ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବିଭିନ୍ନ ରୂପରେ ଓ ବେଶରେ ପୂଜା ପାଉଛନ୍ତି ଗଣେଶ; ଇ-ୱେଷ୍ଟ ଓ ଦିଆସିଲି, ଗଛରେ ହୋଇଛନ୍ତି ଗଣେଶ

ବିଭିନ୍ନ ରୂପରେ ଓ ବେଶରେ ପୂଜା ପାଉଛନ୍ତି ଗଣେଶ; ଇ-ୱେଷ୍ଟ ଓ ଦିଆସିଲି, ଗଛରେ ହୋଇଛନ୍ତି ଗଣେଶ

ଆଜି ବିଘ୍ନ ବିନାଶକ ଗଣପତିଙ୍କ ପୂଜା । ବଡ଼ ଗଣେଶ ମୂର୍ତ୍ତୀ ତିଆରି କରିବାର ଅନୁମତି ନଥିବାରୁ ଲୋକମାନେ ଗଛ ଓ ରଙ୍ଗ ତୁଳୀ, ଚକଲେଟ, ଦିଆସିଲିରେ ଗଣେଶ ତିଆରି କରି ଆରଧାନା କରୁଛନ୍ତି ।

ବିଭିନ୍ନ ରୂପରେ ଓ ବେଶରେ ପୂଜା ପାଉଛନ୍ତି ଗଣେଶ; ଇ-ୱେଷ୍ଟ ଓ ଦିଆସିଲି, ଗଛରେ ହୋଇଛନ୍ତି ଗଣେଶ
ସବୁଠାରୁ ଛୋଟ ଗଣେଶ ତିଆରି କରିଛନ୍ତି ଏଲ ଇଶ୍ୱର
  • News18 Odia
  • Last Updated: September 10, 2021, 7:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆଜି ବିଘ୍ନ ବିନାଶକ ଗଣପତିଙ୍କ ପୂଜା । ଅଗ୍ରପୂଜ୍ୟ ଗଜାନନଙ୍କ ପୂଜାରୁ ଆରମ୍ଭ ହୁଏ ପାର୍ବଣ ଋତୁ। ଚଳିତ ବର୍ଷ କରୋନା ଯୋଗୁଁ ନିରାଡ଼ମ୍ୱର ଭାବେ ପୂଜା ପାଳନ ହେଉଛି । ବଡ଼ ଗଣେଶ ମୂର୍ତ୍ତୀ ତିଆରି କରିବାର ଅନୁମତି ନଥିବାରୁ ଲୋକମାନେ ଗଛ ଓ ରଙ୍ଗ ତୁଳୀ, ଚକଲେଟ, ଦିଆସିଲିରେ ଗଣେଶ ତିଆରି କରି ଆରଧାନା କରୁଛନ୍ତି ।

ପୂର୍ବରୁ କିଏ କେଉଁ ରୂପରେ ସଜାଇ ପୂଜା କରୁଥିଲା। କିଏ ରଙ୍ଗ ତୁଳୀ ରେ ଆଙ୍କି ଦେଉଥିଲା ରଙ୍ଗୀନ ଗଣେଶ ତ କିଏ ଚାଉଳ, ବିରି, ମୁଗରେ ଇକୋ ଫ୍ରେଣ୍ଡଲୀ ଗଣେଶ। ପୁଣି ବରଫ, ଚକଲେଟ ମୂର୍ତ୍ତୀ ତିଆରି କରୁଥିଲେ। ହେଲେ କରୋନା ସବୁ ଫିକା କରିଥିବାବେଳେ ଏବେ ଘରେ ଘରେ ଛୋଟ ଗଣେଶ ମୂର୍ତ୍ତୀ ରଖି ପୂଜା କରୁଛନ୍ତି ।

ଜଟଣୀର ଏଲ ଈଶ୍ୱର ରାଓ ତିଆରି କରିଛନ୍ତି ମିନିଏଚର ଗଣେଶ। ସବୁବେଳେ ସବୁ ପର୍ବ ପର୍ବାଣୀରେ କିଛି ନୂଆ ଓ ନିଆରା କରି ଚର୍ଚ୍ଚାରେ ରହିଥାନ୍ତି ଏଲ ଈଶ୍ୱର ରାଓ। ଏଥର ବି ସବୁଠାରୁ କୁନି ଗଣେଶ କରି ଚର୍ଚ୍ଚାରେ ଈଶ୍ୱର। ଇ ୱେଷ୍ଟରୁ ତିଆରି ହୋଇଛି ୧ ଇଞ୍ଚ ଗଣେଶ। ମାତ୍ର ୧ ଇଞ୍ଚର ପୂର୍ଣ୍ଣ ଗଣେଶ ଦେଖିବାକୁ ଯେତିକି ସୁନ୍ଦର ସେଥିରେ ସେତିକି ନିଖୁଣ କାରିଗରୀ ଦେଖିବାକୁ ମିଳିଛି। ଏହା ସହ ଗୋଟା ହଳଦୀରେ ତିଆରି ହୋଇଛି ୧ ଇଞ୍ଚର ଆଉ ଏକ ଗଣେଶ ମୂର୍ତ୍ତୀ। ଓଡ଼ିଶାର ସବୁଠାରୁ ଛୋଟ ମୂର୍ତ୍ତୀ ତିଆରି କରିଛନ୍ତି ପ୍ରଶଂସା ସାଉଁଟିଛନ୍ତି ଏଲ ଈଶ୍ୱର।

"କରୋନା କାଳରେ ୪ ଫୁଟ ଉଚ୍ଚ ମୂର୍ତ୍ତୀ ତିଆରି କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ମୁଁ ଭାବିଲି ସବୁଠାରୁ ଛୋଟ ମୂର୍ତ୍ତୀ ତିଆରି କରିବି। ସେଥିପାଇଁ ସବୁଠାରୁ ଛୋଟ ୧ ଇଞ୍ଚର ଦୁଇଟି ଗଣେଶ ତିଆରି କରିଛି। ଯାହାକୁ କରିବାକୁ ମୋତେ ୨ ଦିନ ଲାଗିଛି," କହିଛନ୍ତି କାରିଗର ଏଲ ଇଶ୍ୱର ।

ସେହିଭଳି ବୋମିଖାଲର ପ୍ରିୟଙ୍କା ସାହାଣୀ ଦିଆସିଲି ଖୋଳରେ ଗଣେଶ ଆଙ୍କିଛନ୍ତି। ୧୨୧ ଛୋଟ ଛୋଟ ଦିଆସିଲି ଖୋଳରେ ୧୨୧ ପ୍ରକାର ଗଣେଶ ବେଶ ଆଙ୍କିଛନ୍ତି। ଗଣେଶଙ୍କର ୩୨ ଅବତାର ଆଙ୍କିବା ସହ ୨୧ ଦିଆସିଲ ଖୋଳରେ ୨୧ ଟି ମୋଦକ ଆଙ୍କିଛନ୍ତି । ଏହି ଚିତ୍ର ଆଙ୍ଗିବା ପାଇଁ ସେ ୬୮ଟି ପ୍ରକାର ରଙ୍ଗର ବ୍ଯବହାର କରିଛନ୍ତି। କ୍ଲିପ ଆର୍ଟ, ମର୍ଡନ ଆର୍ଟ, ପେନ ଆର୍ଟରେ କରିଛନ୍ତି ବିଭିନ୍ନ ବେଶଧାରୀ ବିଘ୍ନେଶ। ଏହି ଚିତ୍ର କରିବାକୁ ତାଙ୍କୁ ପ୍ରାୟ ଦେଢ଼ ଦିନ ଲାଗିଥିଲା ।

୧୨୧ ଛୋଟ ଦିଆସିଲି ଖୋଳରେ ୧୨୧ ପ୍ରକାର ଗଣେଶ ବେଶ ଆଙ୍କିଛନ୍ତି ପ୍ରିୟଙ୍କା


"ଏଥର କୋରନା ପାଇଁ ପୂଜା ଦେଖିବାକୁ ବା କରିବାକୁ ବାହାରକୁ ବାହାରି ପାରୁନାହୁଁ। ଘରେ ରହି କେମିତି ଗଣପତି ବାପାଙ୍କୁ ଆରଧନା କରିବା ପାଇଁ ମୋର ଏ ନିଆରା ପ୍ରୟାସ। ଆଶା ମୋର ଏ ପ୍ରୟାସ ସଭିଁଙ୍କୁ ଭଲ ଲାଗିବ," କହିଛନ୍ତି ପ୍ରିୟଙ୍କା ସାହାଣୀ।

ରାଜଧାନୀ ଫରେଷ୍ଟ ପାର୍କରେ ପୂଜା ପାଇଛନ୍ତି ନିଆରା ଗଣେଶ। ଗଛକୁ ଗଣେଶଙ୍କ ରୂପ ଦେଇ ପୂଜା କରିଛନ୍ତି ବକୁଳ ପାଠାଗାର ସଦସ୍ୟମାନେ। ଗଛକୁ ପୂଜା କରିବାର ପରମ୍ପରା ରହିଆସିଥିବାବେଳେ ଗଛ ସବୁଠାରୁ ଦରକାରୀ ଆଉ ଆଜିର ସମୟରେ ଅମ୍ଳଜାନର ଏକମାତ୍ର ସ୍ଥାୟୀ ସମାଧାନ ଗଛ ବୋଲି କହିଛନ୍ତି। ପୂଜା କରିବା ସହ ପ୍ରସାଦରେ ସମସ୍ତଙ୍କୁ ଗଛ ପ୍ରଦାନ କରିଛନ୍ତି।

ଫରେଷ୍ଟ ପାର୍କରେ ପୂଜା ପାଉଛନ୍ତି ଗଛ ଗଣେଶ


"ଆମେ ପୂଜାରେ କୌଣସି ଜିନିଷକୁ ନଷ୍ଟ କରିବୁ ନାହିଁ ବୋଲି ଚିନ୍ତା କରିଛୁ। ଏଣୁ ଗଛରେ ମୂର୍ତ୍ତି ତିଆରି କରିଛୁ। ଗଣପତିଙ୍କ ସହ ଗଛ ପୂଜା ମଧ୍ୟ ହେବ ଯାହାର ଆଜି ସମୟରେ ଅଧିକ ଦରକାର। ଏହା ଭାବି ଆମେ ଏହି ନିଆରା ପ୍ରୟାସ କରିଛୁ ଓ ଆଗକୁ ଏହା ଜାରି ରହିବ," କହିଛନ୍ତି ବକୁଳ ଫାଉଣ୍ଡେସନ ସଦସ୍ୟ।
Published by: Soumya Das
First published: September 10, 2021, 7:44 PM IST