ଭୁବନେଶ୍ୱରରେ ମାତିଛନ୍ତି ଗ୍ରୋସରୀ ଦୋକାନରୁ ଚୋରି କରୁଥିବା ଗ୍ୟାଙ୍ଗ୍; ପୋଲିସ ନଜର ରଖିଛି

ପୋଲିସ ରାସ୍ତା ଉପରେ ଚେକିଂ କରୁଛି, ହେଲେ ଗଳିକନ୍ଦିରେ ମାତିଛନ୍ତି ଲୁଟେରା । ପୋଲିସକୁ ଚକମା ଦେଇ ରାତିଅଧିଆ ଖାଲି କରିଦେଉଛନ୍ତି ଦୋକାନ । ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି ।

ଭୁବନେଶ୍ୱରରେ ମାତିଛନ୍ତି ଗ୍ରୋସରୀ ଦୋକାନରୁ ଚୋରି କରୁଥିବା ଗ୍ୟାଙ୍ଗ୍; ପୋଲିସ ନଜର ରଖିଛି
ଚୋରି ପରେ ଗୋଟିଏ ଗ୍ରୋସରୀ ଦୋକାନ ଭିତରର ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଲକଡାଉନ୍‌ ଓ ସଟଡାଉନରେ ଭୁବନେଶ୍ୱରରେ ତେଜରାତି ଦୋକାନ ଉପରେ ଚୋରମାନଙ୍କ ତୀକ୍ଷ୍ଣ ନଜର ପଡ଼ିଛି । ରାତି ହେଲେ ଗ୍ରୋସରି ଦୋକାନ ଭାଙ୍ଗି ଲୁଟି ନେଉଛନ୍ତି ଅତ୍ୟାବଶ୍ୟକୀୟ ସାମଗ୍ରୀ । ଦୁଇ ଦିନ ଭିତରେ ଦୁଇ ଦୁଇଟି ଏମିତି ଚୋରିକୁ ନେଇ କମିଶନରେଟ ପୋଲିସରେ ଚିନ୍ତା ପ୍ରକାଶ ପାଇଛି ।

ଶନିବାର ବିଳମ୍ବିତ ରାତିରେ ସହିଦ ନଗର ଭବାନୀ ମଲ୍‌ ନିକଟରେ ଥିବା ତାରିଣୀ ଗ୍ରୋସରି ଦୋକାନରେ କଳା କନା ବୁଲାଇଛନ୍ତି ଚୋରମାନେ । ଦୋକାନର ସଟର୍‌ ଭାଙ୍ଗି ବୋହି ନେଇଛନ୍ତି ଚାଉଳ, ଅଟା ଓ ରନ୍ଧା ତେଲ ଭଳି ସାମଗ୍ରୀ । କେବଳ ଗ୍ରୋସରି ସାମଗ୍ରୀ ନୁହେଁ, କ୍ୟାସ୍ କାଉଣ୍ଟର ଖୋଲି ଟଙ୍କା ମଧ୍ୟ ନେଇଯାଇଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଜବରଦସ୍ତ୍ ବୋହୂ! ଗାଡ଼ି ମିଳିବାରୁ କରୋନା ପୀଡି଼ତ ଶ୍ୱଶୁରଙ୍କୁ କାନ୍ଧରେ ବୋହି ହସପିଟାଲ୍କୁ ନେଲେ

‘‘ମୋ’ ଦୋକାନ ଶୁକ୍ରବାର ଦିନ ୧୧ଟା ପରଠୁ ବନ୍ଦ ଥିଲା । ଶନିବାର ବି ସଟଡାଉନ୍‌ ଥିଲା । ରବିବାର ସକାଳୁ ଆମକୁ କିଛି ଲୋକ ଫୋନ୍‌ କରି ଦୋକାନ ଭଙ୍ଗାଯାଇଥିବା କଥା କହିଲେ । ଦୋକାନକୁ ଆସି ଦେଖିଲା ବେଳକୁ ସଟର୍‌ ଭଙ୍ଗାଯାଇଛି । ଦୁଇଟି ଯାକ ତାଲା କାଟି ଦୁର୍ବୃତ୍ତମାନେ ଦୋକାନରେ ପଶି ପାଖାପାଖି ୩ ଲକ୍ଷ ଟଙ୍କାର ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ଟଙ୍କା ନେଇଯାଇଛନ୍ତି,’’ କହିଛନ୍ତି ଦୋକାନର ମାଲିକାଣୀ ଜ୍ୟୋସ୍ନାମୟୀ ରାଉତ ।

ସହିଦ ନଗର ଗ୍ରୋସରୀ ଦୋକାନର ମାଲିକାଣୀ ଜ୍ୟୋସ୍ନାମୟୀ ରାଉତ


ସହିଦ ନଗର ଥାନାରେ ଏହି ଚୋରି ନେଇ ଅଭିଯୋଗ କରାଯାଇଛି । ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ଓ ଦୁଇ ଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରୁଛି । ହେଲେ ଚୋରି ହୋଇଥିବା ସାମଗ୍ରୀ ଜବତ କରିବାରେ ସକ୍ଷମ ହୋଇନି ପୋଲିସ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଯାହାକୁ ରଖିବେ ଅନନ୍ତ: ଟ୍ରକ୍ ପଛ ଚକ ତଳେ ବାଇକ୍ ପଶିଗଲା, ଅଳ୍ପକେ ବଞ୍ଚିଲେ ଯୁବକ

କଳ୍ପନା ଅଞ୍ଚଳରେ ଥିବା ଏକ କସମେଟିକ୍‌ ଦୋକାନ ଭାଙ୍ଗି ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ ଚୋରି କରିଛନ୍ତି ଦୁର୍ବୃତ୍ତମାନେ । ଦୋକାନର ମାଲିକ ପ୍ରଦୋଷ ମହାପାତ୍ର କହିଛନ୍ତି, ‘‘ଦୋକାନରୁ ବିଭିନ୍ନ ବ୍ରାଣ୍ଡର ଦାମୀ ପରଫ୍ୟୁମ୍‌, ଦାମୀ ତେଲ, ସାବୁନ୍‌ ଓ କସମେଟିକକ୍ସ ଭଳି ସାମଗ୍ରୀ ଲୁଟି ନେଇଛନ୍ତି ଚୋରମାନେ । ଏ ନେଇ ଲଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଏ ପର୍ଯ୍ୟନ୍ତ ନେଇନି । କେବଳ ମାମଲା ରଖି ଚୁପ୍‌ ବସିଛି ପୋଲିସ । ପୂର୍ବରୁ ମଧ୍ୟ ଦୋକାନରୁ ତିନି ଥର ଚୋରି ହୋଇଛି । ଅଭିଯୋଗ କରିଥିଲେ ବି କିଛି ଫଳ ମିଳିନି ।’’

ଏହା ବି ପଢ଼ନ୍ତୁ | ବାନ୍ଧବୀ ସହ ମଦ ପିଇବା ବେଳେ କଳି ହେଲା, ଆତ୍ମହତ୍ୟା କଲେ ବଙ୍ଗାଳୀ ସିରିଏଲ୍ ନିର୍ଦ୍ଦେଶିକା ପୂଜା ଗାୟେନ୍

ଲକଡାଉନରେ ଏଭଳି ଚୋରିକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଭୁବନେଶ୍ୱରର ଦୋକାନୀମାନେ । ପୋଲିସ ରାସ୍ତା ଉପରେ ଚେକିଂ କରୁଛି । ହେଲେ ଗଳିକନ୍ଦିରେ ମାତିଛନ୍ତି ଲୁଟେରା । ପୋଲିସକୁ ଚକମା ଦେଇ ରାତିଅଧିଆ ଖାଲି କରିଦେଉଛନ୍ତି ଦୋକାନ । ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି । ତେଣୁ ପୋଲିସ ପାଟ୍ରୋଲିଂକୁ କଡ଼ାକଡିଟ କରିବାକୁ ବ୍ୟବସାୟୀମାନେ ଦାବି କରିଛନ୍ତି ।



‘‘ଏହା ଏକ ଭିନ୍ନ ଧରଣର ଲୁଟେରା ଗ୍ୟାଙ୍ଗ୍‌ । ଅତ୍ୟାବଶ୍ୟକୀୟ ସାମଗ୍ରୀ ଚୋରି ହେଉଥିବାରୁ ପାଟ୍ରୋଲିଂ ଉପରେ ଏବେ ଅଧିକ ଗୁରୁତ୍ୱ ଦିଆଯିବ । ପୋଲିସ ସବୁ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଛି । ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସି.ସି.ଟି.ଭି. ଫୁଟେଜକୁ ଯାଞ୍ଚ କରାଯାଉଛି । ଖୁବ୍‌ ଶୀଘ୍ର ଅଭିଯୁକ୍ତମାନଙ୍କୁ ଧରାଯିବ,’’ କହିଛନ୍ତି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ ।
Published by: Anand ST Das
First published: June 6, 2021, 11:42 PM IST