ସମ୍ବଲପୁର ଭତରା ଗାନ୍ଧି ମନ୍ଦିରରେ ପାଳିତ ହୋଇଛି ଗାନ୍ଧି ଜୟନ୍ତୀ; ଦର୍ଶନ ପାଇଁ ଜମିଥିଲା ଲୋକଙ୍କ ଭିଡ଼

ଭତରାର ଗାନ୍ଧି ମନ୍ଦିରରେ ମହାତ୍ମା ଗାନ୍ଧିଙ୍କୁ ପ୍ରତିଦିନ ଠାକୁର ରୁପେ ପୂଜା କରାଯାଇଥାଏ । ଏପରିକି ଧୂପ ଦୀପ ଦିଆଯିବା ସହ ଆଳତି ମଧ୍ୟ କରାଯାଇଥାଏ । ଗାନ୍ଧି ଜୟନ୍ତୀ ଅବସରରେ ସକାଳୁ ରାମଧୂନ ଓ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା ।

ସମ୍ବଲପୁର ଭତରା ଗାନ୍ଧି ମନ୍ଦିରରେ ପାଳିତ ହୋଇଛି ଗାନ୍ଧି ଜୟନ୍ତୀ; ଦର୍ଶନ ପାଇଁ ଜମିଥିଲା ଲୋକଙ୍କ ଭିଡ଼

ସମ୍ବଲପୁର ଭତରା ଗାନ୍ଧି ମନ୍ଦିରରେ ପାଳିତ ହୋଇଛି ଗାନ୍ଧି ଜୟନ୍ତୀ; ଦର୍ଶନ ପାଇଁ ଜମିଥିଲା ଲୋକଙ୍କ ଭିଡ଼

  • News18 Odia
  • Last Updated :
  • Sambalpur, India
  • Share this:
News 18 Odia Digital

ସମ୍ବଲପୁର ; ଗାନ୍ଧି ଜୟନ୍ତୀ ଉପଲକ୍ଷେ ସମ୍ବଲପୁର ଭତରାଠାରେ ଥିବା ଗାନ୍ଧି ମନ୍ଦିର ହୋଇ ଉଠିଛି ଉତ୍ସବ ମୁଖର । ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହିତ ଦୂର ଦୂରାନ୍ତରରୁ ଗାନ୍ଧିଙ୍କ ଦର୍ଶନ ପାଇଁ ଲୋକଙ୍କର ଭିଡ଼ ଲାଗି ରହିଥିଲା । ସକାଳେ ରାମଧୂନ ଗାନ କରାଯାଇଥିବା ବେଳେ ବିଭିନ୍ନ ବର୍ଗର ଲୋକେ ମନ୍ଦିରରେ ପହଞ୍ଚି ଗାନ୍ଧିଙ୍କ ପ୍ରତିମୁର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।



ଭତରାର ଗାନ୍ଧି ମନ୍ଦିରରେ ମହାତ୍ମା ଗାନ୍ଧିଙ୍କୁ ପ୍ରତିଦିନ ଠାକୁର ରୁପେ ପୂଜା କରାଯାଇଥାଏ । ଏପରିକି ଧୂପ ଦୀପ ଦିଆଯିବା ସହ ଆଳତି ମଧ୍ୟ କରାଯାଇଥାଏ । ଗାନ୍ଧି ଜୟନ୍ତୀ ଅବସରରେ ସକାଳୁ ରାମଧୂନ ଓ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ସକାଳୁ ଦିନ ତମାମ ଲୋକଙ୍କର ମନ୍ଦିରକୁ ଯିବା ଆସିବା ଲାଗି ରହିଥିଲା ।

ଏହି ଅବସରରେ ବିଜେଡି ପକ୍ଷରୁ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକୁ ଲୋକଙ୍କ ନିକଟକୁ ପହଞ୍ଚାଇବା ଉଦ୍ଦେଶ୍ୟରେ ଏକ ପଦଯାତ୍ରା କରାଯାଇଛି । ଏହି ପଦଯାତ୍ରା ଭତରା ଗାନ୍ଧି ମନ୍ଦିରରୁ ବାହାରି ସହର ପରିକ୍ରମା କରିଥିଲା । ଗାନ୍ଧି ଜୟନ୍ତୀରୁ ଆରମ୍ଭ ହୋଇଥିବା ଏହି ପଦ ଯାତ୍ରା ଜୟ ପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ ।

‘‘ ପ୍ରତି ବର୍ଷ ଗାନ୍ଧି ଜୟନ୍ତୀରେ ଭତରାର ଗାନ୍ଧି ମନ୍ଦିରକୁ ଆସିଥାଉ । ଏଠାରେ ଗାନ୍ଧୀଙ୍କୁ ପୁଷ୍ପ୍ୟମାଲ୍ୟ ପ୍ରଦାନ କରି ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲୁ ବୋଲି ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ କହିଥିଲେ । ’’
‘‘ ଗାନ୍ଧି ଜୟନ୍ତି ଅବସରରେ ଗାନ୍ଧିଙ୍କ ମନ୍ଦିରରୁ ଏକ ପଦ ଯାତ୍ରା ଆରମ୍ଭ କରିଛୁ । ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକୁ ଲୋକଙ୍କ ନିକଟକୁ ପହଞ୍ଚାଇବା ଏହି ପଦ ଯାତ୍ରାର ମୂଳ ଉଦେଶ୍ୟ ବୋଲି ସମ୍ବଲପୁର ବିଜେଡିର ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ କହିଛନ୍ତି । ’’

ମହାତ୍ମା ଗାନ୍ଧିଙ୍କ ନୀତି ଆଦର୍ଶର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଭତରା ଗ୍ରାମରେ ନିର୍ମାଣ କରାଯାଇଥିଲା ଗାନ୍ଧି ମନ୍ଦିର । ୧୯୭୨ ମସିହାରୁ ନିର୍ମାଣ କରାଯାଇଥିବା ଏହି ମନ୍ଦିରରେ ମହାତ୍ମା ଗାନ୍ଧିଙ୍କ ମୂର୍ତ୍ତୀକୁ ଠାକୁର ରୁପେ ପୂଜା କରାଯାଇଉଛି ।
Published by:Soubhagya Mishra
First published: