରାଧିକ ମାମଲା ରହିଛି । ହାଇଦର୍‌ ଏସ୍‌.ସି.ବି. ହସପିଟାଲରୁ ଫେରାର୍‌ ହେବା ଘଟଣାରେ ଅଜ୍ଜୁ ମୁଖ୍ୟ ଅଭିଯୁକ୍ତ ଥିବା ବେଳେ ଏବେ ଫେରାର ଅଛି । କଟକ କମିଶନରେଟର ମୋଷ୍ଟ ୱାଣ୍ଟେଡ୍ ଲିଷ୍ଟରେ ରହିଛି ସେ । ହାଇଦର ମରିବା ଦିନ ଏହି ଏନକାଉଣ୍ଟଟରକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ କହି ପୋଲିସ ଉପରେ ବର୍ଷିଥିବା ଚୁନା ମଧ୍ୟ ଦୁଇ ଦିନ ତଳେ ଫେରାର ହୋଇଯାଇଛି । ତା’ର ମଧ୍ୟ କୌଣସି ଅତ୍ତାପତା ମିଳୁନାହିଁ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।



ହାଇଦରର ମୃତ୍ୟୁ ପରେ ସମୁଳିଆ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଆସନ୍ତା ସପ୍ତାହରେ ଏନକାଉଣ୍ଟର୍‌ କରିଥିବା ସବ୍‌-ଇନସପେକ୍ଟରଙ୍କ ସମେତ ସେଦିନ ହାଇଦରକୁ ଜେଲ ସ୍ଥାନାନ୍ତର କରୁଥିବା ୧୦-ଜଣିଆ ପୋଲିସ କର୍ମୀଙ୍କ ବୟାନ ରେକର୍ଡ କରାଯିବ । ଏହା ସହିତ ଦିନେ ଦୁଇ ଦିନ ମଧ୍ୟରେ ହାଇଦର ଜଣେ ପୋଲିସ କର୍ମୀଙ୍କଠାରୁ ଛଡ଼ାଇନେଇଥିବା ଏ.କେ. ୪୭ ବନ୍ଧୁକ ଓ ଏନକାଉଣ୍ଟର୍‌ କରିଥିବା ଅସିତ ରଞ୍ଜନ ଜେନାଙ୍କର ସର୍ଭିସ୍‌ ବନ୍ଧୁକ ମଧ୍ୟ ଫରେନସିକ୍ ପରୀକ୍ଷା ପାଇଁ ଯିବ ବୋଲି ଜଣା ପଡ଼ିଛି ।
Published by:Anand ST Das
First published: