ନିଜେ ରଚିଥିଲା ମୃତ୍ୟୁର ରଚନା; ୧୦ ଦିନ ପରେ ମୃତକଙ୍କୁ ଧରିଲା ଗଜପତି ପୋଲିସ

ଭିଡିଓ କଲ କରି ଦେଖାଇଥିଲା ନିଜ ମୃତ ଶରୀର । ମୁମ୍ୱାଇରେ ଜୀବିତ ଓ ସୁରକ୍ଷିତ ଭାବେ ଉଦ୍ଧାର କଲା ଗଜପତି ପୋଲିସ ।

ନିଜେ ରଚିଥିଲା ମୃତ୍ୟୁର ରଚନା

ନିଜେ ରଚିଥିଲା ମୃତ୍ୟୁର ରଚନା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଗଜପତି: ଦାଦନର ମୃତ୍ୟୁ ନାଟକ । ମୃତ୍ୟୁର ୧୦ ଦିନ ପରେ ଆସିଲା ଦାଦନ ଶ୍ରମିକଙ୍କ ଜୀବିତ ଥିବା ଖବର । ଗଜପତିରୁ ଦାଦନ ଖଟିବାକୁ ଯାଇଥିବା ଦାଦନଙ୍କୁ ତାମିଲନାଡୁରେ ହତ୍ୟା । ଏପରି ସାଂଘାତିକ ଅଭିଯୋଗ ରାଜ୍ୟରେ ହଇଚଇ ଖେଳାଇ ଦେଇଥିଲା । ଏବେ ଏହି ଘଟଣାରେ ଆସିଛି ନାଟକୀୟ ମୋଡ଼ । ନିଜେ ମୃତ୍ୟୁର ନାଟକ ରଚିଥିଲା ଶରତ । ସମସ୍ତ ସତ କଥା ବାହାରକୁ ଆସିବା ପରେ ଶରତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ

ପୂରା କାହାଣୀ ବଲିଉଡର ସସପେନ୍ସ ଫିଲ୍ମ ଭଳି । ଆର୍ ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକଙ୍କ ସୂଚନାନୁସାରେ, ଗତ ୫ ତାରିଖରେ ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ବାରିଆପଦା ଗାଁର ଦାଦନ ଶ୍ରମିକ ଶରତ ପରିଚ୍ଛାଙ୍କୁ ତାମିଲନାଡୁରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକ । ଅଭିଯୋଗ ଅନୁସାରେ ଶରତଙ୍କ ଦେଢ଼ଶାଶୁଙ୍କ ନିକଟକୁ ଆସିଥିଲା ଭିଡିଓ କଲ୍, ଯେଉଁଥିରେ ଥିଲା ଶରତଙ୍କ ମୃତଦେହର ଫଟୋ । କିଛି ଦୁର୍ବୃତ୍ତ ତାଙ୍କୁ ନିର୍ଯାତନା ଦେଇ ହତ୍ୟା କରିଥିବା କୁହାଯାଇଥିଲା । ଯାହାକୁ ନେଇ ପରିବାରରେ ଶୋକର ଛାୟା ଖେଳି ଯାଇଥିଲା । ଶବ ଫେରାଇ ଆଣିବା ପାଇଁ ପ୍ରଶାସନକୁ ଗୁହାରି କରିବା ସହ ଅଡ଼ବା ଥାନାରେ ହତ୍ୟା ଅଭିଯୋଗ ଆଣିଥିଲେ ପରିବାର । ମାମଲାକୁ ଅତି ଗୁରୁତର ସହ ନେଇଥିଲା ଗଜପତି ପୁଲିସ । ସ୍ୱତନ୍ତ୍ର ଟିମ୍ ଗଠନ କରି ଆରମ୍ଭ କରିଥିଲେ ତଦନ୍ତ । ତାମିଲନାଡୁ ପୁଲିସକୁ ମଧ୍ୟ ଏ ନେଇ ଯୋଗାଯୋଗ କରାଯାଇଥିଲା । ଯେଉଁ ନମ୍ବରରୁ ଫୋନ ଆସିଥିଲା, ତାକୁ ଟ୍ରାକିଂ କରିବା ପରେ ମୁମ୍ବାଇ ଲୋକେସନ୍ ଦେଖାଇବାରୁ ସନ୍ଦେହ କରିଥିଲା ଗଜପତି ପୁଲିସ । ତଦନ୍ତ ପରେ ଯାହା ଜଣା ପଡିଥିଲା, ତାହା ଚମକାଇ ଦେବା ଭଳି । ଶରତ ଜୀବିତ ଥିବା ଓ ସେ ମୁମ୍ବାଇର ଏକ ମାଛ ମାର୍କେଟରେ କାମ କରୁଥିବା ଜାଣିବାକୁ ମିଳିଥିଲା ।

ସରିଲା ଅପେକ୍ଷା; ଆଜି ଆପଣଙ୍କ ଆକାଉଣ୍ଟକୁ ପଇସା ପଠାଇବେ ସରକାର

ପୁଲିସର ସ୍ୱତନ୍ତ୍ର ଟିମ୍ ମୁମ୍ବାଇ ଯାଇ ଶରତଙ୍କୁ ଉଦ୍ଧାର କରିଥିବା କହିଛନ୍ତି ଗଜପତି ଏସପି । କ’ଣ ପାଇଁ ନିଜକୁ ମୃତ କହି ଶରତ କାହିଁକି ପରିବାର ଲୋକଙ୍କ ପାଖକୁ ଫଟୋ ପଠାଉଥିଲା, ଏ ନେଇ ତଦନ୍ତ ଜାରି ରଖିଛି ପୁଲିସ । ଅନ୍ୟ ଜଣେ ଓଡ଼ିଆ ଝିଅ ସହ ମୁମ୍ବାଇରେ ଶରତ ସଂପର୍କ ରଖିଥିଲା ଓ ନିଜ ସ୍ତ୍ରୀ ଠାରୁ ଅଲଗା ହେବାକୁ ଚାହୁଁଥିଲା । ସେଥିପାଇଁ ନିଜ ମୃତ୍ୟୁର ନିଜେ ମିଛ ନାଟକ ରଚିଥିଲା । ଅନ୍ୟ ପକ୍ଷେ ନିଜ ଗ୍ରାମ ସହିତ ଆଖ ପାଖ ଗାଁ ରୁ ଧାର ଉଦ୍ଧାର କରି ବହୁ ଟଙ୍କା ନେଇଥିବା ଯୋଗୁଁ ମଧ୍ୟ କାରଣ ରହିଥିବା ପୋଲିସ୍ ସାମ୍ନାରେ କହିଥିଲା। ପୋଲିସ୍ ର ପଚରା ଉଚରା ବେଳେ ଶରତ ବହୁ ନାଟକ କାହାଣୀ ପୋଲିସ୍ କୁ ଶୁଣାଇଥିଲା। ଯାହା ପୋଲିସ୍ ବିଭିନ୍ନ ଦିଗରୁ ପଚାରି ଶରତର ପାଟିରୁ ସତ ବାହାର କରିଥିଲା।
Published by:Soumya Das
First published: