ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଦେଶର ଦ୍ଵିତୀୟ ଶ୍ରେଷ୍ଠ ପୋଲିସ ଥାନା ଭାବେ ପୁରସ୍କୃତ ହେଲା ଗାଙ୍ଗପୁର ଥାନା

ଦେଶର ଦ୍ଵିତୀୟ ଶ୍ରେଷ୍ଠ ପୋଲିସ ଥାନା ଭାବେ ପୁରସ୍କୃତ ହେଲା ଗାଙ୍ଗପୁର ଥାନା

ଭଞ୍ଜନଗର ଉପଖଣ୍ଡ ପୋଲିସ ବିଭାଗ ଅଧିନରେ ରହିଛି ଗାଙ୍ଗପୁର ଥାନା । ଏହି ଥାନା ଇଲାକା ସାରା ଜିଲ୍ଲାରେ ସବୁବେଳେ ଚର୍ଚ୍ଚାରେ ରହୁଥିଲା। ଦୈନିକ ଏହି ଥାନା ଇଲାକାରେ ଅପରାଧ ଘଟଣା କ୍ରମାଗତ ଭାବେ ଘଟି ଆସୁଥିବା ବେଳେ ଏବେ ଏହି ଥାନାର ଚିତ୍ରପଟ୍ଟ ବଦଳି ଯାଇଛି ।

ଦେଶର ଦ୍ଵିତୀୟ ଶ୍ରେଷ୍ଠ ପୋଲିସ ଥାନା ଭାବେ ପୁରସ୍କୃତ ହେଲା ଗାଙ୍ଗପୁର ଥାନା
ଦେଶର ଦ୍ଵିତୀୟ ଶ୍ରେଷ୍ଠ ପୋଲିସ ଥାନା ଭାବେ ପୁରସ୍କୃତ ହେଲା ଗାଙ୍ଗପୁର ଥାନା
  • News18 Odia
  • Last Updated: November 21, 2021, 11:20 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଗଞ୍ଜାମ: ଦିନ ଥିଲା ଲୋକେ ପୋଲିସକୁ ଦେଖିଲେ ଭୟ କରି ତାଟି କବାଟ କିଳି ଦେଉଥିଲେ। ହେଲେ ଆଜି ଦିନ ବଦଳି ଯାଇଛି । ଆଉ ଲୋକଙ୍କ ଭିତରେ ଥିବା ଭୟକୁ ନଷ୍ଟ କରିବା ପାଇଁ ପୁରା ପୋଲିସ ବିଭାଗ ଉଦ୍ୟମ ଚଳାଇଛି। ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା କାର୍ଯ୍ୟ ଦକ୍ଷତା ହେତୁ ଦେଶରେ ଦ୍ଵିତୀୟ ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ ହୋଇପାରିଛି ।

ଭଞ୍ଜନଗର ଉପଖଣ୍ଡ ପୋଲିସ ବିଭାଗ ଅଧିନରେ ରହିଛି ଗାଙ୍ଗପୁର ଥାନା । ଏହି ଥାନା ଇଲାକା ସାରା ଜିଲ୍ଲାରେ ସବୁବେଳେ ଚର୍ଚ୍ଚାରେ ରହୁଥିଲା। ଦୈନିକ ଏହି ଥାନା ଇଲାକାରେ ଅପରାଧ ଘଟଣା କ୍ରମାଗତ ଭାବେ ଘଟି ଆସୁଥିବା ବେଳେ ଏବେ ଏହି ଥାନାର ଚିତ୍ରପଟ୍ଟ ବଦଳି ଯାଇଛି । ମୁଖ୍ୟ ମନ୍ତ୍ରୀଙ୍କ ମୋ ସରକାର ଅର୍ଥାତ ୫ଟିର ପରିଚାଳିତ ହେତୁ ସବୁଠି ଚର୍ଚ୍ଚିତ ହୋଇ ପାରିଛି ଏହି ଥାନା। ଥାନା ପରିସରରେ ଭଳି ଭଳି ଫୁଲ ଗଛ ସାଙ୍ଗକୁ ପୋଖରୀର ଦୃଶ୍ଯ ବେଶ ମୋନଲୋଭା ହୋଇଥିବା ବେଳେ ଅଭିଯୋଗକାରୀଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀଙ୍କ ବ୍ୟବହାର ରେ ସମସ୍ତେ ବେଶ ସନ୍ତୁଷ୍ଟ ଥିବା ଜଣାପଡିଥିବା ବେଳେ ସାରା ଦେଶରେ ମଧ୍ୟରେ ଏହି ଥାନା ସୁନାମ ଅର୍ଜନ କରିବାରେ ସକ୍ଷମ ହୋଇପାରିଛି ।

ଗତ କିଛି ମାସ ତଳେ କେନ୍ଦ୍ରିୟଟିମର ସର୍ଭେରେ ଏହି ଥାନା ମନୋନୀତ ହୋଇପାରିଥିବା ବେଳେ ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ଆୟୋଜିତ ଡିଜିପି ସମ୍ମିଳନୀରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଟ୍ରଫି ପ୍ରଦାନ କରିଛନ୍ତି ଥାନା ଅଧିକାରୀ ଧିରେଶ ଦାସଙ୍କୁ ।

“ପୁରା ଜିଲ୍ଲାବାସୀ ଏହି ଖବରକୁ ନେଇ ବେଶ ଗର୍ବ ଅନୁଭବ କରୁଥିବା ବେଳେ ଏହିଭଳି ସବୁରି ଥାନାର କର୍ମଚାରୀମାନେ ଲୋକଙ୍କ ନିଜର ହେବା ସହ ସୁନାମ ଅର୍ଜନ କରିବାର ଆବଶ୍ୟକତା ରହିଛି," କହିଛନ୍ତି ସାଙ୍କୁଡା ଗାଁର ଶିକ୍ଷକ ଗଙ୍ଗାଧର ପଟ୍ଟନାୟକ।
Published by: Lipina Das
First published: November 21, 2021, 11:20 AM IST