• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଉତ୍କଳ ବାଳାଶ୍ରମରେ ଶିଶୁ ସୁରକ୍ଷା ୟୁନିଟ ଓ ହାପିନେସ ଫାଉଣ୍ଡେସନ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳନ

ଉତ୍କଳ ବାଳାଶ୍ରମରେ ଶିଶୁ ସୁରକ୍ଷା ୟୁନିଟ ଓ ହାପିନେସ ଫାଉଣ୍ଡେସନ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳନ

ଉତ୍କଳ ବାଳାଶ୍ରମ ପରିସରରେ ଶିଶୁ ସୁରକ୍ଷା ୟୁନିଟ ଓ ହାପିନେସ ଫାଉଣ୍ଡେସନ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ଜିଲ୍ଲାର ୬ ଗୋଟି ବାଳାଶ୍ରମ ଓ ଶିଶୁ ପରିଚର୍ଯ୍ୟା ଗୃହର ଅନ୍ତେବାସୀଙ୍କ ମଧ୍ୟରେ ବିବିଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଉତ୍କଳ ବାଳାଶ୍ରମରେ ଶିଶୁ ସୁରକ୍ଷା ୟୁନିଟ ଓ ହାପିନେସ ଫାଉଣ୍ଡେସନ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳନ

ଉତ୍କଳ ବାଳାଶ୍ରମରେ ଶିଶୁ ସୁରକ୍ଷା ୟୁନିଟ ଓ ହାପିନେସ ଫାଉଣ୍ଡେସନ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳନ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ ; ପ୍ରତ୍ୟେକ ପିଲାଙ୍କ ମଧ୍ୟରେ ଅନ୍ତର୍ନିହିତ ପ୍ରତିଭା ରହିଛି । ଏହାର ଉନ୍ମେଷ ଘଟିଲେ ସମାଜ ସରସ ସୁନ୍ଦର ଓ ଶୃଙ୍ଖଳିତ ହୋଇପାରିବ ବୋଲି ବିଶିଷ୍ଟ ଗାନ୍ଧିବାଦୀ ଶ୍ରୀ ଗୌରାଙ୍ଗ ପରିଡ଼ା ମତବ୍ୟକ୍ତ କରିଛନ୍ତି । ରବିବାର ପୂର୍ବାହ୍ନରେ ଉତ୍କଳ ବାଳାଶ୍ରମ ପରିସରରେ ଶିଶୁ ସୁରକ୍ଷା ୟୁନିଟ ଓ ହାପିନେସ ଫାଉଣ୍ଡେସନ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ଜିଲ୍ଲାର ୬ ଗୋଟି ବାଳାଶ୍ରମ ଓ ଶିଶୁ ପରିଚର୍ଯ୍ୟା ଗୃହର ଅନ୍ତେବାସୀଙ୍କ ମଧ୍ୟରେ ବିବିଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

କାର୍ଯ୍ୟକ୍ରମକୁ ଉଦଘାଟନ କରି ଶ୍ରୀ ପରିଡ଼ା ଗାନ୍ଧିଙ୍କ ପିଲାଦିନ ଓ ପିଲାମାନଙ୍କ ପ୍ରତି ତାଙ୍କର ବାର୍ତ୍ତାକୁ ସୁନ୍ଦର ଭାବେ ଉପସ୍ଥାପିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ, ଶିଶୁ ସାହିତ୍ୟିକ ସୁକାନ୍ତ କୁମାର ପଣ୍ଡା, ରାଜ୍ୟ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଅଧିକାରୀ ସଂଗ୍ରାମ ସାମଲ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଶିଶୁ ମଙ୍ଗଳ କମିଟି ସଦସ୍ୟ ଶକ୍ତିପଦ ମିଶ୍ର, ହାପିନେସ ଫାଉଣ୍ଡେସନର ସଭାପତି ପ୍ରଦୀପ କୁମାର ଦାସ ପ୍ରମୁଖ ଶିଶୁ ମନସ୍ତତ୍ୱ , ବିକାଶ ଓ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଶିଶୁ ସୁରକ୍ଷା ୟୁନିଟର ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ ପରିଚାଳନା କରିଥିଲେ ।
Published by:Soubhagya Mishra
First published: