୧୦୦ ବର୍ଷ ତଳେ ଆଜିର ଦିନ କଟକ ଆସିଥିଲେ ଗାନ୍ଧିଜୀ; ଆଜି ପୁଣି ଗାନ୍ଧିମୟ ହେଲା ସାରା ସହର

୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖ ଦିନ ଟ୍ରେନ୍ ଯୋଗେ ଆସି କଟକ ରେଳ ଷ୍ଟେସନରେ ପହଞ୍ଚିବା ପରେ ସେଠାରୁ ଏକ ବିଶାଳ ପଟୁଆରେ ସହରର ବିଭିନ୍ନ ସ୍ଥାନ ପରିକ୍ରମା କରି କାଠଯୋଡ଼ି ନଦୀ ପଠାରେ ଏକ ସଭା କରିଥିଲେ ଗାନ୍ଧିଜୀ ।

୧୦୦ ବର୍ଷ ତଳେ ଆଜିର ଦିନ କଟକ ଆସିଥିଲେ ଗାନ୍ଧିଜୀ; ଆଜି ପୁଣି ଗାନ୍ଧିମୟ ହେଲା ସାରା ସହର
ଗାନ୍ଧିଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଏକ ପ୍ରଜ୍ଞାପନ ମେଢ
  • News18 Odia
  • Last Updated: March 23, 2021, 7:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଏମିତି ତ ପ୍ରତି ବର୍ଷ ଦଶହରା ଭସାଣୀରେ ମା’ ଦୁର୍ଗାଙ୍କୁ ମେଳାଣି ଦେବା ବେଳେ ଶୋଭାଯାତ୍ରାରେ ଏକାଠି ହୋଇଥାଏ କଟକ ସହର । କିନ୍ତୁ ମଙ୍ଗଳବାର ଦିନ ଆୟୋଜିତ ହୋଇଥିବା ଶୋଭାଯାତ୍ରା ଥିଲା ସ୍ବତନ୍ତ୍ର । ଏହି ଶୋଭାଯାତ୍ରାକୁ ନେଇ ସହର ବାସିନ୍ଦାଙ୍କ ମଧ୍ୟରେ ଥିବା ଅଭୁତପୂର୍ବ ଉତ୍ସାହ । ଏହି ଶୋଭାଯାତ୍ରା ଆଗରେ ପୂର୍ବରୁ ସହରରେ ହୋଇଥିବା ସବୁ ସମାରୋହ ଫିକା ପଡ଼ିଥିଲା । ବଡ଼ ଉତ୍ସାହରେ କଟକ ସହର ପାଳନ କରିଥିଲା ଗାନ୍ଧୀଜୀଙ୍କ ଏହି ସହରକୁ ଆଗମନର ଶତବୀର୍ଷୀକ ଉତ୍ସବ ।

ଆଜିକୁ ଠିକ୍‌ ଶହେ ତଳେ କଟକ ସହରକୁ ପଦାର୍ପଣ କରିଥିଲେ ବାପୁ । ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖ ଦିନ ସେ ଟ୍ରେନ୍‌ ଯୋଗେ କଟକ ରେଳ ଷ୍ଟେସନରେ ପହଞ୍ଚିବା ପରେ ସେଠାରୁ ଏକ ବିଶାଳ ପଟୁଆରେ ସହରର ବିଭିନ୍ନ ସ୍ଥାନ ପରିକ୍ରମା କରି କାଠଯୋଡ଼ି ନଦୀ ପଠାରେ ଏକ ସଭା କରିଥିଲେ । ସେହି ଐତିହାସିକ ଦିନର ସ୍ମୁତିଚାରଣ ପାଇଁ ଶହେ ବର୍ଷ ତଳେ ଗାନ୍ଧୀ ଯେଉଁ ରାସ୍ତା ଦେଇ କାଠଯୋଡ଼ି ନଦୀ ପଠାକୁ ଯାଇଥିଲେ ମଙ୍ଗଳବାର ଦିନ ସେହି ରାସ୍ତା ଦେଇ ଯାଇଥିଲା ଏହି ଶୋଭାଯାତ୍ରା ।

ଏହା ବି ପଢ଼ନ୍ତୁ | ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଖନନ ସମୟରେ ମିଳିଲା ଏହି ବିଶେଷ ବସ୍ତୁ; ସଂରକ୍ଷିତ ରଖାଯାଇଛି

କଟକ ରେଳ ଷ୍ଟେସନରୁ ବାହାରି ଥିବା ଏହି ଶୋଭାଯାତ୍ରାରେ ହଜାର ହଜାର ଲୋକ ଏକାଠି ହୋଇଥିଲେ । ପୂରା ସହର ପାଲଟି ଯାଇଥିଲା ଗାନ୍ଧିମୟ । ଗାନ୍ଧିଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ବିଭିନ୍ନ ପ୍ରଜ୍ଞାପନ ମେଢ ଥିଲା ଏହି ଶୋଭାଯାତ୍ରାର ପ୍ରମୁଖ ଆକର୍ଷଣ ।

ହଜାର ହଜାର ଲୋକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।


ଆଗେ ଆଗେ ଚାଲଥିଲା ଓଡ଼ିଶା ପୋଲିସର ବ୍ୟାଣ୍ଡ୍‌ ଓ ପଛକୁ ପଛ ଧାଡ଼ି ହୋଇ ଚାଲିଥିଲା ଏନ.ସି.ସି ଓ ସ୍କାଉଟ୍‌ ଛାତ୍ରଛାତ୍ରୀମାନଙ୍କ କଣ୍ଟିଜେଣ୍ଟ୍‌ । ଏହା ସହିତ ବିଭିନ୍ନ ପ୍ରକାର ପାରମ୍ପରିକ ନୃତ୍ୟ ଶିଳ୍ପୀମାନେ ମଧ୍ୟ ଏହି ଶେଭାଯାତ୍ରାରେ ସାମିଲ ହୋଇଥିଲେ । ଏହା ସହିତ ସମାଜର ବିଭିନ୍ନ ବର୍ଗ ଓ ବୟସର ହଜାର ହଜାର ଲୋକ ଏକାଠି ହୋଇ ଶହେ ବର୍ଷ ତଳର ସେହି ବିଶେଷ ଦିନର ସ୍ମୁତି ଚାରଣ କରିଥିଲେ । ଏହି ଶୋଭାଯାତ୍ରା ପୂରା କଟକ ସହରକୁ ଗାନ୍ଧିମୟ କରି ଦେଇଥିଲା । ଯେଉଁ ଯେଉଁ ଅଞ୍ଚଳ ଦେଇ ଯାଉଥିଲା ସ୍ଥାନୀୟ ଲୋକେ ଶେଭାଯାତ୍ରାକୁ ସମ୍ବର୍ଦ୍ଧିତ କରିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଛେଳି ସହିତ ସେଲ୍ଫି ନେଉଥିଲେ ଯୁବତୀ; ଛେଳି ତାଙ୍କୁ ଆକ୍ରମଣ କଲା; VIDEO ଭାଇରାଲ୍ ହେଲା

‘‘ଏହି ଭଳି ଏକ ଅଭୁଲା ମୁହୁର୍ତ୍ତର ସାକ୍ଷୀ ହୋଇଥିବାରୁ ଆମକୁ ଆଜି ଗର୍ବ ଅନୁଭବ ହେଉଛି । ଗାନ୍ଧି କେବଳ ଜଣେ ବ୍ୟକ୍ତି ନ ଥିଲେ, ସେ ଥିଲେ ଏକ ଚିନ୍ତା, ସେ ଏବେ ବି ଏକ ଅଲିଭା ଚେତନା । ସେହି ଚିନ୍ତା ଓ ଚେତନା ଆମ ସମସ୍ତଙ୍କ ମଧ୍ୟରେ ରହିଛି । ଆଗକୁ ମଧ୍ୟ ରହିଥିବ,’’ କହିଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟ ପକ୍ଷରୁ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ଜଣେ ଛାତ୍ର ପ୍ରତିନିଧି ।

ଏହା ବି ପଢ଼ନ୍ତୁ | CBSE ବୋର୍ଡ଼ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭଲ ଖବର ଆସିଛି

୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖ ଦିନ ଅନୁଷ୍ଠିତ ହୋଇଥିବା ଗାନ୍ଧିଙ୍କ ସେହି ସଭାରେ ଉତ୍କଳମଣି ଗୋପବନ୍ଧୁ ଦାସ, ଆଚାର୍ଯ୍ୟ ହରିହର ଦାସ, ନୀଳକଣ୍ଠ ଦାସ, ଭାଗିରଥୀ ମହାପାତ୍ର, ହରେକୃଷ୍ଣ ମହତାବ, ଗୋପବନ୍ଧୁ ଚୌଧୁରୀ ଓ ନବକୃଷ୍ଣ ଚୌଧୁରି ପ୍ରମୁଖ ଓଡ଼ିଶାର ମହାନ ସ୍ବାଧୀନତା ସଂଗ୍ରାମୀମାନେ ଯୋଗ ଦେଇଥିଲେ ।



ସେହି ସଭା ଶେଷ ହେବା ପରେ ଗାନ୍ଧିଜୀ ସ୍ବରାଜ ଆଶ୍ରମରେ ରାତ୍ରୀଯାପନ କରି ପର ଦିନ କଟକର କଦମରସୁଲ ସହ ସହରର ବିଭିନ୍ନ ସ୍ଥାନ ବୁଲି ବିଭିନ୍ନ ବର୍ଗର ଲୋକଙ୍କ ସହିତ ସ୍ବତନ୍ତ୍ର ଆଲୋଚନା କରିଥିଲେ ।
Published by: Anand Shankar Thankur Das
First published: March 23, 2021, 7:53 PM IST