ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସୌମ୍ୟଙ୍କ ମୃତ୍ୟୁରେ ବଡ଼ ଖୁଲାସା: ଘଟଣା ଦିନ ରାତିରେ ଅଭିଯୁକ୍ତ DFOଙ୍କ ଘରକୁ ଜିଲ୍ଲାପାଳ ଆସିଥିଲେ

ସୌମ୍ୟଙ୍କ ମୃତ୍ୟୁରେ ବଡ଼ ଖୁଲାସା: ଘଟଣା ଦିନ ରାତିରେ ଅଭିଯୁକ୍ତ DFOଙ୍କ ଘରକୁ ଜିଲ୍ଲାପାଳ ଆସିଥିଲେ

Gajapati DM presence during Soumya hospitalisation surfaces in Crime Branch probe | ସରକାରୀ ବାସବଭନରେ ପତ୍ନୀ ବିଦ୍ୟାଭାରତୀଙ୍କ ଉପସ୍ଥିତିରେ ନିଆଁରେ ଜଳିଯାଇଥିବା ସୌମ୍ୟରଞ୍ଜନଙ୍କୁ ହସପିଟାଲକୁ ନିଆଯିବା ବେଳେ ମଧ୍ୟ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଉପସ୍ଥିତ ଥିଲେ ବୋଲି କ୍ରାଇମ୍ ବ୍ରାଞ୍ଚର ଜେରାରୁ ଜଣାପଡ଼ିଛି ।

ସୌମ୍ୟଙ୍କ ମୃତ୍ୟୁରେ ବଡ଼ ଖୁଲାସା: ଘଟଣା ଦିନ ରାତିରେ ଅଭିଯୁକ୍ତ DFOଙ୍କ ଘରକୁ ଜିଲ୍ଲାପାଳ ଆସିଥିଲେ
(ବାମରୁ ଡାହାଣ) ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ସୌମ୍ୟଙ୍କ ସହ ବିଦ୍ୟା, ଓ ଅଭିଯୁକ୍ତ ଡି.ଏଫ୍.ଓ. ସଂଗ୍ରାମ କେଶରୀ ବେହେରା
  • News18 Odia
  • Last Updated: August 17, 2021, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପାରଳାଖେମୁଣ୍ଡି: ବନ ବିଭାଗର ଯୁବ ଅଧିକାରୀ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟମୟ ମୃତ୍ୟୁ ଘଟଣାର ୩୬ ଦିନ ପରେ କ୍ରାଇମ୍‌ ବ୍ରାଞ୍ଚର ଜେରା ସମୟରେ ଏହି ମାମଲାରେ ଏକ ବଡ଼ ଖୁଲାସା ହୋଇଛି । ସୌମ୍ୟରଞ୍ଜନ ଯେଉଁ ରାତିରେ ନିଜ ସରକାରୀ ବାସବଭନରେ ନିଜ ପତ୍ନୀ ବିଦ୍ୟାଭାରତୀଙ୍କ ଉପସ୍ଥିତିରେ ନିଆଁରେ ଜଳିଯାଇଥିଲେ ସେହି ରାତିରେ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଗଜପତି ଡି.ଏଫ୍‌.ଓ. ସଂଗ୍ରାମ କେଶରୀ ବେହେରାଙ୍କ ବାସଭବନକୁ ଆସିଥିଲେ ଗଜପତିର ନବନିଯୁକ୍ତ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ।

ଜୁଲାଇ ୧୨ ତାରିଖ ରାତିର ସେହି ଲୋମହର୍ଷକ ଘଟଣା ସମ୍ପର୍କରେ ଏ ପର୍ଯ୍ୟନ୍ତ ମୁହଁ ଖୋଲି ନ ଥିବା ୨୦୧୫ ବ୍ୟାଚର ଓଡ଼ିଶା କ୍ୟାଡର୍‌ ଆଇ.ଏ.ଏସ୍‌. ଅଧିକାରୀ ଲିଙ୍ଗରାଜ ପଣ୍ଡା ନିଆଁରେ ଜଳିଯାଇଥିବା ଏ.ସି.ଏଫ୍‌. ସୌମ୍ୟରଞ୍ଜନଙ୍କୁ ଆମ୍ବୁଲାନ୍ସରେ ହସପିଟାଲକୁ ନିଆଯିବା ବେଳେ ମଧ୍ୟ ଉପସ୍ଥିତ ଥିଲେ । ଏହି ତଥ୍ୟ କ୍ରାଇମ୍‌ ବ୍ରାଞ୍ଚର ଜେରା ବେଳେ ପ୍ରକାଶ କରିଛି ଡି.ଏଫ୍‌.ଓ. ସଂଗ୍ରାମ କେଶରୀ ବେହେରାଙ୍କ ବାସଭବନର ଜଗୁଆଳୀ ସନ୍ତୋଷ ବିଶ୍ୱାଳ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅଭିନେତ୍ରୀ ତ୍ରିଶାକର ମଧୁଙ୍କ MMS ଭାଇରାଲ୍ ହେଲା; ଡିଲିଟ୍ କରିଦେବାକୁ ସେ ଲୋକଙ୍କୁ ଅନୁରୋଧ କଲେ

ଏହି ଖୁଲାସା ପରେ ଗତ ୩୨ ଦିନ ଧରି ଏହି ବହୁଚର୍ଚ୍ଚିତ ମାମଲାର ତଦନ୍ତ କରୁଥିବା ପାରଳାଖେମୁଣ୍ଡି ପୋଲିସ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଉପସ୍ଥିତି ସମ୍ପର୍କରେ କୌଣସି ତଥ୍ୟ ପ୍ରକାଶ ନ କରିବା ପୋଲିସର ଏଯାବତ୍‌ ତଦନ୍ତ ଉପରେ ଅଧିକ ପ୍ରଶ୍ନ ଠିଆକରାଇଛି । ଅଗଷ୍ଟ ପହିଲାରେ ଅବସର ନେବା ପୂର୍ବରୁ ଏହି ମାମଲାର ତଦନ୍ତକୁ ସୁପରଭାଇଜ୍‌ କରୁଥିବା ତତ୍କାଳୀନ ଗଜପତି ଏସ୍‌.ପି. ତପନ କୁମାର ପଣ୍ଡା ଡି.ଏଫ୍‌.ଓ. ସଂଗ୍ରାମ କେଶରୀ ବେହେରାଙ୍କୁ କ୍ଲିନ୍‌ ଚିଟ୍‌ ଦେବା ମଧ୍ୟ ଏବେ ବିତର୍କ ଭିତରକୁ ଆସିଛି ।

ଜୁଲାଇ ୭ରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ DFOଙ୍କ ସହ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା


ଏହା ବି ପଢ଼ନ୍ତୁ | ଭାରତରେ ପାଣିରୁ ଚାଲିବ ଟ୍ରେନ୍ ଓ କାର୍! PM ହାଇଡ୍ରୋଜେନ୍ ମିଶନ୍ ଘୋଷଣା କଲେ

୩୨-ବର୍ଷୀୟ ସୌମ୍ୟରଞ୍ଜନଙ୍କ ପିତା ଅଭିରାମ ମହାପାତ୍ରଙ୍କ ଏତାଲା ଅନୁସାରେ ସଂଗ୍ରାମ କେଶରୀ ବେହେରା ଏହି ମାମଲାରେ ଜଣେ ଅଭିଯୁକ୍ତ ଭାବେ ପଞ୍ଜୀକୃତ । ଏତାଲାରେ କୁହାଯାଇଛି ଯେ ବେହେରାଙ୍କ ସହ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କର ଅନୈତିକ ସମ୍ପର୍କ ଥିଲା ବୋଲି ସୌମ୍ୟରଞ୍ଜନ ନିଜ ପରିବାର ଲୋକଙ୍କୁ କହିଥିଲେ ଓ ସେଥି ପାଇଁ ସେ ଚିନ୍ତିତ ରହୁଥିଲେ । ବିଦ୍ୟାଭାରତୀ ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଭାବେ ପଞ୍ଜୀକୃତ । ସୌମ୍ୟରଞ୍ଜନଙ୍କ ମୃ୍ତ୍ୟୁର ମାତ୍ର ଛଅ ମାସ ତଳେ ତାଙ୍କର ବିଦ୍ୟାଭାରତୀଙ୍କ ସହ ବିବାହ ହୋଇଥିଲା । ସୌମ୍ୟରଞ୍ଜନଙ୍କୁ ସୁନିୟୋଜିତ ଢଙ୍ଗରେ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ପ୍ରଥମରୁ ଅଭିଯୋଗ କରିଆସୁଛନ୍ତି ଓ ପାରଳାଖେମୁଣ୍ଡି ପୋଲିସର ତଦନ୍ତ ଉପରେ ଅନେକ ଥର ପ୍ରଶ୍ନ ଉଠାଇଛନ୍ତି ।

ଏହା ବି ପଢ଼ନ୍ତୁ | PM ମୋଦିଙ୍କୁ ବିରୋଧ କରି ୟୁଟ୍ୟୁବ୍ ଭିଡିଓ ବନାଉଥିବା ୬୨-ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଗଲା

ଚାରି ଦିନ ତଳେ ସୌମ୍ୟଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର ନେଇଥିବା କ୍ରାଇମ୍‌ ବ୍ରାଞ୍ଚର ଏକ ଟିମ୍‌ ମଙ୍ଗଳବାର ଦିନ ଡି.ଏଫ୍‌.ଓ.ଙ୍କ ବାସଭବନର ଜଗୁଆଳୀ ସନ୍ତୋଷ ବିଶ୍ୱାଳ ଓ ମାଳି ଅଜୟ ବେହେରାଙ୍କୁ ମାରାଥନ୍‌ ଜେରା କରିଥିଲା । ଏହାର ଦିନକ ପୂର୍ବରୁ ସେଠାକାର ଦୁଇ ଜଣ ଏ.ସି.ଏଫ୍‌., ଜଣେ ବନ କର୍ମଚାରୀ ଓ ରୋଷେଇଆଙ୍କୁ ବି ଜେରା କରିଥିଲା କ୍ରାଇମ୍‌ ବ୍ରାଞ୍ଚ୍‌ ଟିମ୍‌ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବୋଲ୍ଡ ଫଟୋ ଯୋଗୁଁ ଟ୍ରୋଲ୍ ହେବା ପରେ ନିଆ ଶର୍ମା ପୁଣି ଥରେ ବୋଲ୍ଡ ଫଟୋ ଶେୟାର୍ କଲେ

‘‘ସେ ଦିନ (ଜୁଲାଇ ୧୨) ରାତିରେ ଜିଲ୍ଲାପାଳ ସାର୍‌ ତାଙ୍କ (ଡି.ଏଫ୍‌.ଓ. ସଂଗ୍ରାମ କେଶରୀ ବେହେରାଙ୍କ) ଘରକୁ ଆସିଥିଲେ । ତାଙ୍କ (ଜିଲ୍ଲାପାଳଙ୍କ) ଗାଡ଼ି ହତା ଭିତରକୁ ପଶିବା ପାଇଁ ମୁଁ ଗେଟ୍‌ ଖୋଲିଥିଲି । ତାଙ୍କୁ (ସୌମ୍ୟରଞ୍ଜନ ମହାପାତ୍ରଙ୍କୁ) ହସପିଟାଲ ନିଆଯିବା ବେଳେ ବି ସାର୍‌ (ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା) ଥିଲେ,’’ କ୍ରାଇମ୍‌ ବ୍ରାଞ୍ଚ୍‌ ସହ ଜେରାରେ କହିଥିବା କଥାକୁ ଗଣମାଧ୍ୟମ ସାମନାରେ ଦୋହରାଇ କହିଛନ୍ତି ଜଗୁଆଳୀ ସନ୍ତୋଷ ବିଶ୍ୱାଳ ।

ତତ୍କାଳୀନ ଗଜପତି ଏସ୍‌.ପି. ତପନ କୁମାର ପଟ୍ଟନାୟକ


ଏହା ବି ପଢ଼ନ୍ତୁ | ରେଳ ଯାତ୍ରୀ ଧ୍ୟାନ ଦିଅନ୍ତୁ: ଏବେ ଆଉ ଘରୁ ଖାଦ୍ୟ ଆଣିବା ଦରକାର ନାହିଁ; ପୁଣି -କ୍ୟାଟରିଂ ସେବା ଆରମ୍ଭ

ଏହି ଚାଞ୍ଚଲ୍ୟକର ମାମଲାରେ ଆରମ୍ଭରୁ ପାରଳାଖେମୁଣ୍ଡି ପୋଲିସର ତଦନ୍ତ ବିବାଦ ଘେରରେ ରହିଆସିଛି । ନିଆଁରେ ଜଳିଯାଇଥିବା ସୌମ୍ୟଙ୍କୁ ହସପିଟାଲକୁ ନିଆଯିବାର କିଛି ମିନିଟ୍‌ ପରେ ତାଙ୍କ ବାସଭବନର ଚାବି ଡି.ଏଫ.ଓ.ଙ୍କ କାର୍ଯ୍ୟାଳୟକୁ ଦିଆଯିବା, ଡି.ଏଫ.ଓ.ଙ୍କୁ ଘଟଣାର ଦଶ-ବାର ଦିନ ପରେ ସାମାନ୍ୟ ଜେରା ପରେ ଦୋଷମୁକ୍ତ ବୋଲି ପୋଲିସ କହିବା, ମାମଲାରେ ଅନଧିକୃତ ଭାବେ ହସ୍ତକ୍ଷେପ କରିଥିବା ଗୁରାଣ୍ଡି ଥାନା ଅଧିକାରୀଣୀ ତଥା ବିଦ୍ୟାଭାରତୀଙ୍କ ସମ୍ପର୍କୀୟା ଭାଉଜ ମମତା ପଣ୍ଡାଙ୍କୁ ପୋଲିସ କ୍ଲିନ୍‌ ଚିଟ୍ ଦେବା ଓ ବିଦ୍ୟାଭାରତୀଙ୍କ ବିରୋଧରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା ଭଳି ପଦକ୍ଷେପ ପାରଳାଖେମୁଣ୍ଡି ପୋଲିସର ତଦନ୍ତକୁ ସନ୍ଦେହପୂର୍ଣ୍ଣ କରି ରଖିଛି ବୋଲି ଅନେକ ବୁଦ୍ଧିଜୀବୀ ମତ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅଷ୍ଟ୍ରେଲିଆର ମହିଳା କ୍ରିକେଟର୍ ମେଗାନ୍ ଶଟ୍ଟ୍ ନିଜ ଗର୍ଲଫ୍ରେଣ୍ଡଙ୍କୁ ବିବାହ କରିଥିଲେ; ଏବେ ସେ ଗର୍ଭବତୀ

ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏହି ମାମଲାରେ ତାଙ୍କ ସାକ୍ଷାତ ଓ ଉପସ୍ଥିତି ବିଷୟରେ ନୂଆ କରି ସାମନାକୁ ଆସିଥିବା ତଥ୍ୟ ସମ୍ପର୍କରେ କୌଣସି ବକ୍ତବ୍ୟ ଦେଇନାହାନ୍ତି । ତାଙ୍କର ଜୁଲାଇ ପହିଲାରେ ଗଜପତି ଜିଲ୍ଲାପାଳ ରୂପେ ବଦଳି ହୋଇଥିଲା । ସେତେବେଳେ ସେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ରାଜ୍ୟ ପ୍ରକଳ୍ପ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ ।

ଏହା ବି ପଢ଼ନ୍ତୁ | ସରକାରୀ ବ୍ୟାଙ୍କ୍ କର୍ମଚାରୀମାନଙ୍କ ପାଇଁ ଆସିଲା ଖୁସି ଖବର; ଅଗଷ୍ଟ ମାସରୁ ବଢ଼ିଲା ଦରମା

ନିଆଁରେ ଜଳି ଗୁରୁତର ସ୍ଥିତିରେ ଥିବା ସୌମ୍ୟରଞ୍ଜଙ୍କୁ ଜୁଲାଇ ୧୨ ରାତିରେ କଟକ ନେଇ ଯାଇଥିବା ଆମ୍ବୁଲାନ୍ସର ଡ୍ରାଇଭର୍‌ ଓ ଫାର୍ମାସିଷ୍ଟଙ୍କୁ ବି କ୍ରାଇମ୍‌ ବ୍ରାଞ୍ଚ୍‌ ଟିମ୍‌ ସେଦିନ ରାସ୍ତାରେ ଘଟିଥିବା ବିଭିନ୍ନ ଘଟଣା ସମ୍ପର୍କରେ ଅନେକ ପ୍ରଶ୍ନ ପଚାରିଥିଲା । ‘‘ଏହି ଘଟଣା ସହ ସମ୍ପୃକ୍ତ ଥିବା ସମସ୍ତଙ୍କୁ ଜେରା କରାଯିବ,’’ ବୋଲି ଜଣେ କ୍ରାଇମ୍‌ ବ୍ରାଞ୍ଚ୍‌ ଅଧିକାରୀ କହିବା ପରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ତଦନ୍ତ ପରିସରଭୁକ୍ତ ହେବେ ବୋଲି ଆଶା କରାଯାଉଛି ।



ପୋଲିସର ତଦନ୍ତରୁ ନ୍ୟାୟ ପାଇବା ଅପେକ୍ଷାରେ ଥିବା ସୌମ୍ୟରଞ୍ଜନଙ୍କ ବଡ଼ ଭାଇ ରଞ୍ଜନ ମହାପାତ୍ର ପାଞ୍ଚ ଦିନ ତଳେ କହିଥିଲେ, ‘‘ମୋ’ ବାପା, ମାଆ ଓ ଆମେ ସାରା ପରିବାର ପୋଲିସର ତଦନ୍ତକୁ ଏ ପର୍ଯ୍ୟନ୍ତ ଦେଖୁଛୁ । ଯଦି ଆମକୁ ନ୍ୟାୟ ନ ମିଳେ, ଆମେ ସପରିବାର ଆତ୍ମାହୂତି ଦେବୁ ।’’
Published by: Anand Shankar Thankur Das
First published: August 17, 2021, 11:59 PM IST