Ganesh Chaturthi 2020: କେବେ ପଡୁଛି ଗଣେଶ ପୂଜା ଓ କ’ଣ ରହିଛି ଏହାର ପୌରାଣିକ ମହତ୍ୱ ଜାଣନ୍ତୁ

ଗଣେଶ ଚତୁର୍ଥୀ ୨୦୨୦ (Ganesh Chaturthi 2020): ଗଣେଶ ଜନ୍ମ ବାର୍ଷିକୀ ଦିନ ଭଗବାନ ଗଣେଶଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଏ । ସନାତନ ଧର୍ମରେ ଗଣେଶଙ୍କୁ ଭଗବାନ ଭାବରେ ବର୍ଣ୍ଣନା କରାଯାଇଛି । ସେ ଦୁଃଖ ଦୂର କରନ୍ତି ଓ ସବୁ ବାଧାବିଘ୍ନକୁ କାଟି ଭକ୍ତମାନଙ୍କ ଇଚ୍ଛା ପୂରଣ କରନ୍ତି ।

Ganesh Chaturthi 2020: କେବେ ପଡୁଛି ଗଣେଶ ପୂଜା ଓ କ’ଣ ରହିଛି ଏହାର ପୌରାଣିକ ମହତ୍ୱ ଜାଣନ୍ତୁ
ଭଗବାନ ଗଣେଶ (ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ / ଡେରୁଙ୍ଗ୍ରୁଙ୍ଗ)
  • News18 Odia
  • Last Updated: August 18, 2020, 1:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଗଣେଶ ଚତୁର୍ଥୀ ୨୦୨୦ (Ganesh Chaturthi 2020): ଗଣେଶ ଚତୁର୍ଥୀ ଭଗବାନ ଶିବଙ୍କ ପୁତ୍ର ଗଣେଶଭଗବାନଙ୍କୁ ଉତ୍ସର୍ଗୀକୃତ ବୋଲି ବିବେଚନା କରାଯାଏ । ଚଳିତ ବର୍ଷ ଗଣେଶ ଚତୁର୍ଥୀ ଅଗଷ୍ଟ ୨୨ ତାରିଖ ଶନିବାର ଦିନ ପଡୁଛି । ଗଣେଶ ଚତୁର୍ଥୀରେ ଲୋକମାନେ ଗଣେଶଙ୍କ ପ୍ରତିମାକୁ ନିଜ ଘରେ କିମ୍ବା ପାଣ୍ଡାଲରେ ସଜାଇ ପୂଜାର୍ଚ୍ଚନା କରିଥାନ୍ତି । ଏହା ପରେ ଗଣେଶ ଚତୁର୍ଥୀର ଏକାଦଶ ଦିନରେ ଭଗବାନ ଗଣେଶଙ୍କ ମୂର୍ତ୍ତି ପବିତ୍ର ନଦୀରେ ବିସର୍ଜନ କରାଯାଇଥାଏ । ଭଗବାନ ଗଣେଶଙ୍କ ବିସର୍ଜନ ଉତ୍ସବ ପାଳନ କରିବାସହ ଭକ୍ତମାନେ ଆସନ୍ତା ବର୍ଷକୁ ତାଙ୍କର ଶୀଘ୍ର ଆସିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି । ଗଣେଶ ଭଗବାନ ଜ୍ଞାନର ଦେବତା ଅଟନ୍ତି । ଗଣେଶ ଭଗବାନଙ୍କୁ ସମସ୍ତ ଦେବତାମାନଙ୍କ ପୂର୍ବରୁ ପ୍ରଥମେ ଉପାସନା କରାଯାଏ । ଏହି କାରଣରୁ ଭଗବାନ ଗଣେଶଙ୍କୁ ସର୍ବ ପ୍ରଥମେ ଧାର୍ମିକ ରୀତିନୀତିରେ ପୂଜା କରାଯାଏ । ଜାଣନ୍ତୁ  ଗଣେଶ ଚତୁର୍ଥୀର ପୌରାଣିକ ମହତ୍ତ୍ୱ ଓ  ଭଗବାନ ଗଣେଶଙ୍କୁ ପୂଜା କରିବାର ଶୁଭ ସମୟ କ’ଣ:

ଗଣେଶ ଚତୁର୍ଥୀରେ ଭଗବାନ ଗଣେଶଙ୍କୁ ପୂଜା କରିବାର ଶୁଭ ସମୟ:

ଭଦ୍ରାପାଦ ମାସର ଶୁକ୍ଳ ପକ୍ଷ ଗଣେଶ ଚତୁର୍ଥୀ ତିଥି ଅନୁସାରେ ଅଗଷ୍ଟ ୨୧ ଶୁକ୍ରବାର ରାତି ୧୧:୦୦ଟା  ଠାରୁ ଆରମ୍ଭ ହୋଇ ୨୨ ଅଗଷ୍ଟ ସନ୍ଧ୍ୟା ୭:୫୭ ପର୍ଯ୍ୟନ୍ତ  ଗଣେଶ ପୂଜା କରାଯିବ । ଅଗଷ୍ଟରେ ୨୨ ରେ ସୂର୍ଯ୍ୟୋଦୟ ହେଉଥିବାରୁ ଗଣେଶ ଚତୁର୍ଥୀ ମଧ୍ୟ ଅଗଷ୍ଟରେ ୨୨ ତାରିଖରେ ପାଳନ କରାଯିବ ।

ଏହା ବି ପଢ଼ନ୍ତୁ | MS Dhoni Retirement: ଧୋନୀଙ୍କ ଅବସର ଦିନ ପଛରେ ‘୩୯୩୯’ ସଂଖ୍ୟାର ବିଶେଷ ମହତ୍ୱ ରହିଛି

ଏହା ବି ପଢ଼ନ୍ତୁ | ଲାଲ କିଲ୍ଲାରେ ମୋଦୀଙ୍କ ସୁରକ୍ଷାରେ ଲାଗିଥିଲା ଆଣ୍ଟି-ଡ୍ରୋନ୍ ସିଷ୍ଟମ୍; ୨.୫ କି.ମି. ଯାଏଁ ଗୁଳି ମାରିପାରିବ

ପୌରାଣିକ ବିଶ୍ୱାସ ଅନୁଯାୟୀ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ପୁତ୍ର ବିଘ୍ନ ବିନାଶକ ଗଣେଶ ଭଗବାନଙ୍କ ଜନ୍ମ ଭଦ୍ରମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ହୋଇଥିଲା । ତେଣୁ ଗଣେଶ ଚତୁର୍ଥୀ  କିମ୍ବା ବିନୟାକା ଚତୁର୍ଥୀ ଏହି ଦିନ ପାଳନ କରାଯାଇଥାଏ । ଗଣେଶ ଜନ୍ମ ବାର୍ଷିକୀ ଦିନ ଭଗବାନ ଗଣେଶଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଏ । ସନାତନ ଧର୍ମରେ ଗଣେଶଙ୍କୁ ଭଗବାନ ଭାବରେ ବର୍ଣ୍ଣନା କରାଯାଇଛି ଯିଏ ଦୁଃଖକୁ ଦୂର କରନ୍ତି, ସମସ୍ତ ବାଧାବିଘ୍ନକୁ କାଟି ଭକ୍ତଙ୍କ ଇଚ୍ଛା ପୂରଣ କରନ୍ତି ।



(Disclaimer: ଏହି ଆର୍ଟିକିଲରେ ଦିଆଯାଇଥିବା ସମସ୍ତ ସୂଚନା ଓ ତଥ୍ୟ ଅନୁମାନ ଉପରେ ଆଧାରିତ । ନିଉଜ୍ ୧୮ ଓଡ଼ିଆ ଏଗୁଡିକ ନିଶ୍ଚିତ କରେ ନାହିଁ । ଏହିଗୁଡିକ କାର୍ଯ୍ୟକାରୀ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ଯୋଗାଯୋଗ କରନ୍ତୁ)
Published by: Jagdish Barik
First published: August 18, 2020, 1:23 PM IST
corona virus btn
corona virus btn
Loading