୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଜୁଲାଇ ୨ରେ ଆଗତ ହେବ ପୂର୍ଣ୍ଣାଙ୍ଗ ବଜେଟ୍

ଲୋକଙ୍କ କାମରେ ଲାଗୁନି ବଜେଟରେ ବ୍ୟୟବରାଦ ଅର୍ଥ ପ୍ରତିବର୍ଷ ରାଜକୋଷକୁ ଫେରୁଛି ହଜାର ହଜାର କୋଟି ଟଙ୍କା- ଆର୍ଥିକ ପରିଚାଳନାରେ ବିଫଳ ରାଜ୍ୟ ସରକାର।

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଜୁଲାଇ ୨ରେ ଆଗତ ହେବ ପୂର୍ଣ୍ଣାଙ୍ଗ ବଜେଟ୍

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଜୁଲାଇ ୨ରେ ଆଗତ ହେବ ପୂର୍ଣ୍ଣାଙ୍ଗ ବଜେଟ୍

  • Share this:
News18 Odia Digital

ଭୁବନେଶ୍ବର: ଚଳିତ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଜୁଲାଇ ୨ରେ ଆଗତ ହେବ ପୂର୍ଣ୍ଣାଙ୍ଗ ବଜେଟ। ପ୍ରାୟ ୨ ଲକ୍ଷ ୧୦ ହଜାର କୋଟିର ବଜେଟ ଆଗତ ହେବ। ଏଥର ଓଡ଼ିଶାର ଅଭିବୃଦ୍ଧି ହାର ୮.୦ ରୁ ୮.୫ ପ୍ରତିଶତ ମଧ୍ୟରେ ରହିବାର ଆଶା କରାଯାଉଛି।

ଆର୍ନ୍ତଜାତୀୟ ସ୍ତରରେ ଧିମା ଅଭିବୃଦ୍ଧି ସତ୍ତ୍ବେ ଓଡ଼ିଶାର ଅଭିବୃଦ୍ଧି ହାର ଆଶାନୁରୂପ ଭଲ ସ୍ଥିତିରେ ରହିବ ବୋଲି ଆଶା କରାଯାଉଛି। ସେପଟେ ଦିନକୁ ଦିନ ବଜେଟରେ ଆକାର ବୃଦ୍ଧି ପାଉଥିବା ବେଳେ ବ୍ୟୟବରାଦ ହୋଇ ପାରୁନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ। ପୂର୍ବତନ ଅର୍ଥ ମନ୍ତ୍ରୀ କହିଛନ୍ତି ବଜେଟ ବୃଦ୍ଧି ରାଜ୍ୟର ବିକାଶ ଦର୍ଶାଉଛି।

ବଜେଟର କଳେବର ବୃଦ୍ଧି। ୨୧ ବର୍ଷ ମଧ୍ୟରେ ଅର୍ଥାତ ୨୦୦୦-୦୧ ରୁ ୨୦୨୧-୨୨ ମଧ୍ୟରେ ରାଜ୍ୟ ବଜେଟ ୧୫ ଗୁଣ ବୃଦ୍ଧି ପାଇଛି। ୨୦୦୦-୦୧ରେ ବଜେଟ ଆକାର ୧୧,୦୪୭ କୋଟି ଟଙ୍କା ଥିବାବେଳେ ୨୦୨୧-୨୨ରେ ତାହା ୧,୭୦,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଚଳିତ ଥର ୨୦୨୨-୨୩ରେ ତାହା ବୃଦ୍ଧି ପାଇ ୨ ଲକ୍ଷ ୧୦ ହଜାର କୋଟି ଛୁଇଁ ବାକୁ ଯାଉଛି।

ବଡ଼ ବଜେଟ ବୋଲି ବାହସ୍ପୋଟ ମାରୁଛନ୍ତି ସରକାର। ହେଲେ ବଜେଟରେ ଆକାର ବଢୁଛି ମାତ୍ର ଖର୍ଚ୍ଚ କମୁଛି। ଲୋକଙ୍କ କାମରେ ଲାଗୁନି ବଜେଟରେ ବ୍ୟୟବରାଦ ଅର୍ଥ। ପ୍ରତିବର୍ଷ ରାଜକୋଷକୁ ଫେରୁଛି ହଜାର ହଜାର କୋଟି ଟଙ୍କା।

ଆର୍ଥିକ ପରିଚାଳନାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର। ଜୁଲାଇ ୨ ତାରିଖରେ ବିଧାନସଭାରେ ଆଗତ ହେବ ପୂର୍ଣ୍ଣାଙ୍ଗ ବଜେଟ୍। ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଉପସ୍ଥାପନ କରିବେ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ।

ଏଥିପାଇଁ ଅର୍ଥ ବିଭାଗ ପକ୍ଷରୁ ସମସ୍ତଙ୍କ ମତାମତ ଲୋଡ଼ା ଯାଉଛି। ମାତ୍ର ଏହା ଭିତରେ ପୂର୍ବ ବର୍ଷ ଗୁଡିକରେ ବ୍ୟୟବରାଦ ହୋଇଥିବା ଅର୍ଥରାଶୀ ଲୋକଙ୍କ କାମରେ ଖର୍ଚ୍ଚ ନ ହୋଇ ରାଜକୋଷକୁ ଫେରିବା ବିତର୍କର ବିଷୟ ହୋଇଛି। ରାଜ୍ୟ ସରକାର ସାଧାରଣ ସେବା କ୍ଷେତ୍ରରେ ପୂର୍ବରୁ ଯେଭଳି ଅଧିକ ଅର୍ଥ ବ୍ୟୟ କରୁଥିଲେ ଏବେ ତାହା ଅନେକ ପରିମାଣରେ ହ୍ରାସ କରିଛନ୍ତି।

ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ ଆଗତ ହେବାକୁ ଥିବା ବଜେଟ ସଠିକ ବ୍ୟୟବରାଦ ହେଲେ ଓଡ଼ିଶା ଏକ ନମ୍ବର ରାଜ୍ୟ ହୋଇପାରନ୍ତା। ୨୨ ବର୍ଷର ସରକାର କାହିଁକି ଏକ ନମ୍ବର ହୋଇପାରୁନି?

ସେପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ‘‘ବଜେଟ ଉପରେ ଆଲୋଚନା କଲେ ହେବନି ଖର୍ଚ୍ଚ କରିବା ଦରକାର। ଗତ ଥର ଆଗତ ହୋଇଥିବା ବଜେଟରୁ ୧ ଲକ୍ଷ କୋଟି ବି ଖର୍ଚ୍ଚ ହୋଇନି। କାଗଜ ପତ୍ରରେ ବିଲ ପାସ କଲେ ହେବନି। ଖର୍ଚ୍ଚ କେତେ ହେଉଛି ତାହା ବଡ଼ କଥା। ମାତ୍ର ୩୨ ପ୍ରତିଶତ ଖର୍ଚ୍ଚ କରିକି ୧୦୦ ପ୍ରତିଶତ ଦେଖାଇଲେ ହେବନି।’’

ସେପଟେ ନ୍ୟୁଜ ୧୮ ହାତରେ ଲାଗିଥିବା ଅର୍ଥ ବିଭାଗ ବୈଠକର ଏକ ସ୍ବତନ୍ତ୍ର ଦସ୍ତାବିଜ୍ କହୁଛି ଆର୍ଥିକ ବର୍ଷ ୨୦୨୨ ଫେବୃଆରୀ ସୁଦ୍ଧା ୪୬,୮୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବିନିଯୋଗ ପ୍ରମାଣ ପତ୍ର ମିଳୁନାହିଁ ଅର୍ଥାତ ବିଭିନ୍ନ ବିଭାଗ ୟୁସି ଦାଖଲ କରି ନାହାଁନ୍ତି। ଆର୍ଥିକ ବର୍ଷର ଶେଷ ବେଳକୁ ତରବରିଆ ଭାବେ ଅର୍ଥ ଖର୍ଚ୍ଚ କରିବା ଓ ଅଧିକାଂଶ ସମୟରେ ବିଭାଗମାନେ ଅର୍ଥ ଖର୍ଚ୍ଚ ନ କରିବା କାରଣରୁ ପ୍ରତିବର୍ଷ ବଜେଟରେ ବ୍ୟୟ ବରାଦ ହେଉଥିବା ଅର୍ଥ ଜନହିତକାରୀ କାମରେ ନ ଲାଗି ରାଜକୋଷକୁ ଫେରୁଛି। ୨୦୧୮ ରୁ ୨୦୨୧ ମସିହା ଭିତରେ ମୋଟ ବଜେଟର ପ୍ରାୟ ୧୨ ରୁ ୧୬ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ଖର୍ଚ୍ଚ ନ ହୋଇ ଫେରିଥିବା ଖୋଦ ସରକାରଙ୍କ ବାର୍ଷିକ ରିପୋର୍ଟ କହୁଛି। ସେପଟେ ପୂର୍ବତନ ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି।

ରାଜ୍ୟର ବଜେଟ ଆକାର ବଢ଼ିବାରେ ଲାଗିଛି। ବିଗତ ୨୩ ବର୍ଷ ଶାସନ ଭିତରେ ଲକ୍ଷରୁ କୋଟିରେ ପହଞ୍ଚିଲାଣି। ଏହାର କେବଳ ଆକାର ବୃଦ୍ଧି ହେଉନି। ଗୁରୁତ୍ଵ ପୂର୍ଣ୍ଣ ବିଭାଗରେ ମଧ୍ୟ ଲାଗୁଛି। ଯାହାକି ରାଜ୍ୟ ବାସୀଙ୍କ ପାଇଁ ନିହାତି ଦରକାର। କୃଷି, ବେକାରୀ ସମସ୍ୟା, ରାଜ୍ୟ ରେପୁଞ୍ଜି ନିବେଶ ଆଦି ଅନେକ ଦିଗରେ ବଜେଟ ବ୍ୟବହାର ହେଉଥିବା ଟଙ୍କା ନବୀନ ବାବୁ ଠିକ୍ ରେ ପରିଚାଲନା କରି ଆସୁଛନ୍ତି। ସାଧାରଣ ଲୋକଙ୍କ ବିକାସ, ନା ନା ଭିତ୍ତି ଭୂମିର ବିକାଶକୁ ଆଖି ଆଗରେ ରଖି ବଜେଟକୁ ସୁ ଚିନ୍ତିତ ଭାବରେ କରାଯାଉଛି। ପ୍ରକ୍ ବଜେଟ ଉପରେ ଆଲୋଚନା ସରିଛି। ଓ ବଜେଟ କେମିତି ଲୋକାଭିମୁଖୀ ହେବା ସେ ନେଇ ଏସଏମଏସ ଓ ମେଲ ମଧ୍ୟମରେ ଜନସାଧରଣଙ୍କୁଠୁ ମତ ନିଆ ଯାଇଛି।

ବଜେଟ୍ ପ୍ରସ୍ତୁତ ସମୟରେ ରାଜ୍ୟ ସରକାର ଭିତ୍ତିଭୂମି କ୍ଷେତ୍ରରେ ଅଧିକ ନିବେଶ, ନିଯୁକ୍ତି ସୁଯୋଗ ସୃଷ୍ଟି, ଶିଳ୍ପ, ଏମ୍‍ଏସଏମଇ ସହିତ ସାମାଜିକ କ୍ଷେତ୍ର ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଅଭିବୃଦ୍ଧି ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ କରିଥିବା ପୂର୍ବାନୁମାନ ଅନୁଯାୟୀ ଭାରତର ଅଭିବୃଦ୍ଧି ୭.୨ ପ୍ରତିଶତ ହେବା ନେଇ ଆକଳନ କରାଯାଇଥିବାବେଳେ ଓଡ଼ିଶାର ବର୍ତ୍ତମାନର ଅଭିବୃଦ୍ଧି ହାର ୮.୦ ରୁ ୮.୫ ପ୍ରତିଶତ ହେବ ବୋଲି ଅର୍ଥ ବିଭାଗ ଆଶା ରଖିଛି।
Published by:Lipina Das
First published: