ଗଣେଶ ପୂଜା: କରୋନା କଟକଣା ଭିତରେ ଭୁବନେଶ୍ୱର ଓ କଟକ ସମେତ ସାରା ଓଡ଼ିଶାରେ ପାଳିତ ହେଉଛି

କରୋନା କଟକଣା ଯୋଗୁଁ କିଛି ଘରେ ଓ କେତେକ ଅଫିସରେ କାଁ ଭାଁ ଗଣେଶ ପୂଜା ହେଉଥିବାର ଦେଖିବାକୁ ମିଳୁଛି । ସେହିପରି ସ୍କୁଲ ମାନଙ୍କରେ ମଧ୍ୟ ବିନା ଛାତ୍ରଛାତ୍ରୀ ମଧ୍ୟରେ କରାଯାଉଛି ପୂଜା ।

ଗଣେଶ ପୂଜା: କରୋନା କଟକଣା ଭିତରେ ଭୁବନେଶ୍ୱର ଓ କଟକ ସମେତ ସାରା ଓଡ଼ିଶାରେ ପାଳିତ ହେଉଛି
ଆଜି ପବିତ୍ର ଗଣେଶ ଚତୁର୍ଥୀ
  • News18 Odia
  • Last Updated: August 22, 2020, 11:37 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ଆଜି ପବିତ୍ର ଗଣେଶ ଚତୁର୍ଥୀ । ଗଣେଶ ଚତୁର୍ଥୀ ଭଗବାନ ଶିବଙ୍କ ପୁତ୍ର ଗଣେଶ ଭଗବାନଙ୍କୁ ଉତ୍ସର୍ଗୀକୃତ ବୋଲି ବିବେଚନା କରାଯାଏ । ଗଣେଶ ଭଗବାନ ଜ୍ଞାନର ଦେବତା ଅଟନ୍ତି । ଗଣେଶ ଭଗବାନଙ୍କୁ ସମସ୍ତ ଦେବତାମାନଙ୍କ ପୂର୍ବରୁ ପ୍ରଥମେ ଉପାସନା କରାଯାଏ । ଏହି କାରଣରୁ ଭଗବାନ ଗଣେଶଙ୍କୁ ସର୍ବ ପ୍ରଥମେ ଧାର୍ମିକ ରୀତିନୀତିରେ ପୂଜା କରାଯାଏ ।

ଗଣେଶ ଚତୁର୍ଥୀରେ ଲୋକମାନେ ଗଣେଶଙ୍କ ପ୍ରତିମାକୁ ନିଜ ଘରେ କିମ୍ବା ପାଣ୍ଡାଲରେ ସଜାଇ ପୂଜାର୍ଚ୍ଚନା କରିଥାନ୍ତି । ଏହା ପରେ ଗଣେଶ ଚତୁର୍ଥୀର ଏକାଦଶ ଦିନରେ ଭଗବାନ ଗଣେଶଙ୍କ ମୂର୍ତ୍ତି ପବିତ୍ର ନଦୀରେ ବିସର୍ଜନ କରାଯାଇଥାଏ ।

କୋଭିଡ଼ କଟକଣା ମଧ୍ୟରେ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ସହ କଟକରେ ପାଳନ କରାଯାଉଛି ଗଣେଶ ପୂଜା । କରୋନା ମହାମାରୀ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ପ୍ରଶାସନ ରାଜଧାନୀବାସୀଙ୍କ ଗଣେଶ ପୂଜା ପାଳନ ପାଇଁ କଟକଣା ଲଗାଇଛି ।

ଆଜି ସାପ୍ତାହିକ ଲକଡାଉନ ଥିବାରୁ କମିଶେନରେଟ ପୋଲିସ ସାର୍ବଜନୀନ ପୂଜା, ସ୍କୁଲ, କଲେଜ ଓ ପ୍ରତିଷ୍ଠାନ ଉପରେ ପୂଜା ପାଳନ କରିବାକୁ ନେଇ କଟକଣା ଲଗାଇଛନ୍ତି। ଏହି କୋଭିଡ କଟକଣାକୁ ଖିଲାପ କରି ଯେଉଁ ମାନେ ପୂଜା କରିବେ ସେମନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସୂଚନା ଦେଇଛି କମିଶେନରେଟ ପୋଲିସ ।

ଏହା ବି ପଢ଼ନ୍ତୁ | COVID-19 ମଧ୍ୟରେ ଚାକିରୀ ହରାଇଥିବା ଯୁବକମାନଙ୍କୁ ରୋଜଗାର ଦେବେ ମନୋଜ ବାଜପେୟୀ; ଆରମ୍ଭ କଲେ 'ଶ୍ରମିକ ସହଯୋଗ' ପ୍ରକଳ୍ପ

ଏହା ବି ପଢ଼ନ୍ତୁ | ରାଜ୍ୟରେ ଆରମ୍ଭ ହେଲା +୨ ନାମଲେଖା ପ୍ରକ୍ରିୟା; ସେପ୍ଟେମ୍ବର ୪ ଯାଏଁ ଅନଲାଇନରେ ଚାଲିବ

ଏହି ବର୍ଷ ରାଜଧାନୀରେ ଥିବା ସମସ୍ତ ପୂଜା ମଣ୍ଡପ ଖାଲି ରହିଛି । କରୋନା କଟକଣା ଯୋଗୁଁ କେବଳ ଘରେ ଏବଂ କେତେକ ଅଫିସରେ କାଁ ଭାଁ ଗଣେଶ ପୂଜା ଦେଖିବାକୁ ମିଲୁଛି । ସେହିପରି ସ୍କୁଲ ମାନଙ୍କରେ ମଧ୍ୟ ବିନା ଛାତ୍ରଛାତ୍ରୀ ମଧ୍ୟରେ କରାଯାଉଛି ପୂଜା । ଅଗଷ୍ଟ ୩୧ ଯାଏ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା ହୋଇଛି।



ଛାତ୍ରଛାତ୍ରୀ ଏବେ ସ୍କୁଲ ଆସିବାର କୌଣସି ଆବଶ୍ୟକତା ନାହିଁ। ସେମାନେ ଘରେ ରହି ବିଘ୍ନବିନାଶକ ଗଣେଶଙ୍କ ପୂଜାର୍ଚ୍ଚନା କରିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ।
Published by: Jagdish Barik
First published: August 22, 2020, 11:37 AM IST
corona virus btn
corona virus btn
Loading