ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ରାତି ପାହିଲେ ଗଣେଷ ପୂଜା; ନା ଅଛି ଗହଳି ନା ଅଛି ଉତ୍ସାହ; ନିରାମ୍ୱରଡ଼ରେ ପାଳନ ହେଉଛି ବିଧି

ରାତି ପାହିଲେ ଗଣେଷ ପୂଜା; ନା ଅଛି ଗହଳି ନା ଅଛି ଉତ୍ସାହ; ନିରାମ୍ୱରଡ଼ରେ ପାଳନ ହେଉଛି ବିଧି

ଶୁକ୍ରବାର ବିଘ୍ନ ବିନାଶକ ଗଜାନନଙ୍କ ପୂଜା। ହେଲେ ଗତଥର ଭଳି ଏଥର ବି ସବୁ ଫିକା ପଡ଼ିଛି। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଲୋକ ଗହଳି ନ କରିବାକୁ ମନା କରାଯାଇଛି ।

ରାତି ପାହିଲେ ଗଣେଷ ପୂଜା; ନା ଅଛି ଗହଳି ନା ଅଛି ଉତ୍ସାହ; ନିରାମ୍ୱରଡ଼ରେ ପାଳନ ହେଉଛି ବିଧି
ଏବର୍ଷ ଧୁମଧୁମରେ ପାଳନ ହେଉନି ଗଣେଶ ପୂଜା (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 9, 2021, 6:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଶୁକ୍ରବାର ବିଘ୍ନ ବିନାଶକ ଗଜାନନଙ୍କ ପୂଜା। ପ୍ରତି ବର୍ଷ ଲମ୍ବୋଦରଙ୍କ ପୂଜାର୍ଚ୍ଚନା ବେଶ ଧୁମଧାମରେ ପାଳନ ହୁଏ। କିନ୍ତୁ ଗତ ୨ ବର୍ଷ କରୋନା ଯୋଗୁଁ ସବୁ ପର୍ବ ପର୍ବାଣୀ ଫିକା ପଡ଼ିଛି। ଗଣେଶ ପୂଜା ପାଇଁ ଅନୁମତି ମିଳିଛି କିନ୍ତୁ ଲୋକଙ୍କ ଭିତରେ ଏତେଟା ଉତ୍ସାହ ଉନ୍ମାଦନ ନାହିଁ।

ଗଜାନନଙ୍କ ପୂଜାରୁ ଆରମ୍ଭ ହୁଏ ପାର୍ବଣ ଋତୁ। ହେଲେ ଗତଥର ଭଳି ଏଥର ବି ସବୁ ଫିକା ପଡ଼ିଛି। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଲୋକ ଗହଳି ନ କରିବାକୁ ମନା କରାଯାଇଛି । ରାସ୍ତା ଘାଟରେ ବଡ଼ ବଡ଼ ପ୍ଯାଣ୍ଡେଲ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନରେ କଟକଣା ସହ ଗଣେଷ ପୂଜା । ବିନା ଛାତ୍ରଛାତ୍ରୀରେ ବିଧି ଅନୁସାରେ ପୂଜାର୍ଚ୍ଚନା ହେବ। ସେହିଭଳି ରାଜଧାନୀରେ ବିଭିନ୍ନ ମଣ୍ଡପ ରଙ୍ଗହୀନ ଦେଖାଯାଉଛି । ପୂର୍ବରୁ ସହିଦନଗର ଉଇନର୍ସ କ୍ଲବ ୪୦ଫୁଟ ଉଚ୍ଚ ଗଣପତି ମୂର୍ତ୍ତି ନିର୍ମାଣ କରି ରେକର୍ଡ଼ ସୃଷ୍ଟି କରିଥିଲା। ଏବର୍ଷ କରୋନା ନିୟମ ମାନି ୪ ଫୁଟ ଉଚ୍ଚର ଗଣେଶ ମୂର୍ତ୍ତି ପୂଜା କରୁଛନ୍ତି କ୍ଲବ ସଦସ୍ଯ । ଭାକ୍ସିନ ନେଇଥିବା ୭ଜଣ ପୂଜାରେ ସାମିଲ ହେବେ ବୋଲି କମିଶନର ପୋଲିସ ଅନୁମତି ମିଳିଛି।

"ଆମେ ଗଣେଶ ପୂଜା ପାଇଁ ୨ ମାସ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ୪୦ ଫୁଟ ଉଚ୍ଚା ମୂର୍ତ୍ତି ସାଙ୍ଗକୁ ୧୦ ଦିନର ଆୟୋଜନ ହୋଇଥାଏ। ପ୍ରସାଦ ବିତରଣ ସାଙ୍ଗକୁ ମେଲୋଡି, ଭଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସହିଦ ନଗର ଦୁଲୁକିଯାଏ। ଏବେ ଅନୁମତି ମିଳିନାହିଁ। ବର୍ତ୍ତମାନ କେବଳ ବିଧି ଅନୁସାରେ ପୂଜା କରାଯାଉଛି,"କହିଛନ୍ତି ସହିଦ ନଗର ଉଇନର୍ସ କ୍ଲବର ଉପଦେଷ୍ଟା ଉମାନାଥ ମିଶ୍ର।

"ଏବର୍ଷ ପୂଜା ପାଇଁ ଅନୁମତି ମିଳିଛି, ଲୋକ ମୂର୍ତ୍ତି କିଣିବାକୁ ଆସୁଛନ୍ତି। କାଲିଠାରୁ ମୂର୍ତ୍ତି ବିକ୍ରି ହେବା ଆରମ୍ଭ ହୋଇଛି। ଆଜି ବି ଲୋକ ଆସୁଛନ୍ତି। ବମ୍ବେ ଷ୍ଟାଇଲ ଛୋଟ ମୂର୍ତ୍ତିକୁ ଲୋକ ଅଧିକ ପସନ୍ଦ କରୁଛନ୍ତି। ଏଥର ଭଲ ବେପାର ହୋଇଛି, "କହିଛନ୍ତି ମୂର୍ତ୍ତି ବ୍ୟବସାୟୀ ଶ୍ରୀକାନ୍ତ ।

ଗଣେଶ ପୂଜା ବାହାରେ ହେଉନଥିବାରୁ ଘରେ ରହି ଗଣପତିଙ୍କ ଆରଧାନ କରିବେ ବୋଲି ଦୁଃଖ ମନରେ କହିଛନ୍ତି ରାଜଧାନୀବାସୀ । ଗଣେଶ ପୂଜା ପରେ ସୃଷ୍ଟିକର୍ତ୍ତା ବିଶ୍ୱକର୍ମାଙ୍କ ପୂଜା ଆସୁଛି। ସେତେବେଳକୁ ସରକାର କଣ ନୂଆ ନିୟମ ଆଣୁଛନ୍ତି ଦେଖିବାକୁ ବାକି ରହିଲା ।
Published by: Soumya Das
First published: September 9, 2021, 6:56 PM IST