ଏଣିକି ମିଠା ଉପରେ ଲେଖାଯିବ ତିଆରି ଓ ଏକ୍ସପାଏରୀ ତାରିଖ; ଗ୍ରାହକ ତ ଖୁସି; ଦୋକାନୀ ଅଡ଼ୁଆରେ

ଏହି ନୂଆ ନିୟମ ଲାଗୁ ହେବା ପରେ ରାଜ୍ୟ ଖାଦ୍ୟ ସୁରକ୍ଷା କତ୍ତୃପକ୍ଷ ଓ FSSAIର ଅଧିକାରୀଙ୍କ ମଧ୍ୟରେ ବୁଧବାର ଏକ ବୈଠକ ବସି ଏହି ନିୟମକୁ କେମିତି କାର୍ଯ୍ୟକାରୀ କରାଯିବ ତାହା ନିର୍ଦ୍ଧାରିତ ହେବ । ସେହି ବୈଠକ ଉପରେ ଏବେ ସମସ୍ତଙ୍କ ନଜର ।

ଏଣିକି ମିଠା ଉପରେ ଲେଖାଯିବ ତିଆରି ଓ ଏକ୍ସପାଏରୀ ତାରିଖ; ଗ୍ରାହକ ତ ଖୁସି; ଦୋକାନୀ ଅଡ଼ୁଆରେ
ମିଷ୍ଟାନ୍ନ ଦୋକାନୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
  • News18 Odia
  • Last Updated: October 2, 2020, 9:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଅନେକ ସମୟରେ ମିଠା କିଣିବା ବେଳେ ଗ୍ରାହକଙ୍କ ମନରେ ପ୍ରଶ୍ନ ଆସେ ଯେ ସେମାନେ କିଣି ଖାଉଥିବା ବା ଘରକୁ ନେଉଥିବା ମିଠା କେତେ ଦିନ ପୂର୍ବରୁ ତିଆରି ହୋଇଛି । ସେହି ମିଠା ସୁରକ୍ଷିତ ତ? ସାଧାରଣତଃ ଗ୍ରାହକ ଦୋକାନୀଙ୍କୁ ମିଠା ସଜ କି ନୁହେଁ ତାହା ପଚାରିଥାନ୍ତି ଓ ଉତ୍ତରରେ ‘‘ଆଜ୍ଞା, ଆଜି ତିଆରି ହୋଇଛି’’ ବୋଲି ଶୁଣିଥା’ନ୍ତି । କିନ୍ତୁ କେନ୍ଦ୍ର ସରକାରଙ୍କ ନୂଆ ନିୟମ ଆସିଯାଇଥିବା ଯୋଗୁଁ ଗ୍ରାହକମାନେ ଏବେ ଠକେଇର ଶିକାର ଆଗ ଠାରୁ କମ୍‌ ହେବେ ।

ଏହି ନୂଆ ନିୟମ ଅନୁସାରେ ଏବେ ବ୍ୟବସାୟୀମାନେ କେବଳ କଥାରେ ନୁହେଁ ବରଂ ଲେଖି କରି ପ୍ରଦର୍ଶିତ କରିବେ ତାଙ୍କ ଦୋକାନରେ ଥିବା ବିଭିନ୍ନ ମିଠାର ଏକ୍ସପାଏରୀ ତାରିଖ କେବେ । କେନ୍ଦ୍ର ସରକାରଙ୍କ ସଂସ୍ଥା Food Safety & Standards Authority of India ବା (FSSAI) ଅକ୍ଟୋବର ୧ ତାରିଖ ଠାରୁ ଲାଗୁ କରିଛି ଏକ ନିୟମ ।

ଏହି ନିୟମ ଅନୁଯାୟୀ ମିଠା ଦୋକାନଗୁଡ଼ିକରେ ବିକ୍ରି ପାଇଁ ରଖାଯାଇଥିବା ଟ୍ରେ'ରେ ଲାଗିବ Date of Manufacturing ବା ତିଆରି ତାରିଖ ଓ Best Before Date ବା ଏକ୍ସପାଏରୀ ତାରିଖ । ଏହା କରିବା ବାଧ୍ୟତାମୂଳକ କରାଯାଇଛି । ଏହି ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଖାଦ୍ୟ ସୁରକ୍ଷା କମିଶନରଙ୍କୁ ଚିଠି ମଧ୍ୟ ଲେଖିଛି FSSAI ।

ଉତ୍କଳ ମିଠା ବ୍ୟବସାୟୀ ସଙ୍ଘର ସଦସ୍ୟ ସୁଜିତ ପୋଦ୍ଦାର


ଖରାପ ହୋଇଯାଇଥିବା ମିଠା ଲୋକଙ୍କ ଠାରୁ ଦୂରେଇ ରଖିବା ପାଇଁ ତିଆରି ହୋଇଥିବା ଏହି ନିୟମ ଦେଶ ସାରା ହୋଇଛି । ପୂର୍ବରୁ ଏହି ନିୟମ ଜୁନ୍ ମାସରୁ ଲାଗୁ ହେବାର ଥିଲା, କିନ୍ତୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହାକୁ ଅକ୍ଟୋବର ପହିଲାରୁ ଲାଗୁ କରାଯାଇଛି ବୋଲି FSSAI ପକ୍ଷରୁ କୁହାଯାଇଛି ।

FSSAIର ଏହି ନିର୍ଦ୍ଦେଶନାମାକୁ ଗ୍ରାହକମାନେ ସ୍ବାଗତ କରିଥିବା ବେଳେ ଏହାର ବୈଧତାକୁ ନେଇ ପ୍ରଶ୍ନ କରିଛନ୍ତି ମିଠା ବ୍ୟବସାୟୀମାନେ ।

‘‘ଆମେ FSSAIର ନିୟମ ଅନୁଯାୟୀ ମିଠା ଟ୍ରେରେ ଏକ୍ସପାଏରୀ ତାରିଖ କେମିତି ଲେଖିପାରିବୁ? ମିଠା ତିଆରି ପାଇଁ ଆମେ ବ୍ୟବହାର କରୁଥିବା ଛେନା, କ୍ଷୀର ଓ ଚିନିକୁ ଯେଉଁ ଦୋକାନରୁ ବା ବ୍ୟବସାୟୀଙ୍କ ଠାରୁ କିଣୁଛୁ ସେମାନେ ତ ଆମକୁ ତାଙ୍କ ଜିନିଷ କେତେ ଦିନ ତଳର ସେ ନେଇ ପ୍ରିଣ୍ଟେଡ୍‌ ବିଲ ଦେଉନାହାଁନ୍ତି । କୌଣସି  ମିଠା ଦୋକାନୀ ଚାହିଁବ ନାହିଁ ଯେ ଗ୍ରାହକ ତା’ର ମିଠା ଖାଇ ତାକୁ ନିନ୍ଦା କରନ୍ତୁ । ତା ଛଡ଼ା କ୍ଷୀର ଓ ଛେନାରୁ ତିଆରି ହେଉଥିବା ମିଠାକୁ ୨୪ରୁ ୩୬ ଘଣ୍ଟା ଭିତରେ ବ୍ୟବହାର ନ କଲେ ତାହା ଖରାପ ହୋଇଯିବ,’’ କହିଛନ୍ତି ଉତ୍କଳ ମିଠା ବ୍ୟବସାୟୀ ସଙ୍ଘର କର୍ମକର୍ତ୍ତା ତଥା କଟକ ମଙ୍ଗଳାବାଗ ସ୍ଥିତ କୋଲକତା ସ୍ବଇଟ୍ସ ଷ୍ଟଲର ମାଲିକ ସୁଜିତ ପୋଦ୍ଦାର ।

ଜାତୀୟ କ୍ୟାନସର ପ୍ରତିଷ୍ଠାନର ଡାକ୍ତର ଗଙ୍ଗୋତ୍ରୀ ମହାନ୍ତି


FSSAIର ଏହି ନୂଆ ନିୟମ ଲାଗୁ ହେବା ପରେ ରାଜ୍ୟ ଖାଦ୍ୟ ସୁରକ୍ଷା କତ୍ତୃପକ୍ଷ ଓ FSSAIର ଅଧିକାରୀଙ୍କ ମଧ୍ୟରେ ବୁଧବାର ଦିନ ଏକ ବୈଠକ ବସି ଏହି ନିୟମକୁ କିଭଳି କାର୍ଯ୍ୟକାରୀ କରାଯିବ ତାହା ନିର୍ଦ୍ଧାରଣ କରାଯିବ ବୋଲି ଜଣା ପଡ଼ିଛି । ତେଣୁ ସେହି ବୈଠକ ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ଏହା ବି ପଢ଼ନ୍ତୁ | କ’ଣ ସେହି ସ୍ପେଶାଲ୍‌ ସିଗାରେଟ୍ ଯାହା ବିଷୟରେ ଦୀପିକା ପାଦୁକୋନ୍ ଜେରା ବେଳେ କହିଛନ୍ତି?

ଏହା ବି ପଢ଼ନ୍ତୁ | ବରିଷ୍ଠ IPS ଅଫିସର ନିଜ ସ୍ତ୍ରୀଙ୍କୁ ଖୁବ୍ ପିଟିଲେ; Video ଭାଇରାଲ୍ ହେଲାପଦରୁ ହଟାଗଲେ

କଟକର ଏକ ମିଠା ଦୋକାନକୁ ଆସିଥିବା ଗ୍ରାହକ ବିଶ୍ବମ୍ବର ବାରିକ କହିଛନ୍ତି ଯେ ଏହି ନିୟମ ଦ୍ୱାରା ଗ୍ରାହକଙ୍କୁ ତାଜା ଓ ଉନ୍ନତ ମିଷ୍ଟାନ୍ନ ମିଳିବା ସୁନିଶ୍ଚିତ ହେବ । ‘‘ଆମେ ପଇସା ଦେଇ ମିଠା କିଣୁଛୁ, ତେଣୁ ସେହି ମିଠା କେବେ ତିଆରି ହୋଇଥିଲା ଓ କେତେ ଦିନ ଖାଇବା ଯୋଗ୍ୟ ରହିବ ତାହା ଜାଣିବା ଅଧିକାର ଆମର ରହିଛି । ଏହି ନୂଆ ନିୟମ କାର୍ଯ୍ୟକାରୀ ହେଲେ ଆମେ ଜାଣି ପାରିବୁ ମିଠାଟି କେତେ ଦିନର,’’ ସେ କହିଛନ୍ତି ।



‘‘କ୍ଷୀର ଓ ଛେନା ଭଳି ଜିନିଷ ନଷ୍ଟ ହୋଇଗଲେ ସେଥିରେ ବ୍ୟାକ୍ଟେରିଆ ତିଆରି ହୋଇଥାଏ । ବ୍ୟାକ୍ଟେରିଆ ଥିବା କ୍ଷୀର ବା ଛେନାରେ ଯାହାବି ତିଆରି ହୁଏ ସେଗୁଡ଼ିକ ଖାଇବା ଫଳରେ ପାକସ୍ଥଳୀରେ ସଂକ୍ରମଣ ବ୍ୟାପିଥାଏ । ଏକ ଲମ୍ବା ସମୟ ଧରି ଏ ସବୁ ଖାଉଥିବା ଲୋକର ରୋଗ ପ୍ରତିରୋଧ ଶକ୍ତି କମିଥାଏ । କ୍ଷୀର ଓ ଛେନାର ଅପ୍ରମିଶଣ ଜଣ୍ଡିସର ଏକ ପ୍ରମୁଖ କାରଣ,’’ କହିଛନ୍ତି କୋଲକତାସ୍ଥିତ ଚିତ୍ତରଞ୍ଜନ ଜାତୀୟ କ୍ୟାନସର ପ୍ରତିଷ୍ଠାନ ବା CNCIର ରିସର୍ଚ୍ଚ ଆସୋସିଏଟ୍‌ ଡାକ୍ତର ଗଙ୍ଗୋତ୍ରୀ ମହାନ୍ତି । ସେ FSSAIର ଏହି ନିର୍ଦ୍ଦେଶନାମାକୁ ନେଇ ‘ଅପମିଶ୍ରିତ ଖାଦ୍ୟ ଓ ମଣିଷ ଶରୀରରେ ପଡ଼ୁଥିବା ତା’ର ପ୍ରଭାବ’ ଉପରେ ଗବେଷଣା କରୁଛନ୍ତି ।
Published by: Anand Shankar Thankur Das
First published: October 2, 2020, 9:25 PM IST
corona virus btn
corona virus btn
Loading