ଗଣେଷ ପୂଜା କମିଟି ସାବଧାନ; ବିକୃତ ଗଣେଷ ମୂର୍ତ୍ତି ଉପରେ ପୋଲିସର କଟକଣା

ଅଶୋଭନୀୟ ବା ଧର୍ମୀୟ ଭବନାକୁ ଆଘାତ ଦେବା ଭଳି ଗଣେଷ ମୂର୍ତ୍ତି ନିର୍ମାଣ ଉପରେ କଟକଣା ଲଗାଇଥିବା ପ୍ରଶାସନ ଏବେ ଗ୍ରାଉଣ୍ଡକୁ ଆସି ସ୍ଥିତି ଜାଞ୍ଚ କରୁଛି ।

ଗଣେଷ ପୂଜା କମିଟି ସାବଧାନ; ବିକୃତ ଗଣେଷ ମୂର୍ତ୍ତି ଉପରେ ପୋଲିସର କଟକଣା

ଗଣେଷ ପୂଜା କମିଟି ସାବଧାନ; ବିକୃତ ଗଣେଷ ମୂର୍ତ୍ତି ଉପରେ ପୋଲିସର କଟକଣା

  • Share this:
News 18 Odia Digital

କଟକ; ଗଣେଷ ମୂର୍ତ୍ତିକୁ ଆକର୍ଷଣୀୟ କରିବା ଆଳରେ ଗଣେଷଙ୍କ ମୂର୍ତ୍ତିକୁ ବିକୃତ କରୁଥିବା ଏବଂ ଏହି ମୂର୍ତ୍ତି ଗୁଡ଼ିକୁ ପୂଜା କରିବା ପାଇଁ ଚିନ୍ତା କରୁଥିବା ବ୍ୟକ୍ତି ସାବଧାନ । କାରଣ ପୂର୍ବରୁ ଅଶୋଭନୀୟ ବା ଧର୍ମୀୟ ଭବନାକୁ ଆଘାତ ଦେବା ଭଳି ଗଣେଷ ମୂର୍ତ୍ତି ନିର୍ମାଣ ଉପରେ କଟକଣା ଲଗାଇଥିବା ପ୍ରଶାସନ ଏବେ ଗ୍ରାଉଣ୍ଡକୁ ଆସି ସ୍ଥିତି ଜାଞ୍ଚ କରୁଛି ।

ଗଣେଷ ପୂଜା କମିଟି ସାବଧାନ; ବିକୃତ ଗଣେଷ ମୂର୍ତ୍ତି ଉପରେ ପୋଲିସର କଟକଣା


ଗୁରୁବାର ଦିନ ଗଣେଷ ମୂର୍ତ୍ତି ନିର୍ମାଣ ପାଇଁ ପ୍ରଶିଦ୍ଧି ଲାଭ କରିଥିବା କଟକର କୁମ୍ଭାର ସାହିର ଘରକୁ ଘର ବୁଲି ବୁଲି ନିର୍ମାଣ କରାଯାଉଥିବା ମୂର୍ତ୍ତିଗୁଡ଼ିକୁ ଜାଞ୍ଚ କରିଛି ପୋଲିସ । ତେବେ ଏହି ସମୟରେ ଡାକ୍ତରଙ୍କ ବେଶରେ ବା ଆଫ୍ରନ୍ ପିନ୍ଧାଯାଇ ତିଆରି ହେଉଥିବା ଏକ ଗଣେଷ ମୂର୍ତ୍ତି ପୋଲିସ ନଜରକୁ ଆସିଥିଲା । ଫଳସ୍ୱରୂପ ସମ୍ପୃକ୍ତ ମୂର୍ତ୍ତିକୁ ତିଆରି କରୁଥିବା ଶିଳ୍ପୀଙ୍କୁ ଥାନାକୁ ଡକାଇ ତାଙ୍କ ଠାରୁ କୈଫତ ତଲବ କରିଛି ପୁରୀଘାଟ ଥାନା ପୋଲିସ । ଗୁରୁବାର ଗୋଟିଏ ଦିନରେ ଅଶୋଭନୀୟ ଆକୃତିର ଗଣେଷ ମୂର୍ତ୍ତି ତିଆରି କରୁଥିବା ତିନି ଜଣ ଶିଳ୍ପୀଙ୍କୁ ଥାନାକୁ ଡ଼କାଯିବା ସହ ପରବର୍ତ୍ତି ସମୟରେ ଏପରି କରିବେ ନାହିଁ ବୋଲି ଲିଖିତ ପ୍ରତିଶୃତି ଦେବା ପରେ ପୋଲିସ ସେମାନଙ୍କୁ ଛାଡ଼ିଥିଲା ।

ଗଣେଷ ପୂଜା ପ୍ରସ୍ତୁତି ବୈଠକ ସମୟରେ ବିଭିନ୍ନ କ୍ଲବ ତଥା ପୂଜା କମିଟି ଗୁଡ଼ିକୁ ଧର୍ମୀୟ ଭାବନାକୁ ଆଘାତ ଦେବା ଭଳି କୌଣସି ମୂର୍ତ୍ତି ପ୍ରଦର୍ଶିତ ନକରିବା ପାଇଁ ପରାମର୍ଶ ଦେଇଥିଲୁ । କିନ୍ତୁ ଏବେ କିଛି କିଛି ସ୍ଥାନରେ ସେହି ଭଳି ମୂର୍ତ୍ତି ତିଆରି ହେଉଥିବାର ଖବର ମିଳୁଛି । ଯଦି କୌଣସି ସ୍ଥାନରେ ମୂର୍ତ୍ତି ପ୍ରସ୍ତୁତ ହେଉଥିବା ଜଣାପଡ଼େ ତେବେ ଆଇଗନତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ" ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।

କଟକ ସହରରେ ବହୁ ଆଡମ୍ବରରେ ଗଣେଷ ପୂଜା କରାଯାଇଥାଏ । ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବାଦ ଦେଲେ ସହରରେ ଥିବା ଦୁଇ ଶହରୁ ଉର୍ଦ୍ଧ କ୍ଲବ ଗୁଡ଼ିକ ମଧ୍ୟ ଗଣେଷ ପୂଜା କରିଥାନ୍ତି । କିନ୍ତୁ ଅନେକ ସମୟରେ କ୍ଲବ ଗୁଡ଼ିକ ଆଧୁନିକତା ନାଁରେ ନିଜ ଇଚ୍ଛା ମୁତାବକ ଅର୍ଡର ଦେଇ ଗଣେଷଙ୍କ ମୂର୍ତ୍ତି ନିର୍ମାଣ କରାଇଥାନ୍ତି ଏବଂ ସେଗୁଡ଼ିକୁ ସର୍ବଧାରଣ ସ୍ଥାନରେ ପୂଜା ମଧ୍ୟ କରିଥାନ୍ତି । ଫଳସ୍ୱରୂପ ଏହାକୁ ନେଇ ଅନେକ ବିବାଦ ମଧ୍ୟ ଉପୁଜିଥାଏ । ଦୁଇ ବର୍ଷ ପରେ ସାମୁହିକ ଗଣେଷ ପୂଜା ଆରମ୍ଭ ହେଉଥିବାରୁ ଏଥର ଅଶୋଭନୀୟ ବା ଅଣପାରମ୍ପରିକ ଢଙ୍ଗରେ ଯେପରି ଗଣେଷଙ୍କ ମୂର୍ତ୍ତି ପୂଜା କରାନଯାଏ ସେଥିପ୍ରତି ଅଧିକ ସତର୍କତା ଅବଲମ୍ବନ କରାଯାଉଛି । ସେପଟେ ଏପରି ମୂର୍ତ୍ତି ତିଆରି କରିବା କଳା ଓ ଭାଷ୍କର୍ଯ୍ୟର ବିରୁଦ୍ଧାଚରଣ ବୋଲି କହିଛନ୍ତି ଶିଳ୍ପି ସଂଘ ।

ଅର୍ଥ ଲୋଭ ହେଉ କି ଗ୍ରାହକମାନଙ୍କ ଅର୍ଡର ଯୋଗୁଁ କିଛି ଶିଳ୍ପି ଓ ଯୁବକ ପଥଭ୍ରଷ୍ଟ ହୋଇ ଗଣେଷଙ୍କୁ ବିକୃତ କରିବା ଭଳି ମୂର୍ତ୍ତି ତିଆରି କରୁଛନ୍ତି । ଯାହାକି ଆଦୌ ଗ୍ରହଣୀୟ ନୁହେଁ । ଏହା ଦ୍ୱାରା ସମାଜ ଉପରେ କୁପ୍ରଭାବ ତ ପଡିବା ସହ କଳା ଓ ଭାଷ୍କର୍ଯ୍ୟର ଅପମାନ ମଧ୍ୟ ହେଉଛି । ଏଥିରୁ ନିବୃତ ରହିବା ଆବଶ୍ୟକ ବୋଲି କହିଛନ୍ତି ଶିଳ୍ପି ସଂଘର ସମ୍ପାଦକ କୈଳାଶ ଚନ୍ଦ୍ର ରଣା ।

କେବଳ ସେତିକି ନୁହେଁ ବଳପୂର୍ବକ ଚାନ୍ଦା ଆଦାୟ, ନିଶା ସେବନ, ଉଚ୍ଚ ସ୍ୱରରେ ଡ଼ାକବାଜି ଯନ୍ତ୍ର ବ୍ୟବହାର କରିବା, ଅପରାଧଗତ କାର୍ଯ୍ୟକଳାପ ଉପରେ କଡା ନଜର ରଖିବା ପାଇଁ ମଧ୍ୟ ସହରର ସମସ୍ତ ଥାନା ଅଧିକାରୀଙ୍କୁ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
Published by:Soubhagya Mishra
First published: