ଜନ୍ମଦିନ ପାର୍ଟିରେ ମହିଳାଙ୍କ ସହ ଗଣଦୁଷ୍କର୍ମ
- News18 Odia
- Last Updated :
- Cuttack, India
News18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ଚାଞ୍ଚଲ୍ୟ। ଜନ୍ମଦିନ ପାର୍ଟିରେ ମହିଳାଙ୍କ ସହ ଗଣଦୁଷ୍କର୍ମ। ଗିରଫ ହେଲେ ତିନି ଅଭିଯୁକ୍ତ। ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଅଞ୍ଚଳରେ। ଗିରଫ ତିନି ଅଭିଯୁକ୍ତ ହେଲେ ଦେବାଶିଷ ପ୍ରଧାନ, ଦୀପକ ସେଠି ଓ ସ୍ୱାଧୀନ ନାୟକ।
ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଦୀପକ ସେଠି ନିଜର ଜନ୍ମଦିନ ପାଳନ କରିବା ଆୟୋଜନ କରିଥିଲେ। ଏଥିପାଇଁ ତାଙ୍କର ୧୦ରୁ ୧୨ଜଣ ସାଙ୍ଗଙ୍କୁ ଡାକିଥିଲେ। ଯେଉଁଥିରେ ଅତ୍ୟଧିକ ମାତ୍ରରେ ହୋ ହାଲ୍ଲା ହୋଉଥିଲା। ପଡୋଶୀ ଘର ଜଣେ ମହିଳା ଏହାକୁ ବିରୋଧ କରିବାରୁ ସମ୍ପୃକ୍ତ ମହିଳାଙ୍କୁ ଅଭିଯୁକ୍ତମାନେ ଘର ଭିତରକୁ ଟାଣି ଆଣିଥିଲେ। ପରେ ତାଙ୍କୁ ଉଲଗ୍ନ କରି ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତା ଚିତ୍କାର କରିବାରୁ ସ୍ଥାନୀୟ ଅଞ୍ଚଳର କିଛି ଲୋକ ମହିଳାଙ୍କୁ ଉଦ୍ଧାର କରିବା ସହ ପୋଲିସକୁ ଖବର ଦେଇଥିଲେ। ଏହି ଘଟଣାରେ ଆଉକିଛି ଯୁବକ ଫେରା଼ର ଥିବା ଜଣା ପଡ଼ିଛି।
ପୋଲିସ ମହିଳାଙ୍କ ଅଭିଯୋଗକୁ ଭିତ୍ତିକରି IPC ଦଫା ୨୯୪, ୩୨୩, ୩୫୪, ୩୫୪(ଏ), ୪୪୮, ୪୭୬, ୫୧୧, ୫୦୬ ଓ ୩୪ରେ ମାମଲା ରୁଜୁ କରିଛିI
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।