ସ୍ମାର୍ଟ୍ ସିଟିରେ ଲୋକାର୍ପିତ ହେଲା ଫନ୍ ଆଟ୍ ୱାର୍କ ଓ ଡିଭାଇନ ବାଇଟ୍

କାମ କରିବା ସମୟରେ ସ୍ୱାସ୍ଥ୍ୟକର ଖାଦ୍ୟର ଆବଶ୍ୟକତା ଥିବାରୁ ଏହାର ଆବଶ୍ୟକତା ପୁରଣ କରିବାକୁ ‘ଡିଭାଇନ ବାଇଟ’ ମଧ୍ୟ ସମାନ ଢ଼ଙ୍ଗରେ ବଜାର ପ୍ରବେଶ କରିଛି ।

ଫନ୍ ଆଟ୍ ୱାର୍କ ଓ ଡିଭାଇନ ବାଇଟ୍

ଫନ୍ ଆଟ୍ ୱାର୍କ ଓ ଡିଭାଇନ ବାଇଟ୍

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ଭୁବନେଶ୍ୱର: ଦିନକୁ ଦିନ ଦୁନିଆ ଡିଜିଟାଲ ହେଉଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏହାର ଆବଶ୍ୟକତା ବଢ଼ିଛି । ତେଣୁ ବ୍ୟବହାକାରୀ ଓ ଗ୍ରାହକଙ୍କ ଚାହିଦାକୁ ଦେଖି ପ୍ରସ୍ତୁତ ହୋଇଛି ‘ଫନ୍ ଆଟ୍ ୱାର୍କ’। କାମ କରିବା ସମୟରେ ସ୍ୱାସ୍ଥ୍ୟକର ଖାଦ୍ୟର ଆବଶ୍ୟକତା ଥିବାରୁ ଏହାର ଆବଶ୍ୟକତା ପୁରଣ କରିବାକୁ ‘ଡିଭାଇନ ବାଇଟ’ ମଧ୍ୟ ସମାନ ଢ଼ଙ୍ଗରେ ବଜାର ପ୍ରବେଶ କରିଛି । ଗୋଟିଏ ଛାତ ତଳେ ଉଭୟ ଜିନିଷ ମିଳୁଥିବାରୁ ଲୋକେ ଏଥିପ୍ରତି ନିଶ୍ଚିତ ଆକୃଷ୍ଟ ହେବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ତେଣୁ ଏହାକୁ ଲକ୍ଷ୍ୟରେ ରଖି ଆଜି ଭୁବନେଶ୍ୱରର ଏକ ତାରକା ହୋଟେଲରେ ‘ଫନ୍ ଆଟ୍ ୱାର୍କ’ ଓ ‘ଡିଭାଇନ ବାଇଟ’ ଲୋକାର୍ପିତ ହୋଇଛି । ଭୁବନେଶ୍ୱରର ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଏହାର ଲୋକାର୍ପଣ କରିବା ସହ ସଫଳତା କାମନା କରିଛନ୍ତି ।

ଗ୍ରାହକଙ୍କୁ ଡେଡିକେଟେଡ୍ ୱାର୍କିଂ ସ୍ପେସ୍‌, କଷ୍ଟମାଇଜ୍ ୱାର୍କଷ୍ଟେସନ, ରିକ୍ରିଏସନ ଆଦି ସୁବିଧା ଯୋଗାଇଦେବ ‘ଫନ୍ ଆଟ୍ ୱାର୍କ’ । ଘରେ ବସି ୱାର୍କ ଫ୍ରମ ହୋମ୍ ଚାହୁଁତିବା ଲୋକେ ଏହାର ଫାଇଦା ଉଠାଇ ପାରିବେ । ସେହିଭଳି କନଫରେନ୍ସ ହଲ ଓ କ୍ୟାଫିଟେରିଆର ସୁବିଧା ମଧ୍ୟ ଏଠାରେ ରହିଛି । ପ୍ରାଇଭେଟ ୱାର୍କସ୍ପେସରେ ଜଣେ ଚାହିଁଲେ ନିଜେ କ୍ୟାବିନ ବ୍ୟବହାର କରିପାରିବ । ଡିଜିଟାଲ ଦୁନିଆରେ ୫୦ବର୍ଷର ଅଭିଜ୍ଞତା ରଖିଥିବା କିଛି ବନ୍ଧୁ ମିଶି ‘ଫନ୍ ଆଟ୍ ୱାର୍କ’ ପ୍ରସ୍ତୁତ କରିଛନ୍ତି ।
Published by:Soumyashree Mishra
First published: