୧୨ ବର୍ଷ ବୟସରେ ଦାଦନ ଖଟିବାକୁ ଯାଇଥିଲେ; ୭୨ ବର୍ଷ ପରେ ଗାଁକୁ ଫେରିଲେ

Gajapati News: ମାତ୍ର ୧୨ ବର୍ଷ ବୟସରେ ଦାଦନ ଖଟିବା ପାଇଁ ଘରୁ ପଳାଇଥିଲେ। ୭୨ ବର୍ଷରେ ନିଜ ଗାଁ ମାଟିକୁ ଫେରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ଗଜପତି ଜିଲ୍ଲା ଲୁହାଗୁଡି ଗ୍ରାମର ଗୋବର୍ଦ୍ଧନ।

୨ ବର୍ଷ ବୟସରେ ଦାଦନ ଖଟିବାକୁ ଯାଇଥିଲେ; ୭୨ ବର୍ଷ ପରେ ଗାଁକୁ ଫେରିଲେ

୨ ବର୍ଷ ବୟସରେ ଦାଦନ ଖଟିବାକୁ ଯାଇଥିଲେ; ୭୨ ବର୍ଷ ପରେ ଗାଁକୁ ଫେରିଲେ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Basudeva Das

ଗଜପତି: ମାତ୍ର ୧୨ ବର୍ଷ ବୟସରେ ଦାଦନ ଖଟିବା ପାଇଁ ଘରୁ ପଳାଇଥିଲେ। ୭୨ ବର୍ଷରେ ନିଜ ଗାଁ ମାଟିକୁ ଫେରିଆସିଛନ୍ତି ଜଣେ ବ୍ୟକ୍ତି। ବର୍ତ୍ତମାନ ଏହି ଖବରକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି।

ଗଜପତି (Gajapati) ଜିଲ୍ଲା ଲୁହାଗୁଡି ଗ୍ରାମର ଗୋବର୍ଦ୍ଧନଙ୍କୁ ଯେତେବଳେ ୧୨ ବର୍ଷ ହୋଇଥିଲା ଜଣେ ଠିକାଦାର ମଧ୍ୟପ୍ରଦେଶର ହୁରସିଙ୍ଗାବାଦ୍ ଜିଲ୍ଲା ବାଣାପୁରକୁ ତାଙ୍କୁ ନେଇଯାଇଥିଲା। ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜା ଖୋଜି ପରେ ଦୀର୍ଘ ବର୍ଷ ପରେ କୌଣସି ସନ୍ଧାନ ନ ପାଇବାରୁ ତାଙ୍କ ମୃତ୍ୟୁ ଘଟିଛି ବୋଲି ଭାବିନେଇଥିଲେ।

ହେଲେ ଦୀର୍ଘ ବର୍ଷ ପରେ ନିଜ ଘରକୁ ଫେରିଆସିଛନ୍ତି ଗୋବର୍ଦ୍ଧନ। ସେପଟେ ଗୋବର୍ଦ୍ଧନ ବାଣାପୁରରେ ପହଁଞ୍ଚିବା ପରେ ସେଠାରେ କାମ କରିଥିଲେ, ହେଲେ କମ ମଜୁରୀ ମିଳିବାରୁ କାମ ଛାଡ଼ି ବିନା ଟିକେଟରେ ଟ୍ରେନରେ ଚଢ଼ି ଗାଁକୁ ଫେରି ଆସୁଥିଲେ।

ଅଧା ରାସ୍ତାରେ ଟିଟିଆଇ ତାଙ୍କୁ ଧରି ନାଗପୁର ଷ୍ଟେସନରେ ଓହ୍ଲାଇ ଦେଇଥିଲେ। ୧୫ ଦିନ ଷ୍ଟେସନରେ ପଡ଼ି ରହିବା ପରେ କିଛି ଲୋକ ତାଙ୍କୁ ପାଗଳ ବୋଲି ଭାବି ପାଗଳ ଖାନାରେ ଭର୍ତ୍ତି କରି ଦେଇଥିଲେ। କିନ୍ତୁ ସେ ପାଗଳ ନୁହେଁ ବୋଲି ଜାଣିବା ପରେ ସେଠାରୁ କାଢ଼ି ତାଙ୍କୁ ଏକ ହୋଟେଲରେ ଛାଡ଼ି ଦେଇଥିଲେ। ସେଠାରେ ଗୋବର୍ଦ୍ଧନ କାମ କରି ରହିଥିଲେ, ଆଉ ଘରକୁ ଫେରି ନ ଥିଲେ।

ଗୋବର୍ଦ୍ଧନ ନାଗପୁର ହୋଟଲେରେ କାମ କରିବା କିଛି ଦିନ ପରେ ସେ ସେହି ନାଗପୁରରେ ବିବାହ ମଧ୍ୟ କରିଥିଲେ। କିଛି ଦିନ ପରେ ତାଙ୍କର ଦୁଇଟି ଝିଅ ମଧ୍ୟ ହୋଇଥିଲା। ସେ ଦୁଇ ଝିଅକୁ ମଧ୍ୟ ବାହାଘର କରିସାରିଛନ୍ତି। ବହୁତ ଖୁସିରେ ତାଙ୍କର ପରିବାର ଜୀବନ ଯାପନ କରୁଥିଲେ।

ଏହାର କିଛି ଦିନ ପରେ ହଠାତ୍ ୬୦ ବର୍ଷ ପରେ ଗୋବର୍ଦ୍ଧନଙ୍କୁ ତାଙ୍କ ଜନ୍ମମାଟି କଥା ମନେପଡ଼ିଯାଇଥିଲାl ସେ ନିଜ ଜନ୍ମ ମାଟି ଗଜପତି ଜିଲ୍ଲା ଲୁହାଗଡୁକୁ ଯିବା ପାଇଁ ମନସ୍ତ କରିଥିଲେ। ଗୋର୍ବଦ୍ଧନ ତାଙ୍କର ସମସ୍ତ ପରିବାରକୁ ନେଇ ନିଜ ଗାଁ ଲୁହାଗୁଡି ଆସି ପହଞ୍ଚିଥିଲେ। ଲୁହାଗୁଡିକୁ ଆସିବା ସମୟରେ ସେ ତାଙ୍କ ପତ୍ନୀ, ଦୁଇ ଝିଅ, ଜ୍ବାଇଁ ଓ ଦୁଇ ନାତିଙ୍କୁ ସାଙ୍ଗରେ ନେଇ ଆସିଥିଲେ। ଦୀର୍ଘ ୬୦ ବର୍ଷ ପରେ ନିଜ ଗାଁକୁ ଫେରି ଦେଖି ଭାରି ଖୁସି ଅନୁଭବ କରିଥିବା କହିଛନ୍ତି ଗୋର୍ବଦ୍ଧନ।

ଗୋବର୍ଦ୍ଧନ ଫେରିଥିବା ଦେଖି ଗାଁ ଲୋକେ ଖୁସିରେ ଆତ୍ମହରା ହୋଇ ତାଙ୍କୁ ବନ୍ଦାପନା କରି ପାଦ ଧୋଇ ଫୁଲମାଳ ଦେଇ ସ୍ବାଗତ କରିଥିଲେ। ବହୁ ବର୍ଷ ପରେ ଗୋବର୍ଦ୍ଧନ ଗାଁକୁ ଫେରି ଆସିଥିବାରୁ ତାଙ୍କୁ ଓ ତାଙ୍କ ପରିବାରକୁ ଦେଖି ତାଙ୍କ ସମସ୍ତ ପରିବାର ବର୍ଗ ଓ ଗ୍ରାମବାସୀ ବେଶ ଖୁସି ଅନୁଭବ କରିଛନ୍ତି।

ସେପଟେ ତାଙ୍କର ସାନ ଭଉଣୀ ମଧ୍ୟ ସେହି ଗାଁରେ ରହୁଥିବାରୁ ସେ ଭାଇଙ୍କୁ ଦେଖି ବହୁତ ଖୁସି ଅଛନ୍ତି। ୧୨ ବର୍ଷ ବୟସରେ ସେ ଘର ଛାଡ଼ି ଚାଲିଯାଇଥିଲା ଫେରିନଥିଲା ଆମେ ଭାବିଥିଲୁ ଭାଇ ମରିଯାଇଥିବ। କିନ୍ତୁ ଭାଇ ଫେରିବାର ଦେଖି ଭଉଣୀ ରୁପମ ବହୁତ ଖୁସି ହେବା କହିଛନ୍ତି।

ପଢ଼ନ୍ତୁ ଏହି ଖବର:  Heat Wave: ଆହୁରି ଜଳିବ ଓଡ଼ିଶା, ବଢ଼ିବ ତାତି; ୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଦୀର୍ଘ ୬୦ ବର୍ଷ ହେଲା ନିଖୋଜ ଥିବା ଗୋବର୍ଦ୍ଧନ ଯେ ପୁଣି ଗାଁକୁ ଫେରିବେ ସେ ଆଶା ଛାଡ଼ିଦେଇଥିଲେ ପରିବାର ଲୋକେ ଓ ଗ୍ରାମବାସୀl ହେଲେ ଗାଁ ମାଟି ମମତା ତାଙ୍କୁ ଗାଁ ଫେରିବାକୁ ବାଧ୍ୟ କରିଛିl

ଗଜପତିରୁ ବାସୁଦେବ ଦାସଙ୍କ ରିପୋର୍ଟ , ନ୍ୟୁଜ୧୮
Published by:Lipina Das
First published: