ରାତି ପାହିଲେ ଗଣେଶ ପୂଜା; ଧରାପୃଷ୍ଠରେ ଅବତରଣ କରିବେ ଗଜାନନ.. ପୂଜା ପାଇଁ ଉତ୍ସବମୁଖର ବାଲେଶ୍ୱର

ରାତି ପାହିଲେ ଗଣେଶ ପୂଜା । ଧରା ପୃଷ୍ଠରେ ଅବତରଣ କରିବେ ଗଜାନନ । ପୂଜାକୁ ନେଇ ଉତ୍ସବ ମୁଖର ବାଲେଶ୍ୱର ସହର ।

ରାତି ପାହିଲେ ଗଣେଶ ପୂଜା; ଧରାପୃଷ୍ଠରେ ଅବତରଣ କରିବେ ଗଜାନନ

ରାତି ପାହିଲେ ଗଣେଶ ପୂଜା; ଧରାପୃଷ୍ଠରେ ଅବତରଣ କରିବେ ଗଜାନନ

  • Share this:
News 18 Odia Digital

ବାଲେଶ୍ୱର; ରାତି ପାହିଲେ ଗଣେଶ ପୂଜା । ଧରା ପୃଷ୍ଠରେ ଅବତରଣ କରିବେ ଗଜାନନ । ପୂଜାକୁ ନେଇ ଉତ୍ସବ ମୁଖର ବାଲେଶ୍ୱର ସହର । ପ୍ରତି ଛକରେ ପୂଜା ପେଣ୍ଡାଲ ସଜା ଚାଲିଥିବାବେଳେ କାରିଗରର ଶେଷ ସ୍ପର୍ଶ ଅପେକ୍ଷାରେ ମୂର୍ତ୍ତି । ସେପଟେ ଏଥର କୋଭିଡ କଟକଣା ନଥିବାରୁ ପୂଜା ମାହୋଲ ଅଧିକ ଜମିବ ବୋଲି ଆଶା ।



କଳା ସଂସ୍କୃତିରେ ଭରା ବାଲେଶ୍ୱର ସହରରେ ବାର ମାସରେ ତେର ପର୍ବ ପାଳନ କରିଥିଥାନ୍ତି ସହର ବାସୀ । ତେବେ ଓଡ଼ିଆମାନଙ୍କର ଗଣେଶ ପୂଜା ପର୍ବ ମଧ୍ୟରେ ଏକ ପ୍ରମୁଖ ପୂଜା ହୋଇଥିବାବେଳେ ଏହାକୁ ବେଶ ଆଡମ୍ବର ସହକାରେ ପାଳନ ପାଇଁ ଆରମ୍ଭ ହୋଇଯାଇଛି ଜୋରଦର ପ୍ରସ୍ତୁତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଭଳିକି ଭଳିକି ପୂଜା ପେଣ୍ଡାଲ ସଜାଇବା କାମ ହୋଇଯାଇଛି ଆରମ୍ଭ । ଅନ୍ୟପଟରେ କାରିଗର ମଧ୍ୟ ଲାଗିପଡିଛି ଶେଷ ସ୍ପର୍ଶ ଦେବାରେ ।



ରଙ୍ଗ ବେରଙ୍ଗରେ ସଜାଯାଉଛି ମୂର୍ତ୍ତି ଗୁଡ଼ିକୁ । ଖାଲି ରଙ୍ଗ ନୁହଁ ତାଳ ପତ୍ର, ସ୍ପ୍ରୀଂ ଆଦି ବିଭିନ୍ନ ଉପଦାନରେ ମୂର୍ତ୍ତି ଗଢୁଛନ୍ତି କାରିଗର । ଛୋଟ ମୂର୍ତ୍ତି ପାଖରୁ ଆରମ୍ଭ କରି ବଡ଼ ବଡ଼ ମୂର୍ତ୍ତି ଗଢିବାରେ ବ୍ୟସ୍ତ କାରିଗର । କେଉଁଠି ରଙ୍ଗ ଲଗାଯାଉଛି ତ କେଉଁଠି ଅଳଙ୍କାରରେ ସଜା ଚାଲିଛି । ସମସ୍ତେ ବ୍ୟସ୍ତ ମୂର୍ତ୍ତି ଗଢିବାରେ । ସତ୍ୟ ରଞ୍ଜନ ଲେଙ୍କା ନାମକ ଜଣେ ଶିଳ୍ପୀ କହିଛନ୍ତି ଯେ, ଆମେ ଗତ ଦୁଇ ବର୍ଷ ଠାରୁ ଚଳିତ ଥର ଅଧିକ ଅଧିକ ମୂର୍ତ୍ତି ଗଢିଛୁ ।  ଚଳିତ ଥର କୋଭିଡ କଟକଣା ନଥିବାରୁ ଲୋକଙ୍କ ଭିତରେ ଉତ୍ସାହ ଦ୍ୱିଗୁଣିତ ।  ସେହିପରି ବିଭିନ୍ନ ମଣ୍ଡପ ପାଇଁ ବଡ଼ ବଡ଼ ମୂର୍ତ୍ତି ଅର୍ଡର ଆସିଛି । ଆମ ନିକଟରେ ୨ ହଜାରରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂର୍ତ୍ତି ଉପଲବ୍ଧ ।

ସେପଟେ ପୂଜାକୁ ନେଇ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶାନ୍ତି ଶୃଙ୍ଖଳା ସହିତ ପୂଜା ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି । ବିଭିନ୍ନ ଥାନା ମାନଙ୍କରେ ପୂଜା କମିଟି ମେମ୍ବର ମାନଙ୍କୁ ନେଇ ଆଲୋଚନା ମଧ୍ୟ କରାଯାଇଛି ।  ସେହିଭଳି ଚଳିତ ବର୍ଷ ୬୫ ଡେସିବିଲରୁ ଅଧିକ ସାଉଣ୍ଡ ରୋକିବା ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନ କଟକଣା ରଖିଛି । ଅନ୍ୟପଟରେ ଚଳିତ ଥର କୋଭିଡ କଟକନା ନଥିବାରୁ ସବୁ ମଣ୍ଡପରେ ଉତ୍ସାହ ଅଧିକ ଦେଖିବାକୁ ମିଳିଛି । ଏଥି ସହିତ ଚଳିତ ଥର ଅଧିକ ଦର୍ଶକଙ୍କୁ ଆଖି ଆଗରେ ରଖି ପ୍ରସ୍ତୁତି ମଧ୍ୟ କରାଯାଇଛି ।
ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧୁମ ଧାମରେ ଗଣେଶ ପୂଜା ପାଳନ ପାଇଁ ସମସ୍ତେ ଜୋରସୋରରେ ଲାଗିପଡିଛନ୍ତି ।
Published by:Soubhagya Mishra
First published: