ଗଜପତି: ୩୫ ବର୍ଷ ପରେ ଓଡ଼ିଶା ଫେରିଥିବା ଅସହାୟ ପ୍ରବାସୀଙ୍କୁ ମିଳିଲା ରାସନ୍‌ ଓ ଭତ୍ତା

ସୁଦୂର ଅରୁଣାଚଳ ପ୍ରଦେଶରେ ଅନେକ ବର୍ଷ ରହିବା ପରେ ବୟସାଧିକ୍ୟ ଯୋଗୁଁ ଦେହର ବଳ କମିଯିବା ପରେ ସେ ଆଉ କାମ କରିପାରି ନ ଥିଲେ । ଏକ ଜଙ୍ଗଲରେ ରହି ସେଠାରୁ ଖାଦ୍ୟ ସଂଗ୍ରହ କରି ଖାଉଥିଲେ ଓ ଓଡ଼ିଶା ଫେରିବାକୁ ଚାହୁଁଥିଲେ ସେ ।

ଗଜପତି: ୩୫ ବର୍ଷ ପରେ ଓଡ଼ିଶା ଫେରିଥିବା ଅସହାୟ ପ୍ରବାସୀଙ୍କୁ ମିଳିଲା ରାସନ୍‌ ଓ ଭତ୍ତା
ଭାଇରାଲ୍ ଭିଡିଓରେ ଆସିଥିବା ଦୟା ଭୂୟାଁ ଓରଫ ଜଗପତି ଆର୍ଯ୍ୟ
  • News18 Odia
  • Last Updated: October 7, 2020, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପାରଳାଖେମୁଣ୍ଡି: ପେଟପାଟଣା ପାଇଁ ଦୀର୍ଘ ୩୫ ବର୍ଷ ତଳେ ଭିଟାମାଟି ଛାଡ଼ି ସୁଦୂର ଅରୁଣାଚଳ ପ୍ରଦେଶକୁ ଚାଲିଯାଇଥିବା ଦୟା ଭୂୟାଁ ଓରଫ ଜଗପତି ଆର୍ଯ୍ୟ ତାଙ୍କ ଜନ୍ମମାଟିକୁ ଫେରିବାର ପ୍ରାୟ ମାସକ ମଧ୍ୟରେ ଜିଲ୍ଲୀ ପ୍ରଶାସନ ତାଙ୍କ ପରିଚୟ ପତ୍ର ପ୍ରସ୍ତୁତ କରିବା ସହ ତାଙ୍କୁ ଦୁଇ ମାସର ରାସନ ଓ ଚାରି ମାସର ଭତ୍ତା ପ୍ରଦାନ କରିଛି ।

ଖୋଦ୍ ବିଡିଓ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଆବାସିଂ ଗ୍ରାମରେ ପହଞ୍ଚି ଜଗପତିଙ୍କ ସହ ତାଙ୍କ ସ୍ଥିତି ବିଷୟରେ ଆଲୋଚନା କରିବା ସହ ଏହି ସହାୟତା ପ୍ରଦାନ କରିଛନ୍ତି । ଆବାସିଂ ଗ୍ରାମର ଜଗପତି ଆର୍ଯ୍ୟ ଓରଫ ଦୟା ଭୂୟାଁ ଗତ ଅଗଷ୍ଟ ୨୯ ତାରିଖ ଦିନ ପାରଳାଖେମୁଣ୍ଡିରେ ପହଞ୍ଚିଥିଲେ । ତାଙ୍କୁ ତାଙ୍କ ସାନ ଭାଇ ଶୁକୁ ଭୂୟାଁଙ୍କ ହେପାଜତରେ ଛଡ଼ାଯାଇଥିଲା ।

ଅଗଷ୍ଟ ମାସରେ ଜଗପତି ଗତ କିଛି ବର୍ଷ ହେଲା କାମ ଧନ୍ଦା ନ ଥିବାରୁ ଅରୁଣାଚଳ ପ୍ରଦେଶର ଏକ ଜଙ୍ଗଲ ମଧ୍ୟରେ ରହୁଥିବା ନେଇ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍‌ ହୋଇଥିଲା । ବିଭିନ୍ନ ସାମାଜିକ ଓ ରାଜନୈତିକ ସଙ୍ଗଠନ ଜଗପତିଙ୍କୁ ଫେରାଇ ଆଣିବାକୁ ପ୍ରଶାସନ ନିକଟରେ ଦାବି କରିଥିଲେ । ଏହା ପରେ ପ୍ରଶାସନ ତାଙ୍କୁ ଫେରାଇ ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲା । ଏପରିକି ତାଙ୍କୁ ଆଣିବା ପାଇଁ ସହକାରୀ ଜିଲ୍ଲା ଶ୍ରମ ଅଧିକାରୀ ସୁବାଷ ଶବର ନିଜେ ଅରୁଣାଚଳ ପ୍ରଦେଶ ଯାଇଥିଲେ ।

ଜଗପତିଙ୍କୁ ରାସନ ଓ ଚାରି ମାସର ଭତ୍ତା ଦେଉଛନ୍ତି ପ୍ରଶାସନିକ ଅଧିକାରୀମାନେ ।


ପାରଳାଖେମୁଣ୍ଡିରେ ପହଞ୍ଚିବା ପରେ ଜଗପତିଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଅତି ଶୀଘ୍ର ତାଙ୍କର ସର୍ବନିମ୍ନ ଆବଶ୍ୟକତା ପୁରଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ । ରାୟଗଡ଼ ବିଡିଓ ଲୁକାଶ ପ୍ରଧାନ ଓ ତାଳମୁଣ୍ଡା ପଞ୍ଚାୟତର କାର୍ଯ୍ୟ ନିବହୀ ଅଧିକାରୀ ସନ୍ତୋଷ ପଟ୍ଟନାୟକ ସୁବିଧା ଅସୁବିଧା ସମ୍ପର୍କରେ ଜଗପତି ଓ ତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ତାଙ୍କୁ ଦୁଇ ମାସର ରାସନ ଓ ଚାରି ମାସର ଭତ୍ତା ପ୍ରଦାନ କରାଯାଇଛି ।

ଜଗପତିଙ୍କ ସମ୍ପର୍କରେ ଅରୁଣାଚଳ ପ୍ରଦେଶର ଜଣେ ଗୁରୁ ଆମା ନାମକ ଜଣେ ଶିକ୍ଷକ ଏକ ଭିଡିଓ ବନାଇ ସୋସିଆଲ୍‌ ମିଡ଼ିଆରେ ଛାଡ଼ିଥିଲେ । ସେଥିରେ ଜଣେ ବ୍ୟକ୍ତି ଏକ ଜଙ୍ଗଲ ମଧ୍ୟରେ କୁଡ଼ିଆ କରି ରହୁଥିବା ଦେଖାଯାଇଥିଲା । ସେହି ବ୍ୟକ୍ତି ନିଜ ନାମ ଜଗପତି ଆର୍ଯ୍ୟ ଓ ସେ ଓଡ଼ିଶାର ଗଜପତି ଜିଲ୍ଲାର ରାୟଗଡ଼ ବ୍ଳକ୍‌ ଅନ୍ତର୍ଗତ ଅବାସିଂ ଗାଁର ମୂଳ ବାସିନ୍ଦା ବୋଲି କହିଥିଲେ । ସେ ନିଜ ଗାଁକୁ ଫେରିବାକୁ ଚାହୁଁଛନ୍ତି ବୋଲି କହୁଥିବା ବି ଶୁଣାଯାଉଥିଲା ।

ଅବାସିଂ ଗାଁର ଢେପସାହିରେ ଶୁକୁ ଭୂୟାଁଙ୍କ ପରିବାର


‘‘ଜଗପତି କାମ ଅନ୍ବେଷଣରେ ଓଡ଼ିଶା ବାହାରକୁ ଚାଲିଯାଇଥିଲେ । ଅନେକ ବର୍ଷ ଧରି ଅରୁଣାଚଳ ପ୍ରଦେଶରେ ଏକ କମ୍ପାନୀରେ ସେ କାମ କରିବା ପରେ ଗତ କିଛି ବର୍ଷ ହେଲା ନିଜେ କାଠ କାମ କରି ଆୟ କରୁଥିଲେ ବୋଲି ସେ କହିଛନ୍ତି । କ୍ରମଶଃ ଦେହର ବଳ କମିବା ପରେ ସେ ଆଉ କାମ କରିପାରି ନ ଥିଲେ,’’ କହିଛନ୍ତି ତାଙ୍କୁ ଭେଟିଥିବା ରାୟଗଡ଼ ବିଡିଓ ଲୁକାଶ ପ୍ରଧାନ ।

ଅରୁଣାଚଳ ପ୍ରଦେଶରେ ଜଗପତିଙ୍କ ପାଖରେ ଥିବା ଟଙ୍କା ସରିଯିବା ପରେ ଚଳିବା କଷ୍ଟ ହେବାରୁ ସେ ଏକ ଜଙ୍ଗଲରେ ରହି ଜଙ୍ଗଲରୁ ଖାଦ୍ୟ ସଂଗ୍ରହ କରି ଖାଉଥିଲେ । ଏହାରି ଭିତରେ ତାଙ୍କ ସହ ଦେଖା ହୋଇଥିଲା ରୁବୁ ଆମାଙ୍କ ସହ । ସେହି ଦିନ ଠାରୁ ସେ ଜଗପତିଙ୍କୁ ନିଜ ସାମର୍ଥ୍ୟ ଅନୁସାରେ ସହାଯ୍ୟ କରିଆସୁଥିଲେ । ଜଗପତି ନିଜ ଗାଁକୁ ଫେରିବାକୁ ଚାହୁଁଥିବାରୁ ରୁବୁ ଆମା ତାଙ୍କର ଏକ ଭିଡିଓ ବନାଇ ସୋସିଆଲ ମିଡ଼ିଆରେ ଛାଡ଼ିଥିଲେ ।

ଏହା ବି ପଢ଼ନ୍ତୁ | ଦେଶର ପ୍ରଥମ ମାମଲା: କରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ତାଙ୍କ ପତ୍ନୀଙ୍କ ବିରୋଧରେ FIR ହେଲା

ଏହା ବି ପଢ଼ନ୍ତୁ | ପଶ୍ଚିମ ବଙ୍ଗରେ BJP ନେତାଙ୍କୁ ଗୁଳି କରି ହତ୍ୟା କରାଗଲା; ରାଜ୍ୟପାଳ ମମତା ଓ DGPଙ୍କୁ ଡକାଇଲେ

ସେହି ଭିଡିଓ ଦେଖିବା ପରେ ଜଗପତିଙ୍କ ସାନ ଭାଇ ଶୁକୁ ତାଙ୍କୁ ଚିହ୍ନିପାରିଥିଲେ ଓ ତାଙ୍କୁ ଫେରାଇ ଆଣିବା ପାଇଁ ନିବେଦନ କରିଥିଲେ । ଏବେ ଶୁକୁଙ୍କ ପରିବାର ଜଗପତିଙ୍କ ସୁବିଧା ଅସୁବିଧା ବୁଝୁଛନ୍ତି । ପ୍ରଶାସନ ମଧ୍ୟ ତାଙ୍କୁ ସହଯୋଗ କରୁଥିବାରୁ ଖୁସି ପ୍ରକାଶ କରିଛନ୍ତି ଜଗପତି ।



‘‘ମୋ’ ଭାଇଙ୍କୁ ୩୫ ବର୍ଷ ପରେ ପାଖରେ ପାଇ ମୁଁ ଓ ମୋ’ ପରିବାର ଭାରି ଖୁସି । ଭାଇ ଏବେ ଏଇଠି ରହି ନିଜ ବାକି ଜୀବନ କଟାଇବେ ବୋଲି କହିଛନ୍ତି । ତାଙ୍କ ଫେରିବା ପାଇଁ ଯେଉଁମାନେ ପ୍ରୟାସ କରିଥିଲେ ସେମାନଙ୍କୁ ବି ସେ ଧନ୍ୟବାଦ ଜଣାଇଛନ୍ତି,’’ କହିଛନ୍ତି ଶୁକୁ ଭୂୟାଁ ।
Published by: Anand Shankar Thankur Das
First published: October 7, 2020, 11:59 PM IST
corona virus btn
corona virus btn
Loading