ଗଜପତିର କୋଟିପତି କନିଷ୍ଠ ଯନ୍ତ୍ରୀଙ୍କ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କଲା ଭିଜିଲାନ୍ସ

ଯନ୍ତ୍ରୀ କେ. ନାଗେଶ୍ବର ସେନାପତି ୨୪ ବର୍ଷର ଚାକିରି ଜୀବନରେ ଏତେ ଟଙ୍କା କେଉଁଠୁ ଆଣିଲେ ତା’ର ତଦନ୍ତ ଜାରି ରହିଥିବା ବେଳେ ଆଉ ଅଧିକ ସମ୍ପତ୍ତି ସେ କେଉଁଠି ରଖିଛନ୍ତି କି ନାହିଁ ସେ ନେଇ ମଧ୍ୟ ଖୋଳତାଡ ଜାରି ରହିଛି ।

ଗଜପତିର କୋଟିପତି କନିଷ୍ଠ ଯନ୍ତ୍ରୀଙ୍କ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କଲା ଭିଜିଲାନ୍ସ
କୋଟିପତି କନିଷ୍ଠ ଯନ୍ତ୍ରୀ କେ. ନାଗେଶ୍ବର ସେନାପତି
  • Share this:
  • Byline Facebook
  • Byline Twitter
  • Byline Linkedin
ବାସୁଦେବ ଦାସ | News18 Odia Digital

ଗଜପତି: ଭିଜିଲାନ୍ସ ଜାଲରେ ଫସିଛନ୍ତି ଗଜପତି ଜିଲ୍ଲାର କୋଟିପତି କନିଷ୍ଠ ଯନ୍ତ୍ରୀ କେ. ନାଗେଶ୍ବର ସେନାପତି । ଭିଜିଲାନ୍ସର ଛଅଟି ଟିମ୍ ଗଜପତି ଓ ଗଞ୍ଜାମ ଜିଲ୍ଲାର ଛଅଟି ସ୍ଥାନରେ ଏକକାଳୀନ ଚଢାଉ କରି ନାଗେଶ୍ବରଙ୍କ ୨ କୋଟି ୧୩ ଲକ୍ଷ ୪୯ ହଜାର ୭,୮୨୩ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛି ।

ଯନ୍ତ୍ରୀ କେ. ନାଗେଶ୍ବର ସେନାପତି ୨୪ ବର୍ଷର ଚାକିରି ଜୀବନରେ ଏତେ ଟଙ୍କା କେଉଁଠୁ ଆଣିଲେ ତା’ର ତଦନ୍ତ ଜାରି ରହିଥିବା ବେଳେ ଆଉ ଅଧିକ ସମ୍ପତ୍ତି ସେ କେଉଁଠି ରଖିଛନ୍ତି କି ନାହିଁ ସେ ନେଇ ମଧ୍ୟ ଖୋଳତାଡ ଜାରି ରହିଥିବା ବ୍ରହ୍ମପୁର ଭିଜିଲାନ୍ସ ଏସ୍‌.ପି. ଶାନ୍ତନୁ ପାଢି ସୂଚନା ଦେଇଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅମିତାଭ ବଚ୍ଚନଙ୍କର ସର୍ଜରୀ ହେବ; ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ଅନେକ ଫିଲ୍ମ ଉପରେ ପ୍ରଭାବ ପଡ଼ିବ

କେ. ନାଗେଶ୍ବର ସେନାପତି ଦୀର୍ଘ ଦିନ ହେଲା ଗଜପତି ଜିଲ୍ଲାରେ କନିଷ୍ଠ ଯନ୍ତ୍ରୀ ଭାବେ ଗଜପତି ଜିଲ୍ଲାରେ କାମ କରିଆସୁଛନ୍ତି । ସେ ଜିଲ୍ଲାର ଅଧିକାଂଶ ବ୍ଲକରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ଅଳ୍ପ କିଛି ବର୍ଷ ପାଇଁ ସେ ରାୟଗଡା ଜିଲ୍ଲାକୁ ବଦଳି ହୋଇ ଯାଇଥିଲେ ମଧ୍ୟ ପୁଣି ଥରେ ସେ ଗଜପତି ଫେରିଥିଲେ । ତାଙ୍କ ନିକଟରେ ଆୟ ବର୍ହିଭୂତ ସମ୍ପତ୍ତି ରହିଥିବା ନେଇ ଭିଜିଲାନ୍ସ ବିଭାଗ ଖବର ପାଇବା ପରେ ବୁଧବାର ସକାଳୁ ପଞ୍ଚା ମାରିଥିଲେ ଭିଜିଲାନ୍ସର ଛଅଟି ଟିମ୍ ।

ସେନାପତିଙ୍କ ଘରେ ରେଡ୍ ବେଳେ ଭିଜିଲାନ୍ସ ଅଧିକାରୀମାନେ


ରାୟଗଡ ବ୍ଳକ ପରିସରରେ ଥିବା ସେନାପତିଙ୍କ ସରକାରୀ ବାସଭବନ, ସରକାରୀ କାର୍ଯ୍ୟାଳୟ, ପାରଳାଖେମୁଣ୍ଡି ଜଗନ୍ନାଥ ବିହାରରେ ଥିବା ତାଙ୍କ ବାସଭବନ, ଗଜପତି ଜିଲ୍ଲା କାଶୀନଗର ବ୍ଲକ୍‌ ମିନିଗାଁ ଠାରେ ଥିବା ଫ୍ରାଏ ଆସ୍ ଫେକ୍ଟି, ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା କୁଲାଡ ଠାରେ ଥିବା ପୈତୃକ ଘର ଏବଂ ବ୍ରହ୍ମପୁର ସିଦ୍ଧି ବିନାୟକର ମନ୍ଦିର ନିକଟରେ ଥିବା ନିୟତି ଗୋଲଡେନ୍‌ ଟାୱାରରେ ଥିବା ତାଙ୍କ ଶଳାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା ।

ଏହା ବି ପଢ଼ନ୍ତୁ | ନିଜ ମାଲିକକୁ ହତ୍ୟା କରିଥିବା କୁକୁଡ଼ାକୁ ଥାନାକୁ ଆଣିଲା ପୋଲିସ; ତାକୁ କୋର୍ଟରେ ପେଶ୍ କରିବ

ଚଢାଉ ସମୟରେ ୧ କୋଟି ୪୭ ଲକ୍ଷ ୯ ହଜାର ୪୯୦ ଟଙ୍କାର ଅସ୍ଥାବର ଓ ୬୬ ଲକ୍ଷ ୪୦ ହଜାର ୨୩୩ ଟଙ୍କାର ସ୍ଥାବର ସମ୍ପତି ଲାଗିଛି ଭିଜିଲାନ୍ସ ହାତରେ । ନାଗେଶ୍ଵରଙ୍କ ନିକଟରେ ୨୫ ହଜାର ଟଙ୍କା ଓ ରୂପା ରହିଥିବା ବେଳେ ୪ ଲକ୍ଷ ୩ ହଜାରରୁ ଅଧିକ ଟଙ୍କାର ସୁନାଗହଣା, ୧୦ ଲକ୍ଷ ୩୨ ହଜାର ଟଙ୍କାର ଏକ କାର୍‌ ଓ ବାଇକ ଆଦି ଗାଡି, ୬୦ ଲକ୍ଷ ୯୦ ହଜାର ଟଙ୍କା ନଗଦ, ୪ ଲକ୍ଷ ୬୯ ହଜାର ୪୫୯ ଟଙ୍କା ଘରୋଇ ଉପକରଣ ଆଦି ଅସ୍ଥାବର ସମ୍ପତ୍ତି ଭିଜିଲାନ୍ସ ଠାବ କରିଛି ।

ଏହା ବି ପଢ଼ନ୍ତୁ | ନିଜ ମାଲିକକୁ ହତ୍ୟା କରିଥିବା କୁକୁଡ଼ାକୁ ଥାନାକୁ ଆଣିଲା ପୋଲିସ; ତାକୁ କୋର୍ଟରେ ପେଶ୍ କରିବ

ପାରଳାଖେମୁଣ୍ଡି ଜଗନ୍ନାଥ ବିହାରରେ ନାଗେଶ୍ଵରଙ୍କ ସ୍ତ୍ରୀଙ୍କ ନାମରେ ଥିବା ଦୁଇ ମହଲା କୋଠା, ଯାହାର ମୂଲ୍ୟ ୩୬ ଲକ୍ଷ ୪୬ ହଜାର ୪୫୯ ଟଙ୍କା, ପାର୍ଟନରସିପରେ ଚାଲିଥିବା ଫ୍ରାଏ ଆସ୍ ଫ୍ୟାକ୍ଟ୍ରିରେ ୨୧ ଲକ୍ଷ ୯୨ ହଜାର ୧୬୪ ଟଙ୍କାର ଯନ୍ତ୍ରାଂଶ, ବିଭିନ୍ନ ସ୍ଥାନରେ ଥିବା ଆଠଟି ପ୍ଳଟ୍‌ ଯାହାର ମୂଲ୍ୟ ୭ ଲକ୍ଷ ୫୫ ହଜାର ୫୦୫ ଟଙ୍କା ଓ ଦୁଇ ବ୍ୟାବସାୟିକ ପାର୍ଟନର ଏବଂ ସେନାପତିଙ୍କ ସ୍ତ୍ରୀଙ୍କ ନାମରେ ଥିବା ଗୋଟିଏ ପ୍ଳଟ୍‌, ଯାହାର ମୂଲ୍ୟ ୨୯ ହଜାର ଟଙ୍କା ଏବଂ ଭୁବନେଶ୍ଵର ସୁନ୍ଦରପଦାରେ ଥିବା ଏକ ପ୍ଳଟ୍‌ ଯାହାର ମୂଲ୍ୟ ୧୬ ହଜାର ୯୮୮ ଟଙ୍କା, ଭିଜିଲାନ୍ସ ବିଭାଗ କରିଛି ।



‘‘ଚାକିରି ଜୀବନର ୨୪ ବର୍ଷ ମଧ୍ୟରେ ଏତେ ଟଙ୍କାର ସମ୍ପତ୍ତି ସେ କେଉଁଠୁ ଆଣିଲେ ତାହାର ତଦନ୍ତ ଜାରି ରହିଥିବା ବେଳେ ଆଉ ଅଧିକ ସମ୍ପତ୍ତି ସେ କେଉଁଠି ରଖିଛନ୍ତି କି ନାହିଁ ସେ ନେଇ ଖୋଳତାଡ ଜାରି ରହିଛି,’’ କହିଛନ୍ତି ବ୍ରହ୍ମପୁର ଭିଜିଲାନ୍ସ ଏସପି ଶାନ୍ତନୁ ପାଢି଼ ।
Published by: Anand Shankar Thankur Das
First published: March 3, 2021, 7:47 PM IST