ଭୁବନେଶ୍ୱରରେ ଗ୍ୟାଙ୍ଗ ୱାର୍ ପୁଣି ଥରେ ସକ୍ରିୟ ହେଉଛି କି? ପୋଲିସ ରଖିଛି ତୀକ୍ଷ୍ଣ ନଜର

ଦିୀପାବଳୀ ରାତିର ଅନ୍ଧାରରେ ସୁନ୍ଦରପଦାରେ ହୋଇଥିବା ଏକ ହତ୍ୟା ସହିତ ଡିସେମ୍ବର ୧୦ ମଧ୍ୟାନ୍ନରେ ମ୍ୟାନେଜମେଣ୍ଟ୍ କଲେଜର ଜଣେ ଛାତ୍ରଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣର ତାର ଯୋଡ଼ି ରହିଥିବା ଜଣା ପଡ଼ିଛି ।

ଭୁବନେଶ୍ୱରରେ ଗ୍ୟାଙ୍ଗ ୱାର୍ ପୁଣି ଥରେ ସକ୍ରିୟ ହେଉଛି କି? ପୋଲିସ ରଖିଛି ତୀକ୍ଷ୍ଣ ନଜର
ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଉଥିବା ଜଗତଜିତ୍ ଗଜେନ୍ଦ୍ର
  • News18 Odia
  • Last Updated: December 12, 2019, 1:26 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ୱର: ବେଶ୍‌ କିଛି ଦିନର ବ୍ୟବଧାନ ପରେ ପୁଣି ରାଜଧାନୀରେ ଗ୍ୟାଙ୍ଗ ୱାର୍‌ ସକ୍ରିୟ ହେଉଥିବାର ସଂକେତ ମିଳୁଛି । ମଙ୍ଗଳବାର ରାତିରେ ଜଗତଜିତ୍ ଗଜେନ୍ଦ୍ର ନାମକ ଜଣେ ଯୁବକଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ପରେ କମିଶନେରେଟ୍‌ ପୋଲିସର ନଜର ବଢ଼ିଯାଇଛି ବିଭିନ୍ନ ଗ୍ୟାଙ୍ଗ୍‌ର କାର୍ଯ୍ୟକଳାପ ଉପରେ ।

କଲେଜରୁ ଫେରୁଥିବାବେଳେ ଜଗତଜିତ୍‌ଙ୍କ ଉପରେ ହୋଇଥିବା ଆକ୍ରମଣରେ ତାଙ୍କ ବାମ ହାତ ଓ ଜଙ୍ଘରେ ଭୀଷଣ ଆଘାତ ଲାଗିଥିଲା । ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ ଦଳେ ଦୁର୍ବୃତ୍ତ । କଲେଜରୁ ବାହାରକୁ ବାହାରୁଥିବା ବେଳେ ବିଚ଼୍‌ ରାସ୍ତାରେ ୫ ରୁ ୬ ଜଣ ଯୁବକ ତାଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ ।

ଗୁରୁତର ଅବସ୍ଥାରେ ଜଗତଜିତ୍‌ଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କର ସ୍ୱାସ୍ଥାବସ୍ଥା ସୁଧୁରୁଛି । ଜଟଣୀ ଥାନା ପୋଲିସ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚ଼ଳେଇଛି । ପାଞ୍ଚ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପୋଲିସ ପଚ଼ରାଉଚ଼ରା ଜାରି ରଖିଛି ।

ଜଗତଜିତ୍‌ଙ୍କ ଘର ଭୁବନେଶ୍ବରର ସୁନ୍ଦରପଦାରେ । ସେ ଜାଆଁଳା ନିକଟରେ ଥିବା ଏକ ଘରୋଇ ମ୍ୟାନେଜମେଣ୍ଟ୍‌ କଲେଜରେ ପଢନ୍ତି । ମଙ୍ଗଳବାର ମଧ୍ୟାହ୍ନରେ ଜଗତଜିତ୍ କଲେଜରେ ଥିବା ବେଳେ କିଛି ପିଲା ତାଙ୍କୁ ବାହାରକୁ ଆସିବାକୁ ଧମକେଇ ଥିଲେ । ବାରମ୍ବାର କହିବା ପରେ କିଛି ସମୟ ପାଇଁ କଲେଜ ବାହାରକୁ ଆସୁଥିବା ବେଳେ ୫ ରୁ ୬ ଜଣ ଯୁବକ ତାଙ୍କ ଉପରକୁ ଆକ୍ରମଣ କରିଥିଲେ ।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡି଼ଛି ଯେ ଏଇ ଆକ୍ରମଣ ସହିତ ଦିୀପାବଳୀ ରାତିରେ ସୁନ୍ଦରପଦାରେ ହୋଇଥିବା ଅମରେଶ ନାୟକ ହତ୍ୟା ମାମଲାର ତାର ଯୋଡ଼ି ରହିଛି । ସେହି ହତ୍ୟା ମାମଲାରେ ଜଗତଜିତ୍‌ଙ୍କ ଭାଇ ଜଗଦୀଶ ଗଜେନ୍ଦ୍ର ଜଣେ ଅଭିଯୁକ୍ତ ଥିଲେ ।

କିଛି ଦିନ ପୂର୍ବରୁ ଏୟାରଫିଲ୍ଡ ଥାନା ପୋଲିସ ଜଗତଜିତଙ୍କୁ ଗିରଫ କରିଥିଲା । ତାଙ୍କ ମାଆ ଟୁକୁନି ଗଜେନ୍ଦ୍ର କହିଛନ୍ତି ଅମରେଶ ନାୟକ ହତ୍ୟା ମାମଲାରେ ପ୍ରତିଶୋଧ ପରାୟଣ ହୋଇ ଅମରେଶଙ୍କ ଗୋଷ୍ଠି ତାଙ୍କ ସାନ ପୁଅ ଜଗତଜିତଙ୍କ ଉପରେ ଆକ୍ରମଣ କରିଛନ୍ତି ।

ଅମରେଶ ନାୟକ, ଯାହାଙ୍କୁ ଦିୀପାବଳୀ ରାତିରେ ହତ୍ୟା କରାଯାଇଥିଲା ।


“ଆମ ପରିବାର ଏବେ ଅସୁରକ୍ଷିତ । ତେଣୁ ଆମକୁ ପୋଲିସ ସୁରକ୍ଷା ଦେଉ,” ଭୟଭୀତ ହୋଇ ଗୁହାରି କରିଛନ୍ତି ଟୁକୁନି ଗଜେନ୍ଦ୍ର ।

ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ଅମରେଶ ନାୟକ ହତ୍ୟା ପରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବାରୁ ଆଗକୁ ରାଜଧାନୀରେ ଆଉ ଗ୍ୟାଙ୍ଗ୍‌ ୱାର୍‌ ହେବାର ସମ୍ଭାବନା ଦେଖା ଦେଇଛି ।

“ଗ୍ୟାଙ୍ଗ୍‌ ୱାର୍‌ ପରି ସ୍ଥିତି ସୃଷ୍ଟି ହୋଇଯାଇଥିବାରୁ ଗଡି଼ପାରେ ଆଉ ଏକ ମୁଣ୍ଡ । ତେଣୁ ଉଭୟ ଗୋଷ୍ଠିଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଉଛି,” କହିଛନ୍ତି ଅନୁସନ୍ଧାନ ସହ ଜଡ଼ିତ ଜଣେ ପୋଲିସ ଅଧିକାରୀ ।

ଅନୁସନ୍ଧାନରୁ ଜଣାପଡିଛି ଯେ ମଙ୍ଗଳବାର ଅମରେଶ ନାୟକଙ୍କ ଜନ୍ମ ଦିନ ଥିଲା । ଜନ୍ମ ଦିନରେ ରକ୍ତମୁଖା ହୋଇ ତାଙ୍କ ଗୋଷ୍ଠୀ ଜଗତଜିତ୍‌ଙ୍କ ଉପରେ ଆକ୍ରମଣ କରିଥିବା ଜଣାପଡିଛି ।

ଅମରେଶ ନାୟକ ହତ୍ୟା ମାମଲାରେ ଏ ପର୍ଯ୍ୟନ୍ତ ଏୟାର୍‌ଫିଲ୍ଡ ଥାନା ପୋଲିସ ୬ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ବି ଫେରାର୍‌ ଅଛନ୍ତି କିଛି ଅଭିଯୁକ୍ତ । ଦୀପାବଳୀ ଅମାବାସ୍ୟା ରାତିରେ ଲୋକେ ଘରେ ଘରେ ବାଣ ଫୁଟାଇ ସେଲିବ୍ରେଟ୍‌ କରୁଥିବା ବେଳେ, ସୁନ୍ଦରପଦା କଲେଜ ସାମ୍ନାରେ ଅମରେଶ ନାୟକଙ୍କୁ ଅତି ନିର୍ମମଭାବେ ଆକ୍ରମଣ କରି ହତ୍ୟା କରାଯାଇଥିଲା ।

ରାଜଧାନୀର ଅପରାଧ ଇତିହାସରେ ଅନେକ ଗ୍ୟାଙ୍ଗ୍‌ ୱାର୍‌ର ଦୃଷ୍ଟାନ୍ତ ରହିଛି । ନବେ ଦଶକରେ ଗ୍ୟାଙ୍ଗଷ୍ଟର୍‌ ଉସମାନ ଅଲ୍ଲୀ ଓରଫ ଟିଟୋ ଓ ଶେଖ୍‌ ହାଇଦର ମଧ୍ୟରେ ଚ଼ାଲିଥିଲା ଭୟାବହ ଗ୍ୟାଙ୍ଗ୍‌ ୱାର୍‌ । ଟେଣ୍ଡର୍‌ ଫିକ୍ସିଂକୁ ନେଇ କେନ୍ଦ୍ରାପଡାରୁ ରାଜଧାନୀ ପର୍ଯ୍ୟନ୍ତ ଲମ୍ବିଥିଲା ଅପରାଧର ଧାରା ।

ତାପରେ ଟିଟୋ ଓ ଧଳସାମନ୍ତ ବ୍ରଦର୍ସଙ୍କ ମଧ୍ୟରେ ଚ଼ାଲିଥିବା ଗ୍ୟାଙ୍ଗ୍‌ ୱାର୍‌ ପୋଲିସ ପାଇଁ ବଢେଇଥିଲା ଟେନ୍‌ସନ୍‌ । ସେହିପରି ଲକ୍ଷ୍ମୀସାଗର ଅଞ୍ଚଳର ଜେନା-ମଙ୍ଗରାଜ ଗ୍ୟାଙ୍ଗ୍‌ ୱାର୍‌ କଥା ମନେ ପକେଇଲେ ଏବେ ବି ଅନେକଙ୍କର ଲୋମ ଟାଙ୍କୁରି ଯାଏ ।
First published: December 12, 2019, 1:26 PM IST
corona virus btn
corona virus btn
Loading